Nibedita Mishra

Inspirational

4.0  

Nibedita Mishra

Inspirational

ତୋ ବଡ ଭାଇ ମୁଁ

ତୋ ବଡ ଭାଇ ମୁଁ

4 mins
190



ଦୁନିଆର ସବୁ ସମ୍ପର୍କ ଭିତରେ ସବୁଠୁ ସୁନ୍ଦର ,ନିଆରା ଓ ସ୍ବଚ୍ଛ ସମ୍ପର୍କ ହେଉଛି ଭାଇ-ଭଉଣୀର ସମ୍ପର୍କ । ଏହା ଏମିତି ଏକ ସମ୍ପର୍କ ଯେଉଁଠି ନା ଥାଏ ସ୍ବାର୍ଥ ନା ଥାଏ କିଛି ଆବିଳତା । ଥାଏ କେବଳ ପରସ୍ପର ପ୍ରତି ଏକ ସ୍ନେହ ଶ୍ରଦ୍ଧାର ଏକ ଅତୁଟ ବନ୍ଧନ । ସେହି ବନ୍ଧନ ଶିଖାଇ ଦିଏ ପରସ୍ପରକୁ ଭଲପାଇବା,ଯତ୍ନ କରିବା । ଭାଇଟି ବଡ ହେଉ ବା ସାନ .....ସେ ସବୁବେଳେ ନିଜ ଭଉଣୀର ସୁରକ୍ଷା ପ୍ରତି ବେଶ ଯତ୍ନବାନ ହେଇଥାଏ । ବାପା ଙ୍କ ପରି ଏକ ସୁରକ୍ଷା କବଚ ସାଜି ନିଜ ଭଉଣୀକୁ ପାରୁପର୍ଯ୍ଯନ୍ତ ଦୁନିଆର ସବୁ ବିପଦ ଆପଦରୁ ରକ୍ଷା କରିବା ପାଇଁ ସେ ସ୍ବତଃ ନିଜେ ନିଜେ ନିଜ ସହ ଏକ ଚୁକ୍ତି କରିଥାଏ ।

ତାକୁ ଏହା ଶିଖାଇବାକୁ ପଡେନି । ଲାଗେ ସତେ ଯେମିତି ଏହା ତାର ଜନ୍ମଗତ ପ୍ରକୃତି ଟିଏ । ହେଲେ ସବୁ ଭଉଣୀଙ୍କ ଭାଗ୍ଯରେ ଭାଇ ସୁଖ ନ ଥାଏ । ଏଇ ଯେମିତି ଆମ ମାନିନୀ......


