ପରୀ ଦୁର୍ଲଭା (ଏକ ସ୍ବପ୍ନ ପଲଙ୍କ)
ପରୀ ଦୁର୍ଲଭା (ଏକ ସ୍ବପ୍ନ ପଲଙ୍କ)


ପରୀରାଇଜ ର.. ରାଜକୁମାରୀ ଥିଲେ.. ରାଜକୁମାରୀ ଦୁର୍ଲଭା ସମସ୍ତଙ୍କର ଅଲିଅଳି ପରୀରାଇଜ ର ସୁନା ମୁଣ୍ଡା କହିଲେ ଚଳେ |
କୋଡିଏ ବର୍ଷ ରେ ପାଦ ଦେବାକୁ ବାକି ଥିଲା ମାତ୍ର ଦୁଇଦିନ.. ଜନ୍ମ ଦିନ ପାଇଁ ପରୀରାଇଜ ଉତ୍ସବ ମୁଖର ହୋଇ ଉଠୁଥିଲା |
ଆଉ ରାଜକୁମାରୀ ଦୁର୍ଲଭା.. ନିଜ ଉପହାର ର ଅପେକ୍ଷା ରେ ଥିଲେ.. କେବେ ଜନ୍ମଦିନ ହେବ ଆଉ... ପରୀରାଇଜ ର ରାଜା..
ତାଙ୍କ ପାଇଁ ଉପହାର ସ୍ୱରୂପ ତାଙ୍କ ପ୍ରିୟ ସ୍ବପ୍ନ ର" ପଲଙ୍କ "ଆଣିଦବେ |
ଅପେକ୍ଷା ର ଅନ୍ତ ହୋଇ ଆସୁଥିଲା..ରାତି ପାହିଲେ ଜନ୍ମ ଦିନ ଆଉ ରାଜକୁମାରୀ ନିଜ ମା ଙ୍କ ପାଖରେ ପଲଙ୍କ ପାଇଁ ଜିଦି ଧରି ବସିଛନ୍ତି... |
ମା... ମା....ମୋ ପଲଙ୍କ ଆଣିଦିଅ ... ମା.... ସେ ପଲଙ୍କ ବହୁତ ସୁନ୍ଦର ଥିଲା ମା... କେତେ ସୁନ୍ଦର ଥିଲା ତା କାରୁକାର୍ଯ୍ୟ.. |ମା ଆମ
"ପରୀରାଇଜ " ରେ କଣ ସେମିତି କାଠ କାରିଗର ମିଳିବେନି...?
ରାଣୀ କହିଲେ ମା ନା ସେ ଭଳି କାରିଗର କେବଳ ପୃଥିବୀ ଲୋକ ରେ ଥାନ୍ତି ଆମ ପରୀ ମାନଙ୍କ ପାଖରେ କୁହୁକ ବିଦ୍ୟା ଥିଲେ ବି ଆମେ ସେମିତି ପଲଙ୍କ କରିପାରିବ|ନି ବୁଝିଲୁ
ମା ଆପଣ ଦେଖିବେ ମୁଁ ନିଶ୍ଚୟ ସେ ପଲଙ୍କ ପରିରାଇଜ କୁ ଆଣିବି..
.ରାଣୀ ହସି ହସି ଉତ୍ତର ଦେଲେ ଠିକ ଅଛି ପରୀ ମାନଙ୍କର ମୃତ୍ୟୁ ବେଳେ ତାଙ୍କୁ ଗୋଟେ ଇଚ୍ଛା ପୂରଣ ପାଇଁ ସୁଯୋଗ ମିଳେ ଆଉ ମୋ ମୃତ୍ୟୁ ସମୟ ରେ ମୁଁ ମୋ କୁହୁକ ବାଡ଼ି ତ୍ୟାଗ କଲା ବେଳେ.. ଏହି ଇଚ୍ଛା ରଖିବି ଯେ ମୋ ପରୀ ଦୁର୍ଲଭା ଆର ଜନ୍ମ ରେ ତୁ ପୃଥିବୀ ଲୋକ ରେ ରାଜପରିବାର ରେ ଜନ୍ମ ନେଉ.. ଆଉ ସେ ପଲଙ୍କର ଉପଭୋଗ କରିବୁ....
ଏ କଥା ଶୁଣି ପରୀ ଦୁର୍ଲଭା କାନ୍ଦି ଉଠିଲେ ନା ମା ନା କ୍ଷମା କରନ୍ତୁ ମୋର ସେ ପଲଙ୍କ ର ଆବଶ୍ୟକ ନାଇଁ ଆପଣ ସବୁବେଳେ ମୋ ପାଖରେ ଥାନ୍ତୁ ଏତିକି କହି ସେଠୁ ଚାଲିଗଲେ ପରୀ ଦୁର୍ଲଭା... |
ବଗିଚାରେ ଏକାକୀ ବସିଥିଲେ ସେ ମନ ଦୁଃଖରେ ସତରେ କଣ ସେ ପଲଙ୍କ ପାଇବା ଏତେ କଷ୍ଟ ମୋ ପାଖରେ ଏତେ ସୁନ୍ଦର ପଲଙ୍କ ଅଛି ହେଲେ ବ ସେ ପଲଙ୍କ ଏତେ ଆକର୍ଷିତ କାହିଁକି କରୁଛି?.
