STORYMIRROR

Balaram Barik

Comedy

3  

Balaram Barik

Comedy

ଏକ୍ସେଲ

ଏକ୍ସେଲ

1 min
164


ରାଧୁଆ ତଡିତୁଡାକି ୨ ପାସ କରିଛି।ପାଠର ଗଭୀରତାକୁ ବେଶୀ ପଶିନି ମାତ୍ର ଉପସ୍ଥିତ ବୁଦ୍ଧି ଭଲ ଅଛି ବୋଲି ଗାଁ- ସାହିରେ ଚର୍ଚ୍ଚା।ଦୁଇଦିନ ପୂର୍ବରୁ ଦୈନିକ ଖବର କାଗଜରେ ସୁପର ଭାଇଜର ପୋଷ୍ଟ ପାଇଁ ଇସ୍ତାହାର ଦେଖିଥିଲା।ଘରୋଇ କମ୍ପାନୀ ।ଦରମା ମାସକୁ ୧୫ ହଜାର ଟଙ୍କା ।ଗୋଟିଏ ଓଳି ଖାଇବା ମାଗଣା।ଭୁବନେଶ୍ୱରରେ ତାଙ୍କ ଅଫିସରେ ସାକ୍ଷାତକାର ହେବ।ସମୟ ସକାଳ ୧୧:୩୦ ପରଠାରୁ।


ସାକ୍ଷାତକାର ତ ଇଂରାଜୀରେ ହେବ ।ତେଣୁ ରାଧୁ ଦୁଇ ଦିନ ହେବ ଟେନ୍ସ ଚାର୍ଟ ବହିଟାକୁ ଅନର୍ଗଳ ଘୋଷି ପିଇ ଯାଇଛି। ରାସ୍ତା ଘାଟରେ ଯାହାକୁ ଦେଖୁଛି ତା ପାଟିରୁ ଇଂରାଜୀ ବାହାରି ପଡୁଛି।

ଗୁଡ଼ ମର୍ଣ୍ଣିଙ୍ଗ ସାର ।ମାଇଁ ନେମ ଇଜ ରାଧାକାନ୍ତ ବେହେରା।ମାଇଁ ଫାଦର ନେମ ଇଜ ସୀତାକାନ୍ତ ବେହେରା... ଇତ୍ୟାଦି ଇତ୍ୟାଦି।


ରାଧୁ ସାକ୍ଷାତକାର ହେବା ସ୍ଥଳୀରେ ଠିକ ସମୟରେ ପହଞ୍ଚିଲାଗଲା ।ଜଣ ଜଣ କରି ସାକ୍ଷାତକାର ହେଇ ଫେରୁଥାନ୍ତି।ରାଧୁଆ ଉତ୍କଣ୍ଠାର ସହ ଅନେଇ ରହିଥାଏ।ଖବର ପାଇଲା ସାକ୍ଷାତକାର ନେଉଥିବା ବ୍ୟକ୍ତି ଜଣଙ୍କ ଓଡ଼ିଆରେ ବି ପ୍ରଶ୍ନ ପଚାରୁଛନ୍ତି।ରାଧୁଆ ଆହୁରି ଉତ୍ସାହିତ ହେଇଗଲା।ଯାହାହେଉ ଏଥର ଆଉ ଖଣ୍ଡି ଇଂରାଜୀ କହିବାକୁ ପଡିବ ନାହିଁ।


ରାଧୁର ପାଳି ପଡିଲା।ଯଥା କଥାକେ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଉଥାଏ ରାଧୁ।ରାଧୁକୁ ଅନୁଭବ ହେଉଥିଲା ବୋଧହୁଏ ତାର ଉତ୍ତର ପ୍ରଶ୍ନ ପଚାରୁଥିବା ବ୍ୟକ୍ତିଙ୍କୁ ପସନ୍ଦ ହେଉନାହିଁ।କିନ୍ତୁ ରାଧୁଆ ଆତ୍ମବିଶ୍ୱାସରେ ଭରିଥିଲା।

ରାଧୁକୁ ପରବର୍ତ୍ତୀ ପ୍ରଶ୍ନ ଓଡ଼ିଆରେ 

-ଏକ୍ସେଲ ଆସେ ?

-ନାଇଁ ଆଜ୍ଞା ମିଡିୟମ ।

-ହଉ ଯେବେ ଏକ୍ସେଲ ଆସିବ ତେବେ ଆଗାମୀ ସାକ୍ଷାତକାରରେ ଆସିବ।ଆମେ ଏମିତି ପ୍ରାର୍ଥୀ ଖୋଜୁଛୁ, ଯାହାକୁ ଏକ୍ସେଲ ଆସୁଥିବ।


ରାଧୁ ମନେ ମନେ ନିଜକୁ ଦୋଷୀ ଭାବୁଥିଲା ଏକ୍ସେଲ ଆସିବ କହିଦେଇଥିଲେ ଭଲ ହେଇଥାନ୍ତା।

ଟିକେ ଢିଲା ହେଇଥାନ୍ତା।ଆଡ଼ଜଷ୍ଟ କରିଦେଇ ଥାନ୍ତି।

ଉହୁଁ... ବଡ଼ ଭୁଲ କରିଦେଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy