STORYMIRROR

BHAGABANA NAIK

Inspirational Thriller

3  

BHAGABANA NAIK

Inspirational Thriller

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

2 mins
228


ଶ୍ରାବଣ ମାସ ପୂର୍ଣ୍ଣମୀ ତିଥି।କୁଣ୍ଡାଝରା ବର୍ଷା ଥମିଯାଇଛି। ଖଣ୍ଡ ଖଣ୍ଡିଆ ମେଘାଚ୍ଛାଦିତ ପୂର୍ବାକାଶେ ସିନ୍ଦୂରା ଫାଟିଲା। ବିହଙ୍ଗ ଦଳ ଖାଦ୍ୟ ଅନ୍ବେଷଣେ ନୀଡ ତ୍ଯାଗ କଲେ। ସବୁଜ ଘାସ, ବୃକ୍ଷଲତାରୁ ବିନ୍ଦୁ ବିନ୍ଦୁ ଜଳ ଏ ପର୍ଯ୍ୟନ୍ତ ଛାଡିନି। 


ସୂର୍ଯ୍ୟ ଧିରେ ଧିରେ ଉପରକୁ ଉଠିଲେଣି। ସବୁଦିନ ପରି ଆଜି ବି ଛେଳିଚରାଳି ପିଲାଟିଏ ପଖାଳ ଖାଇ ଛେଳିଚାରଣ ନିମନ୍ତେ ଜଙ୍ଗଲ ଅଭିମୂଖେ ଅଗ୍ରସର ହେଲା।


ତାକୁ ପ୍ରତ୍ୟହ ମୁଖ୍ୟରାସ୍ତା ଅତିକ୍ରମ କରିବାକୁ ହୁଏ।ଅହରହ ଯାନବାହନ ଚଳପ୍ରଚଳ କରୁଥିବା ହେତୁ କାଳେ କୌଣସି ଅଘଟଣ ଘଟିଯିବାର ଆଶଙ୍କା କରି ପ୍ରାୟତଃ ସେହି ସମୟରେ ସେ ସତର୍କ ରହିଥାଏ।


ସେଦିନ ଶ୍ରାବଣ ମାସ ପୂର୍ଣ୍ଣମୀ ତିଥି। ବୋଲବମ୍ ଯାତ୍ରୀଙ୍କ ଆନନ୍ଦ, ଉଲ୍ଲାସର ଦିନ। କାଉଡିଆ ଭାଇ ଭଉଣୀମାନେ ମହାଦେବଙ୍କୁ ଜଳାଭିଷେକ କରି ଫେରୁଥାନ୍ତିା କାରଣ ମାସସାରାର ଉପାସନାର ପୂଣ୍ଯ ଲାଭ କରିବେ ସେମାନୋ ସେମାନେ ରାସ୍ତା କଡେ କଡେ ଚାଲୁଥାନ୍ତି। କୌଣସି କାରଣବଶତଃ ବାର/ତେର ବର୍ଷର କାଉଡିଆ ଭଉଣୀଟିଏ ଟିକିଏ ଅଟକି ଗଲା। ଅନ୍ୟମାନେ ପଚାଶ/ଷାଠିଏ ମିଟରର ଆଗକୁ ଚାଲିଯାଇଥିଲେ।


ଛେଳିଚରାଳି ପିଲାଟି ଦେଖିଲା...

ସେହି ମୂହୁର୍ତ୍ତରେ ରାସ୍ତାର ଉଭୟ ଦିଗରୁ ଦୁଇଟି ଚାରିଚକିଆ ଯାନ ଦ୍ରୁତଗତିରେ ମାଡିଆସୁଛି। ସେ ତ ରାସ୍ତା ପାର୍ଶ୍ବରେ ଥିଲା। ନିଶ୍ଚିତ ହେଇଗଲା ଯେ ଏହିକ୍ଷଣି ଯାନ କାଉଡିଆ ଭଉଣୀ ଉପରେ ମାଡିଯିବ। ଅନ୍ୟ କାଉଡିଆମାନଙ୍କର ଫେରିବାର ବି ସମୟ ନ ଥିଲା। ସେ ଉପସ୍ଥିତ ବୁଦ୍ଧି ଖଟାଇ ଜୀବନକୁ ପାଣିଛଡେଇ ଦୌଡିଲା ସେ ଝିଅ ଆଡକୁ । ନିଜକୁ ନିଜେ ବି ବିଶ୍ୱାସ କରିପାରୁନଥାଏ ସେ ପିଲାଟି। ତାକୁ କେବଳ ଦିଶୁଥାଏ, ସେ ଝିଅଟି।ପ୍ରାୟ ଦଶ ସେକେଣ୍ଡ୍ ର ତଫାତ୍। ନିଜର ସମସ୍ତ ବଳ ପ୍ରୟୋଗ କରି ବୋହିନେଲା ଝିଅଟିକୁ ରାସ୍ତା ପାର୍ଶ୍ବକୁ। ଅଚିରେ ଦୁଇଟି ଯାକ ଜୀବନ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଗଲା।


ପରବର୍ତ୍ତୀ ମୂହୁର୍ତ୍ତରେ କାଉଡିଆ ଭାଇଭଉଣୀମାନେ ସେ ସ୍ଥାନରେ ପହଞ୍ଚିଗଲେ। ପିଲାଟାକୁ ଭୁରି ଭୁରି ପ୍ରଶଂସା କଲେ ।ତାର ସାହାସକୁ ସଲାମ ଜଣାଇଲେ। 


ଯୋଗକୁ ଦିନଟି ହିନ୍ଦୁ ସଂସ୍କୃତି, ପରମ୍ପରା ଦୃଷ୍ଟିରୁ ମହତ୍ ଉଦ୍ଦେଶ୍ୟ ବହନ କରେ। ପ୍ରଭୁ ବଳରାମ ଜନ୍ମ, ରକ୍ଷା ବନ୍ଧନର ନିବିଡ ସମ୍ପର୍କ, ଐଶ୍ବରିକ, ଆଧ୍ୟାତ୍ମିକ ବାତାବରଣର କି ଅପୂର୍ବ ସମନ୍ଵୟ! 

ପର ମୂହୁର୍ତ୍ତରେ ହିିଁ ଝିଅଟି ଛେଳିଚରାଳି ପିଲାଟି ହାତରେ ବାନ୍ଧିଦେଲା ସଂପର୍କର ଡୋର, ରାକ୍ଷୀ। ବଞ୍ଚିଥିବା ଯାଏ ବାନ୍ଧିଦେଲା ଅତୁଟ ବନ୍ଧନ। ଗଢିଉଠିଲା ଦୁଇଟି ଅପରିଚିତ ଆତ୍ମା ମଧ୍ୟରେ ଭାଇଭଉଣୀର ନିବିଡ ସମ୍ପର୍କ। ପିଲାଟି ମଧ୍ୟ ଭାବ, ବିଶ୍ବାସ, ସ୍ନେହ ମମତାର ପବିତ୍ର ବନ୍ଧନରେ ଯୋଡିଦେଲା ନୂତନ ସମ୍ପର୍କ। ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଗଲାା ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational