STORYMIRROR

JAMINEE JYOTI JENA

Abstract Inspirational

3  

JAMINEE JYOTI JENA

Abstract Inspirational

ଧନ୍ୟବାଦ ଷ୍ଟୋରୀମିରର

ଧନ୍ୟବାଦ ଷ୍ଟୋରୀମିରର

2 mins
259

କଣ ଲେଖିବି ସତେ ଜାଣିପାରୁନି । ବହୁତ ବହୁତ ଚିନ୍ତାଧାରା ମନରେ ଘୁରିବୁଲୁଚନ୍ତି । ଗୋଟେ ଲେଖିକା ପାଇଁ ଲେଖିବା ଯେତିକି ସହଜ ସେତିକି କଷ୍ଟକର ।ଭାବୁଛି ମୋ ଲେଖା ର ଆରମ୍ଭ ର କାହାଣୀ କିଛି ଶବ୍ଦ ରେ ବର୍ଣନା କରିଦିଏ ହୁଏତ କେହି ପସନ୍ଦ କରିବେ ।


 ଓଡିଶା ରେ ଜନ୍ମ ମୋର ଓଡ଼ିଆ ମୋ ଭାଷା । ଇଂରାଜୀ ରେ ଉଚ୍ଚ ସ୍ନାତକତ୍ତୋର ହେଲେ ଏହାର ମାନେ ନୁହେଁ ଯେ ମୁଁ ଇଂରାଜୀ ରେ ହିଁ ଲେଖିବି । ପ୍ରାୟ ସମସ୍ତେ ପଚାରନ୍ତି ଇଂରାଜୀ ରେ ଏତେ ଆଗ୍ରହ କାହିଁକି ନୁହେଁ ଲେଖିବା ପାଇଁ ଆଉ ମୁଁ ହସି ହସି ଉତ୍ତର ଦିଏ ଆରେ ବାବା । ଇଂରାଜୀ ଅପେକ୍ଷା ମୁଁ ଓଡ଼ିଆରେ ବେଶୀ ଭାବୁକ ହୋଇପାରେ । ଜନ୍ମ ଓଡିଶା । ମାଟି ଓଡିଶା । ପିଲାଟି ଦିନ ରୁ ଓଡ଼ିଆ ରେ ମୋ ଜୀବନ ଆରମ୍ଭ କରିଛି । ତ ଓଡ଼ିଆରେ ମୁଁ ମୋ ଭାବ କୁ ସମ୍ପୂର୍ଣ ରୂପେ କାଗଜ ରେ ଉତ୍ତାରି ପାରେ । ମୋ ଆବେଗ କୁ ଭଲ ଭାବ ରେ ଶବ୍ଦ ଦେଇପାରେ । ଓଡ଼ିଆ ମୋ ରକତ ର ବିନ୍ଦୁ ବିନ୍ଦୁ ରେ ପରିଚିତ ।ଓଡ଼ିଆ ରେ ଦୁଇପଦ ଲେଖିଥିବା କବିତା ରେ ମୁଁ ନିଜେ ଭାବବିହ୍ୱଳ ହୋଇପଡେ । ଆଉ ସମସ୍ତେ ଚୁପ ହୋଇଯାନ୍ତି ।ଏମିତି ମୁଁ କୌଣସି ବଡ ଲେଖିକା ନୁହେଁ କାଗଜ ପତ୍ର ରେ କିଛି ଲେଖିଦେବା । ଡ଼ାଇରୀ ରେ ମନ କୁ ଆସୁଥିବା କିଛି ଚିନ୍ତା କୁ କବିତା ମାଧ୍ୟମରେ ପ୍ରକାଶ କରିଦିଏ । ପିଲାଟି ଦିନରୁ ଇଚ୍ଛା ହୁଏ କେବେ ମୁଁ ମୋ ନିଜ କବିତା କୁ ସିଧାସଳଖ ବହିରେ ପଢ଼ିବି । ଛୋଟ ଛୁଆ ମାନେ ପଢୁଥିବାର ଦେଖିବି ।


ହେଲେ ସ୍ୱପ୍ନ କଣ କେବେ ସତ ହୁଏ । ଭାବେ ସତେ କେବେ ମୋର ବହି ପ୍ରକାଶ ପାଇବ ମୁଁ ମୋ ଟେବୁଲ ଉପରେ ଲଣ୍ଠନ ଲଗେଇ ବସି ପଢ଼ିବି । ଶାନ୍ତ କାନ୍ତ ରାତିରେ କେହି ନଥିବେ । ଅନୁଭବ କରିବି ମୁଁ ମୋ କାଗଜ ସହ କଲମ ର ଅନ୍ତରଙ୍ଗ ମୁହୂର୍ତ କୁ । । ଏମିତି ବହୁତ କିଛି । ଥରେ କେହି ବନ୍ଧୁ ଜଣେ ମତେ କହିଲେ । ତୁ ଏବେ ସିଧାସଳଖ ପାଠକ ମାନଙ୍କ ପାଖରେ ତୋ ଲେଖା ପହଞ୍ଚେଇ ପାରିବୁ । ଆଶ୍ଚର୍ଯ୍ୟ ନାଁ ରେ ଭାଇ ଏତେ ସମ୍ବଳ ନାଇଁ ଯେ ନିଜ ବହି ନିଜେ ଛପେଇବି । ସେ କହିଲା ଦେ ଫୋନ କୋଉ ଯୁଗରେ ବଞ୍ଚୁଛୁ ତୁ ଆଜିକାଲି ସବୁ ଡିଜିଟାଲ ଲୋ ମା ।


ଆଉ ଦେଖ ଏଇଟା ହଉଚି ଷ୍ଟୋରୀମିରର ର ଆପ୍ଲିକେସନ ଏଇଥିରେ ତୁ ତୋ ଲେଖା ସିଧାସଳଖ ପାଠକ ପାଠିକା ମାନଙ୍କ ପାଖରେ ପହଁଚେଇପାରିବୁ ଆଉ ଏଥିରେ ପ୍ରତିଯୋଗିତା ବି ହୁଏ ଭାଗ ନେଇ ପାରିବୁ ଆଉ ତୋ ଲେଖା ଚିନ୍ତାଧାରା କୁ ସଭି ଙ୍କ ପାଖରେ ଅତି ସିଧା ଭାବରେ ପହଞ୍ଚେଇ ପାରିବୁ ତୋ ଲେଖିକା ସ୍ବପ୍ନ କୁ ପୂରଣ କରିବୁ ଆଉ ତୋର ଲେଖା ଧୀରେ ଧୀରେ ଉତ୍କୃଷ୍ଟ ହେବାକୁ ଲାଗିବ ଅନ୍ୟ ଲେଖିକା ମାନଙ୍କର ଲେଖା ମଧ୍ୟ ପଢ଼ିପାରିବୁ ଆଶ୍ଚର୍ଯ୍ୟ ହେଇଯାଇଥିଲି ! ଆରମ୍ଭ କରିଥିଲି ମୁଁ ମୋର ଲେଖା ଅଭିଯାନ ଖୁସି ର ସୀମା ଆକାଶ ଛୁଇଁଥିଲା । ସ୍ବପ୍ନ ସତ ହୁଏ ଯଦି ତାକୁ ତୁମେ ହୃଦୟ ରୁ ଚାହିଁବ । କିଛି ଦିନ ପରେ ଦେଖେ ମୋ ପ୍ରୋଫାଇଲ ରେ ଲିଟେରାରୀକ୍ୟାପଟେନ ଲେଖା ହୋଇଛି ମୋ ବାପା ମା ସମସ୍ତେ ଖୁସି ହୋଇଯାଇଥିଲେ ଆଉ ମୁଁ ହେଇଯାଇଥିଲି ଜଣେ ଲେଖିକା ।


ଅଶେଷ ଧନ୍ୟବାଦ ମୋ ସାଙ୍ଗଙ୍କୁ ଆଉ ଅସୁମାରୀ ଧନ୍ୟବାଦ ଷ୍ଟୋରୀମିରର ର ସମସ୍ତ କାର୍ଯ୍ୟକର୍ତା ମାନଙ୍କୁ।


#ସିଧାକଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract