STORYMIRROR

Reeta aparajeeta Mohanty

Abstract Inspirational

4  

Reeta aparajeeta Mohanty

Abstract Inspirational

ଝିଅ ନୁହେଁ ସିଏ ହୀରା ଟିଏ

ଝିଅ ନୁହେଁ ସିଏ ହୀରା ଟିଏ

1 min
419


ସେତେବେଳେ ଝିଅଙ୍କୁ ପାଠ ପ୍ରାୟ ପଢ଼ା ହେଉ ନଥିଲା ଲୋକ ଖାଲି ଝିଅ ର ବାହାଘର କରି ଦ୍ବାଇତ୍ୱ ସାରି ଦେଉଥିଲେ। ସେ ସମୟର ବ୍ୟତିକ୍ରମ ହେଲେ ହୃର୍ଷିକେଶ ସେ ଗାଁରେ ସ୍କୁଲ ନଥିବା ସତ୍ତ୍ୱେ ସେ ନିଜ ଝିଅକୁ କଟକ ରେଭେନ୍ସା କଲିଜିୟଟ ସ୍କୁଲରେ ପାଠ ପଢେଇଥିଲେ। ପୁଣି ପରେ ପରେ ଶୈଳବାଳ କଲେଜରେ ସେ ଝିଅକୁ ପାଠ ପଢେଇଥିଲେ। ଝିଅର ନାଁ ଯେମିତି ସେବି ସେମିତି ଶାନ୍ତ ସରଳ । ଝିଅର ନାଁ ଶାନ୍ତି । ସମୟ କ୍ରମେ ପିୟୁ

ପଢୁ ପଢୁ ନଟବର ମହାପାତ୍ରଙ୍କ ସାନ ଭାଇ ତୀର୍ଥlନନ୍ଦଙ୍କୁ

ବିବାହ କରନ୍ତି।ଶlଶୁ ଘରେ ମଧ୍ୟ ତାଙ୍କ ପାଠ ପଢ଼ାରେ

ସମର୍ଥନ କରନ୍ତି ତେଣୁ ସେ ବିଏ ପରେ ବିଏଡ଼ କରନ୍ତି।

ଗୋଟିଏ ଶିକ୍ଷୟିତ୍ରୀ ପାଲଟିଗଲେ । ସେ ତାଙ୍କ ବ୍ୟବହାର 

ଓ ଭଲ ପାଠ ଯୋଗୁ ପିଲମାନଙ୍କ ପାଖରେ ପ୍ରିୟ ଶିକ୍ଷୟିତ୍ରୀ ପାଲଟିଗଲେ। ତାଙ୍କ ଗାଁର ପ୍ରଥମ ପାଠ ପଢିଥିବା ଝିଅ ସେ । ସତରେ ସେ ଝିଅ ନୁହେଁ ସିଏ ହୀରା ଟିଏ। ସେ ମୋ ବୋଉ ତାଙ୍କର ସବୁ କଥା ଅନୋଖା କଥାରେ ମନ କିଣିନିଅନ୍ତି।ଦେଖିବାକୁ ଯେମିତି ବ୍ୟବହାର ବି ସେମିତି ମୁଁ ବହୁତ ଭଲ କଥା

ତାଙ୍କଠୁ ଶିଖିଛି। ଘରକୁ କିଏ ଆସିଲେ ସେ ତାକୁ ପେଟେ ନ ଖୁଆଇ ଛାଡ଼ନ୍ତି ନାହିଁ। ଘର ଠୁ ବାହାରେ ସବୁଠି ଶାନ୍ତି ଦିଦି ଭାବରେ ପରିଚିତ ।ବାପା ବି ମାଙ୍କୁ ବହୁତ ସମର୍ଥନ କରନ୍ତି।ନହେଲେ ସେ ସମୟରେ ଗୋଟିଏ ନାରୀକୁ ଆଗେଇବା ସମ୍ଭବ ନୁହେଁ ।ସେତେବେଳେ ଯଦି ନାରୀ ହୋଇ ଗୋଟିଏ ଉଦାହରଣ ପାଲଟିଗଲେ । ସେଥିପାଇଁ ତାଙ୍କ ପରିବାର ହିଁ ଦାୟୀ। ଆଶା ମୋର ଛୋଟ କାହାଣୀ ଆପଣମାନଙ୍କୁ ବି ବହୁତ ଭଲ ଲାଗିଵ ।

 ପ୍ରକୃତ ରେ ସେ ଦୁହିତା ଦୁଇ କୁଳ ହିତାର ବଲିଷ୍ଟ ଉଦାହରଣ ଟିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract