STORYMIRROR

Prabhanjana Tripathy

Horror

3  

Prabhanjana Tripathy

Horror

ଅନ୍ଧାର ରାତିର ରହସ୍ୟ

ଅନ୍ଧାର ରାତିର ରହସ୍ୟ

3 mins
615


ରାତି ୧ ଘଣ୍ଟା ୨୧ ମିନିଟ । ଗାଁ ଭିତର ପୁରା ଶୁନ୍ ଶାନ୍ କାଁ ଭାଁ କୋଉଠି ନବଜାତ ଶିଶୁ କାନ୍ଦିବାର ସ୍ୱର,ଗାଁ କୁଡ଼ିଆ ଛାତକୁ ପାର ହୋଇ ବେଳେ ବେଳେ ଶୁଭୁଛି କ୍ଷୀଣ ସ୍ୱରରେ । ଆଉ ହୁମାଗୁଞ୍ଜି ନାମକ ରାତ୍ରିଚୋର (ପେଚାଟିଏ) ହୁଉଁ ହୁଉଁ ରଡି କରି ଫତ୍ ଫତ୍ ସ୍ୱରରେ ଡେଣା ଝାଡି ଆହାର ଅନ୍ୱେଷଣରେ ବ୍ୟସ୍ତ । ମତେ ମୋଟେ ନିଦ ନାହିଁ କେବଳ ଭାବନାର ସାଗର ଭିତରକୁ ଟାଣି ଟାଣି ନେଉଛି ଅଭାବୀ ଜୀବନ । ଗୁଡାଏ କଥାର ଅନନ୍ତ ଗହୀର ଭିତରକୁ ।


ଭାବିଲି କିଛି ସମୟ ଦାଣ୍ଡରେ ବୁଲିଲେ କାଳେ ନିଦ ଆସିବ । ହାତରେ ନିଦ୍ଦା ବାଉଁଶର ୫ ଫୁଟିଆ ଠେଙ୍ଗାଟିଏ ଧରି ଦାଣ୍ଡକୁ ଯିବାକୁ ବାହାରି ପଡ଼ିଲି । କାନ୍ଥ ଘଣ୍ଟା ତାରି ଟିକ୍ ଟିକ୍ ଶବ୍ଦକୁ ମୋ କାନର ପରଦାକୁ ଛୁଇଁ ଦେଇ କହିଲା ସମୟ ଏବେ ୧ ଘଣ୍ଟା୨୫ମିଣ୍ଟ, ହଉ ମନ ତ ବାହାରକୁ ଯିବାର ବାଟ କାଢ଼ିଲାଣି ଧୀରେ ଧୀରେ ପାଦ ବଢ଼େଇଲି । ଗାଁ ଦାଣ୍ଡରେ ବୁଲା କୁକୁରଙ୍କ ଗହଳି ଭୌ ଭୌ କରି ମନ୍ଦାଏ କୁକୁର ମୋ ଆଡ଼କୁ ଗୋଡ଼ାଇ ଆସିଲେ । ଡର ବି ଲାଗିଲା ହେଲେ ବି ହାତ ଠେଙ୍ଗାଟି ତା କାମ କରିଗଲା ।

ଆଉ ଚିନ୍ତା ନାହିଁ ଚାଲିଲି ଗୁଣୁ ଗୁଣୁ ହୋଇ ଓଠରେ ଗୀତଟିଏ ଗାଇବାକୁ ଆରମ୍ଭ କଲି ପୁରୁଣା ହିନ୍ଦୀ ଗୀତ ମୋର ଅତୀ ପ୍ରିୟ ।


ଆମ ଗାଁ ଚାରିଆଡେ ବନ୍ଧ (ପୋଖରୀ), କେତେ ସୁନ୍ଦର ପରିବେଶ,ସବୁ ଜାଗା ଯୋଡ଼ା ଯୋଡ଼ା ବନ୍ଧ,ଭାବିଲି ସେଇ ଗାଁର ମୁଖ୍ୟ ବନ୍ଧ ଆଡେ ବୁଲି ଆସିବି । ସେଇ ଗାଁର ମୁଖ୍ୟ ବନ୍ଧ ଓ ଶ୍ମଶାନ ପାଖରେ ଥିବାରୁ ହିନ୍ଦୁ ସମ୍ପ୍ରଦାୟ ହୋଇଥିବା ହେତୁ ଆମ ଗ୍ରାମର ଶ୍ମଶାନ କାର୍ଯ୍ୟ ବି ସେଇ ପୋଖରୀ ଉପରେ ହିଁ ହୁଏ। କଦମ୍ବ ଗଛ ଟିଏ ମିଞ୍ଜି ମିଞ୍ଜି ଆଲୁଅ ଗାଁ ଲାଇଟ ଖମ୍ବର ରାସ୍ତା ବାରି ହେଉଛି । ହେଲେ ବି ଗଛ ତଳେ ଟିକିଏ ଅନ୍ଧାର ଅନ୍ଧାର ଲାଗୁଛି । ସେ ଯାହାହେଉ ଆଗକୁ ଯିବାର ପ୍ରୟାଶ କରି ପାଦ ବଢ଼େଇ ଚାଲିଲି । ସେଇ ବନ୍ଧର ସେଇ ପଟ ଗାଁ ଶ୍ମଶାନ । ମୋ ଅଜା ,ଆଇ,ଭାଇ,ବାପା,ମାଁଙ୍କ ବଶା । ଗୀତ ସିନା ଗୁଣୁ ଗୁଣୁ ଗାଉଛି ହେଲେ ଭାବନା କେବଳ ଆକାଶ ଛୁଆଁ । ବିଭିନ୍ନ ଭାବନାର ଭିତର ଦେଇ ବନ୍ଧ ହୁଡାରେ ସିମେଣ୍ଟ ପିଣ୍ଢାଟିଏ ଲଥ କିନି ବସିପଡ଼ିଲି ସେଇ ପିଣ୍ଢାରେ । ମୋ ମୁହଁ ସେଇ ଶ୍ମଶାନ ଆଡକୁ କରି। ଦୂରରୁ ସେ ଶ୍ମଶାନ ବାରି ହେଉନି ଘଞ୍ଚ ଗଛ ଲତାର ଗହଳି ଭିତରେ, କିଏ ଜଣେ ଆଲୁଅ ଧରି ବୁଲିବାର ଦେଖିଲି ସେଇ ଶ୍ମଶାନ ଭିତରେ ।


ବେଳେ ବେଳେ ଆଲୁଅ ଲିଭି ଲିଭି ଯାଉଥିଲା,ପୁଣି ଆଲୁଅ ଉଜାଗର ହୋଇ ସତେକି ଏକ ପୁରୁଣା ପମ୍ପଦିଆ ପେଟରମାକ୍ସ ଲାଇଟର ଆଲୋକ ଭଳି ନଜରକୁ ଆସୁଥିଲା ।ମୁଁ ଟିକିଏ ଉତ୍ସାହିତ ହୋଇ ଉଠିଲି । ଜାଣିବାର ପ୍ରୟାସ କରି ହଠାତ୍ ଉଠି ପଡ଼ିଲି ବନ୍ଧ ହୁଡାର ସେ ସିମେଣ୍ଟ ପିଣ୍ଢାରୁ । ଆଗେଇଲି ଦେଖିବା ସେ ଜୀବନଟି କଅଣ, ଏତେ ରାତିରେ କିଏ ଶ୍ମଶାନ ଭିତରେ କି କାର୍ଜ୍ୟେ ଆସିଅଛି ।


ପ୍ରାୟ ୨୦୦ ମିଟର ଦୂର ବାକି ଅଛି ଏବେ ଆକାଶରେ ଘଡିମରା ଜହ୍ନ ଉଦୟ ହେଇ ଆସୁଛି ଟିକିଏ ଟିକିଏ ଉପରକୁ ଉଠିବାର ପ୍ରୟାସରେ ଜହ୍ନ । ଆଲୋକ କେବଳ ପାଖ ଲୋକଙ୍କ ମୁହଁ କାଳିଆ ରୂପରେ ଚିହ୍ନି ହେଇପାରିବ।


ଦଳ ଦଳ ବାଦୁଡି ଶ୍ମଶାନର କେନ୍ଦୁ ଗଛରେ ପାଚିଥିବା କେନ୍ଦୁ ଖାଇବାରେ ବ୍ୟସ୍ତ । ଏଇ ମୁହୂର୍ତ୍ତରେ ମତେ ଦୈଵ ଛାଡିଥିଲା ଭଳି ଅନୁଭବ ହେଉଥିଲା ।ଆଚମ୍ବିତ ସେ ସ୍ୱର ବହୁତ କର୍କଶ ସତେ କି କିଏ ଶଙ୍ଖୀକୁ କାହାର ଜାବୁଡି ଧରିଛି । ମିଞ୍ଜି ମିଞ୍ଜି ଦେଖା ଯାଉଥିବା ରାତିରେ ହଠାତ୍ ସେ ଆଲୁଅ ପୁଣି ଜଳି ଉଠିଲା ସାଉଁ କରି ! ମୋ ଛାତି ଭିତରଟା ଥରିଉଠିଥିଲା । ସେତେବେଳେ ଦେହରେ ଶୀତ କଣ୍ଟା ମାରି ମୋ ଶୀରର ଚୂଳ ବି ଠିଆ ହେଇ ଯାଉଥିଲା,ଭୟାନକ ଦୃଶ୍ୟ । ସମୟର ପତା ନାହିଁ । ମୁଁ ଉପାୟ ଶୂନ୍ୟ ପଡି ଆସୁଛି ପଛ ଘୁଞ୍ଚା ଦେବାକୁ ବାଧ୍ୟ କ'ଣ କରିବି, କିଏ ଜଣେ ଛାୟା ଭଳି ଦେଖାଯାଉଥିବା ଜୀବନ । ନା ନା ମୃତ,ନା ନା ଭୂତ…! କେଜାଣି କିଏ ଯେ,ମୋ ଭାବନାର ବାହାରେ । ସାହସ ଆସିବାକୁ ଆଉ ନାହିଁ ପବନ ଗତିରେ ଚଳ ପ୍ରଚଳ ସେ ଜୀଵ । ମାଟିକୁ ପାଦ ଛୁଇଁ ନି କେବଳ ମାତ୍ର ବେଳେ ବେଳେ ଆଲୋକର ସେ ଭୟଙ୍କର ଉଜ୍ବଳ । ମୁଁ ଆଉ ଅଛି ! କେତେବେଳେ ଘରକୁ ଆସି କବାଟ କିଳି ଶୋଇପଡ଼ିଲି ଜାଣି ପାରିନି। ଧନ୍ୟ ସେ ରାତିର ରହସ୍ୟ ସତରେ କଅଣ ଭୂତ ନା କେଉଁ ତାନ୍ତ୍ରିକ,ନା ଡାହାଣୀ,ଏଇ ସବୁ ଆଜି ବି ପ୍ରଶ୍ନ ହୋଇ ରହିଯାଇଛି ମୋ ମନରେ…. କାଳ୍ପନିକ ।



Rate this content
Log in

Similar oriya story from Horror