STORYMIRROR

Balaram Barik

Others

2  

Balaram Barik

Others

ଟୀକା

ଟୀକା

1 min
134


ଟୀକା ସହ ସମ୍ପର୍କ ଆମର ନୂଆ ନୁହେଁ ମ !

ପିଲା ଦିନୁ ୟାକୁ ଓ ଏହାର ଦାଗକୁ ଦେଖିଛୁ।କେତେବେଳେ ବାପାଙ୍କ ବାହୁରେ ତ କେତେବେଳେ ଜେଜେଙ୍କ ଧୁଡୁ ଧୁଡା ଚମଡା ହାତରେ ।ଗୋଲ ଗୋଲ ମସୃଣ ତିନି ଚାରୋଟି ବଟିକା ଭଳି।

ବୋଉ କହେ ସେମାନେ ପିଲା ଥିଲା ବେଳେ ଏହି ଟୀକା ନେଇଥିଲେ।ସେତେବେଳେ ମଧ୍ୟ କିଛି ମହାମାରୀ ରୋଗ ଆସିଥିଲା।

ତା'ର ମନେ ନାହିଁ ।।କେତେବେଳେ କହେ ବସନ୍ତ ପାଇଁ।ପୁଣି କେତେବେଳେ କହେ ନାଇଁ ନାଇଁ।ମିଳିମିଳା ପାଇଁ।


    ସମସ୍ତଙ୍କ ବାହୁରେ ସେ ଟୀକା ବହୁତ ଆକର୍ଷଣୀୟ ଦେଖା ଯାଉଥିଲା।ସତେ ଯେମିତି ଗହଣା।ଭୁଜାରେ ଡେଉଁରିଆ ଓ ଟୀକା ମିଶିକି ଗୋଟିଏ କଳାକୃତିର ଭ୍ରମ ସୃଷ୍ଟି କରୁଥିଲା।

    ମୁଁ ମନେ ମନେ ଭାବୁଥିଲି ,ମୋ ହାତରେ ସେମିତି ଟୀକା ଦାଗ ନଥାନ୍ତା !!!! କରୋନା ଆସିବା ପରେ ମନରେ ପୁଣି ଆଶା ଜାଗି ଉଠିଲା।ଟୀକା ନେବା ପରେ ମୋର ହାତରେ ବି ସେମିତି ଦାଗ ହେଇଯିବ।ବଢିଆ ଦିଶିବ ନା !!


  ଗାଁ ଦାଣ୍ଡରେ ଟୀକା ଗୋବିନ୍ଦ ଚନ୍ଦ୍ର ଗୀତ ଶୁଭୁଥିଲା...

   ଭଜୁ କି ନା ରାମ ନାମରେ କୁମର ...

   ଜପୁ ନା କୃଷ୍ଣ ନାମ ...

   ଭଜି ନପାରିଲେ କୁଳ ଚନ୍ଦ୍ରମାରେ 

   ବାନ୍ଧି ନେବ କାଳ ଯମରେ 

   କୁମର .....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