Nibedita Mishra

Abstract Romance Inspirational

4.3  

Nibedita Mishra

Abstract Romance Inspirational

ମାଛର ସହର

ମାଛର ସହର

3 mins
372



ବଙ୍ଗାଳୀ ଆଉ ମାଛ।ସମ୍ପର୍କଟା ଅତି ନିବିଡ।ଯାହାକୁ କେହି ବି ମନା କରିପାରିବେ ନାହିଁ।ସେମାନେ ମାଛକୁ ଏକ ପରିବା ତୁଲ୍ଯ ମନେ କରନ୍ତି ,ଏଇ ଯେମିତି ଆଳୁ ସବୁ ରୋଷେଇ ଘର ପରିବା ଡାଲାର ଅତିପ୍ରିୟ ବନ୍ଧୁଟିଏ।ମୋର ଗୋଟେ ବଙ୍ଗାଳୀ ସାଙ୍ଗଥିଲା।ସେ କୁହେ ମାଛ ଥାଳିରେ ନ ଥିଲେ କୁଆଡେ ବଙ୍ଗାଳୀ ମାନଙ୍କୁ ଖାଇବାଟା ଅଧା ରହିଗଲା ପରି ଲାଗେ।

ତେବେସେମିତି ଏକ ବଙ୍ଗାଳୀ ପରିବାର ଝିଅ ମାନିନୀ ସରକାର।ବାପା ମା ଙ୍କର ଏକ ମାତ୍ର ଅଲିଅଳି ।ତେଣୁ ଛୁଆଟି ବେଳରୁ ହିଁ ବହୁତ ଗେଲବସରରେ ବଢିଥାଏ।ସ୍ନେହ ଓଶ୍ରଦ୍ଧାର ଆଧିକତ୍ଯ କିନ୍ତୁ ତାକୁ ଔଦ୍ଧତ୍ଯତା ନୂହେଁ ବଂର ସସ୍କାରରେ ଭରପୁର କରିଦେଇଥାଏ। ପାଠଶାଠ ସବୁଥିରେ ସେ ଆଗୁଆ।ତେଣୁ ସମସ୍ତଙ୍କର ସେ ଅତିପ୍ରିୟ। ମୀନିନୀ କଲିକତା ସହରରେ ପାଠ ପଢିସାରିବା ପରେ ବିଦେଶକୁ ପଢିବାକୁ ଗଲା।ସେଇଠି ଚାକିରୀ ବି ପାଇଲା। ସେହି ଚାକିରୀ ଜୀବନରେ ତାର ପରିଚୟ ହେଲା ଅଭିମନ୍ଯୁ ଆୟର୍ ଙ୍କ ସହିତ।ସବୁ ପ୍ରେମ କାହାଣୀରେ ଯେମିତି ହୁଏ ଠିକ୍ ଠିକ୍ ସେହି ସବୁ ପାହାଚ(ପ୍ରଥମେ କଲିଗ୍,ତାପରେ ବନ୍ଧୁ, ତାପରେ ଅତି ପ୍ରୟ ବନ୍ଧୁ,ତା ପରେ ପ୍ରେମ) ଦେଇ ତାର ପ୍ରେମ କାହାଣୀ ଆରମ୍ଭ ହୋଇ ବିବାହ ମଣ୍ଡପରେ ପହଞ୍ଚିଲା। ଛୁଆ ଦୁଇଜଣ ଯେହେତୁ ଉଚ୍ଚ ଶିକ୍ଷିତ ଓ ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଜାଣନ୍ତି ତେଣୁ ପ୍ରାନ୍ତଗତ ବୈଷମ୍ଯତା କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରି ନଥିଲା ଏ ବିବାହ ରେ।ଦୁଇ ପରିବାର ସର୍ବ ସହମତିରେ ବିବାହ ଲାଗି ରାଜି ହୋଇଗଲେ।ତା ଛଡା ଆଜିକାଲି ତ ଏ ସବୁ (ଅଲଗା ଜାତି/ଅଲଗା ସଂସ୍କୃତି ରେ ବିବାହ)ଅତିସାଧାରଣ ହେଇଗଲାଣି।ବଂର ଆଜିକାଲି ଯିଏ ନିଜ ଜାତି ଓ ଘରଲୋକ ଠିକ କରିଥିବା ପୁଅ/ଝିଅ କୁ ବାହା ହଉଛି।ଲୋକେ ତା ଭିତରେ କିଛି ଖୁଣ ଅଛି ବୋଲି ଭାବୁଛନ୍ତି।ହଉ ଛାଡନ୍ତୁ ସେ କଥା କାଲି ମାନିନୀ ଓ ଅଭିମନ୍ଯୁ ଭାରତ ଫେରିବେ ।ବାହାଘରକୁ ଆଉ ବେଶୀ ଦିନ ନାହିଁ।ଆଜି ଶେଷ ଥର ଲାଗି ବିବାହ ପୂର୍ବରୁ ଭେଟ ହେଲେ ଗୋଟେ ଭାରତୀୟ ରେଷ୍ଟୁରାଣ୍ଟରେ।ସେଇଠି ଦୁହେଁ ଖାାଇବା ମଗେଇଲେ।ମାନିନୀ ଚିରାଚରିତ ଭାତ ଓ ମାଛ ମଗାଇଲା ଓ ଅଭିମନ୍ଯୁ ତା ପସନ୍ଦର ନିରାମିଷ ଖାଦ୍ଯ।ଦୁହେଁ ବସିକି ଖାଉ ଖାଉ ଅଭିମନ୍ଯୁ କହିଲେ

-ଆଚ୍ଛା ମାନିନୀ ତୁମକୁ ମାଛ ବହୁତ ପସନ୍ଦ ନା?

