STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ଶ୍ରୀ ଗଣେଶ

ଶ୍ରୀ ଗଣେଶ

2 mins
500

ଶ୍ରୀ ଗଣେଶ -ରୀତା ଅପରlଜିତା ମହାନ୍ତି

ମାଳା ବହୁତ ଦୁଷ୍ଟ ଥିଲା ଜମା ଭଲ ପଢୁ ନଥିଲl ସବୁବେଳେ ଖେଳ କୌତୁକ ରେ ଲାଗିରହିଥିଲ। ମାନସ ବାବୁ ଝିଅ ପାଇଁ ବହୁତ ବ୍ୟସ୍ତ ହେଉଥିଲେ। ତାଙ୍କ ମାତା ସରିତା ଦେବୀ ତାଙ୍କୁ ଭଗବାନ ଗଣେଶ ଙ୍କ ଶରଣ ନେବା ପାଇଁ କହିଲେ। ସେ ନିଜ ଝିଅ କୁ ପାଖରେ ଡାକି କହିଲେ

ମୋ ଝିଅ ଖାଇ ସାରିଲେ ମୁଁ ତାକୁ ସୁନ୍ଦର ଗପ କହିବି। ଝିଅ ମଧ୍ୟ ବହୁତ ଖୁସି ହେଇଗଲା ସେତେବେଳେ ସେ ତାକୁ ଗଣେଶ ଙ୍କ ଜନ୍ମ ପ୍ରସଙ୍ଗ କହିଥିଲେ। ସେହିପରି ପ୍ରତ୍ୟେକ ଦିନ ସେ କରିଚାଲିଲେ ଆଉ ଦିନେ ଗଣେଶ କିପରି ପୁରା ପୃଥିବୀ ଭ୍ରମଣ ନ କରି ନିଜ ମାତା ପିତାଙ୍କୁ ପରିକ୍ରମା କରି କାର୍ତ୍ତିକ ଙ୍କ ଠାରୁ ଜିତି ଯାଇଥିଲେ।ଗଣେଶଙ୍କ ଏକ ଦାନ୍ତ ନେଇ ଯେଉଁ ସୁନ୍ଦର ପ୍ରସଙ୍ଗ ଅଛି ତାହା ତାଙ୍କ ଗୁରୁ ଭକ୍ତି ଓ ନିଷ୍ଟl ର ପରିଚୟ ଦିଏ।ବ୍ୟାସ ଯେବେ ମହlଭାରତ ଲେଖୁଥିଲେ ତାଙ୍କ ଲେଖନୀ ଭାଙ୍ଗିଯାଇଥିଲା ।ସେ କଥା କହିବାକୁ ମନା କରିଥିଲେ ଗଣେଶ ନିଜର ଗୋଟେ ଦାନ୍ତ ଭାଙ୍ଗି ଲେଖା ଜାରି ରଖିଥିଲେ।ପ୍ରତିଦିନ ଗଣେଶ ବିଷୟରେ ଗପ ଶୁଣି ଶୁଣି ମାଳା ବହୁତ ବଦଳିଯାଇଥିଲା। ସେ ମନ ଦେଇ ପାଠ ପଡ଼ିଲା । ଗୁରୁଙ୍କ କଥା ମାନିଲା ।ଘରେ ବାହାରେ ସମସ୍ତେ ତାକୁ ବହୁତ ପ୍ରଶଂସା କଲେ।ଏଥର ମାନସ ବାବୁ ତାଙ୍କ ଘରେ ଗଣେଶ ପୂଜା କରୁଛନ୍ତି। ମାଳା ନିଜେ ଫୁଲ ଗୁନ୍ଥି ଠାକୁର ଙ୍କୁ ପୂଜା କରିଛି।

ତାଙ୍କ ଘରେ ସମସ୍ତ ଭକ୍ତି ସହ ଗଣେଶ 

ବନ୍ଦନା କରିଛନ୍ତିଜୟ ଗଣେଶ ଜୟ ଗଣେଶ ଦେବାମାତା ଜାକି ପାର୍ବତୀ ପିତା ମହାଦେବା

ଏକ ଦନ୍ତ ଦୟାବନ୍ତ ଚାର ଭୁଜାଧାରୀ

ମାଥେ ସିନ୍ଧୁରସୋହେ ମୁଷେକି ସବାରୀ

ଅନ୍ଧନ କୋ ଆଖ ଦେତୋ 

ନିର୍ଧନ କୋ ମାୟା

ବାଞ୍ଝନା କୋ ପୁତ୍ର ଦୋତେ

କୋଢ଼ିୟନ କାୟl

ହାର ଚଢ଼େ ଫୁଲ ଚଢ଼େ

ଓର ଚଢ଼େ ମେବା

ଲଡୁୟାନା ଭୋଗ ଲଗେ

ସନ୍ଥ କରେ ସେବା

ଏହିପରି ଭାବେ ଗଣେଶଙ୍କ କଥା ମହିମା ଶୁଣି ମାଳା ଯେପରି ସଂସ୍କlରି ହେଇପାରିଲl | ଆମେ ବି ପ୍ରଭୁ ଗଣେଶ ଙ୍କୁ ନିଜ କାୟୋ ମନ ରେ ଧ୍ୟାନ କରି ଅଂହ ଛାଡି ପ୍ରକୃତ ବିଦ୍ୟା 

ଆହରଣ କଲେ।ଏହି ମର୍ତ୍ତ ତପୋଭୂମି ପାଲଟିଯାଆନ୍ତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational