STORYMIRROR

Lipsa Acharya

Romance

4  

Lipsa Acharya

Romance

କରୋନେଟ୍ ଶିଖରରେ ରାତି

କରୋନେଟ୍ ଶିଖରରେ ରାତି

7 mins
154

ଦେଖୁ ଦେଖୁ ବାହାଘର ସ୍ଥିର ହେଇଗଲା। ବାପାଙ୍କ ଜମା ଇଚ୍ଚ୍ଥା ନ ଥିଲା ସେଇଠି କରିବାକୁ ; ମାମୁଁ ଙ୍କ ଏକା ଜିଦ୍ " ଭାଇନା ଏପରି ପ୍ରସ୍ତାବ ଟେ ମିଳିବା କଷ୍ଟକର। ପିଲା ମୋ ସାଙ୍ଗର ପୁଅ। ମୁଁ ଜାଣିଚ୍ଥି।" ମା' ମନ ବହୁତ ଦୁଃଖ ହେଲେ ବି ବାହାରୁ ଖୁସି ଜଣା ପଡୁଥିଲା। ତାଙ୍କ ଝିଅ ବିବାହ ପରେ ବିଦେଶରେ ରହିବ। କେହି ନିକି କୁ ପଚାରୁ ନ ଥିଲେ ; ସେ ଏ ବାହାଘରରେ ରାଜି କି ନାହିଁ। ସେ ଘରଲୋକଙ୍କୁ ଚ୍ଥାଡି ବିଦେଶରେ କେମିତି ରହିବ। କେବେ ଦେଖି ପାରିବ ନାହିଁ ନିଜ ଲୋକଙ୍କୁ। ମନରେ ଅଜଣା ଭୟ। କେବେ ଏକୁଟିଆ ନିକି ଭୂବନେଶ୍ବର ଯାଇନି ଆଉ ଆଜି ତାକୁ ବାବା ବିଦେଶ ପଠାଇ ଦଉଚ୍ଥନ୍ତି। ଇଚ୍ଚ୍ଥା ହେଉଥାଏ ମୁଣ୍ଡ ବାଡାଇ ଚିଲେଇ ଚିଲେଇ କାନ୍ଦିବ । ହେଲେ , ସେତକ ବି କରି ପାରୁ ନ ଥିଲା। ସାଙ୍ଗମାନେ ତା' ବାହାଘର ବିଷୟରେ ଜାଣିବା ପରେ ଯିଏ ଯାଆ ବାଟରେ ଗପିଲା। "କିଏ ବିଦେଶୀ ବର ସହିତ ସହରର ଗଳିରେ ମିନିସ୍କଟ୍ ପିନ୍ଧିକି ବୁଲିବୁ କହୁଥାଏ ; ତ କିଏ ତୁ ଏତେ ଦୂରରେ ବାହା ହଉଚ୍ଥୁ ଯେ ସେ ତୋତେ ଜୀବନରୁ ମାରି ଦେଲେ ବି ଘରଲୋକ ମାନେ ଜାଣି ପାରିବେ ନାହିଁ। " ଏମିତି ଅନେକ କିଚ୍ଥି..


ନିକିର ମନରେ ଅସୁମାରୀ ସ୍ବପ୍ନ ; ନା ନା ପ୍ରଶ୍ନ। କେମିତି ରହିବ ତା' ଆଗାମୀ ଭବିଷ୍ଯତ। ଅନୁରାଗ ବାଣିଜ୍ଯରେ ସ୍ନାତକୋତ୍ତର ପରେ ନ୍ୟୁଜଲାଣ୍ଡର  ଦକ୍ଷଣ-ପଶ୍ଚମ ରେ ଥିବା କୁଇନ୍ ଷ୍ଟାଉନ୍ ସହର ରେ ଚାକିରୀ କରୁଚ୍ଥନ୍ତି। ଏଇଠି ପ୍ରଥମେ ୧୮୬୦ ରେ ଦୁଇ ୟୁରୋପିଆନ୍ ଆସି ଜନବସତି ସ୍ଥାପନ କଲେ। ଏହି ସହର ନ୍ଯୁଜଲାଣ୍ଡର ବାଣିଜ୍ଯକ କେନ୍ଦ୍ର। କେବେ ରାଜ୍ଯ ବାହାରକୁ ଯାଇ ନ ଥିବା ନିକି ଏବେ ବିଦେଶରେ ରହିବ। ସବୁ ତା' ଭାଗ୍ଯକୁ ପ୍ରସଂଶା କରି କରି ଥକୁ ନାହାନ୍ତି। ନିକି ମନେ ମନେ ଭାବୁଥାଏ ୟା ଆଗରୁ ଅନେକ ବାହାଘର ଭାଙ୍ଗିଚ୍ଥି। କେଉଁଠି ଯୌତୁକ ପାଇଁ କେଉଁଠି ସୁନ୍ଦରତାକୁ ନେଇ। ଏଇଠି ଦୁଇଟି ଯାକ ନ ଥିଲା। ନିକି ସାବର୍ଣ୍ଣ ହେଲେ ସୁଧା ଜଣେ ବିଦେଶରେ ଚାକିରି କରୁଥିବା ଲୋକ ତାକୁ ବାହା ହେବାକୁ ରାଜି ହେଇଗଲା । ସେ ପୁଣି ବିନା ଯୌତୁକ ରେ। ନିକି ଅନୁରାଗଙ୍କ ବାବାଙ୍କୁ ଜାଣିଚ୍ଥି ଆଉ ଦୁଇଥର ତାଙ୍କ ଘରକୁ ବି ଯାଇଚ୍ଥି ମାମୁଁ ଙ୍କ ସହିତ। ସେ ସବୁବେଳେ ବାପା ମା' ଙ୍କ ନିଷ୍ପତି କୁ ମାନି ଆସିଚ୍ଥି। ତେଣୁ ସେ ବିନା କୌଣସି ପ୍ରତିବାଦରେ ରାଜି ହେଇଗଲା ବାହାଘର ପାଇଁ। ବାହାଘର ର ସାତ ଦିନପରେ ସେ କୁଇନ୍ ଷ୍ଟାଉନ୍ ପଳେଇବ ଅନୁରାଗ ସହିତ। ସେଥିପାଇଁ ସବୁ ପ୍ରସ୍ତୁତ କରା ଯାଇଥିଲା ମାସେ ଆଗରୁ। ପାସ୍ ପୋଟ୍, ଭିସା ସବୁ । 


ଦେଖୁ ଦେଖୁ ନିର୍ଦ୍ଧାରିତ ସମୟରେ ନିକି ସହିତ ଅନୁରାଗ ର ବିବାହ ସରିଲା। ବାହାଘର ପରେ ଚରୁର୍ଥୀ, ଅଷ୍ଟମଙ୍ଗଳା ଏଇ ସବୁ ରୀତି ନୀତି ରେ ସମୟ ପଳେଇଗଲା। ନିକି ନିଜର ପରିଚିତ ଲୋକଙ୍କୁ ପର କରି ଉଡିଗଲା କୁଇନ୍ ଷ୍ଟାଉନ୍। ମନରେ ଆଶା ଠାରୁ ଅଧିକ ଭୟ ଆଗାମୀ ଭବିଷ୍ଯତକୁ ନେଇ। କୁଇନ୍ ଷ୍ଟାଉନ୍ ରେ ପହଞ୍ଚି ଏୟାରପୋର୍ଟ ରୁ ଫ୍ଲାଟ୍ କୁ ଗଲା ବେଳକୁ ସଂଧ୍ଯା ହେଇ ଯାଇଥାଏ। ନିକି ଆଉ ଅନୁରାଗ ଦୁହେଁ ହାଲିଆ ହେଇ ଯାଇଥିଲେ। ଅନୁରାଗ ଅନେକ ଦିନ ହବ ଘରେ ନ ଥିବାରୁ ରୋଷେଇ ସାମଗ୍ରୀ ସେମିତି କିଚ୍ଥି ଆଶା ଜନକ ନ ଥିଲା। ନିକି କୁ ବହୁତ ଜୋର୍ ରେ ଭୋକ ତଥାପି ସେ ଅନୁରାଗକୁ କିଚ୍ଥି କହୁ ନ ଥାଏ। ସତକଥା ହେଲା ସେ ଏର୍ଯ୍ଯନ୍ତ ଅନୁରାଗ ସହିତ ଠିକ୍ ରେ କଥା ବି ହେଇ ନ ଥିଲା। ଅନୁରାଗ ପହଞ୍ଚୁ ପହଞ୍ଚୁ ଘରର କବାଟ ଖୋଲି ଦେଇ ଲଗେଜ୍ ଥୋଇ ବାଥରୁମ୍ ପଳେଇଗଲା। ନିକି ଘରକୁ ତନ ତନ କରି ନୀରିହ ଚ୍ଥୁଆ ପରି ଦେଖୁଥିଲା। ଦୁଇ ବେଡ୍ ରୁମ୍ ଥିବା ଘର ଟିଏ। ବୈଠକ ଘର ର ସାଜସଜ୍ଜା ବହୁତ ସୁନ୍ଦର ଥିଲା। ଦେଖିଲେ କେହି କହିବ ନାହିଁ ଏଇଠେ ଗୋଟିଏ ପୁଅ ଏକୁଟିଆ ରହୁଥିବ କହି। ଦୁଇମାସ ଉପରେ ଘର ବନ୍ଦ ଥିବାରୁ ଚଟାଣରେ ଧୂଳିର ଗୋଟିଏ ପରସ୍ତ ଜମି ଯାଇଚ୍ଥି। ନିକି ସୋଫାକୁ ତା ପିନ୍ଧା ଚୁନି ରେ ଝାଡି ଦେଇ ବସିଲା। କିଚ୍ଥି ସମୟ ପରେ ଅନୁରାଗ ବାଥରୁମ୍ ରୁ ଆସି ନିକିକୁ ଫ୍ରେସ୍ ହେବା ପାଇଁ ଇସରା କଲେ। ନିକି ନିଜ ବ୍ଯାଗ୍ ରୁ ଡ୍ରେସ୍ ନେଇ ଗଲା ବାଥରୁମ୍ ରେ ଫ୍ରେସ୍ ହେଇ ଆସିବ କହି। ନିଜ କାମ ସାରି ଆସିଲା ବେଳକୁ ନିକି ଆଚମ୍ବିତ ହେଇ ଅନୁରାଗ କୁ ଅନାଇ ରହିଲା।


 ଅନୁରାଗ ହାଲୁକା ହସି ପଚାରିଲେ , " କଣ ହେଲା ନିକି ? ଏମିତି କଣ ଦେଖୁଚ୍ଥ ?"


 ନିକି ହଡବଡ ହେଇ କହିଲା , " ନାହିଁ ମାନେ ; ତୁମେ ଘର ସଫା କରୁଚ୍ଥ।" 


ଅନୁରାଗ କହିଲେ ;" ଧୂଳି ରେ ରହିବା ନା କଣ ? ପୁରା ଘର ସଫା କରି ଦେଲିଣି! ଘରେ ଖାଇବା ପାଇଁ କଣ ଅଚ୍ଥି ଦେଖିବାକୁ ହବ?"


ନିକି;" ମା' ଆସିଲାରୁ ଶୁଖିଲା ଖାଦ୍ଯ ଦେଇଥିଲେ। ଯାହିଁବ ଯଦି ଖାଇ ପାରିବ । ନ ହେଲେ ମୁଁ ତୁମ ପାଇଁ କଣ ବନେଇ ଦେବି।


ଅନୁରାଗ:- ନା.. ନା। କିଚ୍ଥି ଦରକାର ନାହିଁ। ରୁହ ମୁଁ ବାହାର କରୁଚ୍ଥି ବ୍ଯାଗ୍ ରୁ ଖାଇବା। 


ଅନୁରାଗ ନିକିରୁ ଖାଇବା ଦେଇ ନିଜେ ଖାଇଲେ। ଖାଉ ଖାଉ ଅନୁରାଗ କହିଲେ , " ନିକି କାଲି ମୋତେ ଅଫିସ୍ ଯିବାକୁ ହବ। ମୋ ଅଫିସ୍ ଘର ଠାରୁ ୨୦ କିମି ଦୂର। ଆଉ ହଁ ଘର ପାଖରେ ଗୋଟିଏ ଭାରତୀୟ ମାର୍କେଟ୍ ଅଚ୍ଥି। ମୁଁ ଅଫିସ୍ ରୁ ଫେରିଲେ ଦୁହେଁ ଯାଇ ଆଣିବା।" 


ନିକି ମୁଣ୍ଡ ହଲାଇ ସହମତି ଦେଲା। ଥକି ଯାଇଥିବାରୁ ଦୁହେଁ ଶୋଇଗଲେ। ନିଜ ମୁହଁ ରେ ଖରା ପଡିବାରୁ ନିକିର ନିଦ ଭାଙ୍ଗିଲା। ଅନୁରାଗ ପରଦା ଆଡେଇ ନିକି ଆଡେ ଚାହିଁ ଟିକିଏ ହସି ଦେଲା। ନିକି ଉଠି ବସିଲା। ତା' ଆଖି ଲାଖି ରହିଗଲା। କାଲି ରାତିରେ ସେ ଦେଖି ପାରି ନ ଥିଲା। କାଚ ଝରକା ସେପଟେ କରୋନେଟ୍ ପର୍ବତର ବରଫି ଶିଖର ଆଉ ସେଥିରୁ ଉଦୟ ହେଉଚ୍ଥନ୍ତି ସୂର୍ଯ୍ଯ। ଏତେ ସୁନ୍ଦର ପ୍ରାକୃତିକ ଦୃଶ୍ଯ କେବେ ଦେଖି ନ ଥିଲା ନିକି। ବିମୋହିତ ହେଇଗଲା ସେହି ଦୃଶ୍ଯରେ। ଅନୁରାଗ ର ଚା' ଡାକରେ ଧ୍ଯାନ ଭଙ୍ଗ ହେଲା ନିକିର। ଅନୁରାଗ ନିକି କୁ ଚା' କପ୍ ଟେ ବଡେଇ ଦେଲା। ନିକି ମନା କରି କହିଲା ; ନା ବିନା ବ୍ରସ୍ ରେ ଚା' କେମିତି ପିଇବି। ଅନୁରାଗ ହସି ହସି କହିଲେ , " ହାତୀ କେବେ ଦାନ୍ତ ସଫା କରେନି। ତୁମେ ନ କଲେ ଚଳିବ।" ନିକି ହସି ଦେଇ ବ୍ଯାଗ୍ ବାହାର କରିବାକୁ ଗଲାବେଳେ ଅନୁରାଗ କହିଲେ , " ତୁମ ବ୍ରସ୍ ବାଥରୁମ୍ ରେ ଅଚ୍ଥି।" 


ନିକି ଫ୍ରେସ୍ ହେଇ ସୋଫା ଉପରେ ବସି ଅନୁରାଗ ସହିତ ଚା' ପିଇଲା । ତା'ର ପୁରା ନଜର କରୋନେଟ୍ ପର୍ବତର ବରଫି ଶୀଖର ଉପରେ ଥିଲା। ଦୂରରୁ ସବୁଜ ଧଳା ର ମିଶ୍ରଣ ଦୃଶ୍ଯ ଚମତ୍କାର ଥିଲା। ଅନୁରାଗ କହିଲେ , " ନିକି ମୁଁ ଅଫିସ୍ ଯାଉଚ୍ଥି। ତୁମେ ବ୍ଯସ୍ତ ହବ ନାହିଁ। ମୁଁ ତୁମ ପାଇଁ ସିମେଇ କ୍ଷୀରି କରି ରଖି ଦେଇଚ୍ଥି। ଖାଇନବ। " ଏଥର ନିକି ବିରକ୍ତ ହେଇ କହିଲା , " ତୁମକୁ କିଏ କହିଲା ଏସବୁ କରିବା ପାଇଁ ? ମୋ ହାତଗୋଡ ଅଚ୍ଥି। ମୁଁ ରୋଷେଇ କରି ପାରିବି।" ନିକିର ରାଗ ଦେଖି ଅନୁରାଗ ହସି ହସି କହିଲେ, " ବାପ୍ ! ରେ ଏତେ ରାଗ। ମୋର ଅଭ୍ଯାସ ଅଚ୍ଥି। ତୁମେ ନୂଆଁ ଏଇ ଘରେ ବୁଝିଲ।" ଅନୁରାଗ ଯିବା ପରେ ନିକି ଘରକୁ ଆଉ ଘରର କାନ୍ଥରେ ଲାଗିଥିବା କାଚ ଝରକା ଆଡେ ସହରକୁ ଦେଖିଲା। ସମୟ କେମିତି କେମିତି କଟିଗଲା। ସଂଧ୍ଯାରେ ଅନୁରାଗ ଆସିବା ସମୟରେ ଘର ପାଇଁ ଜିନିଷ ସବୁ ନେଇ ଆସିଥିଲେ। ନିକି ନିଜର ନୂଆ ଜୀବନ ଆରମ୍ଭ କରିଲା।ତଥାପି ତା' ମନରେ ଭୟ ଥିଲା। ଅନୁରାଗ ସହିତ ନିକି ବର୍ତ୍ତମାନ ସାଧାରଣ କଥାବର୍ତ୍ତା କରୁଥିଲା। କରୋନେଟ୍ ପର୍ବତ ତାକୁ ଦିନକୁ ଦିନକୁ ଆକର୍ଷିତ କରୁଥିଲା। 


ଦିନେ ଅନୁରାଗ ଅଫିସ୍ ରୁ ଫେରି ନିକିକୁ ଦୁଇଟି ଟିକେଟ୍ ଦେଖାଇ କହିଲେ , " କହିଲ ଦେଖି ଆମେ କୁଆଡେ ଯିବା।" ନିକି କିଚ୍ଥି ବୁଝି ପାରୁ ନ ଥାଏ । କେବଳ ବଲବଲ ଆଖିରେ ଅନୁରାଗକୁ ଅନାଇ ରହିଲା। ଅନୁରାଗ ନିକିର ହାତରୁ ଟାଣି ନେଇଗଲା ଲମ୍ବା କାଚ ଝରକା ପାଖକୁ । ଆଉ ଆଙ୍ଗୁଳି ଦେଖାଇ କହିଲା , " ଆମେ କରୋନେଟ୍ ପର୍ବତର ସମତଳ ଅଂଶ ରେ ଗୋଟିଏ ରିସର୍ଟ ଅଚ୍ଥି। ସେଇଠି କି ଯାଉଚ୍ଥେ। ଆମେ ଗୋଟିଏ ରାତି ସେଇଠି ରହିବା।" ନିକି ମୁହଁ ରେ ଖୁସିରେ ଲହରୀ ଖେଳିଗଲା। କିଚ୍ଥି ସମୟ ପରେ ଉଦାସ। କାଇଁ ସେଇଠି ନେଇ ସେ ମୋତେ ମାରି ଦେବେ ନି ତ। ମୁଁ ତାଙ୍କ ସହିତ ଠିକ୍ ରେ କଥା ବି ହୁଏନି। ନିଜ ଭୟକୁ ନିକି ନିଜ ଭିତରେ ରଖିଲା। 


ଅନୁରାଗ ଅଫିସ୍ ରୁ ଚ୍ଥୁଟି ନେଇ ନିକିକୁ ନେଇ କରୋନେଟ୍ ଶିଖରରେ ଥିବା ରିସର୍ଟ କୁ ଗଲା। ସଂଧ୍ଯା ହେଇ ଆସୁଥାଏ। ତାଙ୍କ ପରି ଅନେକ ଲୋକ ସେଠାକୁ ବୁଲିବାକୁ ଆସିଥିଲେ। ନିକି ମନରେ ଥିବା ଭୟ ବରଫକୁ ଦେଖି ମନ ସମୁଦ୍ରରେ ମିଳେଇଗଲା। ବରଫର ପାଦ ଦେଶରେ ସୂର୍ଯ୍ଯଙ୍କ ଅନ୍ତିମ କିରଣ ପଡି ଗୁଲାପି ଗୁଲାପି ଦେଖା ଯାଉଥିଲା। ନିକି ବରଫର ଚ୍ଥୋଟ ଚ୍ଥୋଟ ବଲ୍ କରି ଖେଳିବାକୁ ଲାଗିଲା। ହଠାତ୍ କଣ ହେଲା କେଜାଣି ନିକି ଗୋଟିଏ ବଲ୍ କୁ ଅନୁରାଗ ଉପରକୁ ପକାଇଲା। ଅନୁରାଗ ବି କେଉଁ ଚ୍ଥାଡିବା ଲୋକ। ଦୁହେଁ ବରଫର ଗୁଲାପି ସୁନ୍ଦରତାରେ ହଜିଗଲେ। ରାତି ଅନେକ ହେବାରୁ ସେମାନଙ୍କ ପାଇଁ ଉପଲବ୍ଧ ଥିବା କାଚର ଘରକୁ ସେମାନେ ଗଲେ। ବହୁତ ସୁନ୍ଦର ଦେଖା ଯାଉଥିଲା ଘର ଭିତରୁ ବାହାର ଦୃଶ୍ଯ। ନିକିକୁ ଜହ୍ନ ଆବଶ୍ଯକ ଠାରୁ ଅଧିକ ବଡ ଲାଗୁଥିଲା। ଅନୁରାଗ ନିକିକୁ ବୁଝାଇ ଦେଲା ଏଇ କାଚ ଭିତରୁ ବାହାରକୁ ଦେଖିହବ ମାତ୍ର ବାହାର ଲୋକ ଭିତରକୁ ଦେଖି ପାରିବ ନାହିଁ। 


ନିକି ସେମିତି ଠିଆ ହେଇ ଜହ୍ନକୁ ଦେଖୁଥାଏ। ନିଜ ପାଖରେ ଅନୁରାଗଙ୍କ ଉପସ୍ଥିତିକୁ ଅନୁଭବ କରି ନିକି ପଚ୍ଥକୁ ମୁହଁ କଲା। ଅନୁରାଗ ନିକିର ବହୁତ ନିକଟକୁ ଆସି ଯାଇଥିଲେ। ଏତେ ପାଖରୁ ଆଗରୁ କେବେ ନିକି ଅନୁରାଗକୁ ଅନୁଭବ କରି ନ ଥିଲା। ନିକି ଭୟରେ ଥିରିବାକୁ ଲାଗିଲା। ତା' ଆଖିର ଲୁହ ବୋଲ ନ ମାନି ଝରି ପଡିଲେ। ଅନୁରାଗ ନିକିର ଏପରି ଅବସ୍ଥା ଦେଖି କିଚ୍ଥି ବୁଝି ପାରିଲା ନାହିଁ। ନିକିକୁ ବେଡ୍ ଉପରେ ବସାଇ ଆଣ୍ଠେଇ ପଡି ଲୁହ ପୋଚ୍ଥି; ନିକିର ହାତକୁ ନିଜର ହାତରେ ଧରି ପଚାରିଲା, " କଣ ହେଲା? ମୋତେ କଣ ତୁମେ ଡରୁଚ୍ଥ କି ? କାନ୍ଧୁଚ୍ଥ କାଇଁ?" ଏତେ ଗୁଡାଏ ପ୍ରଶ୍ନ  ଦେଖି ନିକି ଉତ୍ତର ଦେଲା , " ତୁମେ ମୋତେ ଜୀବନରୁ ମାରିବ ନାହିଁ ନା।" ଅନୁରାଗ ଭାବି ନ ଥିଲା ଏପରି କିଚ୍ଥି ପ୍ରଶ୍ନ ନିକି କରିବେ କହି। ନିକି ମୁଁ ତୁମକୁ କାହିଁକି ମାରିବି। ତୁମେ ମୋ ସ୍ତ୍ରୀ। ଏମିତି କଥା କାଇଁ ମୁଣ୍ଡକୁ ଆଣୁଚ୍ଥ ନିକି। ଅନୁରାଗ କହି କହି ନିକିର ମୁଣ୍ଡକୁ ଆଉଁସି ଦେଲେ। ନିକି ପୁଣି ପ୍ରଶ୍ନ କଲା , " ମୁଁ ଦେଖିବାକୁ ଏତେ ସୁନ୍ଦର ନୁହେଁ। ତୁମେ ମୋ ସହିତ ବାହା ହେବାକୁ ହଁ କେମିତି କଲ ସେ ପୁଣି ବିନା ଯୌତୁକ ରେ।" 


ଅନୁରାଗ ନିକିର ଗାଲରେ ହାଲୁକା ବାଡେଇ କହିଲେ ," ଏ ପାଗଳି! ମୁଁ ତୋର ଗୋଟିଏ କାହାଣୀକୁ ଥରେ ଗୋଟିଏ ଫେସବୁକ୍ ସାହିତ୍ଯ ପରିବାରରେ ପଢିଥିଲି। ତାକୁ ପଢି ମୁଁ ତୋ ବିଷୟରେ ଜାଣିବାକୁ ପାଗଳ ହେଇଗଲି। ବୋଧହୁଏ ସେହି ମୁହୁର୍ତ୍ତରେ ତୁ ମୋ ହୃଦୟକୁ ଚୋରି କରି ନେଇ ଯାଇଥିଲୁ। ତୋ ପ୍ରୋଫାଇଲ୍ ରେ ତୋର ଗୋଟିଏ ବି ଫଟୋ ନ ଥିଲା। କେବଳ କାହାଣୀ, କବିତା ରେ ଭର୍ତ୍ତି ଥିଲା। ମୁଁ ସେ ସବୁ ପଢିଚ୍ଥି। ତୁ ମୋର ଅନେକ ଜଟିଳ ପ୍ରଶ୍ନର ଉତ୍ତର ତୋ ଲେଖାରେ ସରଳ ଭାବରେ ପାଇଚ୍ଥି। ତୋ ବିଷୟରେ ଅଧିକ ଖୋଜାଖୋଜି କରିବାରୁ ଜାଣିଲି ତୁ ପାପାଙ୍କ ସାଙ୍ଗକୁ ଚିହ୍ନିଚ୍ଥୁ । କିପରି ମୁଁ ଜାଣି ନ ଥିଲି। ଦିନେ ତୋ ଜନ୍ମଦିନରେ ଅଙ୍କଲ୍ ଯେଉଁ ଶୁଭେଚ୍ଥା ପତ୍ର ଲେଖିଥିଲେ ସେଥିରୁ ଜାଣିଲି ତୁ ତାଙ୍କ ଭାଣିଜୀ କହି। ତୁ ଯେଉଁ ଦିନ ଆମ ଘରକୁ ଯାଇଥିଲୁ ମୁଁ ମାମାକୁ ଫୋନ କରିଥିଲି। ଆଉ ତୋ ସ୍ବର ଶୁଣିଥିଲି। ପରେ ଜାଣିଲି ତୁ କହି। ମୁଁ ଶେଷରେ ନିଷ୍ପତି ନେଲି ତୋତେ ବାହା ହେବି ବୋଲି ଘରେ କହିବି। ତା' ପୂର୍ବରୁ ମାମା ମୋତେ କହିଲେ , " ନିକି ଟା ଆମର ବହୁତ ଭଲ ; ହେଲେ ଯେତେ ପ୍ରସ୍ତାବ ଆସୁଚ୍ଥି ସବୁ ଭାଙ୍ଗି ଯାଉଚ୍ଥି। ମୋର ଝିଅଟା ବହୁତ ପସନ୍ଦ। ତୁ ଯଦି ରାଜି ହେଇ ଯାଆନ୍ତୁ ; ମୁଁ ତାକୁ ଏ ଘରୁ ବୋହୂ କରି ଆଣନ୍ତି। ମୁଁ ନ କହିବା ପୂର୍ବରୁ ମୋର ସବୁ ଇଚ୍ଚ୍ଥା ପୁରଣ ହେଇଗଲା।ବୁଝିଲୁ ଏମିତି କିଚ୍ଥି ମୋ ପ୍ରେମ କାହାଣୀ ଯାହା ମୋ ନାୟିକା କୁ ଅଜଣା।  


ଅନୁରାଗର କଥା ଶୁଣି ନିକି ଆଉ ନିଜକୁ ରୋକି ପାରିଲା ନାହିଁ। ବେଡ୍ ରେ ବସି ହିଁ ଝୁଙ୍କି ପଡିଲା ଅନୁରାଗର ବେକରେ ହାତ ଚ୍ଥନ୍ଧି। 



Rate this content
Log in

Similar oriya story from Romance