ସୁନ୍ଦରୀର ଶଙ୍ଖା
ସୁନ୍ଦରୀର ଶଙ୍ଖା
ନୂଆ କରି ଆସିଥାଏ ମୁଁ ନାଗପୁର, ଚାକିରୀ ସରକାରୀ ହେଲେ ସିନା ଗୋଟେ ଜାଗାରେ ଚାରି ପାଞ୍ଚ ବର୍ଷ ରହିବି । ଏ ଘରୋଇ ସଂସ୍ଥା ବି ଛ ମାସରେ ଜାଗା ବଦଳି । ଗୋଟେ ରୁମ ରୋଷେଇ ଘର ଆଉ ହଲ ମାସକୁ ଛ ହଜାର । ଆପାର୍ଟମେଣ୍ଟ କଲ୍ୟାଣୀ ଭଲ ଶୁଣିଚି ଭାବୁଛି ସେଇଠି ହିଁ ରହିବି । ସେଦିନ ସକାଳ ଅଫିସର ପ୍ରଥମ ଦିନ ଆଉ ମୋ ମା ର ଫୋନ । ହେ ଭଗବାନ ! ମା ମା ମା.... ତୁ ଫୋନ ରଖ ଜଲଦି । ମୁଁ ଲେଟ ହଉଚି ମା ବୁଝୁନା ତୁ , ଖାଇବି ଠିକ ଟାଇମ୍ ରେ ଶୋଇବି ୧୨ ଟା ବାଜିବା ପୂର୍ବରୁ ଆଉ ଉଠିବି ଜଲ୍ଦି ହେଲା ଏଇୟା କହୁଥିଲୁ ନା ହଉ ଏବେ ତ ଫୋନ ରଖ । ଏ ମା... ନା.... ନୂଆ ରୁମକୁ ନା ଆସୁଣୁ ତାର ଛାଡ ପରେ ସବୁ ଜିନଷ ରଖିବି ଯାଏ ପ୍ରଥମ ଦିନ ଆଉ ମୁଁ ଲେଟରେ ଇମ୍ପ୍ରେସନ ଯମେଇବି ଆଉ କଣ? ହେ ଭଗବାନ ଏତେ ଜୋରରେରେ ବର୍ଷା ମୁଁ ଯିବି କେମିତି? ଭଗବାନ ବଞ୍ଚାଓ ତମେ ମତେ ଆଜି ! ଏ ଆପାଟମେଣ୍ଟ ରେ କଣ କେହି ବାହାରକୁ ବାହରନ୍ତିନି ନା କଣ ? ଏତେ ଶୁନ ଶାନ କ'ଣ କେହି ଗୋଟେ ମିଳିଯାନ୍ତେ କି ପଳେଇଯାନ୍ତି ମୁଁ ତା ସହ ହେଲେ କାହା ସହ ଯିବି ଆ ନୂଆ ସହରରେ ଓଡିଶା ନୁହେଁ ଏ ତାରା । ଏଇଟା ନାଗପୁର... ଆଆ... କିଏ କିଏ...ହଠାତ କେହି ଜଣେ ମୋ ଉପରେ ହାତ ପକେଇଦେଲା ।ଆରେ ଆରେ...କିଏ ତମେ ଭଉଣ ଆଉ ଏମିତି କେମିତି ହାତ ପେକଇଦେଲ ଜାଣିଛ ମତେ ତୁମେ ନାଇଁ ନା.. ତାହେଲେ । ଖାଲି ତୁମେ ଝିଅ ନହଲେ ଦେଖିଥାନ୍ତ ।
ଆରେ ମାଡାମ ରାଗୁଚ କାହିଁକି ? ସେ ସାମ୍ନା ଵାଲା ବାବୁ କହିଲେ ନୂଆ ଆସିଛ କିଛି କାମ ମିଳିଯାନ୍ତା ଯଦି, ଓଃ.. ଆଛା ତୁମେ କାମ କର ଏ ଆପାର୍ଟମେଣ୍ଟରେ ସରି ସରି କ୍ଷମା କର ଡରିଗଲି ମୁଁ.. ନୂଆ ନା !
ଆରେ ମାଡାମ କିଛି ନାହିଁ । କିଛି କାମ ମିଳିବ କି?
ନା ନା ମୁଁ ଜଣେ । ନିଜେ ସବୁ କରିପାରିବି ହେଲେ ତୁମ ନା କଣ?
ମୋ.. ମୋ ନାଁ......
ହଁ ତୁମ ନାଁ ଆଉ କଣ ମୋ ନାଁ ପଚାରିବି ? କୁହ ତୁମ ନାଁ ?
ମୋ ନାଁ ସୁନ୍ଦରୀ ।
ଆଛା ସୁନ୍ଦରୀ ତୁମେ ସତରେ ବହୁତ ସୁନ୍ଦର ।
ହଉ ବାଏ.. ଯାଉଛି ମୁଁ ଅଟୋରେ ବସି ତାକୁ ମୁଁ ଦେଖୁଥିଲି ସତେ ସେ ମୋ ରୁମ ଆଡେ ଗୋଟେ ଅଜୀବ ଭାବରେ ଦେଖୁଥିଲା ।
ଫେରିଲା ବେଳକୁ ରାତି ୯ଟା ପ୍ରାୟ ।ହେ ଭଗବାନ.. ଏ ବର୍ଷା ଖାଇବା ବି ମିଳିବନି ଏବେ ଏତେ ରାତି ହେଲାଣି, ଯାଏ ଆଜି ବ୍ରେଡରେ ରାତି କାଟିବାକୁ ପଡିବ । ଆରେ ମା କୁ ଜଣେଇଦିଏ । ହେଲୋ ମା.. ମା ମୁଁ ପହଂଚିଗଲିଣି, ନାଁ ମା ଆଜି ଖାଇବା ମିଳିଲାନି । ମା ଗୋଟେ ଦିନି ମା ଆଡ଼ଜଷ୍ଟ କରିପାରିବି... ବାଏ... ସକାଳେ ଫୋନ କରୁଛି ।
ଆରେ ଏ କଣ ଶୁଭୁଚି କିଏ କବାଟ ବାଡ଼ଉଛି ବୋଧେ !
ଆଛା କିଏ ?
ମାଡାମ ମୁଁ ସୁନ୍ଦରୀ ।
ସୁନ୍ଦରୀ ଏତେ ରାତିରେ ! କିଛି କାମ ଅଛି
ମାଡାମ ହଁ... କିଛି...
ହଉ ରୁହ... ଖୋଲୁଛି ।
ନିଅ ମାଡାମ !
ଆରେ ସୁନ୍ଦରୀ ଇଏ କଣ? ଖାଇବା ହେଲେ ମୁଁ ତ କହିନି ମାଡାମ ସବୁ ଜଣେଇବା ଦରକାର କି । ଆପଣ ମା ଙ୍କ ସହ କଥା ହଉଥିଲେ ଶୁଣିଲି । ମୁଁ ସେଇଲାଗି...।
ଆରେ ବହୁତ ଧନ୍ୟବାଦ, ଆସ ଭିତରକୁ...।
ନାଁ ମାଡାମ ଯାଉଛି ସକାଳୁ ଆସି ବର୍ତନ ନେଇଯିବି.
