STORYMIRROR

JAMINEE JYOTI JENA

Tragedy Others

3  

JAMINEE JYOTI JENA

Tragedy Others

ଡଷ୍ଟବିନ ର ଖାଇବା

ଡଷ୍ଟବିନ ର ଖାଇବା

2 mins
237

ସବୁଦିନ ଦେଖେ ମୁ ତାକୁ ହେଲେ ଆଜି ପଚାରିଲି ହେ ତୁ କିଏ? ତୋ ନା


କଣ? ଘର କୋଉଠି... କଣ ପାଇଁ ଛିଡା ହଉଛୁ ସବୁଦିନ କିଛି କହିଲାନି

  

ସେ.. ମୁ ଚାଲିଗଲି ଲେଟ ହଉଥିଲି ଅଫିସ ମୁଁ....।


 ପୁଣି ଫେରିଲା ବେଳେ ସେ ସେମିତି ଛିଡା ହୋଇଥିଲା ଆରେ ଆଶ୍ଚର୍ଯ୍ୟ.... ହେ ପିଲା ତୁ ଏଯାଏଁ ଅଛୁ...।


 ପୁଣି ସେହି ନୀରବତା.....


 ଅଫିସ ର ଥକାପଣ... ଅସହ୍ୟ ଥିଲା ଚାଲିଗଲି 


ମୁ ମୋ ରୁମ୍ କୁ ଠିକ ରାତି ସାଢେ ଦଶ ତା ବେଳେ... ରାତିର କିଛି ବଳକା


 ଖାଦ୍ୟ ଆଉ ଅଳିଆ କୁ ପଲିଥିନ ରେ ଧରି ଡଷ୍ଟବିନ ପାଖକୁ ତଳକୁ


ଆସିଲା ବେଳେ.... ପୁଣି ସେ ସେଇଠି ଛିଡା ହୋଇ ରହିଥିଲା..... ଏ ପିଲା

  

ଦେଖ ପୋଲିସ କୁ ଜଣେଇବି ମୁ.. କିଏ ତୁ ସତ କହ ଚୋରି କରିଛୁ ନା..


 ମର୍ଡର କରିଛୁ ନା... ରହ ମୁ ପୋଲିସ କୁ ଡାକେ ତୋ ପାଟି ଫିଟିବ....

  

ହଠାତ ଶୁଣାଗଲା.... ବାବୁ ମୋ ନା ଜରିଗୋଟାଳୀ ରାଜୁ...


 ବୁଲିକି ଦେଖେ ମୁହଁ ତଳକୁ କରି କାନ୍ଦିବାରେ ଲାଗିଲା ସେ ମୁ ଡରିଗଲି.... ହେ ହେ.... ଚୁପ ଚୁପ... ଆରେ ମୁ ମିଛରେ କହିଲି ତତେ ଡରେଇବାକୁ ହେଲା... ତୁ ତା ଚୁପ ରହୁଥିଲୁ... ।


ଏବେ କହ କଣ ଦରକାର ତୋର? 


 କିଏ ତୋର ଅଛି କି ଏ ସୋସାଇଟି ରେ... ସେ ନା କହିଲା ... ମୁଁ ପୁଣି ପଚାରିଲି... ତାହେଲେ ସବୁଦିନ ଏଠି କଣ.. କରୁଛୁ??


ସେ କହିଲା... "ବାବୁ ମୋତେ ତମ ବଳକା ଖାଇବା ପଲିଥିନ ଦେଇଦିଅ ତାକୁ ଡଷ୍ଟବିନ ରେ ପକେଇବାକୁ ନେଉଛ ନା ମୋତେ ଦେଇଦିଅ ତାକୁ... ନହେଲେ ପକେଇଦିଅ ମୁ ତାକୁ ଉଠେଇନେଇଯିବି.....

  

ସମସ୍ତେ ବଳକା ଖାଇବା ଏଣେତେଣେ କରି ସବୁ ଏକାଠି ଡଷ୍ଟବିନ ରେ ପକାନ୍ତି ହେଲେ ଆପଣ ଏକା ଜଣେ ଯେ କି ଖାଇବା ପଲିଥିନ ଅଲଗା ପକାନ୍ତି... ଆଉ ମତେ ସବୁଠାରୁ ଆପଣଙ୍କ ର ଫୋପଡ଼ା ଯାଇଥିବା ଖାଦ୍ୟ ସଫା ସୁତୁରା ଲାଗେ ..


. ଅନ୍ୟମାନେ ଫିଙ୍ଗିଥିବା ଖାଇବା ମୁ ଖାଇଦିଏ.... । ଆଉ ଆପଣ ଫିଙ୍ଗିଥିବା ଖାଇବା ମା ପାଇଁ ନେଇଯାଏ.. ମୋ ମା ର ଦେହ ବହୁତ ଖରାପ.. ସେ ଯଦି ବେଶୀ ଖରାପ ଖାଇବା ଖାଏ ତା ଦେହ ବହୁତ ଖରାପ ହେବ... ସେଇଲାଗି ସବୁବେଳେ ଆପଣଙ୍କ ଖାଇବା ପଲିଥିନ କୁ ଡଷ୍ଟବିନ ରେ ଫିଙ୍ଗିବା ଯାଏଁ ଅପେକ୍ଷା କରେ. । ହେଲେ ବେଳେ ବେଳେ ଆପଣ କାହିଁ କି ଆସନ୍ତିନି କେଜାଣି?..?...


 ଆଉ ମୋ ମା ଉପାସ ରୁହେ.. ।......ଦେଲେ ବାବୁ ମୋତେ ସେ ପଲିଥିନ ମା ସିଆଡେ ଅନେଇଥିବ । 


ହାତବାକ ହେଇଯାଇଥିଲି ମୁଁ.. ପାଦତଳୁ ମାଟି ଖସିଗଲା ପରି ଲାଗିଲା ମତେ ବିଶ୍ୱାସ ହେଉନଥିଲା ମୋର.. ତା ହାତ ଧରି ତାକୁ ପଚାରିଲି ଆଛା.. ରାଜୁ ତୋ ଦେହ ଖରାପ ହବନି ତୁ ସେ ଖାଇବା ଖାଇଲେ? 


ସେ ଉତ୍ତର ରେ କହିଲା... ବାବୁ.. ମା ଯେତେବେଳେ ଭଲ ଥିଲା ସେ ମୋତେ ଏମିତି "ଭଲ ଡଷ୍ଟବିନ ର ଖାଇବା " ଦେଉଥିଲା ନିଜେ ବାଲି କାଦୁଅ ଲାଗିଥିବା ରୁଟି କୁ ଧୋଇ ଖାଉଥିଲା.... ଏବେ ମୋ ପାଳି ପରା ଏତିକି କହି ସେ ପଲିଥିନ ଧରି ଦୌଡ଼ି ଚାଲିଯାଇଥିଲା ସେ.....।


 ମୁ ତାର ସେ ହସ ହସ ମୁହଁ ଦେଖୁଥିଲି.. ଡଷ୍ଟବିନ ର ପଲିଥିନ ପାଇଗଲା ପରେ....।


 ଆର ଦିନ ସକାଳୁ... ମୁ ଅପେକ୍ଷାରେ ରହିଥିଲି ସେ "ଜରିଗୋଟାଳୀ ରାଜୁ ର "...ନିଜ ହାତରେ ତିଆରି ଖାଇବା ତିଆରି କରି ତାର ମା ଙ୍କ ପାଇଁ.... ସେଇ ଡଷ୍ଟବିନ ପାଖରେ.. ଅନୁଭବ କରୁଥିଲି ରାଜୁ ର କଷ୍ଟ କୁ ସେ ଡଷ୍ଟବିନ ର କଡରେ......। 


Rate this content
Log in

Similar oriya story from Tragedy