STORYMIRROR

CHINMAYEE PRADHAN

Romance

3  

CHINMAYEE PRADHAN

Romance

ଲଣ୍ଠନ

ଲଣ୍ଠନ

2 mins
185

ଓଃ ଏ ବୁଢାକୁ ଯେତେ କହିଲେ ବି ଜମା ଶୁଣିବନି। ଲଣ୍ଠନଟାକୁ ତ ଜମା ଛାଡି ପାରୁନି। ଆରେ ଏ ବିଜୁଳି ଆଲୁଅରେ ଲଣ୍ଠନର କଣ ଦରକାର ଅଛି? ନାଇଁ ଗୋଟିଏ ଜିଦି ତାର ନା। କାଇଁ ଏମିତି ଗରଗର ହଉଚ ସୁନ? ତମର କଣ ଅସୁବିଧା ହଉଚି କହିଲ? ଏତେ ବିଜୁଳି ଆଲୁଅରେ କଣ ତମକୁ ଦେଖା ଯାଉନି? ଲଣ୍ଠନ ପ୍ରତି ଗୋଟିଏ ମମତା ଲାଗି ଯାଇଛି ତ। ଆଉ ଏତେ ମମତା ଲଗାଅନି । ଆରେ ପୁଅ ବୋହୂ ତ ଚିଡୁଛନ୍ତି। ବୋହୂ ତ କେତେ ଥର କହିଲାଣି ସେ ଭଂଗାଲୁହା ବିକାକୁ ଦେଇ ଦେବାକୁ। ଖାଲି ତମେ ମନ ଦୁଃଖ କରିବ ବୋଲି ମୁଁ ରଖିଛି। ଏ ସୁନ! ତମର ମନେଅଛି ଯେଉଁଦିନ ଆମର ପ୍ରଥମ ଦେଖା ହେଇଥିଲା। ମୁଁ ହାତରେ ଏଇ ଲଣ୍ଠନ ଧରି ସର୍ଦ୍ଦାର ଭୂମିକାରେ ଅଭିନୟ କରିଥିଲି। ସେତେବେଳେ ସେଇଠୁ ଆରମ୍ଭ ହୋଇଥିଲା ଆମ ପ୍ରେମ କାହାଣୀ। ଆଉ ସବୁଦିନ ଗାଁ ମନ୍ଦିରରେ ଦେଖା କରିବାକୁ ଗଲାବେଳେ ଏଇଟା ହିଁ ମୋ ହାତରେ ଥାଏ। ଜାଣିଚ ସୁନ, ଏଇ ଲଣ୍ଠନ ଆଲୁଅରେ ନା ତୁମ ମୁହଁ କାହିଁକି ଯେ ଏତେ ସୁନ୍ଦର ଦିଶେ ପୁରା ସୁନା ପରି ଚିକ୍। ଏଇ ଲଣ୍ଠନ ନେଇ ତ ଆମେ ଘରୁ ଲୁଚି ପଳେଇ ଥିଲେ। ଆକୁ ହିଁ ଧରି ମୁଁ ତୁମ ମଥାରେ ସିନ୍ଦୂର ଦେଇଥିଲି। ଆମ ପ୍ରେମର ସାକ୍ଷୀ ତ ଏଇ ଲଣ୍ଠନ। ତାକୁ ମୁଁ ଛାଡିବି କେମିତି? ହଁ ମୋର ସବୁ ମନେ ଅଛି।ହେଲେ ପୁଅବୋହୂଙ୍କୁ ନେଇ ଆମ ସଂସାର।ସେମାନଙ୍କ ଖୁସିରେ ଆମ ଖୁସି।ସେମାନେ ଯେତେବେଳେ ଚାହୁଁ ନାହାନ୍ତି.... କହି କାନ୍ଦି ପକେଇଲେ ସୁନନ୍ଦା ଦେବୀ। କାନ୍ଦୁଚ କାଇଁ ସୁନ? ଆମେ ଯେତେଦିନ ଅଛେ ଏଇଟା ଥିବ। ଆମେ ଗଲା ପରେ ଯାହା ହବ।


  ହଁ ଯାହା ହବ। ଶମ୍ଭୁ ବି ଏଇ ଲଣ୍ଠନରେ ପାଠ ପଢି ବଡ ହେଇଚି। ଦେହ ଖରାପ ହେଲେ ଏଇ ଲଣ୍ଠନ ଲଗାଇ ରାତି ରାତି ଅନିଦ୍ରା ହୋଇ ମୁଁ ଜଗି ବସିଛି ତାକୁ। ସେ ବି ଭୁଲି ଯାଇଛି ୟା କଥା। 


  ନାତି ନାତୁଣୀ ଦୁହେଁ ଅଗଣାରେ ଖେଳୁଥିଲେ। ସୂର୍ଯ୍ୟ ଅସ୍ତ ହେବା ବେଳକୁ ଶରତବାବୁ ଲଣ୍ଠନଟା ଆଣି ପୋଛାପୋଛି କରି ତେଲ ପକାଇ ଲଗାଇ ଦେଇ ଭାଗବତ ବହି ଆଣିବା ପାଇଁ ଠାକୁର ଘରକୁ ଗଲେ। ଏଇ ସମୟରେ ସେ ଦୁହେଁ ଖେଳି ଖେଳି ଆସି ଲଣ୍ଠନରେ ଗୋଡ ବାଜିବାରୁ ସେଇଟା ପଡି ଜଳି ଉଠିଲା।ସୁନନ୍ଦା ଦୌଡ଼ି ଆସି ନିଆଁ ଲିଭାଇ ଦେଲେ। ପିଲାଙ୍କ ପାଟି ଶୁଣି ବାହାରକୁ ଆସିଲା ଶିଖା। ସବୁ ଶୁଣି ସାରି ଖୁବ୍ ଜୋରରେ ରାଗି ଯାଇ କହିଲା ସବୁ ଏଇ ଲଣ୍ଠନ ପାଇଁ। ଆଜି ଯଦି ଘରେ ନିଆଁ ଲାଗି ଯାଇଥାନ୍ତା କଣ ହେଇଥାନ୍ତା? ଆଉ ହବନି। ଆଜି ଏ ଲଣ୍ଠନ ଫିଙ୍ଗା ହେବ। ଏତକ କହି ସେ ନିଜେ ଲଣ୍ଠନଟାକୁ ନେଇ ଅଳିଆ ଗଦାକୁ ଫିଙ୍ଗିଦେଲା। ସତେ ଯେମିତି କିଏ ଶକ୍ତ ଚାପୁଡ଼ାଟେ ଶରତବାବୁଙ୍କ ଗାଲରେ ବସେଇ ଦେଲା।


 ତା ପରଦିନ ସକାଳେ ବୁଢ଼ାବୁଢୀ ଦୁଇଜଣ ଯାକ ଯାଇ ସେ ଅଳିଆ ଗଦା ଖୋଜିଲେ।ତାଙ୍କ ପ୍ରେମର ସାକ୍ଷୀ ସେ ଲଣ୍ଠନଟି ଭଂଗା ହୋଇ ପଡିଥିଲା ଆଉ କାନ୍ଦି କାନ୍ଦି କହୁଥିଲା ଯେ ଏବେ ବିଦାୟ ଦିଅ ବେଳ ଆସିଲା। ଲଣ୍ଠନଟିକୁ ଆଉଁସି ଦେଇ ଆଖିରୁ ଲୁହ ପୋଛି ଘରକୁ ଫେରିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance