କଲେଜ କ୍ୟାମ୍ପସର ମାନସୀ
କଲେଜ କ୍ୟାମ୍ପସର ମାନସୀ


ସକାଳୁ ସକାଳୁ ନିଦଟା ହଠାତ୍ ଭାଙ୍ଗିଗଲା.... ବୋଧେ ସ୍ପପ୍ନରେ ଡାକିଦେଇଥିଲା ମାନସୀ । ଆଖିଦୁଇଟି ମଳି ମଳି ଚାଲିଗଲି ବେସିନ୍ ଆଡକୁ। ଦର୍ପଣରେ ମୁହଁଟା ଦେଖିଲା ବେଳକୁ ମାନସୀ ର ଛବି ପଛରେ ଦଖାଯାଉ ନାହିଁ। ନିଦୁଆ ନିଦୁଆ ମଳିନ ମୁହଁଟା ସତେ ଯେମିତି ରସ ହିନ, ଆଖି ଦୁଇଟି ଦିନକୁ ଦିନ ଭିତରକୁ ଭିତରକୁ ପଶିବାରେ ଲାଗିଲାଣି, ଗୋଲ ଗାଲଟା ଧିରେ ଧିରେ ପଛକୁ ପଶି ଗୋଟେ ଗୋଟେ ଗାତ କରିଚାଲିଛି । ସବୁ ସେଇ ମାନସୀର ଅପେକ୍ଷାରେ। କେବେ ନା କେବେ ସେ ନିଶ୍ଚିତ କହିବ.... I Love U.... ।
ପୁଣି ଫ୍ରେସ୍ ହୋଇ ଚାଲିଥାଏ କଲେଜ ଛକପଟେ । ଜଗି ବସିଥାଏ ଫାଟକ ପାଖ କେଣ୍ଟିନ୍ ଆଗରେ । କପେ କପେ କରି ଚାରିଥର ଚା ପିଇସାରିବା ପରେ ମାନସୀ ଆସେ । ହେଲେ ଦେଖିମଧ୍ୟ ନ ଦେଖିଲା ପରି ସିଧା କଲେଜ ଫାଟକ ଦେଇ କ୍ଲାସ୍ ରୁମ୍ ପଟେ ହଜିଯାଏ । ଲେଡିଜ୍ କମନ୍ ରୁମ୍ ଭିତରେ ପଶି ମାନସୀ କୁ ଡାକିବାର ସାହାସ କରିପାରେନାହିଁ । ପୁଣି ୟୁ ଟର୍ନ ମାରେ କଲେଜ୍ ଲାବ୍ରେରୀ ପଟେ କାଳେ ମାନସୀ ଆସିବ ବହି ମାଗି ନୋଟ୍ସ ଲେଖିବ । ମୁଁ ବି ଲେଖିବା ବାହାନା କରି ତା ପାଖରେ ବସି ଖୁବ୍ ଗପିବି, ତା ନୋଟ୍ସ ଛଡାଇ ମୋ ମନ କଥା ତା ଡାଇରିର ଭିତର ପୃଷ୍ଠାରେ ଲେଖିଦେବି ।
କିନ୍ତୁ ସେମିତି କିଛି ହୁଏନାହିଁ । ମାନସୀର କ୍ଲାସ୍ ସରିଯାଏ ହାଲକା ହାଲକା ହୋ ହାଲ୍ଲ୍ ଶୁଣାଯାଏ । ଲେକଚର ବାହାରି ଆସନ୍ତି ଶ୍ରେଣି ଗୃହଛାଡି ଆଉ ମାନସୀ ସାଙ୍ଗ ମାନଙ୍କ ସହ ହସଗମାତ ହୋଇ ସିଧା କମନ୍ ରୁମ୍ ଭିତରେ ପଶିଯାଏ । ମୋ ପଟେ ଆଡ ଆଖିରେ ଚାହେଁ ନାହିଁ । ସେ ବୋଧେ ଭାବୁଥାଏ ତା ସାଙ୍ଗ ସବୁ ଜାଣିଯିବେ ଟାହି ଟାପରା କରିବେ ।
କିଛି ସମୟ ଅପେକ୍ଷା କରେ କେଣ୍ଟିନ୍ ଭିତରେ ମାନସୀକୁ ଡାକିବ କଫି ପିଇବା ବାହାନାରେ, କଫି ପିଉ ପିଉ ସବୁକିଛି କହିଦେବ ତାକୁ । ହେଲେ ମାନସୀ ତା ସାଙ୍ଗମାନଙ୍କୁ ଧରି ଆସିଥାଏ କିଛି କରିହୁଏନି।
