STORYMIRROR

Balaram Barik

Tragedy

2  

Balaram Barik

Tragedy

ଛାତ

ଛାତ

1 min
153


ଶମ୍ଭୁ ରାଜମିସ୍ତ୍ରୀ କୋଉ ସିଭିଲି ଇଞ୍ଜିନିୟରଠୁ କମ୍ ନୁହେଁ।ତା ହାତରେ ସେ ଆଖ ପାଖ ଦଶ ଖଣ୍ଡ ଗାଁର କୋଠାଘର ତିଆରି କରିଛି।ତା କରଣୀ, ଗଜ,ଉଷା ,ଗୁରୁମୁଲା ଓ ଓଳମ୍ କଥା କହେ।ମଜବୁତ ଲୁହା ଛଡ଼ରେ ସେ ଅନେକଙ୍କ ଭାଗ୍ୟ ଓ ଭବିଷ୍ୟ ସଳେଖେଇଛି ।ନିଜେ ଯା ଖାଲି ମେରୁଦଣ୍ଡ ଭାଙ୍ଗି ପଡିଛି।ଲୋକେ କହନ୍ତି ଭାଗ ମାପ ତାର ଅତି ଉଚ୍ଚକୋଟୀର।ସିମେଣ୍ଟ ଅଖା ଶୁଙ୍ଘି ତାର ଗ୍ରେଡ଼ କହିଦିଏ।ସମସ୍ତଙ୍କ ଘରକୁ ପକ୍କା କରୁଥିବା ଶମ୍ଭୁ ମିସ୍ତ୍ରୀ ଘର କଚ୍ଚା।ଯେତେ ରୋଜଗାର କଲେ ତାକୁ ନିଅଣ୍ଟ।ପୁଅ ଅପେକ୍ଷାରେ ପାଞ୍ଚଟି ଝିଅ।ନୁଆଁଣିଆ ଚାଳଘର ଦୁଇ ବଖରା।ଆକାଶିଆ ଗଛର କାଠରେ ଠିଆ ହେଇଥିବା ମଝି ଖୁଣ୍ଟଟିକୁ ଉଈ ଖାଇ ଖାଇ ପୋଲ୍ହା କରି ସାରିଲେଣି ଠିକ ତାର ଭାଗ୍ୟ ପରି।ପାଞ୍ଚ ପାଞ୍ଚଟା ଝିଅ କେମିତି ବାହା କରିବ ସେଇ ଚିନ୍ତାରେ ତାର ଆଖି ପାଣି ଚାଳ ବାଟେ ବୋହୁଛି।ସିମେଣ୍ଟ ଅଖାର ଆବରଣ କେତେ ଦୂର ଯେ ସାହା ଭରଷା।

ଅଧା ଦିନ ତା ମୁଣ୍ଡ ଉପରେ ଛାତ ନାହିଁ କହିଲେ ଚଳେ।ଦୁଆର ମୁହଁରେ ପଡିଥିବା ଦୌଉଡ଼ିଆ ଖଟଟି ତାର ପଲଙ୍କ।ସେ ବିଶାଳ ଆକାଶଟି ତାର ଛାତ।

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy