STORYMIRROR

Reeta aparajeeta Mohanty

Abstract

4  

Reeta aparajeeta Mohanty

Abstract

ପ୍ରଭୁ ସବୁଠି ଅଛନ୍ତି

ପ୍ରଭୁ ସବୁଠି ଅଛନ୍ତି

2 mins
349


ଗୋପାଳ ବୋଲି ଜଣେ ବାଳକ ଥିଲା ।ସେ ଅଳ୍ପଦିନ

ହେଲା ତା ବାପାଙ୍କୁ ହରେଇଥିଲା। ତେଣୁ ସେ ଟିକେ ଟିକେ

କଥାରେ ବେଶୀ କାନ୍ଦୁ ଥିଲା ନହେଲେ ଭୟ କରୁଥିଲ ।

ତା' ଗୁରୁ ଆଶ୍ରମ ଯିବା ପାଇଁ ଗୋଟିଏ ଜଂଗଲ ପାର କରିବାକୁ ପଡୁଥିଲା । ତା' ମାଆ ସେତେବେଳେ ଜମିଦାର ଘରେ ଦାସୀ କାମ କରୁଥିଲେ। ତେଣୁ ସେ କହିଲେ ଗୋପାଳ ତୁ ଏକା ଏକା ଯା ଯଦି ଭୟ ଲାଗେ ତୁ ମାଧବ ଭାଇଙ୍କୁ ଡାକିବୁ । ସେ ତତେ ଉଦ୍ଧାର କରିବେ । ସେ ତୋର ସମ୍ପର୍କରେ ଭାଇ ହୁଅନ୍ତି ।

ସେତେବେଳେ ତାର ମାଆ ଭଗବାନଙ୍କୁ ତାର ମାଧବ ଭlଇ କରିକହିଥିଲl ତା' ପାଖରେ କଣ ଉପାୟ ଥିଲା ।ସତରେ 

ସେ ପିଲାଟି ଜଂଗଲ ମଝିରେ ଯେବେ ଯାଏ ତାକୁ ଭୟ ଲାଗିଲେ ସେ ମାଧବ ଭାଇ ଡାକେ ।ସେ ମଧ୍ୟ ଆସନ୍ତି ତା' ସହ କଥl ହେଇ ଆସେ। ତାକୁ ଆଉ ଭୟ ଲାଗେନି । ଥରେ ଗୁରୁ ଆଶ୍ରମରେ ଗୋଟିଏ ପୂଜା ହେଉଥିଲା ସବୁ ପିଲାଙ୍କୁ କିଛି ପଦାର୍ଥ ଆଣିବାକୁ କହିଲେ । ଗୋପାଳକୁ ଭାଗରେ ଦହି ପଡିଲା । ସେ ତା' ମାଆକୁ କହିଲl ତା ମାଆ କହିଲେ ତୁ ତୋ ମାଧବ ଭାଇ କହିବୁ। ସେ 

ମାଧବ ଭାଇକୁ କହିଲା ସେ ତାକୁ ଗୋଟାଏ ଦହି ହାଣ୍ଡି ଦେଲେ । ଏତେ ଛୋଟ ହାଣ୍ଡି ଦେଖି ସମସ୍ତେ ତାକୁ ଥଟା କଲେ ।

ହେଲେ ସେ ପାତ୍ରରୁ ଯେତେ ଦହି ଗଲେ ଦହି ଆନ୍ଦୋ ସରିଲlନାହିଁ । ତା ଗୁରୁ କହିଲେ ତୁ କେଉଁଠୁ ଆଣିଲୁ । ସେ କହିଲା ମୋ ମାଧବ ଭାଇ ଦେଲେ ।ଗୁରୁ କହିଲେ ମତେ

ମାଧବକୁ ଦେଖେଇ ଦେବୁ । ସେ ଜଙ୍ଗଲ ମଝିରେ ଯାଇ

ଡାକିଲା ମାଧବ ଭାଇ ସେ ତାକୁ ଦେଖାଦେଇଥିଲେ। ତା ଗୁରୁ ଦେଖି ପାରିଲେ ନାହିଁ । ମାଧବ କହିଲେ ତତେ ଧରିଲେ ସେ ମତେ ଦେଖି ପାରିବେ। ଏହିପରି ଭାବେ ଗୁରୁ ତାଙ୍କ ଶିଷ୍ୟ ପାଇଁ ଭଗବାନଙ୍କୁ ଦେଖି ପାରିଲେ। ତେଣୁ ସେ ଗୋପାଳକୁ ବହୁତ ଆଶୀର୍ବାଦ ଦେଲେ । ଆଜି ପାଇଁ ମୋ କାହାଣୀ ଏତିକି ପିଲେବିଶ୍ୱାସରେ ମିଳନ୍ତି ହରି ତର୍କେ ଥାଆନ୍ତି ଦୂରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract