Nibedita Mishra

Abstract

3  

Nibedita Mishra

Abstract

ତୁଳନା

ତୁଳନା

3 mins
181



ଆଜି ମାନିନୀ ଦୀର୍ଘ ଦୁଇ ବର୍ଷ ପରେ ବାପଘରକୁ ଆସିଛି।କରୋନା ଲାଗି ଆସିପାରି ନଥିଲା।ଶାଶୁଘରେ କିଛି ଦିନ ଓ ବାପଘରେ କିଛି ଦିନ ରହି ଫେରିଯିବ ନିଜ ଗନ୍ତବ୍ଯ ସ୍ଥଳକୁ।ତେଣୁ ଏତେ ଦିନ ପରେ ଆସିଛି ଯେତେବେଳେ ପାଖ ପଡୋଶୀ ସମସ୍ତଙ୍କୁ ଦେଖା କରିବାକୁ ତାର ଭାରୀ ମନ ।ତେଣୁ ସକାଳୁ ସକାଳୁ ଗାଧୋଇ ପାଧେଇ ଭାଉଜ ହାତ ତିଆରି ଗରମା ଗରମ ଇଟିଲି ଖାଇ ବାହାରି ପଡିଲା ମାନିନୀ।ଭାଇଙ୍କୁ କହିଲା ତାକୁ ନେଇ ମାଉସୀ(ଯିଏ କି ସେଇ ସହରରେ ରହୁଥିଲେ)ଙ୍କ ଘର ଛାଡି ଦେବାକୁ।


ମାଉସୀଙ୍କ ଘରେ ମାନିନୀ ଅଚାନକ ପହଞ୍ଚି ଯିବାରୁ ମାଉସୀ ବହୁତ ଖୁସି ହେଇଗଲେ।ସାଙ୍ଗେ ସାଙ୍ଗେ ମାନିନୀ ଲାଗି ଚା ତିଆରି କରିବାକୁ ବାହାରି ପଡିଲେ।ମାନିନୀ କିନ୍ତୁ ମନା କଲା।ସେ କହିଲା ମୁଁ ଖାଇକି ଆସିଛି।ତୁମ ସାଙ୍ଗେ ଦି ପଦ କଥା ହେବାକୁ ଆସିଛି।ଚାଲ ଗପିବା


 ମାଉସୀଙ୍କର ତିନି ପୁଅ।।ବଡ ପୁଅ ଏକ ପ୍ରାଇଭେଟ କମ୍ପାନୀରେ କାମ କରେ।ତାର ଗୋଟିଏ ପୁଅ ଓ ଗୋଟିଏ ଝିଅ।ମଝିଆ ପୁଅ ରାସନ ଦୋକାନଟିଏ ଦେଇଛି ।ସେ ଦେହ ଖରାପଲାଗି ସେତେ ବେଶୀ ପଢିପାରି ନାହିଁ।ଦୋକାନ ରୁ ଆୟ ବହୁତ ହୁଏ କିନ୍ତୁ ସେ କୌଣସି ଦାୟିତ୍ବ ନିଏ ନାହିଁ।ସେ ବାହା ହୋଇନାହିଁ।ସାନ ପୁଅ ଡାକ୍ତର ସେ ବାଙ୍ଗାଲୋର ରେ ରହେ।ତାର ବି ଗୋଟିଏ ପୁଅ।ସେ ଛୁଟିଛୁଟା ହେଲେ ଆସେ।ମଉସା ବି ରିଟାୟାର୍ଡ କଲେଣି ପେନସନ ଭଲ ଆସେ।ବଡ ପୁଅ ଓ ମଉସା ମିଶାମିଶି କରି ଘର ଚଳାନ୍ତି।ମଝିଆ ଯାହା ଆୟକରେ ସେ ସାଇତି ରଖେ।ସାନ ତ ଏଇଠି ରହେନି ତେଣୁ କେବେ କେବେ  ଆସିଲେ ମଉସା ମାଉସୀଙ୍କୁ ୫/୧୦ ହଜାର ଲେଖାଏଁ ହାତଗୁଞ୍ଜା ଦେଇକି ଯାଏ।କେବେ କେବେ ମଉସା ମାଉସୀଙ୍କ ଦେହପା କିଛି ହେଲେ ବି ସେ ସାହାଯ୍ଯ କରେ।ତେଣୁ ମୋଟା ମୋଟି ଭାବେ ଦେଖିଲେ ପରିବାରରେ କୌଣସି ଆର୍ଥିକ ସମସ୍ଯା ନାହିଁ।ସବୁକିଛି ବେଶ ସୁରୁଖୁରୁରେ ଚାଲିଲା ପରି ପ୍ରତୀୟମାନ ହୁଏ।


କିଛି ସମୟ ସାଧାରଣ କଥାବାର୍ତ୍ତା ପରେ ମାନିନୀ ମାଉସୀଙ୍କୁ ପଚାରିଲା 

-ଆଉ ମାଉସୀ ତୁମର ସବୁଠିକଠାକ୍ ଚାଲିଛି ତ?

-ହଁ ଲୋ ଝିଅଚାଲିଛି(ମୁହଁ ଶୁଖାଇ ଉତ୍ତର ଦେଲେ)

-କଣ ହେଲା କି ମାଉସୀ?ଏବେ ତ ସବୁଭାଇ ମାନେ ନିଜ ନିଜ ପରିବାରରେ ବ୍ଯସ୍ତ।ମଉସା ବି ତ ଭଲ ପେନସନ ପାଉଛନ୍ତି।ତୁମର ଆଉ ଚିନ୍ତା କଣ?ଦି ମୁଠା ଖାଇକି ଆରାମରେ ରୁହ।

-ହଁ ଲୋ ଝିଅ। କି ଆରାମ?ଏବେ ପରା ତୁ ଆସିବା ଆଗରୁ ସୁଜି ଉପମା କରିକି ଆସିଲି।ତୋ ମଝିଆ ଭାଇ ଓ ମଉସା ଖାଇଲେ।ଆଉ ଟିକେ ଗଲେ ମଉସା ଙ୍କ ଲାଗି କଣ ଟିକିଏ ଭଜାଭଜି ରାନ୍ଧିବି।

-ଓହୋ।କାଇଁ ଭାଉଜଙ୍କ ଦେହ ଭଲ ନାହିଁ କି?

-ଅଛି ଯେ ରନ୍ଧାବଢା କରୁଛି ସେ ଭାତ,ଡାଲି,କାଙ୍କଡ ଭଜା,ଦହିବୁନ୍ଦି ଓ ପନିର ରାନ୍ଧିଛି।ଏବେ ଲୁଗାପଟା ସଫା କରିବ ବୋଧେ।ବାଡିପଟେ ମେସିନରେ ପାଣି ପୁରାଉଥିଲା।

-ଆରେ ଏତେ ଜିନିଷ ତ ହେଇଛି।ପୁଣି ଆଉ କାହିଁକି ରାନ୍ଧିବ?

-ନାଇଁ ଲୋ ତୋ ମଉସା ଓ ମଝିଆ ଭାଇ ଖଟା ନ ହେଲେ ଖାଇବେନି।

-ଦହିବୁନ୍ଦି ହେଇଛି ଯେ?ତା ଛଡା ମାଉସୀ କାମଧନ୍ଦା ଟିକେ ଟିକେ କରୁଥିଲେ ତୁମକୁ ବି ଭଲ ଲାଗିବ।

-ହଁ ଲୋ ଝିଅ।ଆମ ସାନ ବୋହୁ ଆସିଲେ କିନ୍ତୁ ମୋତେ ରୋଷେଇ ଘରକୁ ଯିବାକୁ ପଡେନି।ଭାରୀ ଭଲଟିଏ ସେ।(ସାନ ବୋହୁ ନାଁରେ ମାଉସୀ ପୁରା ପୁରାଣ ଗାଇବାକୁ ଲାଗିଲେ)ଆଉ ଏ ବଡ ତ ଛାଡ ଛାଡ ।(ମାନିନୀ ମାଉସୀ ଙ୍କ ଉଦ୍ଦେଶ୍ଯ ବୁଝିପାରି ,ତାଙ୍କୁ ଚୁପକରାଇବାକୁ କହିଲା ଓ ବଡ ବୋହୁଟି ଏତିକି ବେଳକୁ ସେଇବାଟେ ଦି ଚାରିଥର ଯିବା ଆସିବା କରିବା ଭିତରେ ଏମାନଙ୍କ କଥା ଶୁଣୁ ଥାଏ)-ହଉ ଛାଡ ମାଉସୀ।ତୁମ ଦେହ ପରା ବହୁତ ଖରାପ ହେଇଥିଲା।-ହଁ ଲୋ ଝିଅ।ଚାରିମାସ ଲାଗିଲା ।ଖଟରୁ ପାଦ ତଳକୁ ପକେଇବାକୁ ବି ବଳ ନ ଥିଲା ମୋର।-ସାନ ଭାଇ ଭାଉଜ ଆସିଥିଲେ କି?-ନାଇଁ ଲୋ ।ଏତେ ଦୁରୁ କେତେ ଥର ଆସିବେ?-ଓହୋ ।ତାହେଲେ ସବୁ କଲା କିଏ?-ହଁ ସବୁ ମିଶିମାଶିକି କଲେ।-ତା ମାନେ ବଡ ଭାଉଜ?ହଁ(ଅତିକ୍ଷୀଣ ସ୍ବରରେ କହିଲେ)।ସେତିକି ଆଉ କରନ୍ତାନି କି?ସାନ ତ ସବୁବେଳେ ଡାକୁଚି ତା ପାଖକୁ ଯିବାକୁ।ତା ପାଖେ ରହିଲେ କି ଭଳିକି ଭଳି ଖାଇବା ଦିଏ।କିଛି କରେଇ ଦିଏନି।

-ତୁମେ ଯାଇଥିଲ କି?-ହଁ ଲୋ ନୁଆ ନୁଆ ବାହାଘର ପରେ ଥରେ ଯାଇଥିଲି।୨୦ ଦିନ ରହିକି ଆସିଥିଲି।ଏଇଠି ଥିଲେ ତ କାମ କରି କରି ମରିଯିବ।-ଆଚ୍ଛା ମାଉସୀ ବଡ ଭାଇଙ୍କ ବାହାଘର କେତୋ ବର୍ଷ ହେଲାଣି କି?

୨୦ ବର୍ଷ।ତୁ ୫ମ କି ୬ଷ୍ଠ ରେ ପଢୁଥିଲୁ ନା ସେତେବେଳେ?୨୦ ବର୍ଷ ହେଲାଣି ଆମେ ସାଧି ହେଇଗଲୁଣି।ଏଇଟାକୁ ବୋହୁ କରିକି।

-ହଁ ହଁ ୫ମରେ ପଢୁଥିଲି।ଆଚ୍ଛା ମାଉସୀ ତୁମକୁ ଯଦି ବଡ ଭାଉଜ ଏତେ ଅସୁବିଧା କରୁଛନ୍ତି,ଆଉ ସାନ ଭାଇ ଭାଉଜ ଏତେ ଭଲରେ ରଖୁଛନ୍ତି ତେବେ ସେଇଠି ରହୁନ।ସେଇଟା ବି ତ ତୁମ ଘର ନା?ମନ ଖୁସି ରହିଲେ ତୁମ ଦେହ ପା ବି ଭଲ ରହିବ।ମାଉସୀ ମାନିନୀର କଥା ଶୁଣି ଟିକିଏ ଆବାକାବା ହେଇଗଲେ।କିଛି ଉତ୍ତର ନ ପାଇ ଟିକିଏ ହସି ଦେଇ କଥାକୁ ଆଡେଇବାକୁ ଚେଷ୍ଟା କଲେ।ସେଇବାଟେ ମାନିନୀର ବଡ ଭାଉଜ ପରିବା କଟା ଚୋପାକୁ ବାହାରେ ଫିଙ୍ଗିବାକୁ ଗଲା ବେଳେ ଶାଶୁଙ୍କ ମୁହଁରେ ତାଙ୍କ ପ୍ରତିଥିବା ଘୃଣାକୁ ଠିକ ଭାବେ ନଜର କରି ପାରିଥିଲେ।ମାନିନୀ ମଧ୍ଯ ଭାଉଜ ମନର ଭାବକୁ ଅନୁଭବ କରିପାରୁଥିଲା।

ଏତିକି ବେଳକୁ ମାନିନୀର ଭାଇ ତାକୁ ନେବାକୁ ଆସିସାରିଥିଲା।ତେଣୁ ମାନିନୀ ଫେରି ଯିବାକୁ ବାହାରିଲା।ବଡଭାଉଜ ଏତିକି ବେଳକୁ ମାନିନୀ ଲାଗି ଗୋଟେ ଟିଫିନରେ ପନିର ତରକାରୀ,ଦହିବୁନ୍ଦି ଓ କାଙ୍କଡ ଭଜା ଆଣି ବଢାଇ ଦେଲେ ଓ କହିଲେ-" କିଛି ତ ଖାଇଲନି।ଏତକ ନେଇ ଯାଅ,ଘରେ ଖାଇବ।ଦିନେ ତ ଖରାପବଭାଉଜର ହାତରନ୍ଧା ଚାଖିକି ଦେଖ(ଦୁଃଖ ଓ କଷ୍ଟ ମିଶାମିଶି ହସଟିଏ ଦେଇ)।"

ମାନିନୀ ତାହା ଧରି ଘରକୁ ବାହାରିଲା।

ରାସ୍ତା ସାରା ମାନିନୀ ଗୋଟେ କଥା ବୁଝିପାରୁ ନଥିଲା ।ବଡ ଭାଉଜ ଏତେ କରିବା ପରେ ବି ମାଉସୀ ତାଙ୍କୁ ଏମିତି କାହିଁକି କହୁଥିଲେ?

ଆଉ ସାନ ଭାଇ ଭାଉଜ ଯଦି ଏତେ ଭଲ।ମାଉସୀ ତାଙ୍କ ପାଖେ ରହୁ ନାହାନ୍ତି କାହିଁକି?

୨୦ ଦିନର ସେବା ୨୦ ବର୍ଷର ସେବା ସହିତ କେମିତି ଓ କେତେଦୂର ତୁଳନାତ୍ମକ ?



Rate this content
Log in

Similar oriya story from Abstract