Prabhanjana Tripathy

Inspirational

3  

Prabhanjana Tripathy

Inspirational

ସହୀଦ ମାଟିର ପ୍ରିତୀ ରେ

ସହୀଦ ମାଟିର ପ୍ରିତୀ ରେ

7 mins
428


ଜୀବନ ର ଏମିତି ଅନେକ ମୁହୁର୍ତ୍ତ ଅଛି,ମଣିଷ କେବେ ଭୁଲି ପାରେନାହିଁ,ଜନ୍ମ ମଣିଷର ହୁଏ ଜୀବନ ଜୀଇଁବାକୁ,ସଂସାର,ସଂସ୍କୃତି, ସମାଜ ଓ ସମ୍ମାନ କୁ ବଜାୟ ରଖି ଆଗକୁ ଯିବାକୁ,,ମୁଁ ଦେଖୁଛି ସୁଖ ବି ଦୁଖ ବି,ଆନନ୍ଦ ବି ଲୁହ ବି,

ବିପଦ ଓ ମୃତ୍ୟୁର ଦ୍ୱାର ବି

ଧନ ବି ଦେଖିଛି ବହୁତ,ଭିକ ବି ମାଗିଛି


ବେଳେବେଳେ ପାଗଳ ଭଳି ପ୍ରଳାପ ବି କରିଛି,ଗୀତ ବି ଗାଇଛି ଏକା,ନାଚ ବି କରିଛି,କାନ୍ଦିଛି ବି ଲୁହ ଗଡାଇ,,

ମାତୃ ଗର୍ଭରୁ ମଣିଷ ଏକ ବାର ଜନ୍ମ ହୁଏ ଏକ ବାର ମରେ କିନ୍ତୁ

ଅନେକ ବାର ଯଶ,କୀର୍ତ୍ତୀ,ଧନ,ସନ୍ମାନ ଅର୍ଜନ କରିବାର ସୁଯୋଗ ଆସେ,,ରଖି ପାରେନି ତାକୁ ସେ ଗଣ୍ଠି ପକେଇ, ବେଳେ ବେଳେ ଅବାଟୁଆ ହୋଇଯାଏ ମଣିଷ


ଜୀବନକୁ ଖେଳେ,ଜୀବନ ସହିତ, ଭାବନା କୁ ଖେଳେ ଭାବନା ସହିତ,କମାନା ବାଶନା କୁ ଆପଣା ମାନି ନିଜର ସୁଗମ ପଥ କୁ ବୁଲେଇ ବଙ୍କେଇ ଅନେକ କୂପଥ ଗାମୀ ମଣିଷଙ୍କ ସହ ସମ୍ପର୍କରେ ଆସେ,,,,ଛାରଖାର କରିପକାଇଥାଏ ଜୀବନର ଲକ୍ଷ କୁ,,,କୁ ଭାଷ,କୁ ଅଭ୍ୟାଶ,କୁ ମନ୍ତ୍ରଣା,କୁ ସଙ୍ଗେ ମିଶି ମଦ୍ୟପ,ବେଶ୍ୟାଳେ ଜୀବନ ଅତିବାହିତ କରିଥାଏ ଜୀବନକୁ, ନର୍କ ଗାମୀ କରିଚାଲେ


ଶକ୍ତ ପଥରକୁ ଯେପରି ଅଗ୍ନି ସଂଯୋଗ କରି ଛାଡ଼ିଦେଇ ରାତ୍ରି ବିତିଗଲା ପରେ ପୁଣିତାକୁ ଲୁହାର ହାତୁଡିରେ ପିଟି ଖଣ୍ଡ ବିଖଣ୍ଡିତ କରାଯାଇ,ପୁଣି ତାକୁ ବୋହିନିଆଯାଏ ଘଣା ଭିତରକୁ ନିକ୍ଷେପ ପରିବାକୁ ଜୋ ଦ୍ୱାରା ସେ ନିଖୁଣ ଭାବରେ ଛୋଟିଆ ଛୋଟିଆ ଗୁଟିରେ ପରିବର୍ତ୍ତନ ହୋଇ ଯାଏ,,ଓ ଶେଷ ପର୍ଯ୍ୟାୟରେ ଘରର ଛାତ ପକାଇବାରେ ସାମର୍ଥ୍ୟ ଲାଭ କରିଥାଏ ଠିକ ମଣିଷ ଜୀବନ ,ଏମିତି ହି ଏକ ପଥର ଯାହାକୁ କଠିନ ହେବାକୁ ପଡେ ଓ ଖଣ୍ଡ ବିଖଣ୍ଡିତ ହେବାପାଇଁ ଜଳିବାକୁ,ଲୁହା ହାତୁଡା ମାଡ଼ ସହି ପୁଣି ଘଣାରେ ପେଶୀ ହେବାକୁ ପଡେ,ଓ ଶେଷ ପର୍ଯ୍ୟାୟରେ ତାର ସମାଜ ସଂସ୍କୃତି ପରିବାରର ଛାତ ହୋଇ ବଂସ ବୃଦ୍ଧି କରିପାରେ


ଜଣେ ନାରୀ ଏକ ମଣିଷକୁ ଜନ୍ମ ଦିଏ,ଏହା ପ୍ରଥିବୀର୍ କୋଣେ ଅନୁକୋଣେ ସର୍ଵଲୋକ ଙ୍କ ଜ୍ଞାନରେ ଅଛି,କିନ୍ତୁ ଭଗବାନ ଙ୍କ ସୃଷ୍ଟିର କି ବିଚିତ୍ର ଲୀଳା,,ଭାବିଲେ ମଣିଷକୁ ବର୍ଷ ବର୍ଷ ସମୟ ଲାଗିଯିବ,,ସେ ମଣିଷର ଆକୃତି କୌଣସି ବ୍ୟକ୍ତି ଯିଏ କି ନିଖୁଣ ଭାବରେ ନିଜର ଗର୍ଭ ଭିତରେ ଧରି କେବଳ ଦଶମାସ ଦଶଦିନରେ ଏତେ ବଡ଼ ଯନ୍ତ୍ର ଟିଏ ସୃଷ୍ଟି କରିପାରୁଛି ଯାହାକି ଏ ବୃଥିବୀର ବିଶ୍ୱାଳରୁ ବିଶାଳ ବୈଜ୍ଞାନିକ ମାନେ ବି କରିବାକୁ ସଖ୍ୟମତା ହାଶଲ କରିପାରିନାହାନ୍ତି,,,,ଏହା ହିଁ ସୃଷ୍ଟିର ବିସ୍ମୟ,,,,,ll

ଯଦି ମଣିଷ କୁତ୍ରିମ ମାଂସ,ରକ୍ତ ,ମେଦ ,ଅସ୍ଥି ଓ ଜୀବନ ସୃଷ୍ଟି କରିପରନ୍ତା ,ତେବେ ତ ଯେ ସେ ଭଗବାନ ହୋଇ ଯାଆନ୍ତା ଏହା ସତ୍ୟ,,,,ll

ଆଜି ମଣିଷ ସମାଜ କେବଳ,ଭଲ କୁ ଖରାପ, ଖରାପ କୁ ଅତୀ ଖରାପ କରିବାରେ ବ୍ୟସ୍ତ,,


ଆଦିମ ଅଧିବାଶି ଯିଏକି ନିଆଁ କଣ ଜାଣି ପାରି ନ ଥିଲା,ମା,ଭଉଣୀ,ଭାଇ,ସମାଜ,ସଂସ୍କୃତି ,ଜାତି, ନୀତି,ସଂସ୍କାର,ସଂସ୍କୃତି, ଲେଖା,ଲେଖି,ହସିବା, ଗୀତଗାଇବା କିଛି ସେ ଜାଣି ପାରି ନ ଥିଲା ଆଜି ସେ ଚନ୍ଦ୍ରାୟଣ ଚନ୍ଦ୍ରକୁ ଛାଡିବାକୁ ସକ୍ଷମ ହୋଇ ପାରିଲା କିମିତି


ଗୋଟାଏ ଛୋଟିଆ ଝରଣା,ଯିଏକି ଏକ ସୂତା ଭଳି ଅକୃତିରେ ବାହାରି ଏକ ବିଶାଳକାୟ ନଦୀରେ ପରିଣତ ହୋଇ ପାରୁଛି,

ଏକ ଅଂକୁର ଜିଇଁ ଏକ ଆକାଶ ଛୁଆଁ ବିଶାଳ ବୃକ୍ଷଟିଏ ହୋଇ ପାରୁଛି,ଏକ ଚକର ଜହ୍ନ କୁ ସ୍ପର୍ଶ କରିବାର ଅଭିପ୍ରାୟ ରଖି ପାରୁଛି,ଆଉ ଏକ ଉଇ ହୁଙ୍କାର ପ୍ରାୟଷରେ ତାର ବଂସ ବୃଦ୍ଧି କରିବାକୁ ଏକ ହୁଙ୍କାର ସୃଷ୍ଟି କରି ବଂଶ ର ସୁରକ୍ଷା ପାଇଁ ଏକ ବିଶାଳ ଅଟ୍ଟାଳିକା ଭଳି ହୁଙ୍କା ବନେଇ ପାରୁଛି


ଜୀବନକୁ ସଂଘର୍ଷ ଓ ସଂଘର୍ଷକୁ ନିଜର ଜୀବନ ବୋଲି ଭାବି,

ଇତିହାସ କୁ ସୃଷ୍ଟି କରିଥିବା ବହୁ ବିରଳ ବ୍ୟକ୍ତି ବିଶେଷ ଅଛନ୍ତି ଯାହାଙ୍କ କୀର୍ତ୍ତୀ ଅମଳିନ ହୋଇ ଆଜି ଭାରତ ତଥା ବିଦେଶରେ କୀର୍ତ୍ତିର ଘଣ୍ଟ ବାଜୁଛି,,ଏକ ଦୀନ ହୀନ ଦରିଦ୍ର ପରିବାରରୁ କେଉଁ ଏକ ରାସ୍ତାକଡରେ ସମାଜ ପେପେର,ଟ୍ରେନ ଭିତରେ ଚାହା ବିକାଳି, ବୁଟ ପାଳିଶ କରୁଥିବା,ଗୀତ ଗାଇ ଭିକ ମାଗୁଥିବା,ଏଇମିତି କେତେ କେତେ ବିଶିଷ୍ଟ ବ୍ୟକ୍ତି ମାନେ ନିଜର ଜୀବନକୁ ସଂଘର୍ଷରେ ସାମିଲ କରି ଆଜି,,ଭାରତର ପ୍ରଧାନ ମନ୍ତ୍ରୀ ହୋଇ ଦେଶ ତଥା ମାନବ ଜାତିର ମଙ୍ଗଳ କରି ଯଶ କୀର୍ତ୍ତୀ ଅକ୍ଷୁର୍ଣ୍ଣ ରଖି ଭାରତର ନାମକୁ ବିଶ୍ୱ ଦରବାରରେ ଆଗୁଆ ଧାଡିରେ ଦଣ୍ଡାୟମାନ କରିବାରର ନିଃସ୍ୱାର୍ଥପର ଭାବରେ ସକ୍ଷମ ହୋଇ ପାରିଛନ୍ତି


ମାନବ ନିଜେ ଭାଗବତ ନ ହେଲେ ପର୍ଯ୍ୟନ୍ତ' ତାର ମସ୍ତିଷ୍କ ଭିତରକୁ କେହି ଜ୍ଞାନ ଭରିଦେଇ ପରିବାର କ୍ଷମତା ନାହିଁ ଏ ମଣିଷକୁ,,,ସମାଜ ରେ ନିନ୍ଦା,ଅପବାଦ,ଘୃଣା,ନିର୍ଯ୍ୟାତନା,ଅହଂ,ଅକୁଶଳୀ ଭାବର ମାତ୍ର ଅଧିକ,ସାଧାରଣ ଭାବେ ମଣିଷ ଯଦି ମଣିଷକୁ ସାହାଯ୍ୟ ସହାନୁଭୂତି ଦେଖାଇ ଦିନ ଆସେ ମଣିଷ ପୂର୍ବ ସାହାଯ୍ୟ କୁ ଭୁଲି ନିଜେ ଏକ ଗଳ୍ପ ସୃଷ୍ଟି କରି ଇତିହାଶ କରିବାକୁ ଚେଷ୍ଟା କରି ଶେଷରେ ବିଫଳ ହୋଇ ଯାଇଥାଏ,କାରଣ ଯେ ଯାହା କରଇ ପାର୍ଥ ସେ ତାହା ଭୁଞ୍ଜଇ


ମଣିଷ ,ମଣିଷ ମାରେ, ଧନ ଓ ଔସ୍ଚଜ୍ୟ ଲାଭ କରିବାକୁ,ନାନା ଲାଲଶା ପୁର୍ଣ୍ଣ କାମ ଯାହାକି ସମାଜରେ ଘୃଣ୍ୟ ଠାରୁ ଅତୀଘୃଣ୍ୟ ହୋଇଥାଏ ସେ ସବୁକୁ ଭ୍ରୁକ୍ଷେପ ନ କରି ସମାଜ କୁ କୁସଂସ୍କାରରେ ଭରିଦିଏ,,ଯାହାକି ଏକ ରାବଣ ଭାନ୍ତି ନାରୀର ସମ୍ମାନ ଓ ନିଜର ସଂସ୍କାରକୁ ଭୁଲି ଶେଷ ପର୍ଯ୍ୟାୟରେ ମର୍ତ୍ତୃମୁହଁରେ ନିଜକୁ ସମର୍ପି ଦେଇଥାଏ


