JAMINEE JYOTI JENA

Tragedy Others

2  

JAMINEE JYOTI JENA

Tragedy Others

କୋକେଇ

କୋକେଇ

2 mins
172


ଦୀର୍ଘ ନିଶ୍ୱାସ ସତେ ଯେମିତି ଛନ୍ଦି ହେଉଥିଲା... କଷ୍ଟ ରା ସୀମା ଲଂଘୁଥିଲା ହୃଦୟ ମୋର.. ମା ଙ୍କୁ ଧରି... ପିଲାଙ୍କ ଭଳି କାନ୍ଦି ଉଠୁଥିଲି.... |.ମନରେ ହଜାର ହଜାର ପ୍ରଶ୍ନ ର ତରଙ୍ଗ ଖେଳି ଉଠୁଥିଲା... "କାହା ପାଇଁ ମୁଁ ଗର୍ବ କରୁଛି? କଣ ମରିଗଲେ ଖଣ୍ଡେ କପଡା ବି ଦେହରେ ରହିବନି ଦୁଇ ଘଣ୍ଟା ପରେ ସବୁ କିଛି ଜଳିପୋଡ଼ି ଯିବ, ଆଜି ଯେଉଁ ମାନେ ମୋତେ ଘର ଠୁ ଅଲଗା ହେବାର କଥା କହୁଛନ୍ତି ସେମାନେ ଟିକେ କାନ୍ଦିଦେଇ ଚାଲିଯିବେ... ହେଲେ ମୋ ମା ସେମିତି କାନ୍ଦୁଥିବ | ମୋ ମା ସେମିତି ମୋ ବାପା ଙ୍କ ଫେରିବା ବାଟକୁ ଚାହିଁବସିଥିବେ ଗର୍ବ ମୋର ଭାଙ୍ଗି ଚୁରମାର ହୋଇଯିବ | ମୋ ପାଇଁ ସେ ଗର୍ବ କରନ୍ତି ମୁଁ ଚାକିରୀ କରିଛି.... ହେଲେ ତାଙ୍କର ସେ ଗର୍ବରେ ସେ କଷ୍ଟ ନଥିଲା .. ସେଥିରେ ଖୁସି ହୁଅନ୍ତି ସେ.. ହେଲେ ମୋର ଟଙ୍କା ପଇସା ରା ଗର୍ବ ତାଙ୍କୁ କଷ୍ଟ ଦେଇ ଆସିଛି ... ତାଙ୍କରି ପରିଶ୍ରମ ମୋର ସଫଳତା... ତାଙ୍କର ଗର୍ବ ମୋର ଇଜ୍ଜତ... ସେ ଯେତେବେଳେ ଗର୍ବ ରେ କୁହନ୍ତି ମୋ ପୁଅ ଇଞ୍ଜିନିଅର ସେତେବେଳେ ମୋର ଇଜ୍ଜତ ବଢେ... ଆଉ ଆଜି ମୁଁ ତାଙ୍କ ଗର୍ବ ଭାଙ୍ଗି ଚାଲିଛି କିଛି ଟା ସମ୍ପତି ରା ଅଧିକାର ପାଇଁ.... ସେ ସବୁ ତ ମୋରି ପାଇଁ କରିଛନ୍ତି....ମୋ ମୋ ମା ର ମଥା ଶ୍ରୀହୀନ ହୋଇଯାଇଛି... କେବଳ ମୋରି ପାଇଁ?

ମୁଁ ଜନ୍ମ ହେବା ଖୁସି ରେ ସେମାନେ କୁଆଡେ ମିଠା ବାଣ୍ଟିଥିଲେ... ଆଉ ମୁଁ ଉପହାରରେ ବଡ ହେଇ କଣ ଦେଲି? ହଁ ମୁଁ ଦେଇଛି କଷ୍ଟ, ଯାତନା, ଘୃଣା, ଆଉ.... ମୋ ଗର୍ବ ରୂପକ ଅଗ୍ନି ରେ ଜାଳିଦେଇଛି ମୁଁ ତାଙ୍କୁ.... ମୋ ମା ସେ ରଙ୍ଗ ରଂଗୀନ ଶାଢ଼ୀ ଆଉ ପିନ୍ଧୁନି.. ମୁଁ ମୋରି ପାଇଁ... ହିଁ ସେ ଆଜି ଧଳା ରଙ୍ଗ ରା ଶାଢ଼ୀ କୁ ଜୀବନ ସାରା ପାଇଁ ଆଦରି ନେଇଛି.... ସେଦିନ ଯଦି ମୁଁ ଘର ଭାଙ୍ଗିବା ପାଇଁ ଜିଦ୍ଦି କରିନଥାନ୍ତି ହୁଏତ ବାପା ଆଜି ବଞ୍ଚିଥାନ୍ତେ... କଷ୍ଟ ରା ଲହୁ ଲୁହ ଏକାଠି କରି ଗୋଟେ ଗୋଟେ ଝାଳ ବୁନ୍ଦା ର ପରିଶ୍ରମ କୁ....ସାଉଁଟି ସାଉଁଟି ସେ ମତେ ଇଞ୍ଜିନିଅର ବନେଇଦେଲେ..... ଆଉ ମୁଁ ତାଙ୍କ ଘର ଭାଙ୍ଗିଦେଲି... କଣ କଲି ମୁଁ......? ସରି ଆସୁଥିଲା ସମୟ ମା " ର ସେ ବିକଳ ଲୁହ ମତେ ମାରି ଦଉଥିଲା ଇଚ୍ଛା ହଉଥିଲା କି.... ସେ ଜୁଇ ନିଆଁରେ ମୁଁ ଜଳିଯାନ୍ତି କି.. ମାରିଦେଇ ମୁଁ ମୋର ଗର୍ବ ଅହଂକାର ରେ ଆଜି ସଜାଡୁଛି "ବାପା ଙ୍କ କୋକେଇ "... କ୍ଷମା କରିବନି ମତେ ବାପା...ଏ ସମୟ ଟିକେ ରହିଯା ରେ.... ସୂର୍ଯ୍ୟ ଦେବତା ଅସ୍ତ ହୁଅନାହିଁ....ଏ କୋକେଇ ର ବାଉଁଶ ତୁ ତୋ ବାଉଁଶ ବୁଦା ଫେରିଯା....... ବାପା ତମେ ଫେରିଆସ...........କେହି ଶୁଣୁନଥିଲେ ମୋ ବିକଳ ସ୍ୱର... ଯେ ଯାହା କର୍ମ ରେ ଲିପ୍ତ ଥିଲେ .. ଆଉ ପାଉଁଶ ପାଖରେ ବସି ଭାବୁଥିଲି... ବାପା.. କେମିତିକା ମଣିଷ ତୁମେ ଧର୍ଯ୍ୟ ର ପାହାଡ... ଦୁଃଖ ର ଦରିଆ.. ଲୁହ ର ବର୍ଷା ତୁମେ ସବୁ କେମିତି ସାହିଯାଉଥିଲ...... ଉତ୍ତର ଦିଅ... ଆସ ଫେରି ଆସ... ମୋତେ କୋଳେଇ ନେଇ କହିଦିଅ... ମୋ ପାଗଳ ଟା.... ଆସ... ବାପା... ଫେରି ଆସ.... ଫେରି ଆସ....... |


Rate this content
Log in

Similar oriya story from Tragedy