Nibedita Mishra

Romance Tragedy Inspirational

4.1  

Nibedita Mishra

Romance Tragedy Inspirational

କଣ୍ଟାର ଆଘାତ

କଣ୍ଟାର ଆଘାତ

3 mins
42


ବେଳେବେଳେ ଜୀବନରେ ଏମିତି କିଛି ଫୁଲ ମିଳେ ଯାହା ସହିତ କଣ୍ଟା ଉପହାର ସ୍ୱରୂପ ଆସିଥାଏ। ଆମକୁ ସେହି ଫୁଲ ସହିତ ରହିବାକୁ ହେଲେ ସେ କଣ୍ଟାର ଆଘାତକୁ ବି ଚୁପଚାପ ସହିଯିବାକୁ ହୁଏ। ପ୍ରଥମେ ପ୍ରଥମେ ଆମେ ସେ ଆଘାତକୁ ହସି ହସି ସହିଯିବାକୁ ଚାହୁଁ ଯାହାକି ବେଳୁବେଳ ଅସହ୍ୟ ହୋଇଉଠେ ଓ ଆମକୁ ଭିତରୁ ଲହୁଲୁହାଣ କରିଦିଏ। ଯେତେବେଳେ ଆମେ ସେ ସବୁକୁ ଛାଡି ଦୂରକୁ ଚାଲିଯିବାକୁ ଚାହୁଁ ମାତ୍ର ସେ ଫୁଲର ମୋହର ମାୟାଜାଲ ଆମକୁ ଛନ୍ଦି ଧରେ। ଆମେ ସେ ଜାଲରେ ଛଟପଟ ହେବାଟା ହିଁ ଶ୍ରେୟ ହୁଏ। 

ସ୍ୱାମୀ ଚାଲିଯିବାର ୧୦ବର୍ଷ ବିତିଗଲାଣି। ପୁଅକୁ ଦେଖିବାର ବି ୫ ବର୍ଷ ହେଇଗଲାଣି। ସମସ୍ତଙ୍କୁ ବସି ବସି ଝୁରିହେଉଛନ୍ତି ମାନିନୀ ଦେବୀ। ଏଇ କାଲି ପରି ଲାଗୁଛି। ସବାରୀ ଚଢି ଆସିଥିଲେ ଶାଶୁଘରକୁ। ରୂପଗୁଣ କୋଉଥିରେ ବି ଉଣା ନ ଥିଲେ ସେ। ତଥାପି କାହିଁକି କେଜାଣି ବିଧାତା ନା ତାଙ୍କୁ ଜୁଟାଇଲା ମନଲାଖି ପାତ୍ରଟିଏ ନା ଭଲ ଘରଟିଏ। ଏମିତି ଦେଖିବାକୁ ଗଲେ ଶାଶୁଘର ସେମିତି କିଛି ମନ୍ଦ ନଥିଲା ଶାଶୁଶ୍ୱଶୁର ଦୁହେଁ ଚାକିରୀଆ। ଅବିନାଶ ପୁଣି ତାଙ୍କର ଏକମାତ୍ର ପୁଅ । ତେଣୁଘରର ଆର୍ଥିକ ଅବସ୍ଥା ବହୁତ ଭଲଥିଲା। ଅବିନାଶ ବି ଗୋଟେ ବଡ ସଫ୍ଟଓ୍ବେର କମ୍ପାନୀରେ କାମ କରୁଥିଲେ। ତେଣୁସେ ସବୁକୁ ଦେଖି ମାନିନୀଙ୍କ ବାପା ତାଙ୍କୁ ସେଇଠି ବିବାହ ଦେଇଥିଲେ। ହେଲେ ବିବାହର ଚଉଠି ରାତିରେ ହିଁ ଅବିନାଶ ଯେତେବେଳେ ମାନିନୀଙ୍କୁ କହିଲେ

-"ମୁଁ ତୁମକୁ ବାପା ମାଙ୍କ ପସନ୍ଦରେ ବାହା ହେଇଛି,କିନ୍ତୁ ମୁଁ ମୋ ବାନ୍ଧବୀ ରୋମାକୁ ଭଲପାଏ।ତେଣୁ ମୋ ଠୁ ସ୍ୱାମୀ ହିସାବରେ କିଛି ଆଶା କରିବ ନାହିଁ।"

ମାନୀନୀଙ୍କ ଲାଗି ସମଗ୍ର ଦୁନିଆଟା ସେତେବେଳେ ଓଲଟପାଲଟ ହେଇଯାଇଥିଲା। ତାଛଡା ସେ ରାତିରେ ଅବିନାଶଙ୍କ ମୁହଁରୁ ବାହାରୁଥିବା ମଦର ଗନ୍ଧ ତାଙ୍କ ମନ ଓ ଶରୀରକୁ ଆହୁରି କଷ୍ଚ ଦେଇଥିଲା। ପରଦିନ ମାନିନୀ ଏ ସବୁ ତାଙ୍କ ଶାଶୁଙ୍କୁ କହିଲାରୁ ସେ କହିଲେ....

_"ଅବିନାଶ ଆମର ଏକମାତ୍ର ପୁଅ। ତା ଛଡା ପୁଅପିଲା ....ଅବିବାହିତ ଥିଲା।ତୋଣୁ ଏ ସବୁ ଚାଲିଥିଲା।ତୁ ଚିନ୍ତା କରନି।ସବୁ ଧିରେ ଧିରେ ଠିକ ହେଇଯିବ।"

ଶାଶୁଙ୍କ କଥାରେ ମାନିନୀ ସନ୍ତୁଷ୍ଟ ଯଦିଓ ନଥିଲା ତଥାପି ଅବିନାଶଙ୍କୁ କିଛି ସମୟ ଦେବାକୁ ସ୍ଥିର କଲା। ଏହାପରେ ହଠାତ୍ ରୋମାର ବଦଳି ହେଇଗଲା। ସେ ନୂଆ ଜାଗାକୁ ପଲେଇଲା। ଅବିନାଶଙ୍କୁ ଏକ ପୁରୁଣା ସ୍ୱପ୍ନ ଭାବି ଭୁଲି ବି ଗଲା। ଅବିନାଶ ତା ପରେ ଆହୁରି ଅଧିକ ପିଇବାକୁ ଲାଗିଲେ। ତାଙ୍କ ହେହ ଖରାପ ହେଇଗଲା। ସେହିସମୟରେ ମାନିନୀ ତାଙ୍କର ବହୁତ ପରିଶ୍ରମ କରି ସେବାଯତ୍ନ କଲା। 

ସେ ଧିରେ ଧିରେ ମାନିନୀ ପ୍ରତି ଢଳିବାକୁ ଲାଗିଲେ। ହେଲେବି ଯେତେବେଳେ ସେ ନିଦରେ "ରୋମା ଆଇ ଲଭ ୟୁ କହି " ବାଉଳେଇ ହୁଅନ୍ତି। ସେତେବେଳେ ମାନିନୀ ଶରୀରରେ କିଏ ଲକ୍ଷ ଲକ୍ଷ କଣ୍ଟା ଫୋଡିଦେଲା ପରି ଲାଗେ ତାହାକୁ। ସେ ଯାହା ହଉ ସେ ଯନ୍ତ୍ରଣା ସହିବାର ଫଳ ସ୍ୱରୁପ ମାନିନୀର କୋଳ ମଣ୍ଡନ କଲା "ବିଭୁ"। ମାତ୍ରୁତ୍ୱର ଗୋଲାପୀ ବାସ୍ନାରେ ମାନିନୀ ଅବିନାଶଙ୍କ କଣ୍ଟକିତ ଆଘାତକୁ ଭୁଲିଗଲେ। 