ମାନିନୀ ମହାନ୍ତି । ସହରର ଜଣେ ଜଣାଶୁଣା ବ୍ଯକ୍ତି ବିଶିଷ୍ଟ ଶ୍ରୀଯୁକ୍ତ ଅନୁଭବ ମହାନ୍ତି ଓ ଶ୍ରୀମତୀ ନିରୁପମା ମହାନ୍ତି ଙ୍କର ଏକମାତ୍ର କନ୍ଯା । ଅନୁଭବ ଗୋଟିଏ ବଡ ହୋଟେଲ ମାଲିକ ଓ ନିରୁପମା ଜଣେ ଶିକ୍ଷୟତ୍ରୀ । ବାସ୍ ଏଇ ତିନିଜଣଙ୍କୁ ନେଇ ତାଙ୍କର ପରିବାର । ପୁଅଟିଏ ନାହିଁ ବୋଲି ବେଳେବେଳେ ଟିକିଏ ମନଦୁଃଖ କରନ୍ତି । ଅନୁଭବ ଓ ନିରୁପମା ନିଜ ନିଜ କାମରେ ସର୍ବଦା ବ୍ଯସ୍ତ ରହନ୍ତି । ତେଣୁ ପିଲାଟି ଦିନରୁ ମାନିନୀ ବଢିଛି ଲତା ମାଉସୀଙ୍କ ପାଖରେ । ଲତା ମାଉସୀ ନିରୁପମାଙ୍କ ଗାଁର ଲେଖାଜୋଖା ମାଉସୀ । ତେଣୁ ସେ ମାନିନୀର ଉପଯୁକ୍ତ ଯତ୍ନ ନେଇପାରିବେ ବୋଲି ନିରୁପମା ତାଙ୍କୁ ଆଣିଥିଲେ । ସେ ବି ନିରୁପମାଙ୍କ ବିଶ୍ବାସର ମାନ ରଖି ମାନିନୀକୁ ଅତି ଯତ୍ନ ସହକାରେ ପାଳିପୋଷି ବଡ କରିଥିଲେ । ଏମିତିରେ ତ ମାନିନୀ ଭାରୀ ଭଲ ଝିଅଟିଏ । ହେଲେ ଟିକିଏ ବେଶୀ ଗେହ୍ଲା କାରଣରୁ ବୋଧେ ସବୁବେଳେ ସମସ୍ତଙ୍କୁ ନିଜଠାରୁ ଛୋଟ ଦୃଷ୍ଟିରେ ଦେଖିବା ତାର ଏକ ବଦଭ୍ଯାସ । ଛୋଟ ଥିଲାବେଳେ ଏହାକୁ ପିଲାଳିଆମୀ କହି ଆଡେଇ ଯାଉଥିବା ନିରୁପମା କିନ୍ତୁ ଏବେ ମାନିନୀର ଏ ପ୍ରକୃତି ଲାଗି ବହୁତ ଚିନ୍ତିତ । ସେ ଅନେକ ଥର ତାକୁ ବୁଝେଇ ସାରିଲେଣି ହେଲେ ଫଳ କିଛି ହୁଏନି ।


ମାନିନୀ ଏବେ ସହରର ସବୁଠୁ ବଡ କଲେଜରେ ଯୁକ୍ତ୩ ବିଜ୍ଞାନର ଛାତ୍ରୀ । ପାଠ ପଢାରେ ବେଶ ଧୁରନ୍ଧର । ତା ସାଙ୍ଗକୁ ତାର ସୁନ୍ଦର ଚେହେରା ତାକୁ କଲେଜରେ ବେଶ୍ ପରିଚିତ କରାଇଥିଲା । ମାନିନୀ କଲେଜରେ ପହଞ୍ଚିବା ମାତ୍ରେ ସମଗ୍ର କଲେଜରେ ହଲଚଲ ସୃଷ୍ଟି ହେଇଯାଏ । ସବୁ ପୁଅପିଲାଙ୍କ ମନରେ ମାନିନୀର ଏକ ସ୍ବତନ୍ତ୍ର ସ୍ଥାନ ଥାଏ । ହେଲେ ତା ଉଗ୍ର ସ୍ବଭାବ ଯୋଗୁଁ ତା ପାଖ ମାଡିବାକୁ କେହୁ ସାହାସ ଜୁଟାଇ ପାରନ୍ତିନି ।


       ମାନିନୀ କଲେଜ ଯିବାଆସିବା ରାସ୍ତାରେ ସବୁଦିନ ଗୋଟେ ଠେଲା ପାଖରେ ଗୁପଚୁପ ଖାଏ । ଗୁପଚୁପ ବାଲା ଗୌତମ ଯିଏକି ବୟସରେ ପ୍ରାୟ ମାନିନୀ ପାଖା ପାଖିହେବ । ସେ ମାନିନୀ ଗୁପଚୁପ ଖାଇବା ବେଳେ ତାକୁ ଏକ ଲୟରେ ଚାହିଁଥାଏ । ବେଳେ ବେଳେ ମାନିନୀ ୨୦-୨୫ ଟା ଗୁପଚୁପ ଖାଇବା ପରେ ବି ସେ ତାକୁ ୧୫ଟା ଖାଇଚି କହି ଟଙ୍କା ୩୦ଟା ଧରେଇ ଦେଇ ଚାଲିଯାଏ । ସେ ବି କିଛି ନକହି ଟିକିଏ ହସିି ଚୁପଚାପ ରଖିନିଏ । ମାନିନୀ ଏହାକୁ ନିଜର ବଡ ଜିତ ବୋଲି ଭାବେ । ସାଙ୍ଗମାନେ ପଚାରିଲେ କହେ -ହେ ସେ ମୁର୍ଖଟା...ଗୁପଚୁପ ବିକୁଚି କେତେ ବା ବୁଦ୍ଧି ତାହାର... । ତେଣୁ ଏମିତି ଗାଁଉଲିଆ ମାନଙ୍କ ସହ ଏମିତି କରିବା ଉଚିତ୍ ।