ନା ମୁଁ ଚାହେଁନା ସେ ପଲଙ୍କର ଲୋଭ ରେ ମୁଁ କିଛି ଗୁରୁତ୍ୱପୂର୍ଣ ଜିନିଷ ହରାଇଦିଏ.....|
ଯାଏଁ ବାନ୍ଧବୀ ମାନଙ୍କ ସହ ବୁଲି ଦେଇ ଆସେ... ମନ ହାଲକା ଲାଗିବ.... ପିତା ମାତା ଙ୍କୁ ଠୁ ଆଜ୍ଞା ନେଇ ପରୀ ଦୁର୍ଲଭା ନିଜ ବନ୍ଧୁ ମାନଙ୍କ ପରୀ ରାଇଜ ର ଶେଷ ରେ ଥିବା ଝରଣା କୁ ବୁଲିବାକୁ ଚାଲିଗଲେ...|
ରାଣୀ କହିଲେ ମା ତୁରନ୍ତ ଆସିଯିବ ଏଇଟା ତୁମର ବାଲ୍ୟ ବେଳ ର ଶେଷ ଜନ୍ମ ଦିନ ..
ହେ ଭଗବାନ ଏତେ ସୁନ୍ଦର ଜାଗା ପୁଣି ପରୀରାଇଜ ରେ... ଆଛା ଶୁଣ ମୋର ବାନ୍ଧବୀ ମାନେ ଆମେ ସମସ୍ତେ.. ଫଳ ତୋଳିବା |
"ଅଧିକ ଫଳ ଯେ ପାଇବ.... ସ୍ବପ୍ନ ର ପଲଙ୍କ ସେ ପାଇବ.."..
ସମସ୍ତେ ଫଳ ତୋଳା ରେ ବ୍ୟସ୍ତ ହୋଇ ଏଣେ ତେଣେ... ଚାଲିଗଲେ... |
ପ୍ରାୟ... ଘଂଟାଏ... ବିତିଗଲା... ସମସ୍ତେ ନିଜ ନିଜ ର ଫଳ ସଂଗ୍ରହ କରି ଏକାଠି ହୋଇଗଲେ... |
ଆରେ ପରୀ ଦୁର୍ଲଭା କୁଆଡେ ଗଲେ...?
. ଆଛା ସେ ସ୍ବପ୍ନ ର ପଲଙ୍କ ପାଇଁ ବୋଧେ ଅଧିକ ଫଳ ସଂଗ୍ରହ କରୁଛନ୍ତି.....|
ଠିକ ଏତିକି ବେଳେ... ଜୋର ରେ ଶବ୍ଦ ଶୁଭିଲା... ପରୀ ରାଇଜ କମ୍ପି ଉଠିଲା....
ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ...
ଏ କଣ? ପରୀ ଉଆସ ରେ...ମଧ୍ୟ ଏ ଜୋର ଶବ୍ଦ ର ଆଭାସ ହେଲା
....ପରୀ ରାଣୀ କହିଲେ ପରୀରାଜ.. ଏ କେମିତିକା ଶବ୍ଦ...?
ପରୀରାଜ ନିଜର କୁହୁକ ବାଡ଼ି ବଳରେ.... ଉତ୍ତର ଦେଲେ ପରୀ ରାଣୀ ଏ ତ କୁହୁକ ବାଡ଼ି ର... ଶବ୍ଦ... ପରୀ ରାଣୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଏହାର ଅର୍ଥ ଯଦି ପରୀ ରାଇଜ ରେ କୌଣସି ପରୀ ଅସୁରକ୍ଷିତ ମନେ କରନ୍ତି କି ବିପଦରେ ପଡିଯାନ୍ତି ଏ ପ୍ରକାର ର ଶବ୍ଦ ଉତ୍ପନ ହୁଏ....
ହେ ଭଗବାନ କିଏ ଅସୁବିଧା ର ସମ୍ମୁଖୀନ ହେଲା?
ପରୀ ରାଜ......... ଏ ଆଉ ପରୀ ଦୁର୍ଲଭା..... ନା ଏମିତି ହେଇପାରିବନି.!!
. ଏପଟେ ପରୀ ଦୁର୍ଲଭା ଙ୍କର ସମସ୍ତ ବାନ୍ଧବୀ ତାଙ୍କୁ ଖୋଜିବାରେ ବ୍ୟସ୍ତ ବିବ୍ରତ ହୋଇ ଉଠୁଥିଲେ..
ପରୀ ରାଜ ଓ ପରୀ ରାଣୀ ତୁରନ୍ତ ପହଂଚି ସାରିଥିଲେ ସେ ଶବ୍ଦ ଉତ୍ପନ ର ଯାଗାରେ...