-ହଁ ବହୁତ ମୁଁ ପରା ମାଛର ସହରରୁ ଆସିଛି।ଜାଣିନ କି?-ହା ହା ହା।ହେଲେ ଆଜି ଏ ପ୍ରଶ୍ନ କାହିଁକି?

-ନାଇ କିଛି କଥା ନାଇଁ ଯେ ଆମେ ଯେତେବେଳେ ବାହାରେ ରହିବା ସେତେବେଳେ ତ କିଛି ଅସୁବିଧା ନାହିଁ।ହେଲେ

-ହେଲେ ପୁଣି କଣ?

-ତୁମେ ଯେତେବେଳେ ଆମ ଘରକୁ ଯିବ ,ସେଇଠି ଯେତେ ଦିନ ରହିବ।ସେତେଦିନ ତୁମକୁ ଏ ମାଛ ଛାଡିବାକୁ ପଡିବ।କାହିଁକି ନା ଆମ ପରିବାରରେ ଆଇଁଷ ପଶେ ନାହିଁ।

-(ମୁଁହ ଶୁଖାଇ ମାନିନୀ କହିଲା)ଓହୋ କିଛି କଥା ନାହିଁ।ମୁଁ ସମ୍ଭାଳି ନେବି।ତୁମ ଲାଗି ଏତିକି କରିପାରିବିନି?

-ଧନ୍ଯବାଦ ମାନିନୀ ।ତୁମେ ମୋମୁଣ୍ଡରୁ ଗୋଟେ ବଡ ଚିନ୍ତା ଦୁର କରିଦେଲ। ତା ପରେ ଦୁହେଁ ଭାରତ ଫେରିଲେ। ବଡ ଧୁମଧାମରେ ବିବାହ ବି ହେଲା। ବିବାହର ମାସେ ପୁରିବାକୁ ବସିଲାଣି।ମାନିନୀ ବଡ କଷ୍ଟରେ ନିଜ ପାଟିକୁ ସମ୍ଭାଳି ରଖିଛି।ଘରୁ କୁଣିଆ ବି ସବୁ ଚାଲିଗଲେଣି।ଘରଟା ଟିକିଏ ଫାଙ୍କା ଫାଙ୍କା ଲାଗୁଛି।ଏମିତି ରେ ବି ଘରେ ମାନିନୀ,ଅଭିମନ୍ଯୁ ଓ ଅଭିମନ୍ଯୁଙ୍କ ବାପା ମା ଙ୍କ ବ୍ଯତୀତ ଆଉ କିଏ ବି ଅଛି ଯେ।

ଆଜି କାହିଁକି କେଜାଣି ମାନିନୀର ମାଛ କଥା ବହୁତ ମନେ ପଡୁଛି।ହେଲେ କଥା ଦେଇଚି ଯେତେବେଳେ ବିଚାରି କଣ ବି କରିପାରିବ? ଏମିତି ସେ ବସି ମାଛର ସ୍ବପ୍ନରେ ହଜିଯାଇଥିବା ବେଳେ,ତା ଶାଶୁ ଆସି ତାକୁ ଡାକିଲେ।ଚୁପକିନା ତାକୁ ରୋଷେଇ ଘରକୁ ଡାକି ନେଇ ତା ହାତକୁ ଟିଫିନ ଡବାଟିଏ ବଢେଇ ଦେଇ କହିଲେ ଯେ ତୁ ଯେତିକି ଭାତ ଖାଇବୁ ସେତିକି ନେଇ ତୋ ବେଡରୁମକୁ ପଳା।ସେଇଠି ଚୁପଚାପ ବସି ଖାଇଦେବୁ।ଘରେ ଲୋକ ବାକ ଥିଲେ ତ ସେଥିଲାଗି ତୋ ପ୍ରିୟ ଜିନିଷଟି ଆଣିପାରୁ ନଥିଲି।ଆଜି ଟିକିଏ ଫାଙ୍କା ଥିବାରୁ ଅଭିମନ୍ଯୁ ହାତରେ ମଗେଇଛି। ମାନିନୀ ଟିଫିନ ଡବାଟି ଖୋଲି ଦେଖିଲା ବେଳକୁ ସେଥିରେ ମାଛ ତରକାରୀ ଥିଲା।ସେ କାନ୍ଦକାନ୍ଦ ହୋଇ ତା ଶାଶୁଙ୍କ ମୁଁହ କୁ ଚାହିଁଲା ବେଳେ ପଛପଟୁ ଅଭିମନ୍ଯୁ ଆସି କହୁଥିଲେ ମାଛର ସହରରୁ ଆସିଛ ପରା।ମାଛ ବିନା ବଡକଷ୍ଟରେ ରହିଲ ମାସଟିଏ ମୋ ପରିବାର ଲାଗି।ତେଣୁ ଏଇ ତୁମ ପୁରଷ୍କାର।ଏଥର ଖୁସି ତ?

ମାନିନୀ ହସିଦେଇ ମାଛ ତରକାରୀଓ ଭାତ ନେଇ ବେଡରୁମ ଆଡକୁ ଚାଲିଗଲା।


Rate this content
Log in

Similar oriya story from Abstract