STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଅଭୁଲା ରାତି

ଅଭୁଲା ରାତି

3 mins
550



ରାତି ହେଇଗଲାଣି 1994 ଶନିବାରସଂକ୍ରାନ୍ତି ରାତିରେ ଟିଫିନ କରେ ମୋ ପିଲା ଦିଟା ଖାଇକି ସୋଇ ଗଲେଣିମୋ ସ୍ତ୍ରୀ ବିରି ଚାଉଳ ବତୁରେଇ ପିଲାଙ୍କୁ ଚକୁଳି କରି ଦେଇଥିଲାବଡ଼ ନିୟମ ଶନିବାର ଗୁରୁବାର ମଙ୍ଗଳବାର ସେ ରସୁଣ ପିଆଜ ଖାଏନି ତ ଆମକୁବି ଖାଇବାକୁ ମନାସେ ଯାହାହେଉ ମୁଁ ସେ ଗଲାଦିନଠାରୁ ସେ ଟେଷ୍ଟ ପାଇବା ବହୁତ କଷ୍ଟ ।


ହଁ ସେ ଦିନ ରାତିର କଥା ଠକ୍ ଠକ୍ କଲା କବାଟ ଟି କିଏ ରାତି 11 ଘଣ୍ଟ ଚକୁଳି ଖାଇସାରି ଶୋଇବାକୁ ଯାଉଛୁ ଏତିକି ବେଳର କଥା

ଦେଖ ମ କିଏ ଏତେ ରାତିରେ କବାଟ ବଜେଇଲାଣି ମୋ ସ୍ତ୍ରୀ ମତେ ନିର୍ଦେଶ ଦେଇ ଆଙ୍ଗୁଳି ଚାଳନା କଲାକିଏ ନାହିଁ କହିଦେବି କି!! କିନ୍ତୁ ମୁଁ ତା କଥାକୁ ଅଣଦେଖା କରି କବାଟ ପଖାକୁ ପହଞ୍ଚି ଗଲିକିଏ ?


ମୁଇଁ ଭାଇନା ଆମ ଗାଁ ପାଖ ରସିଆଗୁଡାର ନବୀନକୁଆଡେ ସମୁଦି ଏତେ ରାତିରେ ? ମୁଁ ବିରକ୍ତରେ ପଚାରିଲି ।

(ନବୀନ୍ମୋ ନନାଙ୍କ(ବାପା)ଙ୍କ ସାଙ୍ଗର ପୁଅବାପାଙ୍କୁ ମାମୁ ବୋଲି ଡାକୁଥାଏତେଣୁ ମୁଁ ତାକୁ ଖିଆଲରେ ସମୁଦି ବୋଲି ସମ୍ବୋଧନ କରେ)

ଆସ ଘର ଭିତରକୁ ଆସପୁରୁଣା ପ୍ଲାଷ୍ଟିକ ଚେଇର ଆଡକୁ ନିର୍ଦେଶ କରି ଡାକିଲି । ନାଇଁ ସମୁଦି ଆମେ ବର୍ତ୍ତମାନ ତୁମର ପାଖକୁ ଆସିଛୁ ଯେ ତୁମ ଗାଡି ଟିକିଏ ଦେଲେ ଆମେ ମାଛକୁଣ୍ଡ ନାଟ କରିବାକୁ ଯାଇଥାନ୍ତୁ । ରାତି 11 ପୁଣି ମାଛକୁଣ୍ଡ ପ୍ରାୟ 130 km ହେବମୁଁ ବିରକ୍ତ ହେବା ପୂର୍ବରୁ ତାଙ୍କୁ ପଚାରିଲି କେତେଜଣ ଯାଉଛ । ମୁଁ ଆଉ ଡ୍ରମ ବଜେଇବା ପିଲା ବୋଇଲେ ଦୁଇ ଜଣ ।ସେ କହିଲା ହଁ ଦୁଇଜଣ । ତାପରେ ମୁଁ ଆଉ କିଛି ନ କହି ମୋର ପୁରୁଣା ପେଶନ ଗାଡିଟି ଦେଖେଇ ଚାବି ତାଙ୍କ ହାତକୁ ବଦେଇଦେଲି ।


ସେ ଦି ଜଣ ଗାଡି ନେଇ ଯିବାକୁ ବାହାରିଛନ୍ତି ହଠାତ୍ ମୋର ସାଙ୍ଗ ଜଣେ ଫନ କଲା।ସେତେ ବେଳକୁ ଲେଣ୍ଡ ଫୋନ bsnl ଥାଏ ମୋ ନାଁ ରେ ମୋ ଘରେ ।

ଟିକିଏ ରହି ଯିବାକୁ ନିର୍ଦେଶ ଦେଇ ମୁଁ ଫନ ଉଠେଇଲି ।ହାଲୋ କିଏ ?

ମୁଁ ରଶ୍ମିରଞ୍ଜନ ଜଗଦଲ ପୁରରୁ କହୁଛି ନନାମୋ ସାଙ୍ଗ ପ୍ରତିଉତ୍ତର ରେହଁ ନନା କହମୁଁ ଭାଇରେ ବହୁତ ଅସୁବିଧା ହେଲା ରଶ୍ମି କଣ ହେଲା ମୁଁ ନାଇଁ କାହାକୁ ନ କହି ତୁ ବର୍ତ୍ତମାନ ଜଗଦଲ ପୁର ଆରଶ୍ମି ମୋ ମୁଣ୍ଡ କାମ କଲାନି ଆସିବୁ କି ନାହିଁ କହ ରଶ୍ମି କଅଣ ହେଇଛି କହୁନୁ ମୁଁ ଇଆଡ଼େ ନବୀନ ଯିବାପାଇଁ ଷ୍ଟାଟ ମାରୁଛି ଗାଡି ଟିକିଏ ରହିଯାଅ ସମୁଦି, ମୁଁ ପ୍ରଥମରେ ତାଙ୍କୁ ରୋକି ଦେଲି ହଉ ନବୀନ ତାପରେ କହ ରଶ୍ମି ନ ନାମୁଁ ଯାହାକୁ ଭଲ ପାଉଥିଲି ବିଳାସୀ ସେ ଆଉ ନାହିଁ ।

(ବିଳାସୀ ବହୁତ ସୁନ୍ଦର ଝିଅଭଲ no ରଖି ଫାଷ୍ଟ ହୁଏ ସବୁଥିରେ ବାପା ଇଞ୍ଜିନିୟରଗୋଟାଏ ଝିଅ ଗୋଟାଏ ପୁଅ ପୁଅ ଇଂଜିନିଅରିଂ କରୁଥିଲା bbsr ରେ) ।


ହେଲେ ରଶ୍ମି ହଉଛି ଛୋଟ

ଜାତିର ପିଲା ବିଳାସୀ ରାଜକୀୟ ପରିବାରରଦିହେଁ ଦି ଜଣକୁ ପିଲାଟି ବେଳରୁ ଜାଣନ୍ତିବହୁତ ସୁନ୍ଦର ପାଠ ବି ପଢ଼ନ୍ତି ବୋଧହୁଏ କିଛି ଅଘଟଣ ଘଟିଥିବ । ମୁଁ ପଚାରିଲିଭାଇ ସଖାଳୁ ଆସିଲେ ହେବ କି ନାହିଁ ? ନାଇଁ ମ ତୁ ଏବେ ଆଇବୁ କି ନାଇଁ କହରଶ୍ମି, ମରେଇଲା ମ ଏତେ ରାତିରେ କିନ୍ତି କରିବି ସେ ଯାହାହେଉ ସାଇଡ଼ ଡ୍ରମ ବଜେଇବା ସେ ପିଲାକୁ ଛାଡି' ନବୀନ ଓ ମୁଁ ଦି ଜଣ ବାହାରି ପଡ଼ିଲୁ ଜଗଦଲପୁର ।


