କଳି ଯୁଗ ସାବିତ୍ରୀ
କଳି ଯୁଗ ସାବିତ୍ରୀ
ଆର ସାହିର ଭଗିଆ ଅଜା, କେବେଠୁ ପଡିଛନ୍ତି ବିଛଣାରେ। ଗେଲ୍ଲୀ ଆଇ ତାର ଏକା ସାହା ଭରସା। ପୁଅ ବୋହୂ ଉଭୟ ଚାକିରିଆ। ରୁହନ୍ତି ସହରରେ। ଜଣେ କାମବାଲୀ ଆସି ରୋଷେଇ କରି ଯାଏ। ଆଜାଙ୍କର ସବୁ ଭଲ ମନ୍ଦ ଆଇ କରେ। ହାତରେ ଖୁଏଇ ଦେବା ଠୁ ଝାଡା ଗାଧୁଆ ପର୍ଯ୍ୟନ୍ତ।
ଏବେ ଭଗିଆ ଅଜା ଶେଜରେ ପଡି ପଡି ଦେହରେ ଘା ହୋଇ ଗଲାଣି। ବହୁତ କଷ୍ଟ ପାଉଛନ୍ତି। ଏକ ପ୍ରକାର ଦୂର୍ଗନ୍ଧ ହେଉଛି ପରିବେଶ। ଲୋକେ ଛି ଛା କରି କେତେ କଥା କହୁଛନ୍ତି। ଆର ସାହିର ନରି ମୁହେଁ ମୁହେଁ କହି ବୁଲୁଛି ବୁଢା ଗୁଡ଼ାଏ ପାପ କରିଥିଲା, ତେଣୁ ଭୋଗୁଛି। ଜୀବନରେ ଅନେକ ସାହାଯ୍ୟ ସହଯୋଗ ଏବଂ ଦାନ ଧର୍ମ କରିଥିବା ଲୋକର ଏ ଅବସ୍ଥା?
ଆଇ ନିଜ ଜୀବନ ଠୁ ଅଧିକ ଭଲ ପାଏ ଅଜାଙ୍କୁ। ଜୀବନରେ କେବେ ଦୁହିଁଙ୍କର କଳି ଝଗଡା ହୋଇନି। ବୟସ ବେଳେ ସକାଳର ନିତ୍ୟକର୍ମଠୁ ଆରମ୍ବ କରି ସନ୍ଧ୍ୟାରେ ଭାଗବତ ଟୁଙ୍ଗିକୁ ଯିବା ପର୍ଯ୍ୟନ୍ତ ସବୁ ସାଙ୍ଗ ହୋଇ କରନ୍ତି। ସେଥିପାଇଁ ସାହିଭାଇର ମାଇପେ କେତେ କଥା କହୁଥିଲେ। ଏପରିକି ଅଜା ଆଈଙ୍କ ନା ଦିଆଯାଇଥିଲା "ଦା ଧାନକେଣ୍ଡା"।
ଆଜି ସାବିତ୍ରୀ ବ୍ରତ। ଏ ବୟସରେ ଆଜି ଆଇ ସାବିତ୍ରୀ ବ୍ରତ କରିଛି। ଖୁବ ନିଷ୍ଠାରେ ଆଜି ଘର ବାହାର ଲିପା ପୋଛା କରିଛି। ଆଈର ଆଜି ନିର୍ଜଳା ଉପବାସ। ହେଲେ ଅଜାଙ୍କର ଦୀର୍ଘ ଆୟୁଷ ପାଇଁ ନୁହେଁ, ଏ ଯନ୍ତ୍ରଣା ରୁ ମୁକ୍ତି ପାଇଁ। ଭକ୍ତିର ସହ ଯମରାଜଙ୍କ ନିକଟରେ ନେହୁରା ହେଉଥିଲେ, ମୁକ୍ତି ଦିଅ ପ୍ରଭୁ ତାଙ୍କୁ ମୁକ୍ତି ଦିଅ।