#କୁମାରପୂର୍ଣିମା #
#କୁମାରପୂର୍ଣିମା #
ଆଞ୍ଜୁଳି ଝିଅ ହାତ କୁ ଟେକି ଦେଉ ଦେଉ ମନ ମୋର ସୁଦୂର ଗାଁ କୁ ଚାଲିଗଲା l ମୋ ପିଲା ଦିନ କଥା.. କେମିତି ଏକ ଉତ୍ସାହ ମନରେ ଥାଏ ଆମ ମାନଙ୍କ ମନରେ ଏ କୁମାର ପୂର୍ଣ୍ଣିମା ପାଇଁ l ଭାଦ୍ରବ ମାସ ରେ ପ୍ରତି ରବିବାର ଖୁଦୁରୁକୁଣୀ ଓଷା କରିବା ସମୟରୁ ଆରମ୍ଭ ହୋଇ ଯାଉଥିଲା ଇନ୍ଦୁ ପୁନେଇଁ ରୁ କୁଆଁର ପୁନେଇଁ ପର୍ଯ୍ୟନ୍ତ କିପରି ପାଳନ କରାହେବ.. ଆମ ଗାଁ ରେ ଯିଏ ବଡ ଝିଅ ତାକୁ ସମ୍ମାନ ଦେଇ ତାରି ଘରେ ସବୁ ପର୍ବ କରାଯାଏ..ଖୁଦୁରୁକୁଣି ରେ ଶନି ବାର ଦିନ ସନ୍ଧ୍ୟାରୁ ଫୁଲ କଢ ସବୁ ତୋଳି, ରାତି 12 ଟା ପରେ ଭାଇ ମାନଙ୍କୁ ସାଥିରେ ଧରି ପାଣି କାଦୁଅ ସଡସଡ ହୋଇ ଫୁଲ ତୋଳିବାକୁ ସ୍କୁଲ ବାରି, ଆଉ କେଉଁ ସାହି ପଡିଶାରେ ଅତି ଯତ୍ନ ରେ ବଢାଇ ଥିବା ଫୁଲ ବଗିଚାରୁ ଚୋରୀ କରି ଆଣିବାରେ ବହୁତ୍ ଆନନ୍ଦ ଥାଏ.. ତା ସହିତ କାକୁଡି ଆଉ ଖଟା କମଳା ବି ଚୋରି ହୋଇ ଆସିଥାଏ.. ଖୁଦୁରୁକୁଣି ରେ ତେଲ ହଳଦୀ ଲଗାଇ ନଦୀ ରେ ପହଁରି ବାର ଆନନ୍ଦ ବି ନିଆରା.. ଗୋଟେ ଜିନିଷ ଟିକେ ଅଡୁଆ ଲାଗେ, ଗାଧୋଇ ଆସି ଅଢେଇ ଗୁଣ୍ଡା ଅଲଣା ପଖାଳ ଆଉ ଅଢେଇ ଢୋକ ଅଲଣା ତୋରାଣି ପିଇବାକୁ ପଡେ ବୋଲି। ବୋଉ କୁ ପଚାରିଲେ କୁହେ, ତଅପୋଇ ତା ଭାଇ ମାନଙ୍କ ପାଇଁ କେତେ ଖୁଦ ତୋରାଣି ପି ଇ କେତେ ଶୁଭ ମନାସି ତା ଭାଇ ଙ୍କୁ ପାଇଥିଲା, ସେଥିପାଇଁ ଝିଅ ମାନେ କରନ୍ତି..
ତାପରେ ଦିପହରରେ ଆରମ୍ଭ ହୁଏ ଫୁଲ ଗୁନ୍ଥା କେତେ ତୋଡ଼ା, ମାଳ ଗୁନ୍ଥି ରଖିବାକୁ ହୁଏ.. ମଝିରେ ମଝିରେ ଚୋରି କରି ଆଣି ଥିବା ଖଟା କମଳା କୁ ଚକଟି ଲଙ୍କା ଲୁଣ ଦେଇ ଖୁବ୍ ହାପୁଡ଼ା ହୁଏ.. ଅନଭିଜ୍ଞ ଛୋଟ ଝିଅ ମାନେ ସହଜ ମାଳ ଗୁନ୍ଥି ରଖନ୍ତି.. ତାକୁ ମଞ୍ଚା ରେ ବଡ ଝିଅ ଙ୍କ ସମ୍ମତିରେ ଟଙ୍ଗା ଯାଏ l କଦଳୀ ଆଉ ସାରୁ ପତ୍ର ରେ ପାଟୁକା ବାନ୍ଧି ମାଳ ଚୂଳ କଟାଯାଏ.. ତାଉପରେ ଗୋଟେ ବଡ଼ ନିଖୁଣ ସାରୁ ପତ୍ର ରଖି ଏମିତି ବନ୍ଧା ଯାଏ, ଯେ ଦେଖିଲେ ଲାଗେ ସତେ ଯେମିତି ଦେବୀ ଙ୍କ ମୁଁହ... ସୁନ୍ଦର୍ ଲମ୍ବା ଲମ୍ବା ଟାହିଆ ଉପରେ ଖୋସି, ଦେବୀ ଙ୍କ ମୁହଁ ଆଙ୍କି, ଢିଙ୍କି ଶାଳରେ ବଶାଇ, ତଅପୋଇ ଓଷା ବହି ପଢି ପୂଜା ଅର୍ଚ୍ଚନା କରନ୍ତି.. ସାହି ବୋହୂ, ବୁଢୀ ମାନେ ହୁଳହୁଳି, କରତାଳି ଦେଇ ଖୁବ୍ ଉତ୍ସାହିତ କରୁ ଥିଲେ..ସୋମ ବାର ଦିନ ପୋଖରୀରେ ମଙ୍ଗଳା ଙ୍କୁ ବିସର୍ଜନ କରିବାକୁ ଥିବା ଜାଣି ମନ
ଦୋ ଦୋ ପାଞ୍ଚ.. ସ୍କୁଲ ଯିବା ନା ବିସର୍ଜନ ମଜା ନେବା.. ଏମିତି ଚାରି ପାଞ୍ଚ ପାଳି ସରେ ଗୋଟେ ଭୋଜି ରେ..
ତାପରେ ଆରମ୍ଭ ହୋଇଥାଏ ଇନ୍ଦୁ ପୂର୍ଣିମା.. ଗୋଟେ ମାସ.. ପ୍ରତିଦିନ ଝିଅ ମାନେ ରାତି ରେ ଗୀତ ବୋଲନ୍ତି.. ଯେମିତି ଆର ସାହି ଲୋକ ଶୁଣି ଇର୍ଷା କରିବେ.. କେଉଁ ରାତିରେ କଉଡି ଖେଳ, ତ କେବେ ତାସ୍, ବାଗୁଡ଼ି, ପୂଚି, ଠିଆ ପୁଚି, ବୋହୂ ଚୋରି ଇତ୍ୟାଦି.. ସେ ସମୟରେ ମଧ୍ୟ ରାତିରେ କିଛି କାକୁଡି, ପିଜୁଳି, କମଳା ଚୋରି କରି ଖୁବ୍ ଆନନ୍ଦ ମିଳେ.. ମା, ଜେଜେ ମା ଙ୍କ କହିବା ଅନୁଶାରେ କାକୁଡି ଫୂଲ, ଜନ୍ନି ଫୂଲ ଆଣି ଚାଳ ରେ ପକାଇବା, ସମସ୍ତଙ୍କ ଘରୁ ଚାଉଳ ମୁଠେ ମୁଠେ ଆଣି ତୁଳସୀ ଚଉରା ମୂଳରେ କୋଠି ତୋଳିବା ଏକ ପ୍ରଥା ଅଙ୍ଗେ ଲିଭାଇଥିବା ମନେ ପଡେ। ସବୁଜ ଧାନ କ୍ଷେତ, ପୋଖରି ହୁଡ଼ା ବା ନଦୀ କୂଳରେ କାଶ ତଣ୍ଡି ର ରୁପେଲି ଆଭା , ଦୂର୍ଗା ଦେବୀ ଙ୍କର ଆବାହନ କରୁଥାଏ.. ପାର୍ବଣ ର ପୂଜା ସରିବା ଅନ୍ତେ କୁମାର ପୂର୍ଣିମା ଆସେ.. ମା, ଭାଉଜ, ଖୁଡୀ ସବୁ କହି ହୁଅନ୍ତି.. ଜଲଦି ଉଠି କଅଁଳିଆ ଖରା ଆସିବା ଆଗରୁ ସୂର୍ଯ୍ୟ ଙ୍କୁ ଅଞ୍ଜଳି ଦେବ.. ନହେଲେ ସୂର୍ଯ୍ୟ ବୁଢ଼ା ହେଇ ଯିବେ..ଡେରିରେ ଅଞ୍ଜଳି ଦେଲେ ବୁଢ଼ା ବର ମିଳିବ, ନହେଲେ ବାହାଘର ଡ଼େରି ହେବ.. ସେ ଡର ରେ, ନିଦ ନ ଛାଡ଼ୁଣୁ ଭୋର୍ ରୁ ଉଠି, ଗାଧୋଇ, ନୂଆ ପିନ୍ଧି, ଅଳତା ଚନ୍ଦନ ଲଗାଇ ଆଞ୍ଜୁଳିରେ ଖଇ, ନଡ଼ିଆ, ଗୁଆ, କଳାପାତି, ସୁନ୍ଦର ଫରୁଆ ରଖି ଅର୍ଘ୍ୟ ଦେଉ.. ଯେମିତି ଭଲ ବର ମିଳିବ.. ସନ୍ଧ୍ୟା ହେବା ପୂର୍ବରୁ ବୋଉ ତାର ସେ ଅଛଡା ଖଇ ସଫା କରି, ସେଥିରେ କଦଳୀ, ନଡ଼ିଆ, ଦହି, ଚିନି ଦେଇ ଚ କ ଟି ଚାନ୍ଦ ବନାଇ ପିତ୍ତଳ ଥାଳି ରେ ଚାନ୍ଦ ବନାଇ ରଖି ଥାଏ.. ଏହି ଦିନ କୁ କେତେ ଦିନରୁ ଅନେଇ ବସି ଥାଉ ଚାନ୍ଦ ବସିବୁ ବୋଲି.. ତୁଳସୀ, ଅଭଡା, ସହି, ସଙ୍ଗlତ ଏମିତି କିଏ କେତେ ଡକା ଡକି ହୁଅନ୍ତି.. ହେଲେ ଚାନ୍ଦ ବସିବାକୁ ଏଇ ଦିନକୁ ଅପେକ୍ଷା କରି ଥାନ୍ତି.. କେମିତି ଚନ୍ଦ୍ର ଉଇଁ ଆସୁ ଆସୁ ପୂଜା ହେବ.. ନ ହେଲେ ବୁଢ଼ା ବର ମିଳିବ.. ଝିଅ ମାନେ ମନେ ସୁମରିବେ, " ମୋତେ ଚନ୍ଦ୍ରମା ଭଳି ସୁନ୍ଦର ବର ମିଳି ଯାଉ".
ସେ ସମୟରେ ଅନ୍ୟ କିଛି ମନୋରଞ୍ଜନ ର ସାଧନ ନଥିଲା.. ଦଶହରା, କୁମାର ପୂର୍ଣିମା ରେ ପିଠାପଣା, ଦେବୀ ପୂଜା,

