JAMINEE JYOTI JENA

Abstract Inspirational

4  

JAMINEE JYOTI JENA

Abstract Inspirational

ବାପା

ବାପା

3 mins
351


ସଞ୍ଜ ଗଡି ଆସୁଛି ପକ୍ଷୀ କାକଳି ବଢ଼ିବାରେ ଲାଗିଲାଣି ହଁ ନିଜ ନିଜ ବସା କୁ ଫେରୁଥିବେ ନିଶ୍ଚୟ | ସେଇ ଦୂର ପାହାଡ଼ ର ମଝିରେ ସୂର୍ଯ୍ୟ ଦେବ ଅସ୍ତ ହେଉଛନ୍ତି ଠିକ ସବୁଦିନ ପରି | ସବୁଦିନ ପରି ସମସ୍ତେ ନିଜ ନିଜ କାମ ସାରି ପୋଖରୀ ମୂଳ ରେ ଗୋଡ଼ ହାତ ଧୋଇ ଘରକୁ ଫେରୁଛନ୍ତି | ଆଉ ମୁଁ ବହୁତ ଦିନ ପରେ ଘର ପାହାଚ ସାମ୍ନା ରେ ବସି ଏସବୁ ଲକ୍ଷ କରୁଛି | ସମାନ ତ ଲାଗୁନି ପୂର୍ବ ପରି ବହୁତ କିଛି ବଦଳି ଯାଇଛି | ଘର ସାମ୍ନାର ଚାଳ ଘର ଗୁଡା କୋଠା ରେ ପରିଣତ ହେଇଯାଇଛି, ଘର ସାମ୍ନାରେ ସାଇକେଲ ଗୋଟେ ଦି 'ଟା ଛାଡିଦେଲେ ମୋଟର ସାଇକେଲ ରେ ଭର୍ତି ହେଇଯାଇଛି ଆହୁରି କେତେ କଣ ପରିବର୍ତନ ହୋଇଯାଇଛି | ହଁ ଆଜି ମୁଁ ଛୋଟ ଛୁଆ ହେଇ ଆଉ ନାହିଁ ମୁଁ ଛବିଶ ବର୍ଷ ର ବିବାହିତା ଝିଅ ତ ନୁହେଁ ମହିଳା |କାହିଁକି କେଜାଣି ଆଜି ସେ ମଣିଷ ର କଥା ଭାବିବାକୁ ଏ ସଞ୍ଜ ବେଳ ମୋତେ ବାଧ୍ୟ କରୁଛି |         

    ସବୁ ବଦଲିଲାଣି ହେଲେ ସେ ମଣିଷ ଜଣକ କାହିଁକି ବଦଳୁ ନାହିଁ? ଆଶ୍ଚର୍ଯ୍ୟ ର କଥା ଜାଣିବାର ହେଲା ଦିନଠାରୁ ଦେଖୁଛି ସେ ସେମିତି ଖଟି ଚାଲିଛନ୍ତି ହେଲେ କାହିଁକି ? ସେ କଣ ଥକି ଯାଉନାହାନ୍ତି ? ପଖାଳ ଟିକେ ଖାଇଦେଲେ ଦେହ କୁ ଏତେ କଷ୍ଟ ଲାଗେ ଯେ ପଟି ଖଣ୍ଡେ ପକେଇ ସୋଇଯାଏ ମୁଁ ହେଲେ ସେ ଖାଇବା ଟାଇମ ରେ ଯଦି କେହି ଡାକନ୍ତି "ଜେନା ବାବୁ ଦୋକାନ ଖୋଲା ନାହିଁ କି "ସେ ଖାଇବା କଂସା ରୁ ଉଠିଯାନ୍ତି ଦେଖି ଭାବେ ସେ କଣ ଯାଦୁ ଜାଣନ୍ତି? ସକାଳ ସାତ ଟାରୁ ଦୋକାନ ଯାଇ ରାତି ସାତ ଟାରେ ଫେରନ୍ତି ହେଲେ କଣ ଥକା ଲାଗେନି ତାଙ୍କୁ ? ତିନି ଭାଇ ଭଉଣୀ ଆମେ ପଢା ରେ କେବେ ଆଞ୍ଚ ଆସିବାକୁ ଦେଇନାହାନ୍ତି, ପୂଜା ପର୍ବ ପର୍ବାଣି ରେ ନୂଆ ଡ୍ରେସ ନହେଲେ ଗୋଡ଼ ବାଡେଇ କାନ୍ଦିଲା ବେଳେ ବୁଝେଇ ନୂଆ ଡ୍ରେସ ଆଣି ଦିଅନ୍ତି ହେଲେ ଦେଖିଛି ଯଦି କିଣନ୍ତି କେବଳ ଦଶହରା ରେ ଖଣ୍ଡିଏ ଡ୍ରେସ ହିଁ କିଣନ୍ତି କିନ୍ତୁ ନିଜେ ରୋଜଗାର କରି ମଧ୍ୟ ନିଜ ପାଇଁ କିଣିବାକୁ କାହିଁକି ପଛ ଘୁଞ୍ଚା ଦିଅନ୍ତି ?

    ଏମିତି ତ ବହୁତ କିଛି ଅଛି କହିବାକୁ ତାଙ୍କ ବିଷୟ ରେ ହେଲେ ଲାଗେ ଅସରନ୍ତି ତାଙ୍କର ତ୍ୟାଗ ମୁଁ କେବେ କଣ ମାପି ପାରିବି? ଉତ୍ତର ଆସେ ନା ଏହା ଅସମ୍ଭବ! ବାହା ହେଇ ଯେତେବେଳେ ମୁଁ ଶାଶୂଘର କୁ ବାହୁନି ଯାଉଥିଲି ସମସ୍ତଙ୍କ ଆଖିରେ ଲୁହ ଥିଲା ହଁ ମୁଁ ବି ଲୁହ ରେ ଭାସୁଥିଲି ହେଲେ କାହିଁକି ତାଙ୍କର ଲୁହ ମତେ ଅଧିକ କଷ୍ଟ ଦେଉଥିଲା? କାହିଁକି ମୁଁ ତାଙ୍କ ମୁହଁ କୁ ଚାହିଁ ମଧ୍ୟ ଚାହିଁ ପାରୁ ନଥିଲି? ସେ ଏତେ ସହିଷ୍ଣୁ କେମିତି?ଦିନ ସାରା ମୋ ବାହାଘର ଭୋଜି, କୁଣିଆ, ବରଯାତ୍ରୀ କଥା ବୁଝିଲା ବେଳକୁ ତ ଆଖିରେ ତାଙ୍କର ଲୁହ ନଥିଲା ବିଦାୟ ଘଡି ରେ ସେ ଏତେ ଲୁହ କେଉଁଠାରୁ ସାଉଁଟି ଆଣିଲେ?

ଜୀବନ ସାରା କେବଳ ଦେଇ ଚାଲିଛନ୍ତି ସେ ହେଲେ ନେବାର ଆଶା କାହାରି ଠାରୁ ନାହିଁ କାହିଁକି? ଆଜି ବି ପ୍ରଶ୍ନ ର ପୁଟୁଳି ରେ ଲଦା ମୁଁ ହେଲେ ଉତ୍ତର ଖୋଜି ପାଇନି ଏତେ ସବୁ କେମିତି କରନ୍ତି ସେ ? ସେ କଣ ବାପା ବୋଲି ?

    ଆଜି ବି ସେ ଆସିଲେ ସେହି ପିଲାଦିନ ପରି ଠିକ ସମୟ ରେ ଏଵେ ବୋଧେ ପୁଣି ସେହି ବାକି କାମ କରି ଶୋଇଯିବେ କେବେ କହିବେ ନାହିଁ ଯେ ଗୋଡ଼ ହାତ ଥକି ଯାଇଛି |ମୋ ଭାବନା ରେ ପୂର୍ଣ୍ଣଛେଦ ଦେଲି ମୁଁ ପଚାରିବାକୁ ଇଚ୍ଛା ଥିଲା "ବାବା ଆସିଲ "? ହେଲେ ପାରିଲିନି କାରଣ ଭାବନା ର ଅନ୍ତ ରେ ଆଖିରେ ଲୁହ ଜକେଇ ଆସିଥିଲା ମୋର ଆଉ ଗଳା ଥରୁଥିଲା | ଚୁପ ଚାପ ଶୋଇଗଲି ମନେ ମନେ କହିଲି ଭଗବାନ ତୁମର ସୃଷ୍ଟି ର ରଙ୍ଗମଞ୍ଚ ବହୁତ ଆଶ୍ଚର୍ଯ୍ୟ କରିଦେଉଛି ! ସେଥିମଧ୍ୟରୁ ଅନ୍ୟତମ "ବାପା "ଚରିତ୍ର ଟି |



Rate this content
Log in

Similar oriya story from Abstract