STORYMIRROR

Reeta aparajeeta Mohanty

Others

2  

Reeta aparajeeta Mohanty

Others

ମୋ ଡାଇରୀ କିଛି ଅନାଵନା ପୃଷ୍ଠା -

ମୋ ଡାଇରୀ କିଛି ଅନାଵନା ପୃଷ୍ଠା -

1 min
111

ମୋ ଡାଇରୀ ଲେଖା ଚାଲିଛି। ଜୀବନର ଗୋଟିଏ ସୁନ୍ଦର ଅନୁଭବ ମୁଁ ସାଉଁଠି ଚାଲିଛି। ଏବେ ଗାଡି ମଟର ଗହଳ ଚହଳ

ନାହିଁ। ତେଣୁ ସକାଳୁ ସକାଳୁ ସୁନ୍ଦର ପକ୍ଷୀ ଗୀତ ଶୁଣିବାକୁ ମିଳୁଛି। କାଲି ଘର ପାଖରେ ପରିବା ଗାଡ଼ି ଆସିଥିଲା। ଗାଡ଼ିରେ ପରିବା ଆଣିବା ଆମ ପାଇଁ ଗୋଟିଏ ନୂଆ ଅନୁଭବ ଥିଲା।

ପୁଅର ସ୍କୁଲ ପାଠ ଅନ ଲାଇନିରେ ଚାଳିଛି।ଜୁମ ଆପରେ Class ହେଉଛି। ନହେଲେ ହ୍ଵାଟ୍ସଆପ ରେ ପାଠ ପଢ଼ାହେଉଛି। ଏ ସବୁ ଭିନ୍ନ ଅନୁଭବ। ସମସ୍ତେ ଘରେ ଅଛନ୍ତି ଆଜି ନୂଆ ସକାଳ ନେଇ ଆସିଛି । ଆଉ ରବିବାର ପରି ଲାଗୁନି। ଶୁକ୍ରବାର ଯେଉଁ ମାଛ ଆଣିଥିଲେ ଫ୍ରିଜରେ ଥିଲା।

ସେ ରୋହୀ ମାଛ ଶୋରିଷ ଦେଇ ବେଶର, ଚୁନା ପତୁଆ,ଆଉ ମାଛ ଖଟା। ଏମିତି ଭାବେ ବଢ଼ିଆ ଖାଇବା ଗଲା। ସନ୍ଧ୍ୟାରେ ବା ପର୍ଵ ସହ ଅନ ଲାଇନ କବିତା ଆସର ବହୁତ ଭଲ ଗଲା।ଘରେ ସମସ୍ତେ ଥିଲେ । ସମୟ କେମିତି ବିତେ ଜଣା ପଡେନି

ମୁଁ ଏଇ ତାଲାବନ୍ଦ ସମୟ ନିଜ ଘରେ ରହି କାଟୁଛି। ଆଉ ଆପଣ ମାନେ କେମିତି ସମୟ କାଟୁଛନ୍ତି କହିବେ। ଏ ସମୟର ବାର୍ତା ନିଜ ଘରେ ରହିବା ସୁରକ୍ଷିତ ରହିବା । କରୋନା କୁ ହରେଇବା।



Rate this content
Log in