କୋଣାର୍କ ଏକ୍ସପ୍ରେସ
କୋଣାର୍କ ଏକ୍ସପ୍ରେସ


ଜୀବନ ର ଗାଡି କେବେ ରହିଯିବ ଜାଣିନି... ତଥାପି ଖୁସି ଖୁସି ରେ ସବୁ ଅଧ୍ୟାୟ କୁ ଅତିକ୍ରମ କରିସାରିଥିଲି | ଅଧ୍ୟାୟ ର ସବୁ ପ୍ରଶ୍ନ ସହଜ ନଥିଲା
କିଛିଟା ଜଟିଳ ପ୍ରଶ୍ନ ଜୀବନ ରୂପୀ ଶ୍ରେଣୀ ଗୃହ ରେ ମୋତେ ଅଟକାଉ ଥିଲା କାନରେ ଗୁଂଜି ଉଠୁଥିଲା "ନା ପ୍ରଭା ତୁ ଆଗକୁ ଯାଇପାରିବୁନି ତଥାପି ପ୍ରଶ୍ନ ବୁଝିବାକୁ ଚେଷ୍ଟା କରିଥିଲି ଆଉ ବିଳମ୍ବ ହେଲେ ବି ଜୀବନ ର ଦୁଃଖମୟ
ଶ୍ରେଣୀ ଗୃହ ରୁ ବାହାରିବାରେ ସକ୍ଷମ ହେଇଥିଲି | ହେଲେ ମୋର ପରୀକ୍ଷା ର ଅନ୍ତ ନଥିଲା |
ଅନାଥ ଆଶ୍ରମ ର ଅଗଣା ରେ ଆରମ୍ଭ ହେଇଥିଲା ମୋ ଜୀବନ ର ପ୍ରଥମ ଅଧ୍ୟାୟ | ଜାଣିନି ରମା ଅପା କହନ୍ତି ସେ ମୋତେ ରେଲୱେ ଷ୍ଟେସନ ର କୋଉ କଣରୁ ନେଇ ଆସିଥିଲେ | ଖଣ୍ଡେ ନୀଳ କପଡା ରେ ଗୁଡେଇ ହୋଇ ପଡ଼ିଥିଲି.ଆଉ ସେ ମୋତେ ନା ଦେଇଥିଲେ "ପ୍ରଭା " ପିଲା ଟି ଦିନରୁ ରମା ଅପା ଥିଲେ ମୋ ପାଇଁ ବାପା, ମା, ମୋର ସବୁକିଛି ଅନାଥ ଆଶ୍ରମ ର
ରକ୍ଷାକର୍ତ୍ତା ଥିଲେ ସେ | ରମା ଅପା ମୋତେ ନିଜ ଝିଅ ଭଳି ଭଲ ପାଉଥିଲେ ଅଭାବ ର ପାଦ ସ୍ପର୍ଶ ବୋଧେ ମୁ କେବେ କରିନଥିଲି | ସୁଖେ ଦୁଖେ ପ୍ରାଥମିକ ଜୀବନ ର ଅଧ୍ୟାୟ ମୁ ସମ୍ପୂର୍ଣ ଭାବେ ପଢ଼ିସାରିଥିଲି |
ଆଉ ଆରମ୍ଭ ହେଇଥିଲା ମୋ ଜୀବନ ର ସେହି ଅଧ୍ୟାୟ ଯେଉଁଥିରେ ଉତ୍ତୀର୍ଣ ଏତେ କଷ୍ଟକର ହେବ କଳ୍ପନା କରିବା ଅସମ୍ଭବ ଥିଲା | 2001ମସିହା 19 ବର୍ଷ ରେ ପାଦ ପଡିସାରିଥିଲା ଯୌବନ ର ପ୍ରଥମ ପାହାଚ ଥିଲା ଅତ୍ୟନ୍ତ ରୋମାଞ୍ଚକର |
ନୂଆ ବର୍ଷ ର ପହିଲା ଦିନ ଆଶ୍ରମ ବାହାରେ ଜୋର ବର୍ଷା ରେ କେହି ଜଣେ ଡାକୁଛନ୍ତି ବୋଧେ. ରମା ଅପା କହିଲେ ପ୍ରଭା ଦେଖ କିଏ ଡାକୁଛନ୍ତି..ଇଚ୍ଛା ନଥିଲା ନିଜ ପାଠ ବହିରେ ବିରାମ ଲଗେଇ ବାହାରକୁ ଯିବାକୁ.. ତଥାପି ସେ ବୁଢ଼ୀ ଲୋକ କେତେ ଉଠିବ.ଧଡ କରି ଖୋଲିଲି କବାଟ.. ବର୍ଷା ର ଶିଉଳି ଦାଉ ସାଧିଲା ପରି ଦୁମ କରି ପଡିଲି ସିମେଣ୍ଟ ର ଚଟାଣ ରେ... ଏ କଣ? ମୋତେ କଷ୍ଟ ହେଲାନି ଯେ ସତେ ଯେମିତି ଦେହରେ ଏକ ପ୍ରକାର ଶିହରଣ ଖେଳିଗଲା | ଆଖି ବୁଜି ହୋଇଯାଉଥିଲା. ହାତ ଦୁଇଟି ଇଚ୍ଛା ନଥିବା ସତ୍ୱେ ବି ଛନ୍ଦି ହୋଇଯାଉଥିଲା..
ଆରେ ଆରେ ଆରେ . ଉଠ ଉଠ ରମା ଅପାର ପାଟି ଶୁଣି ଚମକି ଉଠିପଡିଲି ହେ ଭଗବାନ କଣ..କ୍ଷମା କରନ୍ତୁ ଆପଣ ମୋତେ କଥା କଣ; କି ଏ ଶିଉଳି....... କହି ଲାଜରେ ମୁହଁ ଲାଲ ହେଇଯାଉଥିଲା ମୋର.. ରମା ଅପା ମୋତେ ଅନେଇ କହିଲେ କଣ ହେଲା.. ପ୍ରଭା ଦେଖିକି ଚାଲ ଟିକେ ହଉ ଶୁଣେ... ଏ ହେଉଛନ୍ତି ସର୍ବାଙ୍ଗୀ ଅନାଥ ଆଶ୍ରମ ର ହେଡ ଅଫିସର | ଆସିଛନ୍ତି ବମ୍ବେ ରୁ
ଏଇନା ପହଁଚିଲେ "କୋଣାର୍କ ଏକ୍ସପ୍ରେସ" ରେ
ଆମର ସର୍ଭେ ପାଇଁ ଏ ପାଗେଳୀ ନମସ୍କାର କର ସେ ଓଡ଼ିଆ ବୁଝିପାରନ୍ତି ଟିକେ ଟିକେ | ଏକ ଉତ୍ଫୁଲିତ ମନରେ ଆଖି ଦୁଇଟିକୁ ଉପରକୁ କରି ଦେଖିଲି ଲାଜ ର ଏକ ରଙ୍ଗ ମାଖି ହେଇଗଲା ମୋ ଚେହେରା ର ଚାରି ପାର୍ଶ୍ୱ ରେ | ଆଜ୍ଞା ନମସ୍କାର . ... ଦୌଡ଼ି ଚାଲିଯାଇଥିଲି ମୋ ରୁମ ରେ ଥିବା ଆଇନା ପାଖକୁ ହେ ଭଗବାନ ଦେହ ସାରା ଶିଉଳି....ସେପଟୁ ରମା ଅପା ର ଡାକ ପ୍ରଭା ଗାଧୋଇ ସାରି ଟିକେ ଚା ବନେଇ ଦେ |
ଗାଧୋଇବା ସାରି ରୋଷେଇ ଘରେ ଚା ବନେଇବା ପରେ ପ୍ଲେଟ ସଜାଡ଼ିବା ସାରି ଦୌଡ଼ି ଗଲି ଆଇନା ପାଖକୁ ଏ ହେ ମୋ ଟିକିଲି କାହିଁ? କଳ| ରଙ୍ଗର ଟିକିଲି ସବୁଜ ରଙ୍ଗ ର ଓଢଣୀ ଆରେ ନା ଚୁଟି ଏମିତି ରହିଲେ ହିଁ ମୁ ଭଲ ଦେଖାଯିବି....ଡାକ ଶୁଭିଲା ରମା ଚା........
ହଁ ଅପା ଆସୁଛି.. ଅପା ମୋତେ ଦେଖି ତାଯୁବ ଆରେ ତୁ କୁଆଡେ ବାହାରିଛୁ କି? ଏତେ ସଜବାଜ ଆଜି ... ହଉ ଆଣେ... ରମା ଇଏ ହେଲେ ଆଲୋକ ପଟ୍ଟନାୟକ ବାକି ତୋତେ କହିସାରିଛି| ଆଲୋକ ସାର ଇଏ ହଉଚି ପ୍ରଭା ମୋ ଝିଅ | ପିଲା ଦିନ ରୁ କିଏ କେଜାଣି ମୋରି ପାଇଁ ବୋଧେ ଛାଡ଼ିଦେଇ ଯାଇଥିଲା | ତାରି ସେବା କରୁ କରୁ ଆଜି ଏ ଅନାଥ ଆଶ୍ରମ କରିଛି ତାରି ନାଁରେ...
ହଉ ତୁମେ କିଛି ଆଲୋଚନା କର ମୁ ସମସ୍ତଙ୍କୁ ଡାକି ନେଇ ଆସୁଛି ଚାଲି ଯାଇଥୁଲେ ରମା ଅପା |
ନୀରବତା ନୀରବତା ଆଉ ନୀରବତା... ଭିତରେ ଆମେ ଦୁଇଜଣ ବସିରହି ଥିଲୁ ହଠାତ ସେ କହିଲେ ମୁ ଓଡ଼ିଆ ଜାଣେ... ତୁମେ କଣ କର.ହସ ଆଉ ଲାଜ ମିଶା ଓଠରେ ଧୀରେ କହିଲି ମାଟ୍ରିକ ପାସ କରିଛି. ସେ କହିଲେ ଆରେ ତଳକୁ ଦେଖି କହିବ ନା କଣ | ଦେଖ ତୁମେ ବହୁତ ଲାଜ କରୁଛ ଏମିତି ଲାଜ କଲେ କଣ ହେବ |ଆଛା ତୁମେ ହିନ୍ଦୀ ଶିଖିଵ.. ଓଟ ଚାହିଁଲା
ଭଳି ଅନେଇ
କହିଲି ହଁ ଆଜ୍ଞା ଶିଖିବି. ଆଛା ହଉ ଆଜି ଠୁ ଶିଖିବା ଆରେ ଆରେ ଏତେ ଲେଟ ହେଲାଣି ଯାଅ ଶୋଇବ ଆମେ କାଲି ଠୁ ଶିଖିବା..ମନେ ମନେ ଭାବିଲି ଆଜି ସମୟ କଣ ପାଇଁ ମୋ ସହ ଏମିତି କରୁଛି ଟିକେ ରହିଯାନ୍ତାନି ..... ଆରେ କଣ ହେଲା ଯାଅ ଶୋଇଯାଅ.ସକାଳେ କଥା ହେବ| |
ସମୟ ଉପରେ ରାଗିଲେ କଣ ହେବ.. ଦୌଡ଼ି ଚାଲିଗଲି ମୋ ରୁମ ର ସେଇ ଆଇନା ପାଖକୁ ଇଚ୍ଛା ହଉଥିଲା ଘଣ୍ଟା ର କଣ୍ଟା ବୁଲେଈ ଦେଇ ସକାଳ କରିଦିଅନ୍ତି..ମନ କୁ ମନ ପ୍ରଶ୍ନ କରି ଚାଲିଲି
"ପ୍ରଭା ଇଏ କଣ ହଉଚି ଆଜି ଏ ସଜ କାହା ପାଇଁ କଣ ପାଇଁ କିଏ ସେ ଅଚିନ୍ହା.. କାହାର ସେ ଭାବନା.. ଏ ସବୁ ତୋ ଭାବନା କେବଳ... ସେ ପରୀକ୍ଷା ଦେବାର ଯୋଗ୍ୟ ତୁ ନୁହେଁ ସେ ଭାବନା କେବଳ କିଛି କ୍ଷଣ ପାଇଁ.... ହେଲେ କାହିଁକି ସ୍ବପ୍ନ ଦେଖିବା କଣ ଭୁଲ..ହଁ ଭୁଲ କାରଣ ସବୁ ସ୍ବପ୍ନ ସତ ହେବା ସହଜ ନୁହେଁ....
.........ପ୍ରଭା ପ୍ରଭା... ହଁ ଅପା ଖୋଲୁଛି କେତେବେଳେ ଯେ ଆଖି ଲାଗିଯାଇଛି.. ହଁ ଅପା ଆସୁଛି.. ଶୁଣ ତୁ ଟିକେ ଆଲୋକ ସାର ଙ୍କୁ ଦେଖା କର ସେ କିଛି ବିବରଣୀ ଚାହାଁନ୍ତି ଆଶ୍ରମ ର. ହଁ ଅପା ଏବେ ହିଁ ଯାଉଛି.. ପାଦ ବୋଲ ମାନୁନଥିଲା. ଖୁସି ଯେମିତି ବହୁତ ଦିନ ର ପରେ ମୋ ମନରେ ଖେଳି ଉଠୁଥିଲା. ହସି ହସି ପଚାରିଲି ହିନ୍ଦୀ ଶିଖିବା... ସେ କହିଲେ ଆରେ ବାଃ... ସତରେ ଆସ....
.........ହା ହା ହା ହା... ଆପଣ ତ ବହୁତ ଭଲ ଓଡ଼ିଆ କହନ୍ତି ହେଲେ ମୁ ହିନ୍ଦୀ କାହିଁକି କହିପାରୁନି. ହସୁଥିଲେ ସେ ଆଉ କହିଲେ ମୁ ଅଛି ନା.... ଏ କଥା ଶୁଣି ଲାଗିଲା ସତେ ଯେମିତି କି ଜୀବନ ର ସବୁ ଦୁଃଖ ର ଅବସାନ ଏଇଠି ହେଇଯିବ.. ବାଜି ଉଠିଲା ତାଙ୍କ
ଫୋନ ର ରିଙ୍ଗ .. ଚାଲିଯାଇଥିଲେ ସେ ସେଠୁ.. ହଜାର ହଜାର ଖୁସିର ଜୁଆର ମାଡି ଆସୁଥିଲା ମନରେ ଇଚ୍ଛା ହଉଥିଲା... ହୁଅନ୍ତା କି ଦିନ ସାରା ମୁ ସାମ୍ନାରେ ରହି କଥା ର ଝରଣା ସୃଷ୍ଟି କରିଦିଅନ୍ତି..
.........
ମାସେ ବିତିଯାଇଥିଲା.. ଆଲୋକ ସାର ଆପଣ ଏଠି ସବୁ ଦିନ ରହିଗଲେ ହୁଅନ୍ତାନି ଆପଣ ବହୁତ ଭଲ ଆପଣ ମତେ ବହୁତ ଭଲ ଲାଗନ୍ତି..ରହିଯାନ୍ତୁ ଏଇଠି ... ସେ ହସି ହସି କହିଲେ କୋଣାର୍କ ଏକ୍ସପ୍ରେସ ତ ମୋର
ନୁହେଁ ନା ମୁ ହସି ଦେଇ କହିଲି ଆଛା ତୁମେ ଗଲେ କଣ ଆଉ ଆସିବନି..??
ସେ ଉତ୍ତର ରେ କହିଲେ ଆସିବି ନା ନା ଆସିଲେ ସ୍ବପ୍ନ ମୋର ଅଧାରେ ରହିଯିବନି .. ମୁ ପଚାରିଲି ସ୍ବପ୍ନ କୋଉ ସ୍ବପ୍ନ.... କୁହନ୍ତୁ ନା.... ସେ ମୋ କାନ ପାଖରେ କହି ଦେଇ ଗଲେ.. ଜାଣିଛ ପ୍ରଭା ଓଡିଶା ମୋତେ ବହୁତ ପସନ୍ଦ...ଏଇଠି ମୁ ମୋ ରାଜ ଉଆସ ବନେଇବି ମାନେ ମୋ ଘର... ସତେ ଯେମିତି ମୋତେ ସ୍ୱର୍ଗ ମିଳିଗଲା ପରି ଲାଗିଲା ସତରେ କଣ ମୁ ଦେଖି ଆସୁଥିବା ସ୍ବପ୍ନ ର ମହଲ........ ଭାବନା ରୁ ବିଚ୍ୟୁତ ହେଇ ପୁଣି ପଚାରିଲି ଆଛା ତୁମ ସ୍ବପ୍ନ ରେ ରାଣୀ ତ ନିହାତି ଥିବେ.... ସେ ହସି ହସି କହି ଦେଇ ଗଲେ ହଁ ମୋ ରାଣୀ.... ବହୁତ ସୁନ୍ଦର ଆଉ ମୋ ସ୍ବପ୍ନ ର ରାଜ ଉଆସ
ରେ ରାଣୀ ନିହାତି ଅଛନ୍ତି....... ଆଛା ପ୍ରଭା... ତୁମେ କହିଲନି ତୁମ...ମନର ମଣିଷ ବିଷୟରେ .... ମୁ ମୁରକି ହସି କହିଲି.... ନହିଁ ବତାଏଏଙ୍ଗେ.... ହା ହା ହା ହା....... ଚାଲି ଯାଇଥିଲି ଦଉଡି ସେଠୁ... ଲାଗୁଥିଲା ଜୀବନ ପ୍ରଥମ ଖୁସି ର ପାହାଚ ରେ ମୁ ପାଦ ଦେଇ ସାରିଛି....ଖୁସି ର ସବୁ ପାହାଚ ଏବେ ଆରାମ ରେ ଚଢ଼ିପାରିବି.....
ଭାବି ସାରିଥିଲି ମନର କଥା ଡେରି ନକରି କହିଦେବି... କାଲି ର ସକାଳ ର ପ୍ରଥମ କିରଣ ମୋ ଜୀବନ ରେ ନୂଆ ଖୁସି ର ରଙ୍ଗ ଭରିଦେବ |
........ ସକାଳ ହେଇସାରିଥିଲା... କବାଟ ର ଠକ ଠକ... ରମା ଅପା
କଣ ଏତେ ଜଲଦି ଆସିଗଲା ମନ୍ଦିର ରୁ ଏଇଟା ତ ଆସିବ| ଟାଇମ ନୁହେଁ କବାଟ ଖୋଲି ଦେଖେ ତ ଆଲୋକ ସାର... ଆପଣ...
ହଁ ....ପ୍ରଭା... ମୋର ଟ୍ରେନ ଅଛି ସକାଳ 9 ରେ ମୋତେ ଯିବାକୁ ହେବ ବହୁତ ଗୁରୁତ୍ୱପୂର୍ଣ କାମ ଅଛି...
ହେଲେ ସାର ଆପଣ କଣ ଆଉ ଆସିବେନି...?
ଆରେ ଆସିବି ଆସିବି ଆସିବି....ଶୁଣ ତୁମେ ମୋତେ ଷ୍ଟେସନ ଛାଡିବା ପାଇଁ ଯିବା କିଛି ଅର୍ଜେଂଟ କଥା ଅଛି.... ବାହାରିଯାଅ ଜଲଦି....
......ବୁଝିପାରିଲିନି କଣ କରିବି... ମୋସ୍ବପ୍ନ କଣ ଅଧା ରହିଯିବ.. ମୋ ପରୀକ୍ଷା ରେ ମୁ କଣ ଉତ୍ତୀର୍ଣ ହେଇପାରିବିନି ନା ନା... ମୋତେ ମନ ର କଥା କହିବାକୁ ହେବ.... ହଁ ସାଙ୍ଗେ ସାଙ୍ଗେ ଧଳା ପେପେର ର ଫର୍ଦ ରେ ମନର କଥା କୁ ପ୍ରାଞ୍ଜଳ ଭାବରେ ଉତ୍ତାରି ଦେଲି....ଷ୍ଟେସନ ପାଖରେ ଦେଇଦେବି....ଦୁଃଖ କୁ ଅଣଦେଖା କରୁଥିଲି ତାଙ୍କ ର ଯିବା ର କଷ୍ଟ ହାଉଥୁଲେ ବି ଖୁସି ଥିଲି ଆଜି ମୋ ମନର କଥା ଜଣେଇବି....
ରମା ଅପା ଆସିଯାଇଥିଲା... ହଠାତ ଯିବା କଥା ଶୁଣି ସେ ବି ହାତବାକ ଥିଲା... ଘଣ୍ଟା ର ବେଗ ବଢ଼ୁଥିଲା... ଆଶ୍ରମ ର ସମସ୍ତ କର୍ମୀ ଆଉ ପିଲା ମାନଙ୍କୁ ସେ ବିଦାୟ ଦେଇ ଅଟୋ ରେ ବସିଯାଇଥିଲେ... ଧୀରେ କିନା ବସିପଡ଼ିଲି ତାଙ୍କ ପାଖରେ.....ରମା ଅପା କହିଲା ଜଲଦି ଆସିଯିବୁ... ସାର ଗଲାପରେ ...
ଜାଣିନି ଅଜାଣତରେ କେତେବେଳେ ଆଖି କୋଣରୁ ଲୁହ ଦୁଇଟୋପା ଖସିଗଲା....... ସାର ସତରେ ଆସିବେନି... ସେ ହସି କହିଲେ ମୁଣ୍ଡରେ ହାତ ବୁଲେଇ ଦେଇ... ମୋ ରାଜା ଉଆସ... ଅଧୁରା ରହିଯିବନି.... ସାହସ କରି ପଚାରିଲି... କଣ ରାଜ ଉଆସ ଏ କଥା କୁହନ୍ତୁ... ଆଉ କାହା ପାଇଁ ରାଜ ଉଆସ.... ସେ ଉତ୍ତର ଆରମ୍ଭ କରୁ କରୁ ପହଂଚି ଯାଇଥିଲା ଆମ ଅଟୋ ଷ୍ଟେସନ ପାଖରେ... ବାସ ମୁ ମୋ ସ୍ବପ୍ନ ର ସାମ୍ନାରେ ମାତ୍ର ଦଶ ମିନଟ ର ସାଥି... ଟ୍ରେନ ଅନାଉନ୍ସ କରିସାରିଥିଲା.... ମୋ ସ୍ବପ୍ନ କୁ ହରେଇବା କୁ ଚାହୁଁନଥିଲି ମୁଁ ଦୁଇ ମାସ ର ସ୍ବପ୍ନ ମୋର ଭାଙ୍ଗି ଯାଉ ମୁଁ ଚାହୁଁ ନଥିଲି
ଡେରି ନକରି କାଗଜ ବାହାର କରିବାକୁ ଯାଉଛି.......ସାମ୍ନାରେ ଗୋଟେ
ପାସପୋର୍ଟ ଫୋଟୋ.... ଆସିଗଲା.. ଆରେ ଏ କଣ? ଇଏ କାହାର ଫୋଟୋ.... ଆଉ ମୋ ସାମ୍ନା ରେ କହିଁଙ୍କ ରଖିଲ.....
.
..ଉତ୍ତର ଥିଲା...
ପ୍ରଭା.... ତୁମେ କହୁଥିଲ ନା ମୋ ରାଣୀ କୁ ଦେଖିବାକୁ... ମୁ କାହା ପାଇଁ ରାଜ ଉଆସ ବନେଇବାକୁ ଚାହୁଁଥିଲି... ଇଏ ହଉଚି ମୋ ରାଣୀ ପଦ୍ମିନୀ ମହାପାତ୍ର... ଆଉ ତୁମେ ପଚାରୁ ଥିଲ ନା ମୁ ଓଡ଼ିଆ କେମିତି ଶିଖିଲି ଇଏ ହିଁ ମୋତେ ଓଡ଼ିଆ ରେ ଟ୍ରେନିଂ ଦେଇଛନ୍ତି.ଅରବିନ୍ଦ ଅନାଥ ଆଶ୍ରମ ର ଜଣେ କର୍ମଚାରୀ.ଆଉ ମୁ ଆଜି ତୁରନ୍ତ ଯିବାର କାରଣ ବାପା ମୋ ବାହାଘର ଠିକ କରିଛନ୍ତି ଏଇ ମାସ ଶେଷ ସପ୍ତାହ ରେ... ସେଇଥିପାଇଁ ମୁ ବହୁତ ଶୀଘ୍ର ଓଡିଶା ଆସିଯିବି... ଆଉ ତୁମର ହିଂଦୀ ଟ୍ରେନିଂ ପୁଣି ଆରମ୍ଭ ହେବ............ ବୁଝିଲ ଏଥର କୁହ ତୁମର ମନର ମଣିଷ କଥା... ଆରେ କୁହ ଗାଡି ଆସିଯିବ ଯେ ହାତ ଦୁଇଟିକୁ ପଛକୁ ରଖି ମୁ କହିଲି....... ହା ହା ହା ହା.... ମୁ ତୁମ କଥା ଜାଣିବାକୁ ମିଛ କହିଦେଲି...କ୍ଷମା କରିଦେବେ ସାର......ଆଉ.. କିଛି କହିବା ପୂର୍ବରୁ ଟ୍ରେନ ଆସିଯାଇଥିଲା.... ଲଗେଜ ଉପରକୁ ଦେଇ... ପଥର ମୂର୍ତ୍ତି ଭଳି ଚାହିଁଥିଲି ସାର ଙ୍କର ଯିବା ବାଟକୁ ସେ ଟ୍ରେନ ରେ ଥାଇ କହିଲେ ମୁ ପୁଣି ଆସିବି ପ୍ରଭା... ଏଇ କୋଣାର୍କ ଏକ୍ସପ୍ରେସ ରେ.... ବହୁତ କଷ୍ଟ ରେ ଓଠ କଣରେ ହସ ଫୁଟେଇ ବିଦାୟ ଦେଲି.......
ଥମ ହୋଇ ବସିପଡ଼ିଲି ପ୍ଲାଟଫର୍ମ ର ସେ ଅଧା ଭଙ୍ଗା ଚୌକି ରେ..
କଣ ଥିଲା ଏସବୁ... ସତରେ ସ୍ବପ୍ନ କଣ ସତ ହୁଏନା... ଟ୍ରେନ ଦାଢ଼ ରୁ ଆରମ୍ଭ ଜୀବନ ଟା ମୋର..ସବୁ ସ୍ବପ୍ନ କଣ ଏଇ ଟ୍ରେନ ର ସାଉଣ୍ଡ ରେ ମିଶେଇ ଦେଇ ସବୁ ସ୍ବପ୍ନ ର ଅଙ୍କା ଛବି ଧୂଳିସାତ କରିଦେବ... କୋଣାର୍କ ଏକ୍ସପ୍ରେସ ର ସେଇ ହର୍ନ କ୍ଷୀଣ ହେଇ ଆସୁଥିଲା... ଆଉ ମୋ ହୃଦୟର ଦୁଃଖ ଲୁହ ହୋଇ ମୋ ଆଖିରୁ ଝରି ମୋ ଓଢଣୀ ରେ ଭିଜି ବାକୁ ଚେଷ୍ଟା କରୁଥିଲା.... ତଥାପି ମୁ ଅପେକ୍ଷା ରେ ରହିଥିଲି ପୁଣି କେବେ ଆସିବ ସେ
"କୋଣାର୍କ ଏକ୍ସପ୍ରେସ ".....ମୋ ସ୍ୱପ୍ନ କୁ ପୁରା କରିବାକୁ........