ଆପଣମାନେ ମାନିନୀର ସ୍ବଭାବ ସହ ତ ବେଶ ପରିଚିତ ହେଇଗଲେଣି । ତେବେ ଶୁଣନ୍ତୁ ଦିନକର ଘଟଣା......

ସେଦିନ ଥାଏ ଫ୍ରେବୃୟାରୀ ୧୪ । ମାନେ ପ୍ରେମ ଦିବସ । ସେହିଦିନ ମାନିନୀ ଏକ ଗୋଲାପୀ ରଙ୍ଗର ଡ୍ରେସଟିଏ ପିନ୍ଧି କଲେଜକୁ ଆସିଥାଏ । ତା ରୂପ ଓ ଗୋରା ତକ ତକ ଦେହକୁ ଡ୍ରେସଟି ଭଲ ମାନୁଥାଏ । ସେଦିନ ସହରର ବିଶିଷ୍ଟ ଶିଳ୍ପପତୀ ଙ୍କ ପୁଅ ରଞ୍ଜନ ମିଶ୍ର(ଯିଏକି ପାଠ ବ୍ଯତୀତ ବାକି ସବୁ ବିଦ୍ଯାରେ ପାରଙ୍ଗମ) । ହାତରେ ଲାଲ ଗୋଲାପ ଫୁଲଟିଏ ଧରି ମାନିନୀକୁ ପ୍ରେମ ନିବେଦନ କରିବାକୁ ପୁରା ଫିଲିମ ଷ୍ଟାଇଲରେ ଆସିଲା । ମାନିନୀ ଆଡକୁ ଗୋଲାପ ଫୁଲଟି ବଢେଇ ଦେଇ କହିଲା-"ମାନିନୀ ଆଇ ଲଭ ୟୁ"  । ହେଲେ ମାନିନୀ .....ତ....ମାନିନୀ ମହାନ୍ତି । ସେ ତା ହାତରୁ ଗୋଲାପ ଫୁଲଟିକୁ ଛଡେଇ ନେଇ ତା ଠାରୁ ଆହୁରୀ ଅଧିକ ଫିଲିମଷ୍ଚାଇଲରେ ତାକୁ ତଳେ ପକେଇ ଗୋଡରେ ଚଟକି ପକେଇଲା ଓ କହିଲା ପ୍ରଥମେ ନିଜକୁ ଠିକ କର ପଛେ ପ୍ରେମ କରିବୁ । ଏତିକି କହି ସେ ସେଠୁ ଦମ ଦମ ହେଇ ଚାଲିଗଲା । ହେଲେ ରଞ୍ଜନ ସାରା କଲେଜ ସାମ୍ନାରେ ତାର ଏ ଅପମାନ କୁ ସହିପାରିଲା ନାହିଁ ।