ହମ୍ମମ ଓଃ ମାଇଁ ଗଡ଼, ଏତେ ଟେଷ୍ଟି ଖାଇବା ସୁନ୍ଦରୀ ଯେମିତି ସୁନ୍ଦର ତା ହାତ ରନ୍ଧା ବି ।
ମା ସୁନ୍ଦରୀ ନାଁ ଏତେ ଭଲ ରୋଷେଇ କରେ । କଣ କହିଲୁ ରୋଷେଇ ପାଇଁ ରଖିବି ତାକୁ ? ମା, ନାଁ.. ଆଛା ହଉ ହଉ ମୁଁ ଭାବିବି ହଉ ଯାଉଛି ମୁଁ ଅଫିସ ।
ଆରେ... ଏ ସୁନା କାନରଟା ଡେଲି ପିନ୍ଧିବା ଠିକ ନୁହେଁ ଯାଏ ୟାକୁ ରଖିଦିଏ ମୁଁ । ହଁ ଏଇ ବକ୍ସ ରେ, ଆରେ ଏ କଣ ଶଙ୍ଖା କାହାର? ମତେ ସେ ମାଲିକ ଅଙ୍କଲଙ୍କୁ ପଚାରିବାକୁ ପଡିବ ହେଲେ ସେ ତ ଏବେ ନାହାନ୍ତି । ଆର ସପ୍ତାହରେ ପଚାରିଦେବି, ହେ ଭଗବାନ ଏତେ ସୁନ୍ଦର ଶଙ୍ଖା କାହାର.. ନାଁ ତାକୁ ରଖିଦିଏ ଭଲସେ । ଯାଏ ମୁଁ... ହଠାତ ଦେଖେ ସୁନ୍ଦରୀ ଯାଉଛି ।
ହେ ହେ ସୁନ୍ଦରୀ ଆରେ ଶୁଣ ।
ହଁ ମାଡାମ ,
ମୁଁ ନାଁ ଅଫିସ ଯାଉଛି ତୁମେ ସନ୍ଧ୍ୟାରେ ଟିକେ ଆସିବ ରୁମକୁ ।
ହଉ ମାଡାମ ।
ଠିକ ଅଛି ଏ ସୁନ୍ଦରୀ ବି ଅଜୀବ ଲାଗେ ?
ଏତେ ସଜେଇ ହେଇ କିଏ କାମ କରେ ଯେ ଛାଡ ନିଜର ନିଜର ଇଚ୍ଛା ।
ଫେରିଲା ବେଳକୁ ସୁନ୍ଦରୀ ଛିଡା ହେଇଥିଲା ମୋ ରୁମ ଆଗରେ । ଆରେ ବା ସୁନ୍ଦରୀ ତୁମେଟା ବହୁତ ଆଗରେ ।
ନା ନା ମାଡାମ... ଡାକିଥିଲେ ତ ?
ହଁ ହଁ ଆସ, ଆଛା ସୁନ୍ଦରୀ ଜାଣିଛ ମାଲିକ ଅଙ୍କଲ ଆସିଲେଣି କି ? ମାଡାମ କାହିଁକି?
ଆରେ କାହାର କେଜାଣି ଦୁଇ ପଟ ଶଙ୍ଖା ବକ୍ସରେ ପଡିଛି କେଜାଣି କାହାର କିନ୍ତୁ ବହୁତ ସୁନ୍ଦର । ମୁଁ ତାର ଫୋଟୋ ନେଇଯାଇଛି ମାକୁ କହିବି ମୋ ପାଇଁ ସେମିତି ବନେଇବ ।
ଏଇ ନିଅ ଚା.. ଆରେ ସୁନ୍ଦରୀ ତୁମେ କାନ୍ଦୁଛ କାହିଁକି ? ମୁଁ କଣ କହିଲି କି?
ନା ତ ମାଡାମ ।
ଏମିତି ମୋ ବାହାଘର କଥା ମନେପଡ଼ିଲା ।
ଆଛା ସରି ସୁନ୍ଦରୀ, ହେଲେ ତମ ସ୍ୱାମୀ ଆଉ ଘର, ତୁମେ ରୁହ କୋଉଠି ? ଏତେ ସୁନ୍ଦର ଖାଇବା କୋଉଠୁ ଶିଖିଲ ?
ମାଡାମ ମୁଁ ଏଇ ପାଖ ବସ୍ତିରେ ରୁହେ । ଆଉ ମୋ ସ୍ୱାମୀ ଚାଲିଯାଇଛନ୍ତି ।
ଓଃ ସରି, ଛାଡ ତୁମେ କଣ ଖାଇବ ?
