Balaram Barik

Abstract Children Stories

4  

Balaram Barik

Abstract Children Stories

ଅଣ୍ଟି ଛୁରୀ ତଣ୍ଟି କାଟେ

ଅଣ୍ଟି ଛୁରୀ ତଣ୍ଟି କାଟେ

6 mins
328



ଗୋଟିଏ ଗାଁ ରେ ଗୋଟିଏ ଛେଳି ଜଗୁଆଳୀ ପିଲା ଥିଲା ।ସେ ଜଙ୍ଗଲ କୁ ସବୁଦିନ ଛେଳି ନେଇ ଚରାଇବାକୁ ଯାଏ ।ସନ୍ଧ୍ୟା ହେଲେ ଫେରିଆସେ ।

ଦିନେ ସଖାଳୁ ସଖାଳୁ ସେ ଛେଳି ନେଇ ଯାଇଛି ,ଜଙ୍ଗଲରେ ଗୋଟେ ଆମ୍ବ ଗଛ ରେ ଆମ୍ବ ବହୁତ ଫଳି ଥିଲା ,ସେ ଆମ୍ବ ଗଛରେ ଚଢ଼ିଲା ଓ ମହା ଅନନ୍ଦରେ ପାଚିଲା ଓ ମିଠା ଆମ୍ବ ଗୁଡ ଖାଉଥିଲା ଓ ଖଟା ଆମ୍ବ ଗୁଡା ତଳକୁ ଫିଙ୍ଗି ଦେଉଥିଲା ।

ଏହି ସମୟରେ ସେ ଜଙ୍ଗଲରେ ଥିବା ବୁଢ଼ୀ ଅସୁରିଣୀ ତାକୁ ଦେଖିଲା ,ଛେଳି ଚରାଳି ପିଲା କୁ ଦେଖି ତାକୁ ମାରି ଖାଇବାକୁ ମାନେ ମାନେ ଉପାୟ ପାଞ୍ଚିଲା ।ସଂଗେ ସଂଗେ ସେ ଗୋଟେ ଅସହାୟ ବୁଢ଼ୀ ରୂପ ଧାରଣ କରି ଆମ୍ବ ଗଛ ପାଖକୁ ଗଲା ବୁଢ଼ୀ ଅସୁରୁଣୀ -ବାପରେ ଆଖିକୁ ଦିଶୁନି,କାନକୁ ଶୁଭୁନି ,ଦିଅନ୍ତୁ ନି ଆମ୍ବ ମୋତେ ଚାରି -ଛ ଟା ।ଛେଳି ଚରାଳି -ଯାଉନୁ ବୁଢ଼ୀ ଏଠୁ ।ଆଉ ଗୋଟେ ଗଛରେ ଚଢି ଆମ୍ବ ଖାଉନୁ ମୋତେ କିଆଁ ମାଗୁଛୁ ?ବୁଢ଼ୀ ଅସୁରୁଣୀ -ବାପରେ ମୁଁ ବୁଢ଼ୀ ମଣିଷ ଟା ଗଛରେ କେମିତି ଚଢ଼ିବି ?ତୁ ମୋତେ ଦିଟା ମିଠା ଆମ୍ବ ତୋଳି ଦିଅନ୍ତୁନି !ଛେଳି ଚରାଳି ମନରେ ଟିକେ ଦୟା ହେଲେ ।ସେ ଭାବିଲା ବୁଢୀଟାକୁ ଦି ଟା ଆମ୍ବ ଦେଇ ଦିଏ ।ଛେଳି ