JAMINEE JYOTI JENA

Tragedy

3  

JAMINEE JYOTI JENA

Tragedy

ପ୍ରଶ୍ନ

ପ୍ରଶ୍ନ

1 min
200


କେତେ ଦିନ ଆଉ ଏମିତି ପଡି ରହିବି । କାହା ଭରସାରେ ଜୀବନ ଜୀଇଁବି? 

 କଣ ଏଇ ଚାରିକାନ୍ଥ ଭିତରେ 'କୋଉଠି ହଜିଯାଇଛି ମୁଁ? ମୁଁ ଏକା ନୁହଁ ମୋ ଭଳି କେତେ ଜଣା "ନିର୍ଭୟା, ଆସିଫା ଏମିତି ପଡି ରହିଥିବେ କେଜାଣି କୋଉ କାଳ କୋଠରୀ ଭିତରେ । ସତରେ କଣ ଭରସାର ଯୋଗ୍ୟ ଆଉ କେହି ଜନ୍ମ ନେବେନି ସତରେ କଣ ଝିଅ ଜନ୍ମ ଯୁଗ ଯୁଗ ପାଇଁ ପାପ ହୋଇ ରହିବ ? ସମସ୍ତେ କହିବେ ଝିଅ ନାଁ ପକେଇଦେଲା... ହେଲେ କେହି କଣ ଦେଖିପାରିବେନି ମୋ ଭିତରର ସେହି କଷ୍ଟକୁ, ମୋ ହୃଦୟର କମ୍ପନକୁ ।


ଡରି ଯାଇଥିବା ଆଖିର ଲୁହ କଣ କେହି ବୁଝିବେନି ? ଶେଷରେ ସମସ୍ତେ ସେ ଦୁଃଖିନୀକୁ ଦୁଃଖ ସାଗରରେ ଭାସି ଯିବାକୁ ବାଧ୍ୟ କରିବେ । ମୋ ବନ୍ଧୁ ପରିବାର ବର୍ଗ ବି ମତେ ଏକା କରିଦେବେ । କେହି ମୋ ହାତ ଧରି ଦେଇ ମତେ ସାହସ ଦେବେନାହିଁ.. ଲଜ୍ୟା ଡର ଇଜ୍ଜତର ଡର ସେମାନଙ୍କୁ ଖାଇଯିବ ଆଉ ସେମାନେ ମୋ କଷ୍ଟକୁ ଏଡାଇ ଦେବେ ଆଉ କଷ୍ଟ ଦେଇଥିବା ସେ "ଭଦ୍ରମୁଖା " ର ଚେହରା ପିନ୍ଧିଥିବା ମଣିଷଟା ମତେ ଦେଖି ହସୁଥିବା । ଆଉ କେତେ ଦିନ ଆଉ କେତେ ଦିନ? 


କଣ ସେମାନଙ୍କ ଭଦ୍ରମୁଖା ତଳର ଚେହେରା କେବେ ହେଲେ କାହାରିକୁ ଦେଖା ଯିବ ନାହିଁ ?


ଏକ ଦୁଃଖିନୀର ପ୍ରଶ୍ନ ......... ।



Rate this content
Log in

Similar oriya story from Tragedy