STORYMIRROR

Reeta aparajeeta Mohanty

Romance Tragedy

3  

Reeta aparajeeta Mohanty

Romance Tragedy

ମାନସୀ

ମାନସୀ

1 min
287

ତମେ ମୋ ହାତ କେବେ ଛାଡିବନି ବୋଲି କଥା ଦେଇଥିଲା। ହେଲେ ତୁମର ସବୁ କଥା ମିଛ ବୋଲି ମୁଁ ଆଜି ଜାଣିଲି ମାନସୀ।

ଝରଣାର ଝର ପରି ମୋ ଜୀବନରେ ସଦା ତୁମ ପ୍ରେମର ଝର ବୋହିବ ତୁମେ କଥା ଦେଇଥିଲ। ତୁମ କଥା କଥାରେ ରହିଗଲା ।

ଦେହରେ ଚନ୍ଦନ ଫୁଲର ହାର ଗଳେଇ ତୁମେ ଫଟୋ ଫ୍ରେମରେ ହସୁଛ।ନା ମାନସୀ ମାନେ ମନର ମାନସୀ। ତମ ନାଁ ମାନସୀ କିଏ ରଖିଥିଲା ଜାଣେନି। ତୁମେ ମୋ ମନ ଭାଙ୍ଗି ଏବେ ନୀଳ ଆକାଶର ତାରା ହେଇଗଲାଣି ବୋଧେ।

ସାନ ଝିଅର ବାହାଘର ପରେ ହଟାତ ତୁମ ଛାତିରେ ଯନ୍ତ୍ରଣା। ଦୁଇ ଦିନ ପରେ ମୋ ପାଖରେ ଶୋଇଥିଲା ତା ପରେ ଯେତେ ଡାକିଲେ ତମେ ଉଠୁନ।ସେଦିନ ମୁଁ ଜାଣିଲି ତମେ ମତେ ନୁହେଁ ଭଗବାନଙ୍କୁ ବେଶୀ ଭଲପାଉଥିଲ ।ସେଥିପାଇଁ ତ ଆମ ସମସ୍ତଙ୍କ ହାତ ଛାଡି ତୁମେ ମତେ ଧୋକା ଦେଇ ପ୍ରଭୁ ପାଖକୁ ଚାଲିଗଲା। ହେଲେ ତୁମ ସ୍ମୃତି ମୋ ଆଖ ପାଖରେ ଏମିତି ଗୋଟେ ସ୍ମୃତିର ପ୍ରାଚୀର ପରି ଠିଆ ହେଇଯାଇଛି। ସେଠି ଖାଲି ତୁମ ଓ ମୋ ଛଡ଼ା ଆଉ କାହାର ପ୍ରବେଶ ମନା।କେବେ ମାନସୀ ମତେ ଚାନ୍ଦର ଦେଶରୁ ହାତ ଠାରି ଡାକିବ ମୁଁ ସେଇ ଦିନକୁ ଅନେଇ ବସିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance