JAMINEE JYOTI JENA

Tragedy

2  

JAMINEE JYOTI JENA

Tragedy

ଡ଼ାଇରୀ. ସିଧାକଥା ର ସରଳାର୍ଥ

ଡ଼ାଇରୀ. ସିଧାକଥା ର ସରଳାର୍ଥ

8 mins
101


ଓଃ କି ବର୍ଷା ! ଆଜି ହେବାକୁ ଥିଲା ଆରେ ବାପ୍ ରେ ଏତେ ଜୋରେ ବର୍ଷା କେବେ ଦେଖିନି ଯାଏ ବସିବି ଆଉ ଅପେକ୍ଷା କରିବି କେବେ ବର୍ଷା ଛାଡିବ ଆଉ କେତେବେଳେ ମୁଁ ଖାଇବା ଆଣିବାକୁ ଯିବି ବୋଧେ ଆଜି ଏ ବର୍ଷା ମୋତେ ଉପାସ ରଖିବ। ଘର କଥା ଭାରି ମନେପଡୁଛି ମା କଣ ଥିଲେ ଉପାସ ରଖିଥାନ୍ତା । ଯାଏ ମା ସହ ଟିକେ କଥା ହେଇଯାଏ... ଓଃ ନୋ.. ଏ ବର୍ଷା ନେଟୱର୍କ ଭି ।

ଏ ବର୍ଷା ସିଧାସଳଖ କହି ଦେ ତୋର ଏତେ ରାଗ କାହିଁକି ମୋ ଉପରେ? ଏତେ ଜୋରେ ବର୍ଷୁଛୁ କାହିଁକି ଆଜି ଟିକେ ରହିଯା ହେଲେ ମୁଁ ଖାଇବା ଆଣିଦିଏ । ଛାଡ ହଷ୍ଟେଲ ଲାଇଫ କଣ ଆଉ କରିବି..।

 ଆରେ ଏ କଣ? ଏଠି ଏ ବହି ଗୁଡା କେମିତି ଆସିଲା ବୋଧେ ସେ ଥାକ ଉପରୁ ଗଡି ଯାଇଛି । ହଠାତ ଆଖି ଆଗରେ ଧୂଳି ଜମିଥିବା ଗୋଟେ ଡାଇରୀ ମୋ ଦୃଷ୍ଟି ଆକର୍ଷଣ କଲା । ଆଛା ଇଏ ଏବେ ମିଳିବାର ଥିଲା ଏ ବର୍ଷା ଆଜି ବୋଧେ ମୋ ଉପରେ ଦାଉ ସାଧିବ । ମନ ବିଚଳିତ ହୋଇ ଉଠିଲା ସେ ଡ଼ାଇରୀକୁ ଛୁଇଁ ଦେଲା ପରେ ବହୁତ ପୁରୁଣା ଦିନର ସ୍ମୃତି ଚେଇଁ ଉଠିଲା । କଷ୍ଟ ସହିତ କୋହ ମିଶି ଆଖିର ଲୁହକୁ ଛୁଇଁ ବାକୁ ଚେଷ୍ଟା କରୁଥିଲେ । ଧୂଳି ଜମା ସେଇ ଡ଼ାଇରୀର ବାସ୍ନା ସତେ ଯେମିତି ମୋ ହୃଦୟର କାନ୍ଥକୁ ପିଟିବାରେ ଲାଗିଥିଲା । ବର୍ଷା ର ତୀବ୍ରତା ମୋତେ ମୋ ପୁରୁଣା ଅଧ୍ୟାୟର ପୃଷ୍ଠା ଖୋଲିବାକୁ ବାଧ୍ୟ କରୁଥିଲା ଇଚ୍ଛା ନଥିଲା ସେ ପୁରୁଣା ପୃଷ୍ଠା ଖୋଲି ସେ ଲିଭି ଯାଇଥିବା ଅକ୍ଷରକୁ ପୁଣି ଥରେ ଅନୁଭବ କରିବାକୁ । ହେଲେ ପାରିଲିନି ଟେବୁଲ ଲ୍ୟାମ୍ପ ଜଳେଇ ଡ଼ାଇରୀ କୁ ଧରି ବସିପଡ଼ିଲି କଣ ପାଇଁ ଆଜି ୟାକୁ ସାମ୍ନା କୁ ଆସିବାର ଥିଲା କଣ ପାଇଁ ଏ ବର୍ଷା ମୋତେ ଆଜି କଷ୍ଟ ଦଉଚି? ମୁଁ କଣ ପାଇଁ ୟାକୁ ନ ଖୋଲି ରହିପାରୁନି ଗୋଟେ କାମ କରିବି ଏ ଡ଼ାଇରୀକୁ ଆଜି ମୁଁ ଜଳେଇଦେବି... ଉଠିପାରିଲିନି ସେ ଟେବୁଲ ଉପରୁ । ମନ ର ରାଗ ଥିଲା ବସ କିନ୍ତୁ ସେ ରାଗର ପ୍ରଛଦପଟରେ ଭଲ ପାଇବା ଗୁଡାକ ସ୍ୱର ଉଠେଇ କହୁଥିଲା, ଖୋଲିଦେ ଥରେ ସେ ଡ଼ାଇରୀ, ହଜେଇ ଦେ ନିଜକୁ କିଛି ଅତୀତର ଦୁନିଆରେ । ଆଉ ରାଗ ହସ ଲୁହ ମିଶା ଆଖିରେ ମୁଁ ଖୋଲିଥିଲି ସେ ଡ଼ାଇରୀର

ପ୍ରଥମ ପୃଷ୍ଠା...।


ମୋ ସାଙ୍ଗରେ ପଢୁଥିଲା ସେ ମୋ ଘର ପଡିସା ଥିଲା ସେ । ପିଲାଟି ଦିନରୁ ଗାଁ ସ୍କୁଲ ରେ ପଢ଼ୁଥିଲୁ ଆମେ ହେଲେ ସେତେ କଥା ବାର୍ତ୍ତା ନଥିଲା ଆମ ଭିତରେ । ପଞ୍ଚମ ଶ୍ରେଣୀ ପରେ ଦୁହେଁ ଚାଲି ଯାଇଥିଲୁ ଅଲଗା ଅଲଗା ସ୍କୁଲ ରାସ୍ତା ଅଲଗା ସବୁ ଅଲଗା । ଦଶମର ପଢା ଥିଲା ବହୁତ କଷ୍ଟକର ସେତେବେଳେ ଆମେ ଏକାଠି ହେଲୁ ଗୋଟେ ଟ୍ୟୁସନ ରେ । ସେତେବେଳେ ବି ନଥିଲା ଆମ ଦୁଇଜଣଙ୍କ ଭିତରେ କିଛି ଭାବନାର ଆଦାନ ପ୍ରଦାନ... ସମସ୍ତଙ୍କ ସହ ମିଶୁଥିଲି ହେଲେ ମୋ ସାଙ୍ଗ ମେଳ ରେ ସେ ହିଁ ନଥିଲା । ସମସ୍ତଙ୍କ ର ପ୍ରିୟ ଥିଲା ସେ ଭଲ ପଢୁଥିଲା ବୋଲି । ଦଶମ ଶ୍ରେଣୀ ପାସ କଲୁ ଦୁଇଜଣ ମିଶିକି ଆଉ ସେ ଥିଲା ସମସ୍ତଙ୍କଠୁ ଆଗରେ ।କଲେଜ ରେ ନାଁ ଲେଖା ସରିଲା ସେ ସାଇନ୍ସ ଆଉ ମୁଁ ଆର୍ଟ୍ସ ଗୋଟିଏ କଲେଜ ପୁଣି ଦୁଇ ଆଡକୁ ରାସ୍ତା ହା ହା ହା... । ଯୁକ୍ତ ଦୁଇ ମଧ୍ୟ ସରିଗଲା ହେଲେ ଏଥର ସେ ଆଗରେ ନଥିଲା କିଛି କାରଣ ବଶତଃ ସେ ପଛରେ ରହିଗଲା ସେ ହୁଏ ତ ପଛରେ ରହିବା ଭିତରେ ଭଗବାନ ମୋ ପାଇଁ କିଛି ଉପହାର ଲୁଚେଇ ରଖିଥିଲେ । କିଛି ତ ନମ୍ବରର ଏପଟ ସେପଟରେ ସେ ସାଇନ୍ସ ପଢିବା ପାଇଁ ଇଚ୍ଛା କଲା ନାହିଁ ଆଉ ସେ ମୁଁ ମିଶିକି ନାଁ ଲେଖିଲୁ ଯୁକ୍ତ ତିନରେ ।


ବହୁତ ଦିନ ଗଲା ତାକୁ ନାଁ ମୁଁ କେବେ ତାକୁ ନଜର ଦେଇଛି ନାଁ ସେ । କିଛି ଦିନ ଗଲା ସେ ତ ପାଠ ପଢାରେ ବ୍ୟସ୍ତ ଆଉ ମୁଁ ମୋ ପାଠ ପଢାରେ ଦିନେ ମୁଁ କଲେଜ ଫେରିବା ବାଟରେ ସେ ସାଇକଲ ଆଣି ମୋ ସାଇକେଲ ରେ ବଜେଇଦେଲା କହିଲା ବେଶୀ ହଉଛୁ । ମୁଁ ହସିଦେଲି ଆଉ ଡରିଗଲି ଟିକେ ପରେ ରାଗି ବି ଗଲି କେତେ ଦିନ ବିତି ଗଲା ଦେଖିଲି ସେ ମତେ ଅନଉଛି ମତେ ତା ଅନେଇବା ଭଲ ଲାଗୁଥିଲା ମୁଁ ବି ତା ସାମ୍ନାରେ ବହୁତ ଛନ ଛନ ହଉଥିଲି । ସେ ଜାଣି ପାରିଲା ବୋଧ ହୁଏ ହଠାତ ଦିନେ ତାର ସାଙ୍ଗ ହାତରେ ଚିଠି ଖଣ୍ଡିଏ ପଠେଇଲା ଚାତକ ପରି ଚାହିଁ ରହିଥିଲି ମୁଁ ବହୁତ ଭଲ ଲାଗିଲା ସେ ମତେ । ତା କଥା ବହୁତ ମିଠା ତା ଚାହାଣି ତା ବ୍ୟବହାର ଗାଁ ର ସତେ ଯେମିତି ସୁନା ପିଲା ସେ ଆଗ ପଛ ଭାବିବାକୁ ଇଚ୍ଛା ହେଲାନି ସହମତି ଜଣେଇଦେଲି କି ମୁଁ ବି ତାକୁ ପସନ୍ଦ କରେ ସେଇଠୁ ଆରମ୍ଭ ହେଲା ଆମ ପ୍ରେମ କାହାଣୀ । ଏତେ ଭଲ ଲାଗୁଥିଲା ସେ ମତେ ଯେମିତି କି ମୋ ପାଇଁ ହିଁ ସେ ଆସିଛି ଦୁନିଆକୁ ନିଜଠାରୁ ସେ ମତେ ଏତେ ଭଲ ପାଉଥିଲା କି ମୁଁ ବିନା ଖାଇବାରେ ସତେ ମାସେ ବଞ୍ଚିଯିବି ନାଁ ଥିଲା ଫୋନ ନାଁ ଥିଲା କିଛି ମାଧ୍ୟମ ସବୁ ଖାତା ବହିର ପୃଷ୍ଠା ଚିରି ଆମେ ଚିଠି ଦିଆ ନିଆରେ ଆମେ ଆମର ପ୍ରେମର ସହର ଗଢି ଚାଲିଲୁ ଭବିଷ୍ୟତର କଥା ଚିନ୍ତା ନଥିଲା ଆମ ବର୍ତମାନରେ ଆମେ ଖୁସି ଖୋଜିବାକୁ ଚେଷ୍ଟା କରୁଥିଲୁ । କେହି ମତେ ଆଖି ଉଠେଇ ଚାହିଁଲେ ବି ସେ ମତେ ରାଗୁଥିଲା। ବହୁତ କଷ୍ଟ ହଉଥିଲା ତାକୁ ମୋର କୌଣସି ପୁଅ ସାଙ୍ଗ ତାକୁ ଜମା ହଜମ ହେଉନଥିଲା ଏମିତି ଆମର ଯୁକ୍ତ ତିନି ସରିଗଲା ମାନେ ଆମେ ବଡ ହୋଇସାରିଥିଲୁ । ଆମ ପ୍ରେମ ର ତୃତୀୟ ବର୍ଷ.. କ୍ରମାଗତ ଭାବରେ ସରିଯାଇଥିଲା । ଚତୁର୍ଥ ବର୍ଷ ର ଆରମ୍ଭ କଣ ଖୁସିରେ ଯିବ। ମନରେ ପ୍ରଶ୍ନ ଆଉ ଚିଠି ଦେବା ଅସମ୍ଭବ ହେଉଥିଲା । ନାଁ କଲେଜ ନା ଟ୍ୟୁସନ କଣ କରିବି?  କେମିତି କଥା ହେବି ତା ସହ ଏପଟେ ମୋର ବାହାଘର କିଂଚିତ ମାତ୍ରରେ ଘରେ ଆଲୋଚନା ଚାଲୁଥିଲା । କଥା ନା ହେଇ ରହିପାରୁନଥିଲି,ଥରେ ସେ ମତେ ବହୁତ କଷ୍ଟ ରେ ଖବର ପହଁଚେଇଲା କି ଆମେ ଆଜିଠାରୁ ଫୋନରେ କଥା ହେବା ମୁଁ ଆଶ୍ଚର୍ଯ୍ୟ ହେଇଗଲି ଆରେ ସତରେ ହେଲେ ଫୋନ କେବେ କିଣିଲା, ସେ ହସି ହସି ଉତ୍ତର ଦେଲା କି ତୁ ତମ ଘର ଫୋନ ଆଉ ମୁଁ ଆମ ଘର ଫୋନରେ ଯେବେ ଘରେ କେହି ନଥିବେ । 

ଆରମ୍ଭ ହେଲା ଆମର ଫୋନ ଅଭିଯାନ ମାନେ ଆମେ ଫୋନ ରେ କଥା ହେବା ଆରମ୍ଭ କଲୁ ।

ଗୋଟେ ଦିନ ସନ୍ଧ୍ୟା ମା ଘରେ ନଥାଏ ମୁଁ କହିଲି ଦେଖ ଘରେ ବାହାଘର ଖୋଜା ଆରମ୍ଭ କରିଦେଲେଣି,ତୁ ଜଲଦି ଚାକିରୀ କରେ ଆଉ ଆମେ ଘରେ କହିବା ସେ କାନ୍ଦି ପକେଇଲା କହିଲା ମେଣ୍ଟାଲ ତୁ ତ ଜାଣିଚୁ ତୋ ଛଡା କାହାକୁ ଆଖି ଉଠେଇ ଦେଖିଲେ ମୁଁ ମରିଯିବି ହେଲେ କେମିତି ମୋ ବୟସ କଣ ହେଲାଣି ! ମୁଁ କହିଲି ତାହେଲେ.. ସେ କାନ୍ଦି ପକେଇଲା ଆଉ ଉତ୍ତର ଦେଲା ଜାଣିଚୁ ରାଧା କୃଷ୍ଣ କଣ ବାହା ହେଇଥିଲେ କିନ୍ତୁ ତାଙ୍କ  ପ୍ରେମ କାହାଣୀ ଦୁନିଆ ଦେଖୁଚି ! ମୁଁ ରାଗି କି ପଚାରିଲି ସେ ଭଗବାନ ଆଉ ଆମେ ମଣିଷ ।

ସେ କହିଲା ଭଗବାନ ହେଇପାରିବାନି ହେଲେ ତାଙ୍କ ଠୁ ଶିଖି ନିସ୍ଵାର୍ଥପର ପ୍ରେମ କରିପାରିବା ନା । ତା ଉତ୍ତର ଶୁଣି ମୁଁ ସତରେ ଆଶ୍ଚର୍ଯ୍ୟ ହେଇଗଲି ସତରେ ତୁ ବା କୃଷ୍ଣ ଙ୍କ ଠାରୁ କମ ନୁହଁ ହସିଦେଇଥିଲି ମା ର ପାଉଁଜି ଶୁଣି ଫୋନ କାଟିଦେଇଥିଲି। ସେଦିନ ରାତିରେ ତା କଥାରୁ ଗୋଟେ ପ୍ରକାର ସାହାସ ମିଳିଥିଲା । ଦୁଇ ମାସ ପରେ ଆମେ ଉଚ୍ଚ ସ୍ତରୀୟ ପାଠ ପଢା ପାଇଁ ଆମେ ସହରକୁ ଚାଲିଯାଇଥିଲୁ ଗାଁ ରୁ ଏକ ପ୍ରକାର ଖୁସିରେ ପାଗଳ ହେଇଯାଇଥିଲୁ ପ୍ରଥମ ଥର ପାଇଁ ପାଖରେ ବସି ଆମେ କଥା ହେଇଥିଲୁ ହେଲେ ଆମକୁ ଆମ ସୀମା ରେଖା ଜଣା ଥିଲା ,ସେ ମତେ ବୁଝେଇଦେଲା ଏଠି ସିନା ଆମ ଘର ଲୋକ ନାହାନ୍ତି ହେଲେ ଆମେ ଆମ ସ୍ୱାଧୀନତାର ଭୁଲ ଉପଯୋଗ କରିବାନି ତୁ ହଷ୍ଟେଲରେ ରହ ଭଲସେ ସବୁ ରବିବାରରେ ମୁଁ ସେ ହଷ୍ଟେଲ ତଳେ ତତେ ଦେଖା କରିବାକୁ ଯିବି ହେଲେ ତତେ ଗୋଟେ ସର୍ତ୍ତ ମାନିବାକୁ ପଡିବ । ମୁଁ କହିଲି ସିଧାକଥା କହୁନୁ କଣ କରି ବି ! କହିଲା ତୁ ମତେ ଡେଲି ଖାଇବାକୁ ଦେଇ ପାରିବୁ ରୋଷେଇ କରି ଘରେ ବହୁତ ଅସୁବିଧା ପଇସା ପଠେଇବା ସବୁ ମାସରେ ଅସମ୍ଭଵ ଆଉ ଖାଇବା ରହିବା ସେଇ ଲାଗି ମୋତେ ତ ମୌକା ଦରକାର ଥିଲା ତୋ ସହ ମିଶିବାକୁ ଏଇ ବାହାନାରେ ତୁ ଡେଲି ଆସିବୁ ନା । ସେ ହସି ହସି କହିଲା ବାୟାଣୀ... ଆସିଲେ ସିଧା ଖାଇବା ନେଇକି ଯିବି ହେଲା ବେସି ଭାବ ନାହିଁ, କହି ଦୌଡ଼ି ଚାଲିଗଲା ସାମ୍ନା ଗଳି ଆଡକୁ। ସେମିତି ତାକୁ ଅନେଇ ମୁଁ ଭାବୁଥାଏ ତୁ ଏତେ ଭଲ କାହିଁକି?

ପଞ୍ଚମ ବର୍ଷ ଏମିତି ଚାଲିଗଲା । ମୋର ପଢା ସରିଆସିଲାଣି ଆଉ ସେ ସରକାରୀ ଚାକିରୀ ପାଇଁ ଲାଗିପଡ଼ିଚି । ଆସି ସାରିଥିଲା ଷଷ୍ଠ ବର୍ଷ ! ସବୁ ବର୍ଷ ଭଳି ଏ ବର୍ଷ କଣ ଖୁସି ଖୁସି କଟିଯିବ ? ନୂଆ ବର୍ଷ ସମସ୍ତେ ଖୁସିରେ ନିଜର ପ୍ରିୟ ଜନ ମାନଙ୍କୁ ଶୁଭକାମନା ଜଣେଇବାରେ ବ୍ୟସ୍ତ ଥାନ୍ତି । ଆଉ ମୁଁ ଫୋନ ତାକୁ ଲଗେଇଲି ଆରେ ଏ କଣ? ରାତି 11-54 ଆଉ ତାର ଫୋନ ବ୍ୟସ୍ତ ! ମନକୁ ହଜାର ପ୍ରଶ୍ନ ଡର ସହିତ ଡରୁଥିଲା, ହଠାତ ଫୋନ ରିଙ୍ଗ ହେଲା ଉଠେଇ କାନ୍ଦି କାନ୍ଦି ପଚାରିଲି ତୋ ଫୋନ ବ୍ୟସ୍ତ କାହିଁକି ଯେ କିଏ କରିଛି? ମୋତେ କହୁଚୁ ପଢ଼ୁଛୁ ଆଉ ନିଜେ ଗପ ମାରୁଛୁ କାହା ସହ କହିଲା କି ନା ଲୋ ମୋ ମା... ମାମୁଁ କଲ କରିଥିଲା ଫରେନରୁ । ମୁଁ ବୁଝିଗଲି ଆଉ କହିଲି ଦେଖ ତୁ ଯାହା କର ତୋ ଉପରେ ଭରସା ଅଛି ରହିବ। ଶୁଣେ ଯେବେ ବି ତୋ ଜୀବନରେ କେହି ଆସିଯାଏ ମୋ ଠୁ ସେ ତତେ ବେଶୀ ଭଲ ଲାଗେ ତୁ ମତେ ସିଧାସଳଖ କହିଦେବୁ ମୁଁ ତୋ ଠୁ ଦୁରକୁ ଚାଲିଯିବି ! ସେ ମେଣ୍ଟାଲ ତୁ ବେଶୀ ଭାବୁଚୁ କହି କଲ କାଟିଦେଇଥିଲା ।ଏମିତି ଭଲସେ ଦୁଇ ମାସ ପରେ ସେ କହିଲା ରୁମରେ ପିଲା ଆସିଲେଣି ଭାବୁଚୁ ନିଜେ ବନେଇବୁ ଖାଇବା ତୁ ଆଉ ଖାଇବା ବନେଇବୁ ନାହିଁ । ମୋତେ କିଛି ଅଲଗା ଲାଗିଲା ମୁଁ ତାକୁ କହିଲି ଦେଖ ସିଧାକଥା କହ ତୁ କିଛି ଭୁଲ କରୁନୁ ତ? ମତେ ଛାଡ଼ିଯିବୁନି ନା.. ସେ ମତେ ହସି ହସି ବୁଝେଇ ଦେଇ ଚାଲିଯାଇଥିଲା । ତା ପରଦିନ ସକାଳରେ ମୁଁ ତାକୁ କହିଲି ଜାଣିଛୁ ମୋର ନା ଗୋଟେ ପୁଅ ସାଙ୍ଗ ହେଇଚି ତାକୁ ମୁଁ ତୋ ବିଷୟରେ ଜଣେଇଲି ଆଉ ସେ କହିଲା ତୋ ସହ ଦେଖା ହେବ ସେ କହିଲା ଦେଖ ଆସନ୍ତା ରବିବାରରେ ଦେଖା ହେବା ଏବେ ରଖ ମୁଁ ପଢୁଛି କିଛି କହିବ ପୂର୍ବରୁ ସେ ଫୋନ କାଟିସାରିଥିଲା । ଅଜୀବ ଲାଗିଲା ମତେ କୋଉ ପୁଅର ଛାଇ ଛୁଇଁ ଦେଲେ ଯେ ମତେ ରାଗୁଥିଲା କଷ୍ଟ ପାଉଥିଲା ଆଜି ହେ ନା ନା ନା...ମୁଁ ବଡ ହେଲିଣି ସେଇଲାଗି ତାର ଭରସା ହେଲାଣି । ମୁଁ ସତରେ ବେଶୀ ଭାବୁଛି ଏଇଭଳି ଭାବରେ ଗୋଟେ ମାସ ବିତିଗଲା ଦିନ ରାତି ସବୁ ଆଗ ଭଳି ସମାନ ଥିଲା ହେଲେ ମୋ ମନର ଖୁସିର ଘର ଭିତରେ ଖୁସି କାହିଁକି ନଥିଲା ଦିନରେ ତା ଫୋନ ଏବେ ବ୍ୟସ୍ତ ଆସୁଥିଲା । ପଚାରିଲେ କହେ ଘର ଲୋକ, ଚୁପ ରହିଯାଏ ମୁଁ ଆଗ ଭଳି ମୋତେ ଦେଖିବାକୁ ଆସୁନଥିଲା ପଚାରିଲେ କୁହେ ପଢା ପଢି ବହୁତ ପରା, ମୁଁ ପୁଣି ଚୁପ ହେଇଯାଏ ହଁ ମୋରି ପାଇଁ ହିଁ କରୁଛି ତ ହେଲେ ଆଗ ଭଳି କିଛି ନଥିଲା ସତେ ଲାଗୁଥିଲା ଏ ସହରର ପାଣି ପବନ ତା ଦେହରେ ଭଲ ଜମିଗଲା ବୋଧେ ଏମିତି ବହୁତ କଥା ଭାବୁ ଭାବୁ ସେଦିନ ରାତି ତିନଟା ପ୍ରାୟ ହେଇଗଲା । ଭାବିଲି ଟିକେ ଫୋନ କରିଦିଏ ! ଆଉ ଫୋନ ଲଗେଇଲି.. ଯାହା ଶୁଣିଲି ଆଶ୍ଚର୍ଯ୍ୟ ଲାଗିଲା..ରାତି ତିନିଟାରେ ଟା ଫୋନ ବ୍ୟସ୍ତ... ସେପଟୁ କଲ ପୁଣି ଆସିଲା ଉଠେଇବାରେ ସାହସ ନଥିଲା ହେ ଭଗବାନର କଣ ହେଉଛି ମୋ ସହ କାହା ନଜର ଲାଗିଗଲା ନିସ୍ଵାର୍ଥପର ଭଲପାଇବାର ଇଏ କଣ ସଜା ? ସକାଳକୁ ଅପେକ୍ଷା କରିଥିଲି ମୁଁ ତାକୁ ନଜଣେଇ ସିଧା ତା ରୁମ ଆଗରେ ପହଂଚିଗଲି ଆଉ ପଚାରିଲି ଫୋନ ଦେ, ଦେବାରେ ସେ କୁଣ୍ଠାବୋଧ ପ୍ରକାଶ କଲା ତଥାପି ଖାତିର ନଥିଲା ମୋର ଭିଡି ଆଣି ଦେଖିଲି, ଆଉ ଯାହା ଦେଖିଲି ନିଜର ଆଖି କୁ ବି ବିଶ୍ୱାସ କରିପାରିଲି ନାହିଁ । ଇଏ କିଏ ମେସେଜ କଲ ସବୁ କାହାର ଦୁଇ ଘଣ୍ଟା ଲେଖାଏଁ କଥା ବାର୍ତା ଯୋଉ ସମୟ ରେ ତୁ କହୁଥିଲୁ ପଢ଼ୁଛୁ ସେ ସମୟରେ... ତୁ...... ପାଦ ଏପଟେ ସେପଟ ପଡୁଥିଲା ଦଉଡି ଦୌଡ଼ି ରୁମର ବେଡ଼ରେ ପହଂଚିବା ପୂର୍ବରୁ ତାର ସାତ ସହସ୍ର କଲରେ ଫୋନ ଭର୍ତି ହେଇଯାଇଥିଲା । ସେ ମେସେଜରେ ତାର କ୍ଷମା ପ୍ରାର୍ଥନା ପଢୁ ପଢୁ ମୋ ମନ ଭିତରେ ରାଗର ଜୁଆରର ସୁଅ ଛୁଟୁ ଥିଲା, ବିଶ୍ୱାସ ହେଉନଥିଲା ସେଦିନର ସେ ଗାଁ ପ୍ରେମର ମୂଲ୍ୟ କିଛି ନୁହେଁ କୋଉ ଗୋଟେ ସହରୀ ଝିଅର ପ୍ରେମ ଜାଲରେ ସେ ଛନ୍ଦି ହେଇଯାଇଥିଲା ମୋତେ ସେହି ଦିନ ବୁଝି ଯିବାର ଥିଲା ଯେବେ ସେ ମୋର ପୁଅ ସାଙ୍ଗକୁ ଗ୍ରହଣ କରିଥିଲା । ନିଜେ ମୁଁ ନିଜକୁ ଆଇନା ସାମ୍ନାରେ ଦେଖି ପାରୁନଥିଲି ମୋର ଆଖିର ଲୁହ ଓଠରେ ଭିଜି ଭିଜି ଦିଗ ହାର ହେଉଥିଲା । ଆଉ ମୁଁ ତାକୁ ମୋ ପଟରୁ ଫୋନ କଲି.. ହଠାତ ସେପଟୁ ତାର କାନ୍ଦିବାର ସ୍ୱର ଶୁଭିଲା ମୋତେ କ୍ଷମା କରିଦେ ମେଣ୍ଟାଲ ମୁଁ ତା କାନ୍ଦ ସହିପାରୁନଥିଲି ତାକୁ ବୁଝେଇ କହିଲି ଦେଖ ଯାହା ହେଇଚି ସବୁ କହ ପୁଣି ଆମେ ସବୁ ଜିନଷର ସମାଧାନର ରାସ୍ତା ଖୋଜିବା ସେ ମୋ କଥା ଶୁଣି ନୀରବ ରହିଲା ପୁଣି ପଚାରିଲି କହ କଣ ହେଲା ସେ କହିଲା ଦେଖ ତୁ ନିଜେ କହିଥିଲୁ ଯଦି କେବେ କିଛି ହୁଏ ତାହେଲେ ସିଧାକଥାରେ ଉତ୍ତର ଦେବି ଆଜି ମୁଁ ତତେ ସେହି ସିଧାସଳଖ କହିବାକୁ ଚାହେଁ । ମୁଁ ଦୁଇ ବର୍ଷ ହେଲା ମୁଁ ପୂର୍ଣ୍ଣିମା ସହ ସମ୍ପର୍କ ରଖିଛି ! ଆଉ ଏବେ ତାକୁ ଛାଡି ବଂଚିବା ମୋ ପକ୍ଷେ କଷ୍ଟକର । ତତେ କହିବାକୁ ବହୁତ ଚେଷ୍ଟା କରିଛି ହେଲେ କହିପାରିନି ତୋ ଋଣ ସୁଜିପାରିବିନି କେବେ ବି ! ହେଲେ ଆମ ସମ୍ପର୍କ କେବେ ହେଲେ ବିବାହର ଦ୍ୱାରସ୍ଥ ହେଇପାରିବନି ! ସେଇ ଲାଗି ଆମେ ଏବେ ଠୁ ଆମ ରାସ୍ତା ବାଛି ନେବା ମୋତେ କ୍ଷମା କରିଦେ । ଯାହା ଦଣ୍ଡ ଦବୁ ଦେ.. କ୍ଷମା କରିଦେ... ମୋ ମେଣ୍ଟାଲ ମୋ ପାଦ ତଳୁ ମାଟି ଖସି ଖସି ଯାଉଥିଲା ସତେ ସବୁ କିଛି ଏଇଠି ଶେଷ ହେଇଯିବ ତା ଫୋନ କଟିଯାଇଥିଲା ବିଶ୍ୱାସ ହେଲାନାହିଁ ! ବସ ମନେ ମନେ ଭାବୁଥିଲି ସିଧାକଥାର ସରଳାର୍ଥ ସେ ବୁଝେଇ ଦେଇ ଚାଲିଗଲା ଆଉ ମୋ ସାତ ବର୍ଷ କଣ ମୂଲ୍ୟହୀନ ଥିଲା?


ଅଲାର୍ମ ବାଜି ଉଠିଲା ହଠାତ, ଡ଼ାଇରୀ ତଳେ ପଡିଯାଇଥିଲା ଉଠାଇ ଟେବୁଲ ଉପରେ ଥୋଇ ଆଖି ରୁ ଝରିଥିବା ଲୁହକୁ ପୋଛି ଦେଇ ଦେଖେ ତା ସାଢେ ତିନି ଟା ବାଜିଲାଣି ବର୍ଷା ବନ୍ଦ ହୋଇଯାଇଥିଲା । ମୁଁ ମନକୁ ମନ ଭାବୁଥିଲି ପୁଣି ଉପାସ ରହିଗଲି ଯେବେ ଯେବେ ଏ ଡ଼ାଇରୀ ଖୋଲେ ଉପାସ ହିଁ ରୁହେ । ଏତେ କଷ୍ଟ ପାଇଗଲା ପରେ ବି ନା ସେ ଡ଼ାଇରୀ ଚିରି ହୁଏ ନା ତାକୁ ଘୃଣା କରିପାରେ ନା ସେଥିରୁ ନଜର ହଟେଇପାରେ । ଶୋଇବାକୁ ଚାଲିଯାଇଥିଲି...କାଳେ ସ୍ବପ୍ନରେ ସେ ମିଳିଯିବ ଆଉ ପଚାରିବି ମୋ ସାତ ବର୍ଷ କଣ ମୂଲ୍ୟହୀନ ଥିଲା? 


Rate this content
Log in

Similar oriya story from Tragedy