ଦିନେ ମାନିନୀ ପ୍ରାକ୍ଟିକାଲ ସାରି ଘରକୁ ଫେରୁଥିବା ବେଳେ । ଟିକିଏ ସଞ୍ଜ ହେଇଯାଇଥାଏ । ରାସ୍ତାଟା ପୁରା ଖାଲି ଖାଲି ଥାଏ । ମାନିନୀ ତା ସ୍କୁଟି ଧରି ଆସୁଥିବା ବେଳେ ବାଟରେ ତା ରାସ୍ତା ଓଗାଳିଲେ ରଞ୍ଜନ ଓ ତାର ସାଥୀମାନେ । ସେମାନେ ମାନିନୀକୁ ଟଣାଓଟରା କରିବାକୁ ଲାଗିଲେ । ମାନିନୀ ପାଟି କରିବାକୁ ଚେଷ୍ଟା କଲାବେଳେ ସେମାନେ ତା ପାଟିକୁ ରୁମାଲରେ ବାନ୍ଧିଦେଲେ ଓ ଗାଡିରେ ପୁରାଇ ନେଇଗଲେ ।

କିଛି ସମୟପରେ ସେହି ବାଟଦେଇ ସେ ଗୌତମ ଗଲା । ସେ ମାନିନୀର ସ୍କୁଟିଟି ଏପରି ଅବସ୍ଥାରେ ପଡିଥିବାର ଦେଖି ସାଙ୍ଗେ ସାଙ୍ଗେ ପୋଲିସକୁ ଖବର ଦେଲା । ପୋଲିସ ବି କାଳବିଳମ୍ବ ନ କରି ମାନିନୀର ଫୋନକୁ ଟ୍ରେସ କରି ...ଯାଇ ମାନିନୀ କୁ ଏକ ବଡ ବିପଦରୁ ରକ୍ଷା କରି ଆଣିଲା ।


ତା ପରଦିନ ମାନିନୀ ନିଜର ଭୁଲ ପାଇଁ କ୍ଷମା ମାଗିବାକୁ ଗୌତମର ଠେଲା ପାଖକୁ ଗଲା । ସେ କହିଲା -"ମୁଁ ତୁମକୁ ଗାଁଉଲିଆ ମୁର୍ଖ କହି ଅନେକ ଥର ଟାହି ଚାପରା କରେ ଓ ସବୁଦିନ ଭୁଲତୁଲ ହିସାବ କରି ଠକି କି ଗୁପଚୁପ ଖାଏ । ତା ବାଦ ବି ତୁମେ ମୋର........ ତେଣୁ ମୋତେ କ୍ଷମା କରିଦିଅ । "


ମାନିନୀ ର କଥାଶୁଣି ଗୌତମ ହସିଦେଲା ଓ କହିଲା-"ଆରେ ପାଗେଳୀ ଭୁଲି ଯା ସେ ସବୁକୁ । ତୁ ଠକିବା ଟା ମୁଁ ଜାଣେ । କଥା କଣକି ମୋର ବି ତୋ ପରି ଭଉଣୀଟିଏ ଥିଲା । ଟିକିଏ ଉଦଣ୍ଡୀ.....ହା....ହା.....ସେ ବି ଗୁପଚୁପ ଖାଇବାକୁ ଭାରୀ ଭଲପାଏ । ଗଲା ବର୍ଷ ସେ କରୋନାରେ ଚାଲିଗଲା । ତୋତେ ଦେଖିଲେ ମୁଁ ତାକୁ ଦେଖିଲା ପରି ଲାଗେ । ତୁ ମୋ ଭଉଣୀ ହେବୁ କି?

ମାନିନୀ ଏତକ ଶୁଣି କାନ୍ଦ କାନ୍ଦ ହେଇ କହିଲା-"ମୋ ଭାଇ?"

ଗୌତମ କହିଲା-"ହଁ .........ତୋ ବଡ ଭାଇ ମୁଁ" ।

ଆଚ୍ଛା କହିଲୁ କେମିତିକା ଗୁପଚୁପ ଖାଇବୁ .......ରାଗବାଲା.....ନା.........ମିଠାବାଲା????

ଏତିକି କହି ଗୌତମ ଆଖିରୁ ଲୁହ ପୋଛି ମାନିନୀ ହାତକୁ ଦନାଟିଏ ବଢେଇ ଦେଲା ।


Rate this content
Log in

Similar oriya story from Inspirational