Balaram Barik

Romance


2  

Balaram Barik

Romance


କିଞ୍ଚିତ୍ ସ୍ପର୍ଶ

କିଞ୍ଚିତ୍ ସ୍ପର୍ଶ

3 mins 110 3 mins 110


ଏ ଅନୁଭବଟି ଉଣା ଅଧିକେ ଆମ ଭଳି ପ୍ରାୟ ସବୁ ଅବିହାଡାଙ୍କ ଜୀବନରେ ଆସେ ଯେତେବେଳେ ସେ ଏହି ସ୍ବର୍ଣ୍ଣିମ କ୍ଷଣକୁ ଯୁଗ ଯୁଗରୁ ଅନାଇ ବସିଥାଏ।ଅବିହାଡା ମନରେ କଣ କଣ ସବୁ ଇଚ୍ଛା ଅଙ୍କୁରୁ ନଥାଏ।ସବୁକିଛି ପ୍ରକାଶ କରିହୁଏନି।ଏ ପ୍ରକ୍ରିୟାଟି ଅତ୍ୟନ୍ତ ଜଟିଳ।ମନ ଓ ମସ୍ତିଷ୍କ ତ ସଭିଙ୍କ ପାଖରେ ଅଛି କିନ୍ତୁ କେତେଜଣ ମହା ପୁରୁଷ ମନ ଓ ମସ୍ତିଷ୍କର ଇଙ୍ଗିତକୁ ସଫଳ ରୂପାୟନ କରିଥାନ୍ତି ଯେ !!! 

ଖୁବ୍ କମ୍।


ପାର୍ଶ୍ଵ ପ୍ରତିକ୍ରିୟାର ଭୟ ପ୍ରାୟ ସଭିଙ୍କର ଥାଏ।କଲେଜ ବେଳେ ସାଧାରଣ ତ ଦୁଇ ପ୍ରକାରର ପ୍ରେମ ହୁଏ ।ପ୍ରଥମ ପ୍ରେମ ହେଉଛି ଔଦ୍ୟୋଗିକ ପ୍ରେମ ଓ ଦ୍ୱିତୀୟଟି ହେଲା କ୍ଲାସ ଟପରଙ୍କ କରୁଣ ସାନିଧ୍ୟ ପାଇବାର କଠୋର ପ୍ରେମ।ଉକ୍ତ ପରିଭାଷା ଦୁଇଟି ବାଳିକାଙ୍କ ମନସତ୍ତ୍ୱ ଦୃଷ୍ଟିକୋଣ।ବାଳକଙ୍କୁ ଯିଏ ସୁନ୍ଦର ଦିଶିଲା ତା ଆଡେ ଚାହିଁ ପ୍ରେମ ବାତାବରଣ ସୃଷ୍ଟି କରିବାରେ ଲାଗି ପଡନ୍ତି।ଏହି ବାତାବରଣ ସୃଷ୍ଟି କରିବା ମଧ୍ୟ ସହଜ ନୁହେଁ।ଅତ୍ୟନ୍ତ ଦୁଃସାଧ୍ୟ ବ୍ୟାପାର। ସେ ଅଭୋଗ ଆଖିଠାରକୁ ବୁଝିବାକୁ ଯେତିକି ସମୟ ଲାଗେ।ସେହି ସମୟ ଭିତରେ କେହି କେହି ବାଳୁଙ୍ଗା ଟୋପାଜ ଅସ୍ତ୍ର ସାହାଯ୍ୟରେ ନିଜ ଶରୀରର ଆନାଟୋମି କରିବାକୁ ପଛାଇ ଯାଆନ୍ତି ନାହିଁ।


ମୋ ସାଙ୍ଗ ଲାପୁ ମଧ୍ୟ ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ତିନି ଚାରି ଜଣ ବାଳିକାଙ୍କ ପାଇଁ ଏମିତି ରକ୍ତଦାନ କରିଛି।ବାସ୍ ବ୍ୟାନ୍ଡେଡ ଆଗରୁ ରେଡି ଥାଏ।ରକ୍ତରେ କିମିତି ଚିଠି ଲେଖାଯିବ ସେ ବିଷୟରେ ସେ ରୀତିମତ ପ୍ରଶିକ୍ଷଣ ଶିବିର ମେସରେ ଆୟୋଜନ କରେ। କଲେଜରେ ରକ୍ତଦାନ ଶିବିର ଲାଗିଲେ ତାକୁ ଆଗୁଆ ଡକରା ପଡେ।ରକ୍ତ ଦାନ ମହାପୁଣ୍ୟ ଉପରେ ସେ ପ୍ରାରମ୍ଭିକ ଭାଷଣଦିଏ।ମୁଁ ଏକାନ୍ତ ସମୟରେ ବସି ଭାବେ ଏ ଲାପୁ ଭଳି ଭଣ୍ଡ କେମିତି ଝିଅଙ୍କୁ ପଟେଇ ଦେଉଛି ।ମୁଁ ଏତେ ସଚୋଟ ହେଇ ମଧ୍ୟ ଝିଅ କାହିଁକି ବାସିରେ ମୋ ଆଡ଼କୁ ଅନାଉ ନାହାଁନ୍ତି।କିଛି ତ କଳା ଅଛି ତା ଠି ...

ତା ଚିକ୍ଣଣ ଗୋରା ଶରୀର !!!

ତା ହୋଣ୍ଡା ଇୟୁନିକର୍ଣ୍ଣ !!!

ତା ଜେଲ୍ ଲଗା ଚୁଟି !!! 


ମୋଡି ହୋଇ ନିଜ ଆଡେ ଚାହେଁ ,ନା ଏସବୁ ମୋ ପାଖରେ ନାହିଁ।କେବଳ ଜଣେ ସତିଆ ପୁରୁଷ ହେବାର ପ୍ରକାଣ୍ଡ ଗୁଣ ଛଡା ମୋ ପାଖରେ ଆଉ ବିଶେଷ କିଛି ସାଧନ ନାହିଁ।

ଲାପୁ କ୍ଲାସ ବାହାରୁ ଯେତେବେଳେ ଲିମ୍ବ ଗଛ ମୂଳସ୍ଥ ଗୁପୁଚୁପୁ ଠେଲା ଆଡକୁ ଗସ୍ତ କରେ ତାର ଦୁଇ ପଟରେ ଥାନ୍ତି ସେକ୍ସନର ଦୁଇ ଶ୍ରେଷ୍ଠ ସୁନ୍ଦରୀ, ଲାଲୀ ଓ ଅଲିଭା ।ଭାରି ଈର୍ଷା ହୁଏ ।କଣ କରିବା ଭାବି ଭାବି କଷ୍ଟ ଲାଗେ।କଣ ମୁଁ ଏତେ ଖରାପ୍ !!

କେବଳ ସ୍ୱପ୍ନରେ ଛୁଇଁଛି ଅନେକଙ୍କୁ,ତାର କଠୋର ପରିଣାମ ମଧ୍ୟ ଭୋଗିଛି ଅନେକ ବର୍ଷ।କଲେଜକୁ ବସ୍ କିମ୍ବା ଲୋକାଲ୍ ଟ୍ରେନରର ଯିବା ଆସିବା କରିବା ବେଳେ ଜାଣିଶୁଣି ଝରକା ପାଖ ସିଟକୁ ଅନାଧିକାର ଭାବେ ଛାଡି ଦେଇଥାଏ।

କାଳେ କିଏ ଭିଡରୁ ଆସି କହିବ ...ଟିକେ ସାଇଡ୍ ହେଇଯାନ୍ତୁ।

ମୁଁ ଝରକା ପଟକୁ ବସିଯିବ ଓ ସେ ଅନାମିକା ନାୟିକା ପାଖରେ ମୁଁ ବସିବାର ସୁଯୋଗ ପାଇ ଯାଆନ୍ତି।କିନ୍ତୁ ଫଟା କପାଳକୁ ଏମିତି କେବେ ହୁଏନି।କେହି ଆସି ବସନ୍ତି ନାହିଁ ମୋ ପାଖରେ ଥିବା ଖାଲି ସିଟରେ।


ମୁଁ ମଧ୍ୟ ତପସ୍ୟାରତ ସାଧୁ ପରି ଧ୍ୟାନ ଲଗାଇ ବସିଥାଏ।କାହାକୁ ଆକୁଳ ନୟନରେ ସିଟ୍ ଦେବାକୁ ଇଙ୍ଗିତ ମଧ୍ୟ କରେନି।

ସେଠି ଅନାମିକା ନାୟିକା ଠିଆ ହେଇ ଯାଆନ୍ତି ପଛେ କିନ୍ତୁ ବସନ୍ତି ନାହିଁ।କେଜାଣି କାହିଁକି ଏମିତି ହେଉଥିଲା ମୋ ସାଥିରେ !!

ମୁଁ ବୋଧହୁଏ ଭାବୁଥିଲି ନାୟିକା ମାନେ ଆଗେ ତାଙ୍କ ତରଫରୁ କଥା ହୁଅନ୍ତେ ନାହିଁ !!!!ଡରି ,କାହା ସଙ୍ଗେ ଆଗୁଆ କଥାବାର୍ତ୍ତା ଆରମ୍ଭ କରି ହୁଏନି।କାଳେ ଖବର କାଗଜରେ ବାହରିଯିବ ଟ୍ରେନରେ ଜୈନିକା ବାଳିକାକୁ ଅଭଦ୍ର ଢଙ୍ଗରେ ପ୍ରେମ ନିବେଦନ କରୁଥିବା ବେଳେ ଉଦ୍ଭ୍ରାନ୍ତ ଯୁବକକୁ ନିସ୍ତୁକ ମାଡ଼।ଯୁବକଟି ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛି।


ପରିବାର ,ସାହି ଭାଇ ଗାଁ ଗଣ୍ଡାରେ ଇଜ୍ଜତ ରହିବ ଟି !

ନା ନା ..ଥାଉ ଥାଉ ...

ନିଶା ଉତ୍ତୁରୀଯାଏ।ସାପ୍ତାହିକ ରଙ୍ଗୀନ ଖବର କାଗଜରେ ପ୍ରେମିକାର ମୁହଁକୁ ଖୋଜିବାର ନିଷ୍ପାପ ପ୍ରୟାସଟିଏ କରିବାକୁ ହୁଏ।

ପିକିନିକି ଋତୁ ଆସିଲେ ମନରେ କାହିଁକି କେଜାଣି ଅଜବ ଖିଆଲ ସବୁ ଚାଲିଆସେ।ମନରେ ଯେମିତି ଆଶାର କିରଣ ଖେଳିଉଠେ।

ଲାଗେ କିଛି ତ ସମ୍ଭାବନା ଥିବ।ବ୍ୟାଗ୍ରତାରେ ମନ ଭରିଯାଏ।ନୂଆ ଜ୍ୟାକେଟ୍ ,କ୍ୟାପ୍ ,ଲକେଟ୍,ଅତର ଓ ଚଷମା ଆଦି କିଣାଯାଏ।

ହୀମେସ୍ ରେସମୀୟଙ୍କ ଗୀତର ତାଳେ ତାଳେ ମନ ମତୁଆଲା ହେଇ ନାଚିବାର ଦୃଶ୍ୟ ମନରେ ଆସିଯାଏ।ପାଦ ମାଟିରେ ଲାଗୁ ନଥାଏ।

ପ୍ରେମିକାଟିଏ ନଥିଲେ ନାହିଁ।ପାଖା ପାଖି ସିଟରେ ବସିବାର ସୁଯୋଗ ମଧ୍ୟ ଏଠି ହାତ ଛଡା ହୋଇଯାଏ।ମାତ୍ର ମନରେ ବିଶ୍ୱାସ ଥାଏ କାଳେ ଯଦି କାହାର ମନ ପରିବର୍ତ୍ତନ ହୁଏ ନାଚି ନାଚି ପାଖ ସିଟିରେ ବସିଯିବ।।ଗତ ଦୁଇବର୍ଷ ହେଲା ସେୟା ଭାବୁଥିଲି।କିଛି ହେଲା ନାହିଁ।