ନା ମାଡାମ କଣ କାମ ଥିଲା କୁହ ମୁଁ ଚାଲିଯିବି ।
ଆରେ, ହଉ ଶୁଣ... କାଲି ଠାରୁ ତୁମେ ମୋ ଖାଇବା ବନେଇବାକୁ ଆସିବ ମୁଁ ତୁମକୁ ମାସକୁ ତିନି ହଜାର ଦେବି ।
ହେଲେ ମାଡାମ ମୋର ପଇସା କଣ ହେବ?
ମାନେ, ପଇସା ଆଉ ତୁମେ ମୋ କାମ କରିବ ଆଉ ପଇସା ନେବନି ।
ଥାଉ ଦରକାର ନାଇଁ, ମୁଁ କଣ ତୁମ ନିଜର ଲୋକ କି?
ମାଡାମ ନିଜର ଲୋକ ବେଳେ ବେଳେ ପର ହେଇଯାନ୍ତି । ମୋର ତ କେହି ନାହିଁ ବସ ମୁଁ ପଇସା ନ ନେଇ ଖାଇବା ତୁମ ପାଇଁ ରଖି ଦେଇ ବଳକା ଖାଇବା ନେଇଯିବି ।
ହମ୍ମମ । ହଉ କିନ୍ତୁ ପେଟ ପୁରା ଖାଇବା । ହଉ ଏବେ ଯାଅ ।
ଏମିତି ମାସ ବିତିଗଲା । ସୁନ୍ଦରୀ ମୋ ଭଉଣୀ ଭଳି ମୋ ସହ ମିଶିଯାଇଥାଏ ଲାଗେ ଗଲା ଜନ୍ମ ର ଭଉଣୀ ମୋର । ମୋ ଦେହ ଖରାପ ହେଲେ ସତେ ଯେମିତି ଯାଦୁ କଲା ଭଳି ମୋ ଦେହ ଗୋଟେ ମିନଟରେ ଭଲ କରିଦିଏ ତା ନିଜର ହାତ ତିଆରି ଜଡିବୁଟିରେ । ତା ପର ଦିନ ମୁଁ କହିଲି, ଆରେ ସୁନ୍ଦରୀ ଶୁଣୁଛୁ ମା କୁ ତୋ କଥା କହିଲି ସେ କହିଲା କି ତତେ ନେଇ କୁମାର ପୂର୍ଣିମା ରେ ଘରକୁ ଯିବି ସେଠି ନା ବହୁତ ବହୁତ ଖୁସି ହେଇଯିବୁ ତୁ । ମୋର ତ କେହି ଭାଇ ଭଉଣୀ ନାହିଁ ତୁ ଚାଲେ ମିଶିକି ନୂଆ ପିନ୍ଧିବା ।
ନା ନା ମାଡାମ... ମୁଁ ଯାଇପାରିବିନି ।
ଆରେ କାହିଁକି ? ତୋର ତ ଏଠି କେହି ନାହାନ୍ତି ତୁ ଗଲେ ଅସୁବିଧା କଣ?