ମାଟି ପ୍ରୀତିର ଲାଲଷରେ ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ମହାନ ପଣ୍ଡିତ କୌଟଲ୍ୟଙ୍କ ଜୀଇଁବାର ଶୈଳୀ,ଭାବନା,ଚିନ୍ତାଧାରା ର ମାର୍ଗକୁ ଦେଖି ତାଙ୍କରି ଭାବନା ଓ ଜୀଇଁବାର ଶୈଳୀରେ ଅନୁପ୍ରାଣିତ ହୋଇ,,ଭାରତକୁ ଏକ ନୂଆ ଜୀବନ ଦେବା ସହ ପ୍ରଥିବୀ ଇତିହାଶେ ନିଜର ନାମ କୀର୍ତ୍ତନ କୁ ବଜାୟ ରଖି ପାରିଛନ୍ତି


ଶ୍ରୀକୃଷ୍ଣ ଶାରା ବିଶ୍ୱର ସୃଷ୍ଟି କର୍ତା ରୂପେ ହିନ୍ଦୁ ସଂସ୍କୃତିର ମୂଳ ଦେବତା ରୂପେ ପୂଜା ପାଉଛନ୍ତି,ସେ ବି ତ ଏକ ମାନବ ରୂପେ ଏହି ପୃଥିବୀ ରେ ମାଁଙ୍କ ଗର୍ଭରୁ ଦଶମାସ ଦଶଦିନରେ ଜନ୍ମ ଗ୍ରହଣ କରିଥିଲେ,ସେ କିପରି ଏକ ଦେବତା ହୋଇ ପାରିଲେ,ଆଜି ଶାରା ବିଶ୍ୱ ତାଙ୍କ ମୁଖରୁ ନିର୍ଗତ ଭାଗବତ ଗୀତା ର ବିଭିନ୍ନ ପ୍ରକାରର ଉପଦେଶ ,ଆଉ ନିୟମ ନିଷ୍ଠା କୁ ମାନି ଚଳି ଆସୁଛି,,ମହା ଭାରତର ର ଭୀଷ୍ମ ପିତାମହ ଙ୍କ ମାଟି ପ୍ରତି ପ୍ରିତୀ ଯେ ଶତ୍ରୁ ସହମିଶି ନିଜର ଅତୀ ଆପଣାର ପାଣ୍ଡବଙ୍କ ବିରୁଦ୍ଧରେ ମଧ୍ୟ ଯୁଦ୍ଧ କରିଥିଲେ,,,ସକୁନି ନିଜ ପୂର୍ବଜଙ୍କ ପ୍ରତିଶୋଧ ନେବାକୁ କୂଟ ଚକ୍ରାନ୍ତ କରି ପାଣ୍ଡବଙ୍କ ବିରୁଦ୍ଧ ରେ ରହି କୌରବ ବଂସ ର ଏକ ଏକ ଯୋଦ୍ଧା ଙ୍କୁ ବିନାଶ କରିପାରିଥିଲେ ବିନା ଅସ୍ତ୍ରରେ,ନିଜର ବୁଦ୍ଧି କୌଶଳର ବଳରେ


ନିଜର ଜୀବନକୁ ସୁଧାରିବା,ଯୁଗପଯୋଗୀ କରିବା,ଆଦର୍ଶ ସଂସ୍କୃତି ରେ ଜୀବନକୁ ଅନୁପ୍ରାଣିତ କରିବାର ଲକ୍ଷ ମଣିଷର ଜ୍ଞାନର ଓ ବଞ୍ଚିବାର ଚିନ୍ତାକୁ ସୁଗମ ପଥକୁ ନେଇଯାଇ ପାରେ,

ଏଥିରେ ଜୀବନ-ସୁଧାରିବା,ଭଜନ-ସାଧନ,ନାମ-ଜପ ଓ ସଦ ଆଚରଣ ,ସଦା ପ୍ରଭୁଭକ୍ତ ଓ ସର୍ଵଦା କର୍ମଠ କରିବାର ପ୍ରାୟଶ ମିଳି ପରିଥାଏ,,,, ଜୀବନକୁ ସତ୍ ସଙ୍ଗାତ ସହ ମିଶ୍ରଣ କଲେ ସେ ଯେଉଁ ଜୀବନ ସୃଷ୍ଟି ହୁଏ ତାହା ଉନ୍ନତ ମାର୍ଗକୁ ଯିବାପାଇଁ ମଣିଷକୁ ଅନୁପ୍ରାଣିତ କରିପାରେ ,,ନିଶ୍ଚୟ


ଯେମିତି ଯୁଦ୍ଧ ଭୂମିରେ ବିଗୁଲ ଶବ୍ଦ ଦ୍ୱାରା ସିପାହୀର ରକ୍ତରେ ରକ୍ତରେ ବିଜୁଳି ଭଳି ଏକ୍ ରୋମାଞ୍ଚ ସୃଷ୍ଟି ହୋଇ ନିଜର ଜୀବନକୁ ଭୃକ୍ଷେପ ନ କରି ଶତ୍ରୁ କୁ କଡା ଜବାବ ଦେଇ ପରିଥାଏ'' ସେହି ପରି ମଣିଷ ବଡ଼ ମାନଙ୍କ ଉପଦେଶ ଓ ଗୁରୁତୁଲ୍ୟ ବ୍ୟକ୍ତିଙ୍କ ବିଚାରଧାରାକୁ ନିଜ ଜୀବନରେ ପରିବର୍ତ୍ତନ ଆଣିବାକୁ ଗ୍ରହଣ କରିବା କଥା,ଜୋ ଦ୍ୱାରା ମସ୍ତିଷ୍କ ଓ ଜ୍ଞାନର ଭଣ୍ଡାରରେ ଶତ୍ରୁ ମାନଙ୍କ (କୁବୁଦ୍ଧି)ସହ ମୁକାବିଲା କରିବାର କ୍ଷମତା ପ୍ରାପ୍ତ ହୁଏ


ମୁଁ ଅନୁପ୍ରାଣିତ,,କହିବାକୁ ଗଲେ ଏକ କୁମ୍ଭରର ଜୀବନୀ,ସେ ମୃତ୍ତିକା ସଂଗ୍ରହ କରି ତା ଭିତରେ ଥିବା ଗୋଡି,ପଥର, କୁଟା ବାଲି ଇତ୍ୟାଦି ପରିଷ୍କାର କରି ଛାଣି,ତାକୁ ଘୁର୍ଣ୍ଣ ଚକିରେ ପକାଇ,

ଏକ ମାଟି ପାତ୍ର କଣ ଏତେ ସହଜରେ ହୁଏ,ତାକୁ ଏତେ ସୁନ୍ଦର ଗୋଲ ଆକୃତି କଣ କେବଳ ଘଣାରେ ପକେଇ ଦେଇ କାଢ଼ିଦେଲେ ହୋଇଯାଏ,,,ତାକୁ କେତେ ଦିନ ଖରାରେ ରଖି,

ଟିକିଏ ପାକଳ ହେଲେ ତାକୁ ପୁଣି ପାଣି ସିଞ୍ଚି ଏକ କାଠ ନିର୍ମିତ ହାତୁଡାରେ ପିଟି ପିଟି ଗୋଲ କରିବାକୁ ହୁଏ,ପୁଣି ତାକୁ ଏକ ସପ୍ତାହ ରଙ୍ଗ ବୋଳି ସୁଖଇବାକୁ ପଡେ,ପୁଣି ତାକୁ ଏକ ଜ୍ବଳନ୍ତ ଅଗ୍ନି ଭାଟି ଭିତରେ ବହୁ ଯତ୍ନସହକାରେ ରଖି ପଡିବାକୁ ହୁଏ,ସେ ସମ୍ପୂର୍ଣ୍ଣ ରୂପେ ଲାଲ ହୋଇ ନ ପଡିବା ଯାଏଁ ତାକୁ ସେହିପରି ସେଇ ଅଗ୍ନି ଭିତରେ ରହିବାକୁ ହୁଏ,,ଆଉ ଯେତେବେଳେ ବହାରକୁ ବାହାରେ ଏକ ସୁନ୍ଦର ଅଉ କଠିନ ମାଠିଆ ଟିଏ ହୋଇ ଜନ୍ମ ହୁଏ,,,,,ଯଦି ସେ ସେହି ଅଗ୍ନି ପୁର୍ଣ୍ଣ କୁଣ୍ଡକୁ ନିଖେପିତ ନ ହୁଅନ୍ତା ତା ଦେହରେ ପାଣି ରହି ପାରନ୍ତା ନାହିଁ,,ଏହା ସତ୍ୟ,ମୋର କହିବା ଉଦ୍ୟେସ୍ୟ ମୁଁ ଆଜି ଅନୁପ୍ରାଣିତ ଏଇଥିପାଇଁ ଯେ ମୁଁ ଏକ ଦିଶା ହୀନ ମଣିଷ ରୁ କେବଳ ଏକ ଅପିଟା ଅପଡା ମାଠିଆ ଟିଏ ହୋଇ ରହିଥିଲି ଆଉ ମୁଁ ମୋର ଗୁରୁତୁଲ୍ୟ ବା ଗୁରୁଙ୍କର କେତେ ଉପଦେଶ ଯାହାକି ମୁଁ ଆଜି ଦୁଇ ପଦ ଲେଖି ପାରୁଛି,ବା ଚିନ୍ତା କରିପାରୁଛି ଏହି ସବୁ କେବଳ ମୋ ଗୁରୁ ବା ଗୁରୁତୁଲ୍ୟ ବଡ଼ ମାନଙ୍କ ଦ୍ୱାରା ସମ୍ଭବ ହୋଇ ପାରିଛି,,,,,ll


ମୁକ୍ତ ଆକାଶ ,,

ଯେପରି ସୂର୍ଯ୍ୟଙ୍କୁ ନ ଜାଣି ଯଦି କେହି ସୂର୍ଯ୍ୟଙ୍କ ଆଗକୁ ଆସିଯାଏ,ତାହାହେଲେ ତାର ଶୀତ ବା ଥଣ୍ଡା ଦୂର ହୋଇଯାଇଥାଏ,ଏହା ସୂର୍ଯ୍ୟଙ୍କ ଏକ ସ୍ୱଭାବବିକ ଗୁଣ,,ll

ସେ ଭଳି ମହାତ୍ମାପୁରୁଷ,ମହତ କର୍ମରେ ଲିପ୍ତ ବ୍ୟକ୍ତି,ପରୋପକାରୀ,ଦୟବାନ ମଣିଷ ଙ୍କ ସଂସ୍ପର୍ଶରେ ଆସିବା ହିଁ ଏକ ଅନୁପ୍ରାଣିତ ର ସୁନ୍ଦର ସଂସ୍ପର୍ଶ,ମତେ ଜ୍ଞାନ ହେଇଗଲା,

ତାକୁ ଜ୍ଞାନୀ ବୋଲିମଣିବା ଉଚିତ ନୁହେଁ,କାରଣ ଏହିପରିକହିବା ଜ୍ଞାନତା, ଜ୍ଞାନର ଗଣ୍ୟ ଜ୍ଞାନୀ ମଧ୍ୟ ଅଜ୍ଞାନୀ ରୂପେ ପରିଗଣିତ ହୁଏ,,,ଏହା ସତ୍ୟ,,,,ଏଇଥିରୁ ମୁଁ ଅନୁପ୍ରାଣିତ ଯେ ମୋ ଜ୍ଞାନ କେବଳ ମାତ୍ର,ମୁଁ ଶିଖିବାର ପ୍ରାୟଷରେ ଜୀବନ ଜୀଇଁବାକୁ ଇଛୁକ


ଅ,ଆ ଠାରୁ ଅକ୍ଷୟଲ ପର୍ଯ୍ୟନ୍ତ ପାଠକର ରାସ୍ତା ଯଦି ହୁଅନ୍ତା ,କେବଳ ଏତିକି ଶିଖି ଜୀବନ ଅତିବାହିତ କରି,ଜୀବନର ମୂଲ୍ୟ ବୁଝିବା ଓ ଜ୍ଞାନର ସାଗର କୁ ଭେଦ କରିବା ଭଳି ଶକ୍ତି ହାଶଲ କରିବା ମାନବ ପକ୍ଷରେ ଅସମ୍ଭବ ହୋଇ ପଡ଼ନ୍ତା,,,,ତେଣୁ ଆଜି ମଣିଷ ଏକ ଭାଷା ନୁହଁ ସହଶ୍ର ଭାଷାର ସୃଷ୍ଟି କରିପାରିଛି,ଓ ଭିନ୍ନ ଭିନ୍ନ ଭାବର ପରିପ୍ରକାଶ କରି ଜିବନ ଜୀଇଁବାର କଳା ଶିଖି ପାରିଛି,,,ଏହା ମଣିଷ କୃତ


ତେଣୁ ମଣିଷକୁ ସାଧାରଣରେ ଜୀଇଁବା ଅପେକ୍ଷା ଏକ,ସାଧକ ହେବା ଆବଶ୍ୟକ ଅଛି,ସାଧନାର ଗୂଢ଼ ତତ୍ତ୍ୱ କୁ ବୁଝିବା ଓ ନିଜକୁ ଅଭ୍ୟାଶ ଭିତରକୁ ଠେଲିନେବା ଯଦି ମଣିଷ ଶିଖି ଅଭ୍ୟାଶ କରିପରିଲା ତାହାହେଲେ,ଉତ୍ତମ ସଦାଚାରି,ତ୍ୟାଗୀ,ଜ୍ଞାନୀ ମହାତ୍ମା ଦେଖା ଯିବେ ନିଶ୍ଚୟ,

ଓ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଶ୍ରେଷ୍ଟ କରିବାର ପ୍ରାୟଶ କରିବାର ପଥ ବି ମିଳିଯାଇ ପାରେ


ଯଦି ଜଣେ ଯୁବକ ଯୁବତୀ ଫାଶରେ ବା ତାର ଯୌବନର ଶିକାର ହୋଇ ନିଜକୁ ସେହି ଯୁବତୀର ସଂସ୍ପର୍ଶରେ ବା ତାର ରୂପ କାନ୍ତି କୁ ବାରମ୍ବାର ଭାବିବାରେ ନିଜର ବିଚାରକୁ କମାନା ଭିତରକୁ ଟାଣିନିଏ ତାହାହେଲେ ଧୀରେ ଧୀରେ ସେ ସେଇ ପଙ୍କ ଭିତରକୁ ନିଖେପିତ ହୁଏ ନିଜକୁ ନିଯେ ଜାଣିବାବି କଷ୍ଟ କର ହୋଇପଡେ,,,,ଏହା ସ୍ୱଭବବିକ କଥା


ତେଣୁ ନିଜର ସାରା ଜୀବନ କାଟୁଥିବା ସମୟରେ ଏତିକି ଚିନ୍ତା କରିବାର ପ୍ରୟାସ ରଖିବାକୁ ହେବ ଯେ,,,ମୁଁ କିଏ କାହିଁକି ଏହି ମାନବ ସମାଜ ଭିତରେ ମୋର ଜନ୍ମ ଦେଲା ଭଗବାନ

ନିଜର ସାରା ଜୀବନ ଏକ ଉନ୍ନତ ବିଚାର କ୍ରାନ୍ତି ଭିତରକୁ ନେଇ,

କେବଳ ମହାନ ପୁରୁଷ ମାନଙ୍କ ସଂସ୍ପର୍ଶରେ ଆଣି ସେମାନଙ୍କ ଲୀଳା,ଭାବନା,ରହସ୍ୟ ଓ ତାତ୍ଵିକ ଅମୃତମ୍ୟ କଥା ଭିତ୍ତିକୁ ହୃଦୟ ମସ୍ତିଷ୍କରେ ସ୍ଥାନଦେବା ଭଳି ଚିନ୍ତା ରଖି ନିଜକୁ ସେଇ ଦିଗରେ ଯିବାକୁ ଅନୁପ୍ରାଣିତ କରିବାକୁ ହେବ


ପାଗଳ ତା ବାଟ ଅଲଗା,ତାର ଚିନ୍ତା ଅଲଗା,କେତେବେଳେ ହସେ ତ ପୁଣି କେତେବେଳେ ଆଖିରୁ ଲୁହ ଝରେଇ ନିଜକୁ ଏକ ଭିନ୍ନ ଦୁନିଆ ଭିତରକୁ ଟାଣିନେଇଥାଏ

ଏକ ବାଳୁତ, ଅଜ୍ଞ ଯେତେବେଳେ ଏକଛୁରୀ ବା କଇଁଚି ଧରି ଖେଳିବାକୁ ପ୍ରୟାସ କରେ ସେତେବେଳେ ତା ମା ବା ତାର ଆପଣାର କିଏ ପାଶ୍ୱରେ ଥିଲେ ତାକୁ ଛଡ଼ାଇନିଆନ୍ତି,ଯଦି ପାଶ୍ୱରେ କେହି ନ ଥାନ୍ତି ପିଲାଟି ତାର ହାତ ବା ଦେହର କୌଣସି ଅଙ୍ଗ କଟିବାର ସମ୍ଭାବନା ନିଶ୍ଚୟ,କାରଣ ପାଗଳ ଚଞ୍ଚଳ ପ୍ରକୃତି,ନିଶ୍ଚୟ

ସେହିପରି ଏକ ପାଗଲର ମନକୁ ଆୟତ୍ତ ବା କିଏ କରିପାରିଛି,

ଯିଏ ଯାହାର ଜୀବନ ଜୀଇଁବାକୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର


କଲିଜା ଆମର ସ୍ୱତନ୍ତ୍ର ଭାବରେ ଗଠିତ ଏକ କଠୋର କରାଗୃହରେ ବନ୍ଦୀ ହୋଇ ରହିଛି ହେଲେ ତାର ବିନା ଶରୀରର ପକ୍ୱ ପାଚକ କ୍ରିୟା ଅସମ୍ଭବ,,କାଲିଜା ଭିତରେ ହୃଦୟକ୍ଷରେ ଯେଉଁ ଗୋଟାଏ ନାଡୀ ଅଛି,ଯାହାକୁ ସୁସମ୍ନା କହନ୍ତି,ତା ଭିତରେ

ସମସ୍ତ ପ୍ରାଣୀଙ୍କର ହୃଦୟଦେଶରେ ସ୍ଥିତ ଦେବ ସ୍ୱରୂପ କୁ ଜ୍ଞାନର ପ୍ରବାହରେ ଭେଦ କରାଇ ପାରିଲେ ବା ମସ୍ତିଷ୍କ ସହ ଯୋଡି ଚିନ୍ତନକୁଉନ୍ନତ କରାଇ ପାରିଲେ ଯାଇ ମହାପୁରୁଷ ମାନଙ୍କ ଜ୍ଞାନ ଆରୋହଣ କରିହୁଏ


ମୁଁ ଅନୁପ୍ରାଣିତ ଏହା ସତ୍ୟ ,ମୋ ପିତା,ବଡ଼ ଭାଇ,ମୋ ବନ୍ଧୁ,ସଖା,ସହୋଦର ଓ ମୋ ଗୁରୁ ବର୍ଗକୁ ନେଇ


ମୁଁ ଅନୁଭବ କରିଛି,ମନୁଷ୍ୟର ପ୍ରକୃତି ସ୍ୱାଭାବିକ ଓ ସୌମ୍ୟ ଅଟେ,ଯେତେବେଳେ ମଣିଷ ଅପକର୍ମ କରି ତଳିତାଳନ୍ତ ହୋଇ ଏକ ହୀନ ଓ ଘୃଣ୍ୟ ମଣିଷରୂପେ ବିବେଚିତ ହୁଏ ସେତେବେଳେ ହିଁ ସେ ନିଜର ଭୁଲ ବୁଝି ପାରେ ତାକୁ ସୁଧାରିବାକୁ ସେତେବେଳେକୁ ଆଉ ସମୟ ମିଳି ନ ଥାଏ,

ସେ ତଳି ତାଳାନ୍ତ ହୋଇ ନର୍କ ଗାମୀ ହୁଏ


ମୁଁ ଅନୁଭବ କରିପାରିଛି,ଜୀବନରେ ଯାହା ହରେଇବସିଛି ତାହା ମୋର ଇହ ଜନ୍ମରେ ପୁରଣ କରିବା ସମ୍ଭବ କଦାଚିତ ନୁହେଁ,

ମୁଁ ବା ମୋ ଭଳି ମଣିଷ ଏ ସଂସାର ର ଏକ ପୁର୍ଣ୍ଣ କଳଙ୍କ,ଏହା ସତ୍ୟ,,,ନିଜକୁ ନିଜେ ଜାଣିବାକୁ ବହୁ ବର୍ଷ ଲାଗିଯାଇଛି ,ବହୁତ କିଛି ହରେଇଛି,ଯାହା ହଜି ଯାଇଛି ତାହା ଏ ଜୀବନ ଝୁରିବା ଛଡା କିଛି ଉପାୟ ନାହିଁ,,,କିନ୍ତୁ ବର୍ତ୍ତମାନ ବି ସମୟର ସଦୁପଯୋଗ କରିବାର ସୁଯୋଗ ଆସିଛି,,ବୋଧେ ପାରିବି,

ଆଉ ଯେତେ ଦିନ ବଞ୍ଚିବି କିଛି କରିଵାର୍ ପ୍ରୟାସ କରିବି,

ଉନ୍ନତ ପଥ ଚୟନ କରିବାର ଡେରି ହେଲା ସତ କିନ୍ତୁ ଅଗାମୀସୁରୁଜ ମୋ ପାଇଁ ବୋଧେ ନୂଆ କିରଣ ସୁ ଅଭାଷ ଦେଇଉଛି,,ଦେଖାଯାଉ ମୋ ଆଗାମୀ ପଥ ସୁଗମ ଅଛି ନା ମତେ ଦୁର୍ଗମ ପଥ ଅତିକ୍ରମ କରିବାକୁ ପଡିବ


ମୁଁ ଅନୁରଣୀତ ,ମହାତ୍ମା ମାନଙ୍କ ଭାବନାରେ,ମହାଭାରତର ଭାଗବତ ଗୀତାରେ,ମହାତ୍ମା ବିଦୁରଙ୍କ ସତ୍ ପଥରେ,ଚାଣକୟ ଙ୍କ ଉପଦେଶ ଭିତ୍ତିରେ ଆଉ ଭାରତ ମାଟିର ସହିଦ ଭୂମିର ହୃଦୟସ୍ପର୍ଶୀ ଭାବନା ମାଟି ପ୍ରିତୀରେ



Rate this content
Log in

Similar oriya story from Inspirational