BHAGABANA NAIK

Romance Tragedy Crime

3.8  

BHAGABANA NAIK

Romance Tragedy Crime

କୁଆଁରୀ ମାଆ

କୁଆଁରୀ ମାଆ

4 mins
179


ଅଶାନ୍ତ ରାତ୍ରି । ଛାତିଥରା ବିଜୁଳି, ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷା । ପବନର ସୁସୁ ଶବ୍ଦରେ ଦୋଳାୟମାନ ବୃକ୍ଷର ଶାଖାପ୍ରଶାଖାରେ ଚକ୍ ଚକ୍ କରୁଥିବା ବିଜୁଳି ଓ ଗବାକ୍ଷର କାଚଗୁଡିକର ଖଡ୍ ଖଡ୍ ଶବ୍ଦ ଏକ ଭୟର ବାତାବରଣ ସୃଷ୍ଟି କରୁଛି । ସମୟ ପ୍ରାୟ ରାତି ଦଶଟା । କିଂକର୍ତ୍ତବ୍ୟବିମୂଢ ହୋଇ ରିଂ କଲା ସାଗରିକା-

କ୍ରିଂ... କ୍ରିଂ... କ୍ରିଂ... କ୍ରିଂ... 

ସେପଟୁ ଶୁଭିଲା.. ହେଲୋ.. ସାଗରିକା କେମିତି ଅଛ??? 

ସାଗରିକା କଣ୍ଠସ୍ୱରରୁ ଜାଣି କହିଲା - ସାଗର.. ତୁମେ କଉଠି? ମୁଁ ଆଉ ସହି ପାରୁନି ସାଗର, ବେଳକୁବେଳ ଅସହ୍ୟ ହେଲାଣି ଗର୍ଭଯନ୍ତ୍ରଣା । ପ୍ଲିଜ୍.. ମୋର ଏ ଅସମୟରେ ମୋତେ ହେଲ୍ପ କର ସାଗର । ମୋର ସାହା ଭରସା କେହି ନାହିଁ ସାଗର...

ସେପଟୁ ଶୁଭିଲା - ତୁମକୁ କେତେ ଥର କହିଲି ଆବର୍ସନ କରିବାକୁ । କିନ୍ତୁ ତୁମେ ମୋ କଥା ରଖିଲନି । ଏବେ ତୁମର ଯାହା ଇଚ୍ଛା, ସେଇଆ କର ।ମୋର କିଛି କହିବାର ନାହିଁ । 

ତା'ପରେ ସ୍ୱିଚ୍ଡ ଅଫ୍ । 

ବିଚାରି ସାଗରିକାର ଆଗପଛ ସାହା ଭରସା କେହି ନାହିଁ । କ'ଣ କରିବ ସେ? କଉଠିକି ଯିବ? ସୁଇସାଇଡ କରିବ.. 

ନା ନା ଆତ୍ମହତ୍ୟାର ପାପରେ ଭାଗିଦାରୀ ହେବାକୁ ଚାହୁଁ ନାହିଁ ସେ । ସେ ଗର୍ଭସ୍ଥ ଶିଶୁକୁ ନିଶ୍ଚୟ ଜନ୍ମ ଦେବ । ତାକୁ ଯେମିତି ହେଲେ ବଞ୍ଚିବାକୁ ହେବ । ଶିଶୁକୁ ସଭ୍ୟ, ଶିକ୍ଷିତ ନିଶ୍ଚୟ କରିବ ସେ । ସମାଜରେ ଏକ ଭିନ୍ନ ପରିଚୟ ନେଇ ବଞ୍ଚିବ ସେ । 

ମନକୁ ଦୃଢ଼ କରି ସାହାସ ଜୁଟେଇ ୧୦୮କୁ କଲ୍ କଲା-.. 

ହେଲୋ ସାର୍, ମୁଁ ସାଗରିକା,.. ସାଗରିକା ମହାନ୍ତି, ଖାମ୍ ନଗର, ପ୍ଲଟ୍ ନଂ. ୬୮ । ମୁଁ ଅସହ୍ୟ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଛି । ପ୍ଲିଜ୍ ହେଲ୍ପ ମି ସାର୍... ତାପରେ ବେହୋସ୍ । 

ପ୍ରାୟ ଗୋଟିଏ ଘଣ୍ଟାର କସରତ ପରେ କୁଆଁ କୁଆଁ ରାବ ଦେଇ ଜନ୍ମନେଲା ଏକ ଶିଶୁ ପୁତ୍ର ହସ୍ପିଟାଲରେ ।

ସାଗରିକାର ହୋସ୍ ଆସିବା ପରେ ତା' ପାଖରେ ଖେଳୁଛି ଏକ ସୁନ୍ଦର ଶିଶୁପୁତ୍ର । ମମତ୍ୱର ଆନନ୍ଦାଶ୍ରୁ ଦି ଧାର ଝରିଆସି ଶିଶୁଟିର ମୁଣ୍ଡରେ ପଡିଲା, ସତେ ଯେପରି ମମତାଶ୍ରୁର ପ୍ରଥମ ସ୍ପର୍ଶ ଲାଭକଲା ଶିଶୁଟି । 

ଡାକ୍ତର, ପୋଲିସର ଗୋଟିଏ ପ୍ରଶ୍ନ.. ଏ ପିଲାର ବାପା କିଏ? ଯେତେ ଘୁଡେଇ ତୁଡେଇ ହୋଇ ପଚାରିଲେ ଲୋତକାପ୍ଳୁତ ନେତ୍ରରେ କହିଲା - ମୁଁ ସାଗରିକା ମହାନ୍ତି ଆଉ ଇଏ ମୋ ପୁଅ... ବାସ୍ ଏତିକି ହିଁ ମୋ ପରିଚୟ.. 

ଏତିକି କହି ଭୋ କାନ୍ଦିଉଠିଲା ସାଗରିକା । 


କେମିତ ବା କହି ପାରନ୍ତା ସାଗରଠାରୁ ସାଗରିକାର ବିଚ୍ଛେଦ କାହାଣୀ? 

ହସ୍ପିଟାଲର ଗବାକ୍ଷରୁ ବାହାରକୁ ଚାହିଁ ରହିଥିଲା ସେ ନିର୍ନିମେଷ ନୟନରେ । 

ହଳଦୀ ବସନ୍ତ ଦୁଇଟି କୃଷ୍ଣଚୂଡା ଶାଖାରେ ବସି ଖୁସିରେ ଭାବର ଆଦାନ ପ୍ରଦାନ କରୁଥିଲେ । ମନେପଡିଗଲା ଅତୀତର ସେହି ଘଟଣାବଳୀ..... 

ଶରତ ମହାନ୍ତିଙ୍କ ଝିଅ ସାଗରିକା ମହାନ୍ତି । ଭଲ ପାଠ ପଢି ନାଆଁ କରିଥିଲା । ତେଣୁ ମାମୁ ତାକୁ ନେଇଯାଇଥିଲେ ସହର କୁ । ୩ ପ୍ରଥମ ବର୍ଷର ଛାତ୍ରୀ ସେ । ସେ କୁଆଁର ପୁନେଇଁରେ ଗାଁକୁ ଆସିଥିଲା । ସେଦିନ ସନ୍ଧ୍ୟାରେ ଚନ୍ଦ୍ରର ରଜତ କିରଣକୁ ଉପଭୋଗ କରୁଥିଲା ସାଙ୍ଗମେଳରେ । ହଠାତ୍ ଦଳକାଏ ଅମାନିଆ ପବନ ଆସି ତାର ଫୁର୍ ଫୁର୍ କେଶକୁ ଇତସ୍ତତଃ

