BHAGABANA NAIK

Drama Inspirational

3  

BHAGABANA NAIK

Drama Inspirational

ସଂଦେହ

ସଂଦେହ

3 mins
349


ଏଇ କେତେ ଦିନ ହେଲା ପ୍ରିତମ୍ ବାବୁ ଅଫିସରୁ ଘରକୁ ଫେରୁ ଫେରୁ ସଂନ୍ଧ୍ଯା ହୋଇଯାଉଛି।ପ୍ରଥମେ ପ୍ରଥମେ ଘଣ୍ଟାଏ ପୂର୍ବରୁ ଅଫିସର ଫାଇଲ କାମ ଶେଷ କରିଦେଉଥିଲେ ସେ।ଏବେ କିନ୍ତୁ ସଂଧ୍ୟା ୫ଟା ପରେ ବି ଅଧା କାମ ସାରିପାରୁ ନାହାନ୍ତି ସେ। ଆଠ ମାସ ପୂର୍ବରୁ ପ୍ରିୟାକୁ ବିବାହ କରିଛନ୍ତି ସେ। ସବୁ ଠିକ୍ ଠାକ୍ ବି ଚାଲିଥିଲା। କିନ୍ତୁ ଯେଉଁଦିନ ପ୍ରିୟାର ହ୍ବାଟ୍ସଆପ୍ ମେସେଜରେ 'ବିପ୍ଳବ କେମିତି ଅଛ?' ଦେଖିଦେଲେ ସେ, ସେହିଦିନୁ ସବୁ ଓଲଟପାଲଟ ହୋଇଯାଇଛି।ତାଙ୍କ ହୃଦୟରେ ନିଆଁ ଲାଗିଯାଇଛି। ଅଫିସରୁ ଫେରିଲେ ଆଉ ଆଗ ଭଳି ପ୍ରିୟାକୁ ସମ୍ଭାଷଣ ଜଣାଉ ନାହାନ୍ତି କି ତାଙ୍କର ହସ ହସ ମୁହଁ ଦେଖାଯାଉ ନାହିଁ। ଆଗଭଳି ପ୍ରିୟା ସହିତ ହୃଦୟ ଖୋଲି କଥାହୋଇ ପାରୁନାହାନ୍ତି ପ୍ରିତମ୍ ବାବୁ। ସବୁଠାରୁ ବେଶି ଭଲ ପାଉଥିବା ମାଆଙ୍କ ସହିତ ମଧ୍ୟ ଅଧିକ ଗପସପ କରୁନାହାନ୍ତି ସେ। ଘରର ଅତି ପ୍ରିୟ ସଦସ୍ୟ ହୋଇଯାଇଥିବା ନିରୀହ ଶୁଆଟିର 'ବାବୁ ଆଇଲେ, ବାବୁ ଆଇଲେ' ଘୋଷା ସତେ ଯେପରି ତାଙ୍କୁ ଶୁଣାଯାଉ ନାହିଁ।ଆଜିକାଲି ଶୁଆ ପାଇଁ ପିଜୁଳି,ଡାଳିମ୍ବ,ସୁସ୍ବାଦୁ କୋଳି ଆଦି ଆଣିବା ଭୁଲିଯାଉଛନ୍ତି ସେ । ବୋଧହୁଏ ଅଫିସ୍'ରେ କାର୍ଯ୍ୟବ୍ୟସ୍ତତା ହେତୁ ଏପରି ହେଉଛି! ଏପରି କି ଅଫିସ୍'ରୁ ମଧ୍ୟ ସେତେଟା କଲ୍ ଆସୁନାହିଁ ପ୍ରିୟା ପାଖକୁ। ପ୍ରିୟା କାଁ ଭାଁ କଲ୍ ଟ୍ରାଏ କଲେ 'ବିଜି ଅଛି, ତୁମକୁ ଅଫିସ୍ ଆଓ୍ବାର ଦେଖାଯାଉ ନାହିଁ କି? ' ରିପ୍ଲାଇ ଆସୁଛି।ଏମିତି କି ଘରକୁ ଆସିବା କ୍ଷଣି ରାଗ ଗରଗର ହେଉଛନ୍ତି ସେ। ବେଳେବେଳେ 'ତୁମ ପାଇଁ ଏପରି ହେଉଛି' ବୋଲି  କହିଦେଉଛନ୍ତି ବାପାଙ୍କୁ, ଯାହାଙ୍କୁ କି କେବେ ମୁଣ୍ଡଟେକି କହିନଥିଲେ, ଯାହାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି ସେ।ଆଜି ପରିସ୍ଥିତି ତାଙ୍କୁ ବାଧ୍ୟ କରୁଛି ଏପରି ହେବାକୁ। ଦିନକୁ ଦିନ ଘରେ ଅଶାନ୍ତିର ନିଆଁ ଜଳିବାକୁ ଲାଗିଲା। ପ୍ରଥମେ ପ୍ରଥମେ କଥାଟାକୁ ପ୍ରିୟା ହାଲୁକା ଭାବରେ ନେଉଥିଲେ। କିନ୍ତୁ କଥାଟା ଯେତେବେଳେ ସଂଗିନ୍ ହେବାକୁ ଲାଗିଲା,ବୁଝାମଣାରେ କେଁ ପଶିଲା,' ପ୍ରିୟାକୁ ବୁଝିବାକୁ ଆଉ ବେଶି ସମୟ ଲାଗିଲା ନାହିଁ। କଥାଟାକୁ ଠଉରାଇ ନେଲେ ପ୍ରିୟାଦେବୀ।କାରଣ ଏଇ ଅଳ୍ପ ଦିନ ତଳେ ନୂଆକରି ବିପ୍ଳବ ବାବୁଙ୍କ ଟ୍ରାନ୍ସଫର୍ଡ୍ ହେଇଛି ଏଇ ପ୍ରିତମ୍' ବାବୁଙ୍କ ସହରକୁ।ଆଉ ପ୍ରିୟା ତାଙ୍କ ପ୍ରିୟ ବାଲ୍ୟ ବାନ୍ଧବୀ। ପ୍ରତ୍ୟେକ ଆବଶ୍ୟକତାରେ ଉଭୟେ ପରସ୍ପରକୁ ଅକୁଣ୍ଠ ଚିତ୍ତରେ ସହଯୋଗ କରିଆସିଛନ୍ତି।ଉଭୟଙ୍କ ସ୍ବାର୍ଥରହିତ ସଂପର୍କରେ ଉଭୟ ପରିବାର ମଧ୍ଯରେ ଗଢିଉଠିଛି ଭାଇଚାରାର ସଂପର୍କ ସେତୁ ।ଉଭୟ ପରିବାର କାନ୍ଧକୁ କାନ୍ଧ ମିଳାଇ ଠିଆହୋଇଛନ୍ତି ସବୁ ପରିସ୍ଥିତିରେ। କିନ୍ତୁ କିନ୍ତୁ କେମିତି ବା ସେ ପ୍ରିତମ୍ କୁ ବୁଝାଇବେ? ବିପ୍ଳବ ଆଉ ତାଙ୍କ ମଧ୍ୟରେ ନିର୍ମଳ ବନ୍ଧୁତ୍ବ ବ୍ଯତୀତ ଅନ୍ୟ କୌଣସି ସଂପର୍କ ନାହିଁ ବୋଲି । ବିବାହର ସମସ୍ତ କାର୍ଯ୍ୟ କିପରି ସୁରୁଖୁରୁରେ ସଂପାଦନ ହେବ,ସେସବୁର ଗୁରୁ ଦାୟିତ୍ଵ ନିଜ କାନ୍ଧରେ ବହନ କରିଛନ୍ତି ବିପ୍ଳବର ପରିବାର।ପ୍ରିୟା ଓ ବିପ୍ଳବର ଅନାବିଳ ସ୍ନେହ ବିଷୟରେ ଗାଁ ଲୋକଙ୍କୁ ଅଛପା ନୁହେଁ।ପ୍ରିତମ୍ ବି ଲୋକମୁଖରୁ ପ୍ରିୟାର ସୁଗୁଣ,ପ୍ରଶଂସା ଶୁଣି ତାଙ୍କୁ ବିବାହ କରିଛନ୍ତି।ପ୍ରିୟାର ରିଂ ସେରେମନି ଓ ବିବାହ ଉତ୍ସବରେ ମଧ୍ୟ ବିପ୍ଳବ ତାଙ୍କ ପାଖେ ପାଖେ ରହିଛନ୍ତି। ଅଧିକନ୍ତୁ ପ୍ରିୟା ବି ପ୍ରିତମ୍ ସହିତ ବିପ୍ଳବର ପରିଚୟ କରାଇ ଦେଇଛନ୍ତି। ତଥାପି ବିବାହ ଦିନ ବିପ୍ଳବ ଓ ପ୍ରିୟାର ଥଟ୍ଟାମଜା ଦେଖି ଟିକିଏ ସଂଦେହ କରିଥିଲେ ପ୍ରିତମ୍ ବାବୁ। କହି ପାରିନଥିଲେ ବି ପ୍ରିୟାର ଚରିତ୍ର ଉପରେ ତାଙ୍କ ପାଇଁ ରହିଯାଇଥିଲା ଗୋଟିଏ ପ୍ରଶ୍ନବାଚୀ ଯୋଗକୁ କର୍ତ୍ତବ୍ୟର ଦାସ ବିପ୍ଳବ ବାବୁଙ୍କର ବଦଳି ଏବେ ପ୍ରିୟାର ସହରକୁ ହୋଇଯାଇଛି।ଏଥିରେ ବିପ୍ଳବ ବାବୁ ଅଥବା ପ୍ରିୟାର କି ଦୋଷ? ପ୍ରିତମ୍ ବାବୁଙ୍କ ସଂଦେହ ଯେ, ବିପ୍ଳବ ବାବୁ ଜାଣିଶୁଣି ଏ ସହରକୁ ବଦଳି ହୋଇ ଆସିଛନ୍ତି ନିଜର ପ୍ରାଣପ୍ରିୟା ପ୍ରେମିକାକୁ ଭୁଲି ନ ପାରି !କଥାଟା ଯେତେବେଳେ ଘରକୋଣରୁ ଯାଇ ଦାଣ୍ଡ ଦୁଆରେ ପ୍ରଘଟ ହେଲା ବିପ୍ଳବ ବାବୁ ଏ ସବୁ ଶୁଣି ଦୁଃଖରେ ମର୍ମାହତ ହେଲେ।ପ୍ରିତମ୍ ବାବୁ ଜଣେ ଶିକ୍ଷିତ,ଭଦ୍ର,ଅମାୟିକ ବ୍ୟକ୍ତିତ୍ୱ ମନେକରି ବିପ୍ଳବ ନିଜେ ହିଁ ପ୍ରିୟାର ବିବାହ ପ୍ରସ୍ତାବ ପ୍ରିୟା ସହିତ ରଖିଥିଲେ ପରିବାରରେ।

କିନ୍ତୁ,ଏବେ ପ୍ରିୟାର ପରିବାରରେ କଳାମେଘ ଛାଇଯାଇଛି।ପବନ ଆନମନା ହେଇଯାଇଛି। ବିନା କାରଣରେ ପ୍ରିୟା ସଂଦେହ ପାଶରେ ଯନ୍ତ୍ରଣା ପାଉଛନ୍ତି।ବିପ୍ଳବ ବାବୁ କେମିତି ବା ତାଙ୍କର ପ୍ରିୟ ବାନ୍ଧବୀର ଲୁହକୁ ଦେଖିପାରନ୍ତେ ? 

ସେ ବେଶି ଦିନ ପ୍ରିୟାର ଦୁଃଖକୁ ଦେଖି ସହ୍ୟକରି ପାରିଲେ ନାହିଁ। କଥାଟିର ରହସ୍ୟ ଉନ୍ମୋଚନ କରିବାକୁ ଶେଷରେ ତାଙ୍କୁ ହିଁ ହସ୍ତକ୍ଷେପ କରିବାକୁ ପଡିଲା।ସେ ପ୍ରିତମ୍ ବାବୁଙ୍କ ଘରକୁ ଆସି ନିଃସଂକୋଚରେ ପ୍ରିୟା ଓ ତାଙ୍କ ମଧ୍ୟରେ ଥିବା ଆତ୍ମିକ ସମ୍ପର୍କ ବିଷୟରେ ହୃଦୟ ଖୋଲି କହିଲେ ।ଆଉ ପ୍ରିତମ୍ ବାବୁଙ୍କ ଏତାଦୃଶ ନୀଚ ବ୍ୟବହାରରେ ବ୍ୟଥିତ ହେଲେ। 

ଶେଷରେ ପ୍ରିତମ୍ ବାବୁ ନିଜର ଭୁଲ୍ ବୁଝିପାରିଲେ ଏବଂ ସଂଦେହର ବିଷଜ୍ବାଳା ଯେ କେତେ ଭୟଙ୍କର ହୋଇପାରେ, ବୁଝାମଣାରେ ଗାର ପଡିଲେ କେତେ ଯେ କ୍ଷତି କରିପାରେ, ତାହା ଠିକ୍ ଭାବେ ହୃଦୟଙ୍ଗମ କରିପାରିଲେ ।ସଂଦେହର କୁହୁଡି ଦୂରରୁ ସିନା ପଥ ଅବରୋଧ କରିଥିବା ପରି ମନେହୁଏ, କିନ୍ତୁ ନିକଟତର ହେଲେ ତାହା ଆପେ ଆପେ ଦୂରେଇ ଯାଏ,' ଏକଥା ପ୍ରିତମ୍ ବାବୁ ସେଦିନ ଭଲଭାବରେ ହୃଦୟଙ୍ଗମ କରିପାରିଲେ। ପୁଣି ଥରେ ପ୍ରିତମ୍ ବାବୁଙ୍କ ଘରେ ସୁଖ,ଶାନ୍ତି ଓ ଆନନ୍ଦର ଲହରୀ ନାଚି ଉଠିଲା। 


Rate this content
Log in

Similar oriya story from Drama