ଦୁର୍ଲଭା.....
ଦୁର୍ଲଭା.....
ଆଖିର ଲୁହ ର ସ୍ରୋତ କୁ ଅଟକାଇ ପାରୁନଥିଲେ ପରୀ ରାଣୀ... ସେ ସମସ୍ତ ବାନ୍ଧବୀ ଙ୍କୁ ପଚାରିଲେ ସମସ୍ତେ ନିଜ ନିଜ ର ନୀରବତା ପ୍ରକାଶ କଲେ...
ହଠାତ ଏକ ଛିଣ୍ଡା ପର ଉଡି ଉଡି ଆସି... ପରୀ ରାଣୀ ଙ୍କର ପାଦ ସ୍ପର୍ଶ କଲା... ଚମକି ପଡିଲେ ପରୀ ରାଣୀ.... ଏ କଣ?
ଚିତ୍କାର କରି ଉଠିଲେ ସେ ପରୀରାଜ....ପରୀ ରାଜ.... |ପରୀ ରାଜ ଦୌଡି ଆସି ଦେଖନ୍ତି ତ ପରୀ ଦୁର୍ଲଭା ଙ୍କର ଅଧା ଛିଣ୍ଡା ପର... ଭୋ ଭୋ ହୋଇ କାନ୍ଦି ଉଠିଲେ ସେ ଆଉ....ପରୀ ରାଣୀ ଙ୍କୁ ବୁଝାଇଲେ
ପରୀ ରାଣୀ .. ଆମ ପରୀ ଦୁର୍ଲଭା.. ଆଉ ଆମ ପାଖରେ ନାହିଁ ଫଳ ତୋଳିବା ସମୟରେ... ଭୁଲ ବଶତଃ ସେ ପୃଥିବୀ ଲୋକ ର ଦ୍ୱାରସ୍ଥ ହୋଇଯାଇଛନ୍ତି... |
ଆମେ ଯଦି ଚେଷ୍ଟା କରିବା ମଧ୍ୟ ସେ ଆମ ପାଖକୁ ଆସିପାରିବେ ନାହିଁ.... ପାହାଡ ର ସେପାରିକୁ ଆମେ ଯାଇପାରିବା ନାହିଁ....
ହେଲେ କାହିଁକି ପରୀରାଜ?
ଆମ କୁହୁକ ବାଡ଼ି ରେ ଆମେ କଣ ଦୁର୍ଲଭା ଫେରିପାଇବନି...?
ନା ପରୀରାଣୀ..ପୃଥିବୀ ଲୋକ ର ଗୋଟେ ପାଞ୍ଚ ଦିନ ପରୀ ରାଇଜ ରେ ସାତ ବର୍ଷ ସହ ସମାନ..ଆଉ ପରୀ ରାଇଜ ରୁ ଯଦି କେହି ହଜିଯାଏ ..ସେ ନିଜର ସମସ୍ତ କୁହୁକ ବିଦ୍ୟା ସହ ପରୀରାଇଜ କୁ ପାଶୋରି ଦେଇଥାଏ ଯୁଗ ଯୁଗ ରୁ ଏହା ରହିଆସିଛି |
ହୁଏତ ଆମ ପରୀ ଦୁର୍ଲଭା ଏବେ.. ବହୁତ ବଡ ହୋଇ ଯାଇଥିବେ ଆଉ ଆମ ସମସ୍ତଙ୍କୁ ଭୁଲିଯାଇଥିବେ.. |ଏହା ଶୁଣି ପରୀରାଣୀ... ଦୁଃଖରେ ମର୍ମାହତ ହୋଇଗଲେ...... ଆଉ ଏକ ଆଶା ରେ ବଞ୍ଚି ରହିଲେ.. ସତରେ କଣ ସ୍ବପ୍ନ ର ପଲଙ୍କ ପାଇଁ ପରୀ ଦୁର୍ଲଭା... ଚାଲିଗଲେ....?
ନା... ସେ ଫେରିବ ନିଶ୍ଚୟ ସ୍ବପ୍ନ ର ପଲଙ୍କ ନେଇ..... ମୋ ପରୀ ଦୁର୍ଲଭା ନିଶ୍ଚୟ ଫେରିବ |
ପଡ଼ିଥିବା କିଛି ଛିଣ୍ଡା ପର ନେଇ ସେଠାରୁ ଚାଲିଯାଇଥିଲେ ପରୀରାଜ ଓ ପରୀରାଣୀ ଦୁଃଖର...ଭାର କୁ ବୋହି....... |
- ଦ୍ଵିତୀୟ ଅଧ୍ୟାୟ ଖୁବ ଶୀଘ୍ର.. ପ୍ରକାଶ ପାଇବ
ପରୀ ଦୁର୍ଲଭା ର ସ୍ୱପ୍ନ ର ପଲଙ୍କ ସହ |.....