 କରିପକାଇଲା । ପଛରୁ କିଏ ଜଣେ ଡାକଦେଲା .. ସାଗର.. ସାଗର.. ବୁଲିପଡ଼ ଦେଖେ ତ କୋଡିଏ ପଚିଶ ବର୍ଷର ସୁନ୍ଦର ଯୁବକଟିଏ । ସାଙ୍ଗଠୁ ଜାଣିଲା ସେ ଖୁବ୍ ଭଲପିଲା । ଶାନ୍ତଶିଷ୍ଟ, ଭଦ୍ର, ମେଳାପି ମଝିରେ ମଝିରେ ଏଇ ଗାଁ ମାମୁଘରକୁ ଆସେ । ଏକଥା ଶୁଣି ସେହି ମୂହୁର୍ତ୍ତରେ ହିଁ ସାଗର ପ୍ରତି ଆକୃଷ୍ଟ ହୋଇଗଲା ସାଗରିକା 

ଜୀବନର ଚଲାପଥରେ କିଏ କେତେବେଳେ ନିଜର ଠିକଣା ଭୁଲିଯାଇ ଭୁଲ୍ ଠିକଣାରେ ପହଞ୍ଚିଯାଏ, ତାହା ସେ ଜାଣିପାରେ ନାହିଁ । ସାଗରିକା କ୍ଷେତ୍ରରେ ମଧ୍ୟ ସେମିତି ହେଲା । ଗାଆଁରେ ଅଳ୍ପ ଦିନ ରହଣି କାଳରେ ସାଗର ସହିତ ପ୍ରଥମେ ପରିଚୟ, ବାର୍ତ୍ତାଳାପ, ଦୋସ୍ତି, ପ୍ରେମ ଓ ତାପରେ ସବୁ ଓଲଟ ପାଲଟ । 

ସାଗରିକା ଚଲାପଥରେ ଝୁଣ୍ଟି ପଡିଥିଲା । ପ୍ରେମର ଚେର ଏତେ ଗଭୀରତାକୁ ପ୍ରବେଶ କରିସାରିଥିଲା ଯେ ଦେହ ଆକର୍ଷଣକୁ ମଧ୍ୟ ସେ ରୋକିପାରିଲା ନାହିଁ । ସମୟାନ୍ତରରେ ନେଡି ଗୁଡ କହୁଣିକୁ ବୋହିଯାଇଥିଲା । ସେ ବାଟହୁଡି ଏତେ ଆଗକୁ ଚାଲିଯାଇଥିଲା ଯେ ପଛକୁ ଫେରିବାର ରାହା ନ ଥିଲା ତା ପାଖରେ । ତାର ଅଧ୍ୟୟନରେ ଅଧୋଗତି ହେଲା । ସାହିପଡିଶାରେ ତାକୁ ଛି ଛାକର କଲେ । ସେତେବେଳେ ସେ ସାଗରର ପ୍ରେମ, ପ୍ରତାରଣା, ପ୍ରବଞ୍ଚନାକୁ ଠିକ୍ ଭାବରେ ବୁଝିପାରିଲାନି । ଅନ୍ଧ ଭାବରେ ତାକୁ କେବଳ ବିଶ୍ୱାସ କରିଚାଲିଲା । ସାଗରର ହଳାହଳ ବିଷପୂର୍ଣ୍ଣ ମଧୁର କଥାରେ ସଖୀ କଣ୍ଢେଇ ପରି ନାଚିବାକୁ ଲାଗିଲା । ସାଙ୍ଗସାଥୀ, ପରିବାର, ଶୁଭେଚ୍ଛୁ ସତେ ଯେପରି ତାଠୁ ଦୂରକୁ ଦୂରକୁ ଚାଲିଯାଉଥିଲେ । ନିଜେ ସେ ଅଜାଣତରେ ଅନ୍ଧକାରକୁ ଠେଲିହେଇଯାଉଥିଲା । ସାଗରର ପ୍ରେମରେ ସେ ଯେମିତି ସ୍ୱର୍ଗସୁଖ ପାଇଯାଇଥିଲା ।ଏମିତି ବି ଦିନ ଆସିଲା ସମସ୍ତଙ୍କ ଅଲକ୍ଷ୍ୟର ସେ ଡେଣା ମେଲେଇ ଉଡିଯାଇଥିଲା ସାଗର ସାଥିରେ । 

 ସାଗରର ଛଳନା, ପ୍ରତାରଣାକୁ ବୁଝିବା ବେଳକୁ ଅନେକ ଥର ଭୃଣହତ୍ୟା କରିସାରିଥିଲା ସେ । ବିବାହ କଥା କହିଲେ ବାରମ୍ବାର ଏଡାଇ ଯାଉଥିଲା ସାଗର । ସାଗରର ଅଶାନ୍ତ ଝଡରେ ତାର ଆଶାର ବାଲିବନ୍ଧଗୁଡିକ ଧୋଇ ହୋଇଯାଉଥିଲା । ସାଗରର ବିଶ୍ୱାସରେ ଯେ ପୈଶାଚିକର ଭାବନା ଲୁଚିରହିଛି, ଏହା ତା ମନକୁ ଆନ୍ଦୋଳିତ କରିପକାଉଥିଲା. । ବିବାହକୁ ନେଇ ଉଠିଲା ଝଡ଼ । ବୁଝାମଣାରେ ପଡିଲା ଲକ୍ଷ୍ମଣରେଖା । ଭୁଲ ତାର । ଅନ୍ୟକୁ ଦୋଷଦେଇ ଲାଭ କ'ଣ? 

ସେ ବଞ୍ଚିରହିବା ପାଇଁ ଜୀବନ ସଂଗ୍ରାମକୁ ଆହ୍ବାନ କଲା । ସମୟ ସହିତ ତାଳଦେଇ ପରିସ୍ଥିତିର ମୁକାବିଲା କରିବାକୁ ଅଣ୍ଟାଭିଡିଲା । ଶେଷ ସନ୍ତକ ସ୍ୱରୂପ ଗର୍ଭରେ ବଢୁଥିବା ସନ୍ତାନକୁ ନଷ୍ଟ ନ କରିବା ପାଇଁ ଅଡିବସିଲା ସେ । ତେଣୁ ସାଗର କୁଆଡେ ଚାଲିଗଲା । ସାଗରିକା ମନରେ ସ୍ଥିର କରିନେଲା ଯେ ଗର୍ଭସ୍ଥ ସନ୍ତାନକୁ ସେ ନିଶ୍ଚୟ ଜନ୍ମଦେବ । ଯେତେ ଝଡ଼ଝଞ୍ଜା, ବାଧାବିପତ୍ତି ଆସିଲେ ବି ସହି ନେବ । ସମାଜର ନିନ୍ଦା, ଅପବାଦକୁ ସହିନେବ ସେ । 

ସମାଜ ତାକୁ ଯେଉଁ ଦୃଷ୍ଟିରେ ବି ଦେଖୁ, ସେ ପିଲା ଜନ୍ମ କରିବ । ହୋଇଯିବ ପଛେ କୁଆଁରୀ ମାଆ । ପୁରୁଷ ଶୋଷିତ ସମାଜରେ ମରି ମରି ବଞ୍ଚିରହିବା ଅପେକ୍ଷା ସ୍ୱାଧୀନ ଭାବରେ ବଞ୍ଚିରହିବା ତାଠୁ ଶତେଗୁଣ ଭଲ । ଶେଷରେ ତାର ଦୃଢ଼ ମନୋବଳ, ଇଚ୍ଛାଶକ୍ତି ତାକୁ କୁଆଁରୀ ମାଆ ହେବାକୁ ରୋକିପାରିଲାନି । ସମାଜରେ ନୂତନ ପରିଚୟ ନେଇ ସେ ଜୀବିକା ନିର୍ବାହ କରିବାକୁ ଲାଗିଲା । 

ପରବର୍ତ୍ତୀ ଘଟଣା ପ୍ରବାହ....

କ୍ରିଂ... କ୍ରିଂ.. 

ହେଲୋ! ସାଗରିକା କେମିତି ଅଛ????..



Rate this content
Log in

Similar oriya story from Romance