ନା ମାଡାମ, ଖାଇବା ବନେଇଦେଇଛି ଖାଇନବ । ମୁଁ ଯାଏ ମୋର ବହୁତ କାମ ।
କହିଦେଇ ସେ ଚାଲିଗଲା ପବନ ଭଳି । ଆରେ ସୁନ୍ଦରୀ ଆରେ ଛାଡ ଇଏ ସୁନ୍ଦରୀ ଅଜୀବ ଗୋଟେ । ଯାଏ ପରଦିନ ବାହାରିବାକୁ ପଡିବ, ଯାଏ ଲଗେଜ ପ୍ୟାକ କରେ, ଆରେ ମୋ ସୁନା କାନର ରଖିଦିଏ ହେ ଭଗବାନ... ଏ କଣ? ସେ ଶଙ୍ଖା କୁଆଡେ ଗଲା? କିଏ ଚୋରି କଲା ମାନେ ସୁନ୍ଦରୀ ? ଏତେ ବଡ ଧୋଖା ଦେଇଗଲା ? ହଉ ତାକୁ ତ ପୋଲିସ ପାଖକୁ ନେଇକି ଯିବି । ଦୌଡ଼ି ଯାଇ ପଡୋଶୀ ରୁମରେ ପଚାରିଲି ସୁନ୍ଦରୀ ଆସିଛି କି ? ସେ ମତେ ବୋକାଙ୍କ ଭଳି ଚାହିଁ ରହିଲେ କହିଲେ କୋଉ ସୁନ୍ଦରୀ ଏଇଠି ମାଳା କାମ କରେ । ଆଉ କୋଉ ରୁମ ଦେଖନ୍ତୁ ।
ହେଲେ ସୁନ୍ଦରୀ ତ ଏଇ ରୁମ କହିଥିଲା । ଏତେ ବଡ ଆପାର୍ଟମେଣ୍ଟରେ କୋଉ ରୁମ କେମିତି ଜାଣିବି ଯେ ତା ଠୁ ଭଲ ତା ଘରକୁ ଯାଏ । ସେଦିନ ସେ ତା ଘର ଠିକଣା ଲେଖିଥିଲା, ଯାଏ ମୁଁ ଅଟୋ ଧରି ବାହାରିପଡ଼ିଲି ମୁଁ ସେ ସୁନ୍ଦରୀର ଘରକୁ ଓ ଭାଇ ଶୁଣ ଏ ଘର ନମ୍ବର ୪୪୪ କୋଉଠି କି ? ସେ କହିଲା ପାଗଳ ନା କଣ ସେ ଭିତରେ କଣ ରିସର୍ଚ୍ଚ କରିବ ? କହି ଚାଲିଗଲା ଆରେ, ନିଜେ ପାଗଳ ଆପଣ । ମୁଣ୍ଡ ଦହି ହଉଥିଲା ମୋର ରାଗରେ ହଠାତ ଗୋଟେ ଜାଗାରେ ବସିପଡ଼ିଲି ଥମ କରି ଭଙ୍ଗା ଘର ଥିଲା ପାଣି ତ ମିଳିବନି । ଏ ସୁନ୍ଦରୀ ମୋତେ ହଇରାଣ କରେଇଦେଲା ନଜର ପଡିଲା ହଳଦିଆ ରଙ୍ଗରେ କିଛି ଲେଖା ହେଇଚି । ଆରେ ଏ ତ ସୁନ୍ଦରୀର ଘର ନମ୍ବର । ହେଲେ ଏ ଭଙ୍ଗା ଘର ଓ ମଉସା ଶୁଣ ଏ ଘରର ମାଲିକାଣି କୁଆଡେ ଗଲେ କି ? ଶଙ୍ଖା ଚୋରି କରି ଫେରାର ଅଛନ୍ତି ? ସେ ମତେ କହିଲେ ମା ପାଗଳ ହେଲୁ କି ସୁନ୍ଦରୀ ତ ଗୋଟିଏ ବର୍ଷ ହେଲା ମରିସାରିଛି । ତା ସ୍ୱାମୀ ଆଉ ସେ ବାହାଘର ପାଇଁ ସୁନା କିଣିବାକୁ ଯାଇଥିଲେ ସୁନ୍ଦରୀର ଭଉଣୀ ପାଇଁ । କେଜାଣି କଣ ହେଲା ସେମାନେ ଆକ୍ସିଡେଣ୍ଟରେ ମରିଗଲେ । ଆଉ କିଛି ଦିନ ପରେ ସେ ସୁନା ଦୋକାନୀ ବି ଚାଲିଗଲା ଆଉ ଏ ତାର ଭଙ୍ଗା ଘର ! ଆଶ୍ଚର୍ଯ୍ୟ.. ଆଶ୍ଚର୍ଯ୍ୟ.. ପାଗଳ ପରିକା ଲାଗୁଥିଲା ମତେ ଓଠ ସୁଖି ଯାଉଥିଲା ମୋର । ମତେ ବାଟ ଚାଲିବା କଷ୍ଟ କର ହୋଇପଡିଲା । କିଛି ନ ବିଚାରି ସିଧା ଚାଲିଗଲି ରୁମକୁ ।
ହଠାତ ,ପଡୋଶୀ ଘରୁ ଜଣେ ଆସି କହିଲେ, ଆରେ ମାଡାମ ଏ ସୁନ୍ଦରୀ ଠକ ଟିଏ ହୋଇଥିବ ନିଶ୍ଚୟ, ମୁଁ ପଚାରିଲି କାହିଁକି?