ଏ ବର୍ଷ ଶେଷ ପ୍ରୟାସ କାହିଁକି ଛାଡିବା।ଚେଷ୍ଟା କରୁଥିବା ଲୋକ କେବେ ବିଫଳ ହୁଏନି।


ସେମିତି କହିବାକୁ ଗଲେ ସବୁ ଝିଅ -ପୁଅ ତ ମିଶିକରି ନାଚନ୍ତି ମାତ୍ର ତାଳରେ ତାଳ ଦେଇ ନାଚୁଥିବା ଯୁଗଳ ହିଁ ଏହାର ଅସଲି ମଜା ଲୁଟନ୍ତି।ଦିନେ ଅଧିକା ନାଚି ବେହୋସ ପ୍ରାୟ ହେଇ ଯାଉଥିବା ଝିଅ ସାଙ୍ଗ ମାନଙ୍କୁ ପାଣି ପିଆଇବା ଓ ତାଙ୍କ ମୁଣ୍ଡରେ ହାଲୁକା ପାଣିର ଲେପ ଦେବା ଖୁବ କମ ଭାଗ୍ୟବାନ ପୁରୁଷଙ୍କୁ ମିଳେ।ସେହି ମହାନ ବ୍ୟକ୍ତିତ୍ୱଙ୍କ ପରିଚୟ ହେଲା ସେ ଡିପାର୍ଟମେଂଟର ବୟୋଜ୍ୟେଷ୍ଠ ଛାତ୍ର ଓ ଏଚ:ଓ:ଡି ଙ୍କ ପ୍ରିୟପାତ୍ର।ଆମେ ତ ଏସବୁ ଯୋଜନାର ଅଂଶୀଦାର ମଧ୍ୟ ନହୁଁ।ମାତ୍ର କେଉଁଠି ନା କେଉଁଠି ମନରେ ଇଚ୍ଛା ଥାଏ ପାଠ ଛଡା ଅନ୍ୟକିଛି ଆଲୋଚନା କରୁନଥିବା ସେ ଝିଅ ସାଙ୍ଗ ମଧ୍ୟରୁ କେହି ଜଣେ କିଞ୍ଚିତ୍ ସ୍ପର୍ଶ କରି କୁହନ୍ତା ନି !!!


ଆରେ ବସିଛୁ କଣ ଚାଲ ହାତରେ ହାତରେ ଛନ୍ଦି ନାଚିବା।

ମୁଁ ଜାଣିଛି ତୁ ମୋତେ ସେତେବେଳୁ ଅନେଇଛୁ।କଣ ନାଚିବୁ ମୋ ସାଙ୍ଗରେ !!ଆସ୍ ଏଇଟା ପିକିନିକି ପରା।

ଏଇଟା ପରା ଅଲଗା ଗୋଟିଏ ଦିନ।ଆଜିର ଦିନରେ ଧନୀ-ଗରିବ ପାଠୁଆ- ମୂର୍ଖ ,ଅନର୍ଷ ଓ ପାସ୍ ମଧ୍ୟରେ କିଛି ବାଡ଼ ବତା ନଥାଏ।

କେଵଳ ମେଞ୍ଚା ମେଞ୍ଚା ଗୋଲାପ ଫୁଲର ଗାଢ଼ ବାସ୍ନା।

ଶୁଣ ...ଯେଉଁ ଲୁକାଇତ ଇଚ୍ଛା ନେଇ ଆସିଛ ତାକୁ ଚରିତାର୍ଥ କରିବା ଅସୁନ......

ଡ଼ରୁଛ କଣ ପାଇଁ ଯେ !!! 


.......ସ୍ମିତ ହାସ୍ୟ..




Rate this content
Log in

More oriya story from Balaram Barik

Similar oriya story from Romance