ସମୟ ରାତି 1230 ମିଣ୍ଟକଟପାଡ଼ ପହଂଚିବାକୁ ହେଇଛୁ ନବୀଙ୍କୁ ଝାଡା ମାଡ଼ିଲା ସମୁଦି ଗାଡି ଟିକେ ରଖଝାଡା ଯିବି ମୁଁ ବାଧ୍ୟ ହୋଇ ଗାଡି ରାସ୍ତାକଡରେ ରଖି ଜଗିଲି । ସୁନ୍ ସାନ୍ ରାତି କାଁ ଭାଁ ଜଗଦଲପୁର ଆଡୁ ଗୋଟାଏ ଗୋଟାଏ ଟ୍ରକ ଅନ୍ତର୍ଜାତୀୟ ସଡକ ଦେଇ ତାର କର୍ତ୍ତବ୍ୟ ପଥରେ । ଏଣେ ଜଗଦଲପୁର ପହଂଚିବାକୁ ହେବକିଏ ଜାଣେ କିସ ହେଇଥିବ । ମୁଁ ଦେଖିଲି ଜୁଳୁଜୁଳିଆ ଭଳି ଆଲୁଅ ଟିଏ ଦୂରରୁ ।ଭାବିଲି ଏତେ ସଳଖରେ ତ କେବେ ଜୁଳୁଜୁଳିଆ ପୋକ ଉଡେନାହିଁ ବୋଧେ ଗାଡି ଟିଏ ଆସୁଥିବ । ଜହ୍ନ ର ନା ଗନ୍ଧ ନାହିଁ କିଟ୍ କିଟା ଅନ୍ଧାରଦୂରରୁ ସହରର ଆଉଅରେ ଟିକିଏ ମଣିଷ କି ପଶୁ କୁ ଦେଖି ହେଉଥିଲା । ଏତିକି ବେଳେ ବିଲୁଆ(କୁଳିଆ) ଟିଏ ରଡି ଛାଡି ଦୌଡ଼ିଲା ମୋର ଛାତି ଭିତରଟା ଥରିଗଲା । ନବୀନ ଫେଉନାହିଁ କଅଣ ହେଲା ସମୁଦି କିନ୍ତି ହେଲା ।ମୁଁ ନବୀନ ଦୌଡି ଆସି ମତେ ଜାବୁଡି ଧରିଲା । ପାଟି ବେତୁଳି ଯାଉଛିଡୁମା ଡୁମା ଡୁମା ନବୀନ ଭୁତ କୁ ଡୁମା ବୋଲି ଆମ କରାପୁଟି ଭାଷାରେ କହନ୍ତି ।

ମୁଁ ବି ଧୋର୍ଯ୍ୟ ହରା ହୋଇ ପଡିଲି । ଏଣେ ରାତି ଟା ତେଣେ ମଲା ଖବର ଆଉରି ଅନ୍ଧାର ଯେ ଅନ୍ଧାର ଡର ଯେତିକି ଲାଗୁଛି ବ୍ୟାକୁଳ ସେତିକି ମନ୍ ଭିତରେ ହେଲେ ବିକାହିଁ କୋଉଠି ଦେଖିବା ତ ମୁଁ ତାପରେ ଗାଡି ସିଟ୍ ରୁ ଓଲ୍ଲହେଇ ମୁଁ ଗଲି ଦେଖିବାକୁ ମୋ ସାଥିରେ ନବୀନ୍ । ବଡ଼ ଧୋର୍ଯ୍ୟର ସହଯାହା ଦେଖିଲି ଆଉ କିସ କହିବି ।


ଦୂରରୁ ଦେଖି ମୋ ଗୋଡ଼ ହାତ ଥରିଲା ଝାଡା ଝାଡା ଲାଗିଲାମୁଣ୍ଡ ବୁଲେଇ ହେଇଦେହ ଶାରା ଶୀତ କଣ୍ଟା ଦେଲାଚମକି ପଡ଼ିଥିଲି ସେଇ ଅନ୍ଧାର ରାତିରେl

ପାଖରୁ ପାଖାକୁ ଗଲିକିଏ ଜଣେ ନା ଭୁତ ମୁଁ ଜାଣି ପାରୁ ନ ଥାଏ କିଏକିଏ ରଡି କଲିଶୂନସାନଚୁପ ଖାଲି କଁ କଁ ହେଉଛି ସେ ରୂପ ପୁରା ପଖାକୁ ଯାଇ ଦେଖେ ତ ହସି ହସି ଗଡିଗଲି ଗୋଟାଏ କେନ୍ଦୁ ଗଛ ଉପରେ ଫଟା କୁଲା ଟିଏ ଓହଳା ହେଇଛି ଶ୍ମଶାନ ଟିଏ ସେ ତା'ଉପରେ ଧଳା ଖଦି ସିଏ କୋଉ ମଲା ଲୋକଙ୍କ ହେଇଥିବଧୀର ପବନରେ ତାହା ହଲିବାରେ ଲାଗିଛିସତେକି ପବନରେ ହାତ ମେଲେଇ ଉଡୁଛି । କୁଲା କଳା ଦେଖା ଯାଇ ସତେକି ବାଳ ଉଡିଲା ଭଳି ଲାଗୁଛି । କୁଲାଟି ପବନରେ ହଲି ଗଛ ଶାଖାରେ ଘଷି ହୋଇ କୁଁ କୁଁ ଶବ୍ଦ ହେଉଛିହା ହା ହା ହା ହା ହା ନାହିଁ ଏଏଁ ଇଟାକୁ ଭୁତ ବୋଲି ଭାବିଲି । ହା ହା ହା ହା ହା



Rate this content
Log in