ସମୟ ଚକ୍ରରେ ମାନିନୀର ଶାଶୁ ଶ୍ୱଶୁର ଆର ପାରିକୁ ଚାଲିଗଲେଣି। ଅବିନାଶ ମଧ୍ୟ ମଦ ପିଇ ପିଇ ଅଳ୍ପ ବୟସରେ ଜୀବନ ହାରିଲେ। ବିଭୁ ଏବେ ୨୪ ବର୍ଷର । ଦିନେ ସେ ଆସି ତା ମାଆକୁ ତା ମନ କଥା କହିଲା ଓ ଆଲିଆ ଖାତୁନ କୁ ବାହା ହେବ ବୋଲି କହିଲା। ମାନିନୀ ବିନା ଦ୍ୱିଧାରେ ହଁ କରିଦେଲେ। କାରଣ ଜଣକୁ ଭଲପାଇ ଅନ୍ୟ ଜଣକୁ ବାହା ହେବାର ପୀଡା ସେ ଦେଖିଥିଲେ। 

କିଛି ଦିନ ପରେ ବିଭୁ ପୁଣି ମାନିନୀଙ୍କ ପାଖକୁ ଆସି ଆଉ ଏକ ପ୍ରସ୍ତାବ ଦେଲା। ସେ କହିଲା ଯେ ସେ ଆଲିଆର ପରିବାର ସହିତ ସାଉଦିଆରବ ଯିବାକୁ ଚାହୁଁଛି। ସେଇଠି କୁଆଡେ ଭଲ ଅପରଚ୍ୟୁନିଟି ଅଛି। ମାନିନୀ ହଁ କି ନାହିଁ କହିବାର ପ୍ରଶ୍ନ ହିଁ ନଥିଲା। କାରଣ ସେ ହିଦିନ ରାତିରେ ହିଁ ଫ୍ଲାଇଟ ଥିଲା। ମାନିନୀକୁ ଲାଗିଲା ବିଭୁ ଯେମିତି ଔପଚାରିକତା ଲାଗି ତାଙ୍କୁ ଏହା ଜଣାଇଲା। ହଉ ପୁଅ ଖୁସିରେ ରହୁ। 

 ଦୀର୍ଘ ଦୁଇବର୍ଷ ପରେ ବିଭୁ ହଠାତ ଦିନେ ତା ପରିବାର ସହିତ ଆସିଲା। ସେ ଏଥର ଘର ଜମି ସବୁ ବିକିବାକୁ ଆସିଥିଲା। କାରଣ ଆଲିଆ ସାଉଦିରେ ଫ୍ଲାଟ କିଣିବାକୁ ଚାହୁଁଥିଲା। ସେଇଆ ହିଁ ହେଲା। ମାନିନୀ ସବୁଥିରେ ଦସ୍ତଖତ ଦେଇ ଦେଲେ। ଆଲିଆ କହିଲା-"ମମି ତୁମେ ତ ଏଇଠି ଆଉ ରହିପାରିବନି,ତେଣୁ ତୁମେ ଆମ ସାଙ୍ଗେ ଚାଲ।"

ମାନିନୀ ତାଙ୍କ ସାଙ୍ଗେ ଗଲେ କିନ୍ତୁ ମାଆ ନୁହେଁ ଚାକରାଣୀ ଭାବରେ। ୩ବର୍ଷ ଲାଗି। ଆଜିକୁ ଠିକ ୫ବର୍ଷ ପୂର୍ବେ ଯୋଉଦିନ ବିଭୁ କାନ୍ଦ କାନ୍ଦ ମୁହଁରେ ମାନୀନୀଙ୍କୁ ଆଣି ଏ ମିଶନ ଆଶ୍ରା ସେଣ୍ଟରରେ ଛାଡିଦେଇ ଗଲାବେଳେ ଲୁଚି ଲୁଚି ରୁମାଲରେ ଲୁହ ପୋଛୁଥିଲା। ସେଦିନ ମନେ ପକେଇଲେ ଆଜିବି ମାନିନୀଙ୍କ ହୃଦୟରେ ଶହ ଶହ କଣ୍ଟା ଫୋଡି ହେଇଗଲା ପରି ଲାଗେ। 



Rate this content
Log in

Similar oriya story from Romance