କଲେଜ ସରିବା ପର୍ଯ୍ୟନ୍ତ ଅପେକ୍ଷା କରେ ମାନସୀ ସାଇକଲ ରେ ଘରକୁ ଫେରିବା ବାଟରେ ଖୁବ୍ ଗପି ଗପି ଯିବ ସହର ପର୍ଯ୍ୟନ୍ତ ଆଉ ସୁବିଧା ଦେଖି କହିଦେବ ମନ କଥାଟି ହେଲେ ପୁଣି ସେଇ ସାଙ୍ଗ ଦୋଷ,ଘେରିନିଅନ୍ତି ମାନସୀକୁ ପ୍ରତିବନ୍ଧକ ସାଝେ ସ୍ନେହ ଟିକକ ବାଣ୍ଟି ଦେବାପାଇଁ ।
ଭୁଲ୍ ମୁଁ କରିଥିଲି ନା ମାନସୀ ମୁଁ ଜାଣେନା। ବୋଧେ କଲେଜର ପ୍ରଥମ ଦିନ କ୍ଲାସ ଭିତରେ ତରବର ହୋଇ ପଶିଲା ବେଳେ ମାନସୀ ପଛପଟେ ଧକ୍କା ହୋଇଯିବା । ତା ପରେ ତାକୁ sorry କହିବା.... ତା ନାଁ ପଚାରିବା ... ତା ଖିଲି ଖିଲି ହସରେ ଛାତି ଭିତରେ ଏକ ଶୂନ୍ୟତା ସୃଷ୍ଟି କରିବା...।
କ୍ଲାସ୍ ରେ କିଛି ନ ବୁଝିବା ଅଭିନୟ କରି ତା ନୋଟସ୍ ମାଗିନେଇ ତରବର ହୋଇ କଲେଜ ଲନ୍ ରେ ବସି ନିଜ ଖାତାରେ ଉତାରିବା ଡାଉଟ୍ କ୍ଲିଏର କରିବା ବାହାନାରେ ମାନସୀ କୁ କଫି ଷ୍ଟଲ୍ ପାଖକୁ ଡାକିବା,କଲେଜ କେଣ୍ଟିନ୍ ରେ ଖାଇଲାବେଳେ ତା ଖାଇବା ଥାଳିଟା ଧରି ସର୍ଭ ବୟ ପାଖକୁ ଯାଇ ବେଶି ବେଶି ତରକାରୀ ମାଗି ଆଣିଦେବା ।
କଲେଜ ବନ୍ଦ ହେଲା ବେଳକୁ ସାଇକଲ୍ ଷ୍ଟାଣ୍ଡ ପାଖରେ ଅପେକ୍ଷା କରିବା । ନୋଟସ୍ ମାଗିବା ପାଇଁ ମାନସୀ ଘରକୁ ବହୁତ ଥର ଯାଇଥାଏ ହେଲେ ଇଡାଡୁ ସିଆଡୁ ଗପିନିଏ ହେଲେ ସେମିତି କିଛି କଥା ହୋଇ ପାରେନାହିଁ ।
ବେଳେ ବେଳେ ଭାବେ ଭୁଲ୍ ବୋଧେ ମାନସୀ କରିଛି । ଏତେ ଥର କଲେଜ କେମ୍ପସ୍ ରେ ଦେଖାସାକ୍ଷାତ ପରେବି କିଛି କହି ନାହିଁ ନା କଫି ଷ୍ଟଲ୍ ରେ ନା ଲାଇବ୍ରେରୀରେ ନା କଲେଜ ଫେରିବା ରାସ୍ତାରେ । ତା ଘରକୁ ନୋଟସ ମାଗିବା ବାହାନାରେ ଯାଇଥିବାବେଳେ କିଛି କହିନାହିଁ ।
ତଥାପି ଖୋଜୁଥାଏ ମାନସୀକୁ ନିତିନିତି କଲେଜ କେମ୍ପସ୍ ଭିତରେ ବାହାରେ କେବେନା କେବେ ସେ ନିଶ୍ଚେ ବାଣ୍ଟିଦେବ ସ୍ନେହ ଆଉ କହିଦେବ।