ମାଡାମ ଏ ରୁମକୁ ଯିଏ ବି ଆସନ୍ତି ସେ ତାକୁ ଖୋଜନ୍ତି ଆଉ ସେ ହିଁ ଏଇ ଫ୍ଲାଟରେ ବୋଧେ କାମ କରେ ଆମେ କେବେ ଦେଖିନୁ ତାକୁ ଆଉ କେତେ ଦିନ ପରେ । ସେମାନେ ପୁଣି ଦୁଇ ମାସରେ କୁଆଡେ ଯାନ୍ତି କେଜାଣି !
ଛାଡ.. ଆପଣ ପାଇଲେ ତାକୁ?
ତାଙ୍କ ପ୍ରଶ୍ନର ଉତ୍ତର ମୋ ପାଖରେ ନଥିଲା, ପାଗଳ ପ୍ରାୟ ମୁଁ ରୁମ ଭିତରକୁ ଯାଇ ବେଡ଼ରେ ବସେ ତ ଯାହା ଦେଖିଲି ଆଶ୍ଚର୍ଯ୍ୟର ସୀମା ବାହାରେ ଥିଲା ! ଏ କଣ ଏ ଶଙ୍ଖା ଏଠି ! ଆଉ ଏ ଚିଠି ! ଡରରେ ଡରରେ ସେ ଚିଠି ଉଠେଇ ପଢିବାକୁ ଆରମ୍ଭ କଲି ଚିଠିରେ ଲେଖା ଥିଲା, ମାଡାମ ମୁଁ ସୁନ୍ଦରୀ ! ଯେଉଁ ସୁନା ଚୁଡି ଆପଣ ବକ୍ସରେ ପାଇଥିଲେ ସେ ମୁଁ ମୋ ଭଉଣୀର ବାହାଘରରେ କିଣି ଆଣିଥିଲି ହେଲେ ସେ ସୁନା ଦୋକାନୀ କିଛିଟା ପଇସାର ଲୋଭରେ ଆମକୁ ଠକିଦେଲା ପଇସା ଦେଇ ମଧ୍ୟ ଆମେ ଆମ ଜିନିଷ ନା ପଇସା ଫେରି ପାଇଥିଲୁ... ଗରିବ ଘରର ଅବସ୍ଥା ଅସହ୍ୟ ହେଉଥିଲା ଭଉଣୀର ବାହାଘର ଭାଙ୍ଗି ଯାଇଥିଲା । ସେ ସୁନା ଶଙ୍ଖା ଦୁଇ ପଟ ଛଡା ଆଉ କିଛି ନଥିଲା ଆମର ସମ୍ବଳ । ସେଇ କଷ୍ଟ ସହି ନପାରି ସେ ଆତ୍ମହତ୍ୟା କରିଦେଲା ମୋ ସ୍ୱାମୀ ସେଇ ରାଗରେ ସେ ସୁନା ଦୋକାନୀ ସହ ଝଗଡା କଲେ, ସେ ମୋ ସ୍ୱାମୀଙ୍କୁ ମାରିଦେଲା । ମୋତେ ସବୁ ଦିନ ପାଇଁ ଏକା କରିଦେଲ ସହି ହେଲାନି ମୋ ଦ୍ୱାରା । ମୁଁ ବି ଆତ୍ମହତ୍ୟାର ପଥ ବାଛିନେଲି । ଆଉ ସେ ସୁନା ଦୋକାନୀ ଏଇ ରୁମରେ ରହୁଥିଲା ତାକୁ ବି ମୁଁ ଶେଷ କରିଦେଲି । ତା ପରେ ଏଇ ରୁମରେ ବହୁତ ଲୋକ ଆସିଛନ୍ତି ରହିବାକୁ ହେଲେ ସମସ୍ତେ ସେ ଶଙ୍ଖା ସହ ଲୋଭର ବଶବର୍ତ୍ତୀ ହୋଇଛନ୍ତି । ଯେଉଁ ମାନେ ସେ ଶଙ୍ଖା ପ୍ରତି ଲୋଭ ବଢେଇଛନ୍ତି ସମସ୍ତଙ୍କ ଜୀବନ ମୁଁ ଶେଷ କରିଦେଇଛି । ହେଲେ ପ୍ରଥମ ଥର ତୁମେ ହିଁ ଜଣେ ଯେ କି ବିନା ଲୋଭରେ ତାକୁ ଦାୟିତ୍ୱର ସହ ରଖିଆସିଚ । ତୁମେ ମୋତେ ତୁମ ଭଉଣୀର ଅଧିକାର ଦେଇଛ, ପୂର୍ଣ୍ଣିମାରେ କେବେ ହେଲେ ମୁଁ ଆତ୍ମା ହେଇ ଉପସ୍ଥିତ ରହିପାରିବିନି ସେଇ ଲାଗି ଭାବିଲି ଭଉଣୀ ପାଇଁ ଆଣିଥିବା ଜିନିଷ ମାନେ ସେ ସୁନା ଶଙ୍ଖାକୁ ଭଉଣୀକୁ ହିଁ ଦେଇଦେବି । ତୁମ ଋଣ ସୁଝିହେବନି ତାରା ମାଡାମ । ତୁମର ସେ ସ୍ନେହ ବୋଳା କଥାରେ ମୋ ଅତୃପ୍ତ ଆତ୍ମାକୁ ଶାନ୍ତି ମିଳିଲା ବାହାଘରରେ ସେ ଶଙ୍ଖା ନିଶ୍ଚୟ ପିନ୍ଧିବ । ଇତି ତୁମର ସୁନ୍ଦରୀ ।
ଦେହର ରୁମ ଟାଙ୍କୁରୀ ଉଠୁଥିଲା, ବିଶ୍ୱାସ ହେଉନଥିଲା ସେ ଶଙ୍ଖାକୁ ହାତରେ ଧରି ବହୁତ କାନ୍ଦିଲି । ଆଉ କହିଲି ସୁନ୍ଦରୀ ସତରେ ତୁ ବହୁତ ସୁନ୍ଦରୀ । ତୁ ଯୋଉଠି ବି ଥା ସବୁବେଳେ ମୋ ଭଉଣୀ ହେଇ ରହିବୁ ଆଉ ତୋର ଏ ଉପହାର "ଶଙ୍ଖା " ମୋ ପାଖରେ ସବୁବେଳେ ଥିବ । ଆଖିରୁ ଲୁହ ଝରିବା ବନ୍ଦ ହେଉନଥିଲା । ଘରକୁ ଯିବା ପାଇଁ ବାହାରି ପଡ଼ିଥିଲି । ବିଶ୍ୱାସ ହେଉନଥିଲା ମୋର ହେଲେ ସେ ଶଙ୍ଖା ଦୁଇପଟ ମତେ ବାଧ୍ୟ କରୁଥିଲା ବିଶ୍ୱାସ କରିବା ପାଇଁ ।
କାହାଣୀ ମୋ ନିଜର ମନର କଲମରୁ .... ।