Nibedita Mishra

Inspirational

4.3  

Nibedita Mishra

Inspirational

କୋଳାହଳ

କୋଳାହଳ

3 mins
187



ଏମିତିରେ ତ ସାଧାରଣତଃ କେଳାହଳ କହିଲେ ଭାରୀ ବିରକ୍ତି କର ପରିବେଶଟିଏ ଆଖି ଆଗରେ ନାଚି ଉଠେ।କାନରେ ଅନେକ ଅସ୍ପଷ୍ଟ ଶବ୍ଦ ସବୁର ଢେଉ ଶୁଣାଯାଏ।ହେଲେ କିଛି କୋଳାହଳ ଏମିତି ଥାଏ ଯାହା କି ଜୀବନର ଆଧାର ପିଣ୍ଡ ସାଜିଥାଏ।ସଞ୍ଜୀବନୀ ସାଜି ଜୀବନର ପ୍ରତ୍ଯେକଟି ମୁହୁର୍ତ୍ତକୁ ଆହୁରି ବେଶୀ ଜୀବନ୍ତ କରିଉଠେ।ହେଲେ ଯେତେବେଳେ ସେ କୋଳାହଳ ମୟ ପରିବେଶରୁ ମଣିଷଟିଏ ହଠାତ ଦୂରେଇ ଯାଏ,ସେତେବେଳେ ସେ ନିଜକୁ ସମ୍ଭାଳିବା ଭାରୀ ଅସମ୍ଭବ ହୋଇ ଉଠେ।ହଠାତ୍ ସେ ଶୂନ୍ଯତା ଓ ନିରବତା ତାକୁ ତିଳ ତିଳ କରି ଭିତରୁ ଜାଳିଦିଏ।ତୃଷାତୁର ପକ୍ଷୀଟିଏ ସାଜି ସେ ଖୋଜିବୁଲେ ଚାରିଆଡେ ପୁଣି ସେହି ସଞ୍ଜୀବନୀ ମୁହୁର୍ତ୍ତକୁ।ଯେମିତି ଘଟିଥିଲା ମାନିନୀ ଜୀବନରେ।

  ମାନିନୀ ମିଶ୍ର।ଏକ ରକ୍ଷଣଶୀଳ ପରିବାରର ଝିଏଟିଏ ଥିଲା।।ବାପା କକା ମିଶି ତିନୋଟି ପରିବାରର ଏକାଠି ରହୁଥିଲେ ଗୋଟିଏ ଘରେ ।ଏକାଠି ରୋଷେଇ,ଖିଆପିଆ ,ତା ଛଡା ସବୁ ପର୍ବପର୍ବାଣୀ ପାଳିବା ସମୟରେ ଘରେ ଏକ ଭରପୁର ଖୁସିର ମାହୋଲ ରହୁଥିଲା।ଆଉ ଯଦି ଘରେ କିଛି ପାରିବାରିକ ଉତ୍ସବ ଥାଏ,ତେବେ ତ କଥା ସରିଲା।ପୁରା ଘରରଟା ମାଛବଜାର ପରି ଗହଳଚହଳ ହୋଇ ଉଠେ।ଭାରୀ ମଜା ଲାଗେ ସେ ସମୟରେ।ସମସ୍ତେ ମିଳିମିଶି ସବୁ କାମ କରନ୍ତି।ମାନିନୀ ପରିବୀରର ସବୁଠୁ ବଡ ଭାଇ ଅନିରୁଦ୍ଧ ମିଶ୍ରଙ୍କ ବଡ ଝିଅ।ତେଣୁ ତା'ର ଭାଉ ସେତେବେଳେ କହିଲେ ନ ସରେ।ଖାଲି ଖୁସିର ମୁହୁର୍ତ୍ତ କାହିଁକି ଦୁଃଖ ସମୟରେ ବି ସାରା ପରିବାର ଏକଜୁଟ ହୋଇ ଲଢି ବସନ୍ତି ସବୁ ପ୍ରତିକୁଳ ପରିସ୍ଥିତି ସହ।ଯଦି କେବେ ମାନିନୀକୁ ଟିକିଏ ଜର କି ଥଣ୍ଡା ହେଇଯାଏ ତେବେ ସମସ୍ତେ ତା ସେବାରେ ଲାଗିପଡନ୍ତି।ସେତେବେଳେ ମାନିନୀ ନିଜକୁ କୋଉ ରାଜକୁମାରୀ ଠୁ କମ ବୋଲି ଭାବେନି।

ଏମିତି କିଛି କୋଳାହଳମୟ ପରିସ୍ଥିତି ଓ ପରିବେଶ ମଧ୍ଯରେ ବଢିଥିଲା ମାନିନୀ।ହେଲେ ଆଜି ?ହେଲେ ଆଜି ସେ ପୁରାପୁରି ଏକା ହେଇଯାଇଛି।ଆଜିର ଏ ଶାନ୍ତ ଓ ନିଶବ୍ଦ ସମୟ ଗୁଡିକ ତାକୁ ପ୍ରତିକ୍ଷଣ ଚୋବେଇବାକୁ ଲାଗିଛନ୍ତି ।ଏକ ଛୋଟ ଭୂଲଲାଗି ସେ ସେବୁକୁ ହାତରୁ ହଜେଇ ଦେଇଛି।

କଥା କ'ଣ କିମାନିନୀ ଯେତେବେଳେ କଲେଜରେ ପଢୁଥିଲା ,ଯେତେବେଳେ ତାର ପରିଚୟ ହେଇଥିଲା ଅବିନାଶ ଡିସୁଜା ଙ୍କ ସହ।ଅବିନାଶ ମାନିନୀ ଠାରୁ ୨ ବର୍ଷ ବଡ ଥିଲେ।ଗୋରା ସୁନ୍ଦର ଚେହେରା ସାଙ୍ଗକୁ ଭାରୀ ମେଧାବୀ ଛାତ୍ର ମଧ୍ଯ।ତେଣୁ ମାନିନୀ ତାଙ୍କ ପ୍ରତି ଆକର୍ଷିତ ହେବା ସ୍ବାଭାବିକ ଥିଲା।ପ୍ରଥମେ ବନ୍ଧୁ ଓ ପରେ ପ୍ରେମର ରୂପ ନେଇଥିଲା ତାଙ୍କ ସମ୍ପର୍କ।ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ।

ମାନିନୀର ଯେତେବେଳେ ପଢା ସରିଲା।ସେତେବେଳେ ତା ଘରେ ତା ବିବାହ ଲାଗି ଲାଗିପଡିଲେ।ଯୋଗକୁ ଭଲ ପାତ୍ରଟିଏ ବି ଠିକ ହେଇଗଲା।ହେଲେ ମାନିନୀ ଅବିନାଶଙ୍କୁ ଭୁଲିପାରି ନଥିଲା।ଅବିନାଶ ବି ସେତେବେଳେ ଗୋଟିଏ କମ୍ପାନୀରେ ନୁଆ ଚାକିରୀ ପାଇଥାଆନ୍ତି।ଦୁହିଁଙ୍କ ପରିବାର ମଧ୍ଯରେ ଥିବା ଧର୍ମଗତ ପାର୍ଥକ୍ଯ ସେମାନଙ୍କୁ କେବେ ବି ଏକ ହେବାକୁ ଦେବନି।ଏ କଥା ଦୁହେଁ ଜାଣିଥିଲେ।ତେଣୁ ଏକ ଦୁର୍ବଳ ମୁହୁର୍ତ୍ତରେ ଦୁହେଁ ଘର ଛାଡି ଚାଲିଯିବାକୁ ନିଷ୍ପତ୍ତି ନେଲେ।

ବାସ୍......ତାପରଠୁ ପରିବାର ସହିତ କୌଣସି ସମ୍ପର୍କ ନାହିଁ ମାନିନୀର।ଏହା ଭିତରେ ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛି ମାନିନୀ।ଅନେକ ଥର ଖୋଜିଛି ତା ପରିବାରକୁ।ସେ କୋଳାହଳକୁ।ଫେରିଯିବାକୁ ଚାହିଁଛି।ହେଲେ ତା କଲାକର୍ମ ପାଚେରୀ ପରି ବାଟ ଓଗାଳିଛି ତାର।ଅବିନାଶ ଅବଶ୍ଯ ନିଜ ପାରୁପର୍ଯନ୍ତ୍ଯ ସବୁ ଖୁସି ଦେବାକୁ ଚାହିଁଛନ୍ତି ତାକୁ।କିଛି ଦୁର ତକ ସଫଳ ହେଇଛନ୍ତି ମଧ୍ଯ।ହେଲେ ଏକେଲାପଣର ଏ ଭଉଁରୀ ଭିତରୁ ସେ ବାହାରି ପାରିନାହିଁ।

      ଆଜି ମାନିନୀ ମା ହେବାକୁ ଯାଉଛି।ନର୍ସ ମାନେ ଆସି ତାକୁ ଅପରେସନ ଥିଏଟରକୁ ନେବାକୁ ରେଡି କରୁଛନ୍ତି।କାହିଁକି କେଜାଣି ଆଜି ବେଶୀ ବେଶୀ ମନେ ପଡୁଛି ତାର ପଛ କଥାସବୁ।ହଉ ଛାଡ ଏଇ ଏକ୍ଲା ପଣକୁ ତ ସେ ନିଜେ ଆଣିଛି।କହିବ କାହାକୁ?

କିଛି ସମୟ ପରେ

"ମାନିନୀ ମ୍ଯାଡମ ଆପଣଙ୍କର ଝିଅଟିଏ ହେଇଛି।"

ମାନିନୀ ଚାହିଁଲା ଅବିନାଶଙ୍କୁ।ସେ କହିଲେ ଚିନ୍ତା କରନି ମାନିନୀ ଏବେ ତୁମେ ଆଉ ଏକେଲା ରହିବନି।ତୁମ ସାଙ୍ଗ ଆସିଗଲା।ଟିକିଏ ହସିଦେଇ ପୁଣି ବେହୋସ ହେଇଗଲା ମାନିନୀ।ବୋଧେ ନିଶା ଇଞ୍ଜେକସନ ଟା ର ପ୍ରଭାବ ଲାଗି।

ମାନିନୀର ନିଶା ଟିକିଏ ଛାଡିଛାଡି ଆସୁଛି ।ତା କାନରେ ଶୁଭୁଛି ବାପା,ମା,କାକା,ଖୁଡୀ ସମସ୍ତଙ୍କର ପାଟି।ସେ ମନେ ମନେ ଭାବିଲା ଏ ମୋ ମନର ଭ୍ରମ।ଧିରେ ଧିରେ ଆଖି ଖୋଲିଲା ମାନିନୀ।ଆରେ ଏ କ'ଣ ?

ମାନିନୀର ବାପା ଅନିରୁଦ୍ଧ ମିଶ୍ର ହାତରେ ମାନିନୀର ଝିଅକୁ ଧରି ଛନ୍ତି!ଆଉ କହୁଛନ୍ତି-"ଦେଖରେ ମା ତୋ ମା ଯେମିତି ଆମକୁ ଠକିଦେଲା,ତୁ ସେମିତି କରିବୁନି।"ହା...ହା...ହା...

ମୀନିନୀ କିଛି ପଚାରିବା ଆଗରୁ ଅବିନାଶ ତା ପାଖକୁ ଆସି ତା ହାତକୁ ଧରି କହିଲେ ଯେ- ମାନିନୀ ତୁମକୁ ଯେଉଁ ଡାକ୍ତର ଦେଖୁଥିଲେ ସେ ତୁମ ବାପାଙ୍କ ସାଙ୍ଗ।ସେ ହିଁ ବାପାଙ୍କୁ ଖବର ଦେଇ ଡାକିଛନ୍ତି।ଆଉ ତୁମ ବାପା ମୋ ବାପା ମାଙ୍କୁ ବି ମୋ ଠାରୁ ନମ୍ବର ନେଇ ଫୋନ କରିଛନ୍ତି।ସେମାନେ ବି ବହୁତ ଖୁସି।ଏବେ ଆସୁଛନ୍ତି।ଅଧା ବାଟରେ ଅଛନ୍ତି।

ଏତିକି ବେଳକୁ ମାନିନୀ ପୁରା ଲୁହ ସରସର ହେଇ ସାରିଲାଣି।ସେ ତା ବାପାଙ୍କୁ ଚାହିଁ କହିଲା-"ବାପା ତୁମେ ମୋତେ କ୍ଷମା କରିଦେଲ ତ?"

ତା ବାପା କାନ୍ଦ କାନ୍ଦ ହୋଇ ମାନିନୀକୁ କୁଣ୍ଢେଇ ଧରି କହିଲେ-"ଆରେ ମା ଥରେ ତ ତୋ ମନ କଥା ମେତେ କହିଥାଆନ୍ତୁ।ତୋ ଖୁସି ଠୁ ବଳି ଆଉ କିଛି ଦରକାର ନାହିଁ ମୋର।" 

ବାପ ଝିଅଙ୍କର ଏମିତି କଥା ଶୁଣି ରୁମକୁ ପଶୁ ପଶୁ ଅବିନାଶ ଙ୍କ ବାପା ଅନିଲ ଡିସୁଜା(ପେଶାରେ ଓକିଲ ଅଟନ୍ତି) କହି ଉଠିଲେ ଯେ-"ଖବରଦାର୍ ସମୁଦୀ ...ମୋ ବୋହୁକୁ କନ୍ଦେଇଲେ କେସ କରିଦେବି।"

ଏ କଥା ଶୁଣି ସମସ୍ତେ ହସିଉଠିଲେ।

ଏଇ କୋଳାହଳ ମୟ ପରିବେଶରେ ମାନିନୀ ପୁଣି ଥରେ ନିଜର ହଜିଲା ଅତୀତର ସ୍ମୃତି ସବୁକୁ ଫେରିପାଇ ଖୁବ ଖୁସି ହେଉଥିଲା।




Rate this content
Log in

Similar oriya story from Inspirational