Nibedita Mishra

Tragedy Inspirational

4.7  

Nibedita Mishra

Tragedy Inspirational

ଆଜିର ଖବର

ଆଜିର ଖବର

2 mins
276



ଏତେ ବଡ ଦୁନିଆ। ପ୍ରତି ମୁହୁର୍ତ୍ତ କୋଉଠି ନା କୋଉଠି କିଛି ନା କିଛି ଘଟୁଛି।ସବୁ ଖବର କୁ ଖବର କାଗଜରେ ସ୍ଥାନ ନିଳେନି।ସେଥିଲାଗି ବୋଧେ ମାନିନୀର ମା'ହେବା ଖବରଟା ସେମିତି କୌଣସି ଖବର କାଗଜରେ ବାହାରିବ ବୋଲି ମାନିନୀ କେବେ ବି କଳ୍ପନା କରି ନଥିଲା।ତା ଛଡା ନାରୀଟିଏ ମା ହେବା ଏକ ସାଧାରଣ ପ୍ରାକୃତିକ ସଂସାରର ନିୟମ।ସେଥିରେ ବା ବ୍ଯତିକ୍ରମ କଣ ଥାଇ ପାରେ ଯେ..ଜଣେ ତାହାକୁ ଖବର କାଗଜରେ ଛାପିବ ବା ପଢିବ?


ହେଲେ ମାନିନୀ ଆଜି ମା ହେବାକୁ ଯାଉଛି।ଆଉ ସେ ଖବରଟି ସହରର ଲୋକାଲ ଖବରକାଗଜରେ ବାହାରିଛି ବି।ସହରର ପ୍ରତି ଗଳିକନ୍ଦି ସବୁଠି ଏହାରର ଚର୍ଚ୍ଚାବି ଭାରୀ ଜୋରସୋର ରେ ଚାଲିଛି।


କଥା କଣ କି ମାନିନୀ ହେଉଛି ସହରର ଜଣେ ପ୍ରତିଷ୍ଠିତ ଶିଳ୍ପପତୀ ଦେବଦତ୍ତ ସାମନ୍ତରାୟଙ୍କ ଘରର ଚାକରାଣୀ। ତା ମା ଆଉ ସିଏ କୋଉ କାଳରୁ ତାଙ୍କ ଘରେ କାମ କରୁଥିଲେ।ମା ଚାଲିଯିବା ପରେ ସେ ତାଙ୍କ ଘରେ ରହୁଛି।ରୋଷେଇବାସ ଠାରୁ ଆରମ୍ଭ କରି ସବୁକିଛି ମାନିନୀ ହିଁ ବୁଝାବୁଝି କରେ।ତେଣୁ ତାକୁ ସମସ୍ତେ ସାମନ୍ତରାୟ ପରିବାରର ସଦସ୍ଯ ବୋଲି କହନ୍ତି।ଦେବଦତ୍ତ ବାବୁ ଓ ଅନୁପମା ଦେବୀଙ୍କ ପ୍ରଚେଷ୍ଟାରେ ସେ ବିଏ ବି ପଢି ସାରିଛି।


ଦେବଦତ୍ତ ବାବୁଙ୍କ ଘରେ ଦେବଦତ୍ତ ବାବୁ,ତାଙ୍କ ସ୍ତ୍ରୀ ଅନୁପମାଦେବୀ ,ଓ ତାଙ୍କର ଏକମାତ୍ର ପୁଅ ବିଭୁ(ଯିଏକି ବାପାଙ୍କ ଅର୍ଜିତ ସମ୍ପତ୍ତିରେ ନିଜକୁ ସମ୍ପୁର୍ଣ ଭାବରେ ବରବାଦ କରିସାରିଥାଏ )।

ସତ କହିବାକୁ ଗଲେ ଦେବଦତ୍ତ ବାବୁ ଯେତେ ପରିଶ୍ରମ କରି ଧନ ଉପାର୍ଜନ କରନ୍ତି ବିଭୁ ତାକୁ ସେତେ ସହଜରେ ବରର୍ବାଦ କରେ।ତେଣୁ ସାମନ୍ତରାୟ ପରିବାରର ଭବିଷ୍ଯତକୁ ନେଇ ସମସ୍ତଙ୍କର ବହୁତ ଚିନ୍ତା।

ହଉ ଛାଡନ୍ତୁ ସେ କଥା।ବର୍ତ୍ତମାନ ମୂଳ କଥାକୁ ଆସିବା।

ତେବେ ସମସ୍ତେ ଆଜିର ଖବରକୁ ନେଇ ବେଶ କୌତୁହଳରେ ଅଛନ୍ତି।ମାନିନୀ କେମିତି ମା ହେଲା?କିଏ ତା ଛୁଆର ବାପା?ତାକୁ କିଏ ହସ୍ପିଟାଲରେ ଭର୍ତ୍ତି କଲା?ପୁଣି ସବୁଠୁ ଉତ୍କଣ୍ଠାର ବିଷୟ ଥିଲା ମାନିନୀର ମା ହେବା କଥାକୁ ଖବରକାଗଜ ବାଲେ ଜାଣିଲେ କିପରି?

ଏମିତି ଅନେକ ଚାପାପ୍ରଶ୍ନ ସବୁର କୁହୁଡି ଛାଇ ହୋଇ ରହିଥିଲା ପୁରା ସହରଟା ସାରା।

ହେଲେ ମାନିନୀ ହସ୍ପିଟାଲ ବେଡରେ ଯେତେବେଳେ ନିଜକୁ ଜୀବିତ ବୋଲି ଆବିଷ୍କାର କଲା।ସେ ସେତେବେଳେ ହସିବ କି କାନ୍ଦିବ ଭାବି ପାରୁ ନଥିଲା।କାରଣ ଗୋଟେ କୁଆଁରୀ ଝିଅ (ଅନାଥ ଓ ଚାକରାଣୀ)

ମା ହେବା କମ କଥାଟିଏ ନୁହେଁ।ତେଣୁ ବିଚାରି କଣ କରିବ ବୋଲି ଭାବୁ ଭାବୁ ତା ଖଟ ପାଖରେ ପହଞ୍ଚି ସାରିଥିଲେ ଦେବଦତ୍ତ ବାବୁ ଓ ଅନୁପମା ଦେବୀ।ସେ ସେମାନଙ୍କୁ ଦେଖି କାନ୍ଦିବାକୁ ଲାଗିଲା ଓ କହିଲା ମୋତେ କ୍ଷମା କରି ଦିଅନ୍ତୁ।

ସେ ଦୁହେଁ କିନ୍ତୁ ତା ଆଗରେ ହାତଯୋଡି ଠିଆ ହେଇଥିବାର ଦେଖି ସେ ଆଶ୍ଚର୍ଯ୍ଯ ହୋଇଗଲା।

ସେ କିଛି କହିବା ପୂର୍ବରୁ ଅନୁପମା ଦେବୀ କହିଲେ-ବିଭୁ ଆମକୁ ସବୁ କହିଦେଇଛି।ସେ ବି ନିଜ କଲାକର୍ମକୁ ନେଇ ବହୁତ ଲଜ୍ଜିତ।ତୁ ଆମକୁ କ୍ଷମା କରି ଦେ।ଆମେ ତୋତେ ଏକାଛାଡି ଦିଲ୍ଲୀର ମିଟିଙ୍ଗ ଯିବା ଆମର ଭୂଲ।ନିଆଁ ପାଖେ ଘିଅ ରହିଲେ ତ ବିସ୍ଫୋରଣ ହେବା ସୁନିଶ୍ଚିତ।ମୁଁ ଆଜି ବୁଝି ପାରିଲି ମୁଁ ଯେବେ ବି ତୋତେ ଘରେ ଏକାଛାଡି କୁଆଡେ ଯିବାକୁ ବାହାରେ ତୁ କାହିଁକି ମନା କରୁ।ତୋର ସେ ଭୟକୁ ମୁଁ ହାଲକା ଭାବେ ନେଇ ବହୁତ ଭୁଲ କରିଛି।ତୁ ଯଦି ହଁ କରିବୁ ତେବେ ଆମେ ଆମ ପ୍ରାୟଶ୍ଚିତ କରିପାରିବୁ।ତୋତେ ତ ମୁଁ କେବେ ବି ଚାକରାଣୀ ଭାବେ ନୁହେଁ ବଂର ନିଜ ଝିଅ ଭାବେ ଦେଖିଛି।

ତେଣୁ ତୋତେ ଆଜି ଝିଅର ସମ୍ପର୍କରୁ ବାହାର କରି ଆଣି ମୋ ଘରର ବୋହୁଟିଏ କରି ନେବାକୁ ଭିକ୍ଷା ମାଗି ଆସିଛି।ଦବୁ ଟି???


ଏତିକି ଶୁଣି ମାନିନୀ ଅନୁପମା ଦେବୀଙ୍କୁ କୁଣ୍ଢେଇ ଧରି ପକେଇଲା।ଦେବଦତ୍ତ ବାବୁ ତା ମୁଣ୍ଡ ଆଉଁସି ଦେବା ବେଳେ କହିଲେ ଆଜିଠୁ ବାବୁ ନୁହେଁ ବାପା ବୋଲି ଡାକିବୁ।ବୁଝିଲୁ।


ତା ପରଦିନ .....

ଆଜିର ଖବର.......

ନିଃସହାୟ ଅନାଥ କୁଆଁରୀ ମା ତଥା ଚାକରାଣୀ କୁ ନିଜ ଘରର ବୋହୁ କରି ଏକ ବିଶାଳ ହୃଦୟର ତଥା ମାନବିକତାର ଦୃଷ୍ଚାନ୍ତ ସୃଷ୍ଟି କରିଛନ୍ତି ଶ୍ରୀଯୁକ୍ତ ଦେବଦତ୍ତ ସାମନ୍ତରାୟ।


Rate this content
Log in

Similar oriya story from Tragedy