STORYMIRROR

Reeta aparajeeta Mohanty

Inspirational

4  

Reeta aparajeeta Mohanty

Inspirational

ସମ୍ପଦ ବେଳେ ସର୍ବେ ସଖା

ସମ୍ପଦ ବେଳେ ସର୍ବେ ସଖା

2 mins
321


ରଘୁ ଜେଜେ ଆଜି ଆଉ ଆମ ଗ୍ରହଣରେ ନାହଁlନ୍ତି। ହେଲେ

ତାଙ୍କ ବହୁତ ଭଲ କାମ ଆଜି ମନ ଅଛି ମୋର। ସାଙ୍ଗମାନେ ତାଙ୍କ କଥା ମନେପକେଇବାକୁ ମୁଁ ଏକଥାଟି କହୁଛି। ସେଦିନ ରବିବାର ଆମ ସବୁ ପିଲାଙ୍କ ସ୍କୁଲ ଛୁଟି ଘରେ ବାହାରେ ଖାଲି ଖେଳ ଆଉ ଗଣ୍ଡଗୋଳ କରୁଥିଲୁ। ସେହି ସମୟରେ ରଘୁ ଅଜା ଆମ ପାଖକୁ ଆସିଲେ ତାଙ୍କ ବଙ୍କୁଲି ବାଡ଼ିଟି ଧରି । ଆସ ପିଲେ ଏ ମଶିଣା ମୁଁ ପାରି ରଖିଛି ମୋ ପାଖରେ ବସ ମୁଁ ଗପଟିଏ କହିବି। ଆମ ସବୁ ସୁନା ପିଲା ପରି ଆସି ବସିଗଲୁ ଗପ ଶୁଣିବା ପାଇଁ ସେ ତାଙ୍କ ପକେଟରେ ତାଙ୍କ ଆଣିଥିବା ବିଦେଶୀ ଚକୋଲେଟ ଆଣିଥିଲେ ଆମକୁ ଦେଲେ । ତା ପରେ

ଗପ କହିବା ଆମେମାନେ ମନଯୋଗ ଦେଇ ଶୁଣୁଥିଲୁ। ବୁବୁଙ୍କ ବାପା ବହୁତ ବଡ଼ ଜମିଦାର ଥିଲେ। ଏତେ ବଡ଼ ଅଚଳାଚଳ ସମ୍ପତ୍ତିର ଏକମାତ୍ର ଉତ୍ତ୍ୱରିଅଧିକାରୀ ସେ। ତେଣୁ ସେ ଯେତେବେଳେ ଯାହା ଚାହୁଁଥିଲା ତା ସବୁ ଜିଦ ପୁରା ହେଉଥିଲା ତେଣୁ ସେ ଗର୍ବରେ ମାତି ପଢ଼ାପଢ଼ି ନ କରି କେବଳ ମଉଜ ମଜଲିସ ସାଙ୍ଗସାଥୀରେ ମାତି ରହୁଥିଲା ସେମାନେ ବି ତାଠୁ ମାଗଣାରେ ଖାଇ ପିଇ ତାକୁ ଖାଲି ଟେକୁଥିଲେ। ବାପା ମା ବହୁତ ବୁଝେଇଲେ ଟିକେ ପାଠ ପ୍ରତି ଧ୍ୟାନ ଦେ ସେ କିଛି ଶୁଣିଲାନି। ହଟାତ ଦିନେ ତା ବାପାଙ୍କ ହୃଦଘlତ ହେଲା ସେ ହସ୍ପିଟାଲରେ ଭର୍ତ୍ତି ହେଲେ । ସେତେବେଳେ ବୁବୁ ମୁଣ୍ଡରେ ଚକଡ଼ ପଡିଲା ତା ବାପାଙ୍କ କାମ ବୁଝୁଥିବା ଲୋକହିଁ ତାଙ୍କୁ ଠକି ଦେଲେ । ବୁବୁର ସାଙ୍ଗମାନେ ତାର ଧରା ଛୁଆ ଦେଉ ନଥିଲେ ।ତେଣୁ ତ କୁହଁନ୍ତି ସମ୍ପଦରେ ସର୍ବେ ସଖା ବିପଦ ବେଳେ ନ ଦିଅନ୍ତି ଦେଖା। ସେହି ଖରାପ ସାଙ୍ଗଙ୍କ ସଙ୍ଗ ଛାଡିଦେଲା ମନ ଦେଇ ପାଠ ପଡ଼ିଲା । ତା ବାପା ବି ଧୀରେ ଧୀରେ ସୁସ୍ଥ ହେଲେ ସେ ଯେଉଁଦିନ ଘର କୁ ଫେରିଲେ ସେଦିନ ବୁବୁ ତାଙ୍କ ପାଇଁ ତା ଅଫିସ ଘର ସୁନ୍ଦର ଭାବରେ ସଜେଇଥିଲା। । ଜମିଦାରବାବୁ  ପୁଅର ଏ କାର୍ଯ୍ୟ ବହୁତ ଖୁସି ତାକୁ ଗେହ୍ଲା କରିଲେ ।ତାକୁ କହିଲେ ବିଦ୍ୟା ଏମିତି ଧନ ତାକୁ ଚୋର ଚୋରୀ କରିପାରେନି। ଜୀବନରେ ଗୋଟିଏ ସାଙ୍ଗ କରିବା ସେ ଯିଏ ଆମ ବିପଦ ଆପଦରେ କାମରେ ଆସୁଥିବ।ନହେଲେ ଏ ଧନ ଲୋଭର ବନ୍ଧୁ ଆଜି ଲୋଭରେ ଥିବେ ତୁମ ବିପଦ ବେଳେ ତୁମ ହାତଛାଡି ଦେବେ। ସେ ଏମିତି ସୁନ୍ଦର ଗପ କହି ଆମକୁ ପଚାରିଥିଲେ ଏ ଗପରୁ କଣ ବୁଝିଲ ଆମେ ସମସ୍ତେ କହିଥିଲୁ ବନ୍ଧୁ ବାଛିଲl ବେଳେ ନିଃସ୍ୱାର୍ଥପର ବନ୍ଧୁ ବାଛିବା ଯେ ବିପଦ ସମୟରେ ଆମ ହାତ ଛାଡିଵ ନାହିଁ। 

ଯେମିତି ରଘୁ ଜେଜେ ଆମ ଗ୍ରହଣରେ ନାହଁlନ୍ତି ତାଙ୍କ ଗଳ୍ପ

ଦ୍ଵାର ଆଜି ଆମ ହୃଦୟରେ ଜୀବନ୍ତ। ମୁଁ ଏତିକି କହି ଆଉ କିଚି

କହିପାରିଲିନି ମୋ କଣ୍ଠ ବାଷ୍ପରୁଧ୍ୟ ହେଉଥିଲା ସେଠି ବସିଥିବା

ସଭିଙ୍କ ଆଖିରେ ଲୁହ ଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational