JAMINEE JYOTI JENA

Inspirational

1.5  

JAMINEE JYOTI JENA

Inspirational

ସ୍ମୃତିରେ ୨0୨୧

ସ୍ମୃତିରେ ୨0୨୧

2 mins
184


ଦୀର୍ଘ ନିଃଶ୍ୱାସ ନେଇ ବସିଲି ସେଇ ପୁରୁଣା କାଠ ଚେୟାର ଉପରେ କେଁ କରି ଶବ୍ଦ ହେଲା | ହସିଦେଲି ଅଳ୍ପ କରି "କଣ ହାପି ନିଉ ଇଅର କହୁଛୁମୋତେ ନା ବି ବୟସ ଗଲାଣି ବି ଯିବୁ...? "

ଆଉ ପରେ ତୋର ସବୁ କାଠ ଗୋଡ଼ଗୁଡାକ ଭାଙ୍ଗିଯିବ..ଆଉ ମା ହୁରି ପକେଇବ "ଝିଅ ବୁଢା ଅଜାର ସେ ଭଙ୍ଗା ଚେୟାରର କାଠ ଗୁଡା ଆଣିଲୁ ମୁହିଁ କି ଉଷୁନା ଭାତ କରିଦେବା "| ଅଳ୍ପ ହସି ମୁଁ ଏମିତି କଥା ହଉ ହଉ ବିରାମ ଦେଲି କାଠ ଚେୟାର ସହ କଥା ବାର୍ତ୍ତାରେ ଆଉ ଭାବି ବସିଲି ପୁରୁଣା ବର୍ଷରେ ଘଟିଥିବା ସମସ୍ତ ଘଟଣାକୁ, କେତେ ବାଧା, ବିଘ୍ନ ସବୁ ବର୍ଷ ପରି, କେତେ ହସ, ଖୁସିର ସମୟ ସବୁ ବର୍ଷ ପରି, କେତେ ଆତ୍ମୀୟ ସ୍ୱଜନ ଙ୍କର ପର ଲୋକ, କେତେ ନୂଆ ସଦସ୍ୟଙ୍କର ନିମନ୍ତ୍ରଣ ଏମିତି ବହୁତ କିଛି ସୁଖ, ଦୁଃଖରେ ମିଶା ପୁରୁଣା ବର୍ଷ ଟି....| ପୁରୁଣା ବର୍ଷ ସହ ମୁଁ ଖାପ ଖୁଆଇ ଚଳି ଆସିଲି, ଶାଶୁ ଘରେ ଏକ ବର୍ଷର ପୁରୁଣା ବୋହୂ ହେଇଯାଇଛି ମୁଁ, ନୂଆ ଅତିଥିକୁ ସ୍ୱାଗତ ପାଇଁ ଦୃଢ଼ ମନା ହେଇଛି ମୁଁ,ଏହି ଗଲା ବର୍ଷ ବହୁତ ଖୁସି ଦେଇଛି ମୋତେ ଆଉ ମୋ ପରିବାରକୁ... ତା ସହିତ ନେଇଯାଇଛି ନିଜ ସାଥିରେ ମୋର କିଛି ପ୍ରିୟ ଜନଙ୍କୁ...ସମୟ ସ୍ରୋତରେ କହିବାକୁ ଗଲେ ୨0୨୧ ମୋ ଜୀବନରେ ସବୁବେଳେ ଅବିସ୍ମରଣୀୟ ହୋଇ ରହିବ | ଜୀବନରେ କେତେ ଯେ ଝଡ ଆସେ ଏହି ବର୍ଷରେ ମୁଁ ମର୍ମେ ଅନୁଭବ କରିଛି | ଝିଅରୁ ବୋହୂ ହେବାର ଜୀବନ ଯେ କେତେ ଦାୟିତ୍ୱପୂର୍ଣ୍ଣ କେତେ କଷ୍ଟକର ତାହା ବି ଅଙ୍ଗେ ନିଭେଇଛି | ପ୍ରେମର ବିରହରେ ଏକାକୀ ରହିବା ଏକ ଫୌଜୀର ପତ୍ନୀ ହେଇ ତାହା ବି ଅନୁଭବ କରିଛି| ଏମିତି କେତେ କଣ ଦେଖେଇଛି ମୋତେ ଏ ପୁରୁଣା ବର୍ଷ...|ତା ଠାରୁ ସବୁଠାରୁ ବଡ଼ କଥା କହିବାକୁ ଗଲେ ଏ ଗଲା ବର୍ଷରେ କରୋନା ମହାମାରୀର ପ୍ରକୋପ ହନ୍ତସନ୍ତ କରିଦେଇଛି ମାନବ ଜୀବନକୁ... କେତେ ଗରିବ ସାଧାରଣ ଜନଜୀବନ କଲବଲ ହୋଇଛନ୍ତି, କେତେ କଷ୍ଟ ଯେ ଦେଖିଛନ୍ତି ନିଜ ଲୋକଙ୍କୁ ହରାଇ ତାହା ଯେ ହରେଇଛି ସେ ହିଁ ବଖାଣି ପାରିବ...| କେତେ ଲୋକ ଙ୍କ ଘରେ ଚୁଲିଜଳିବା କଷ୍ଟକର ହେଇଯାଇଛି ଏ ବିତା ବର୍ଷ ରେ...| କେତେ ବନ୍ଧୁ ବର୍ଗ ଦୂରେ ରହିଯାଇଛନ୍ତି ନିଜ ଆତ୍ମୀୟ ଙ୍କର ଦାହ ସଂସ୍କାରରେ ଭାଗିଦାରୀ ହୋଇ ପାରିନାହାନ୍ତି... ଆଃ.... ଏମିତି ଦୁଃଖର ପାହାଡ଼ ଲଦି ଦେଇଛି ଏ ପୁରୁଣା ବର୍ଷ....|ସେ ଯାହା ବି ହେଉ ହାର ମାନିନାହାନ୍ତି ଆମେ...ଦୁଃଖର ପାହାଡ଼ରେ ସୁଖର ଝରଣା ମଧ୍ୟ ବହିଛି... କିଛି ମାତ୍ରାରେ ଏ ମହାମାରୀରୁ ରକ୍ଷା ପାଇଛେ ଆମେ ସମସ୍ତେ | ଶ୍ରୀ ଜଗନ୍ନାଥ ଆମକୁ ନିଜ କୃପା ଦୃଷ୍ଟି ଆଢୁଆଳେ ରଖିଛନ୍ତି | ଜୀବନରେ ଏମିତି ଉଠାଣି ଗଡ଼ାଣି ଆସେ ଆମକୁ ସଂଯତର ସହ ନିଜ ଜୀବନ ଗାଡିକୁ ଚଳାଇବାକୁ ହେବ | ଏହିପରି ହସ, ଲୁହ, ଖୁସି, ଅଭିମାନ, ରାଗ, ମିଶା ପୁରୁଣା ବର୍ଷ ବିଦାୟ ନେଇ ସାରିଛି ଆଉ ଆମେ ପାଦ ଦେଇଛେ ଆଉ ଏକ ନୂଆ ବର୍ଷରେ..... |

ବଦଳି ଯାଇଛି ସଂଖ୍ୟାର ସ୍ଥାନ ହେଲେ ସେଇ ପୁରୁଣା ଜୀବନ, ପୁରୁଣା କାମ, ଆଉ ସମାନ ନିତିଦିନିଆ କାମକୁ ନେଇ ଆରମ୍ଭ କରିବା ଆମ ନବ ବର୍ଷ...|

ଏ ଥିଲା ମୋର ୨0୨୧ର କିଛି ହାଲକା ଫୁଲକା ସ୍ମୃତି ଯାହା ସବୁବେଳେ ଚିର ସ୍ମରଣୀୟ ହୋଇ ରହିବ... "ଏତିକି ବେଳେ ଚେୟାରଟି ପୁଣି କେଁ କରି ବାଜି ଉଠିଲା ଆଉ ମୁଁ କହି ଉଠିଲି ଓଃ... ତୁ ବି ମୋ କଥାରେ ସହମତ ନା "



Rate this content
Log in

Similar oriya story from Inspirational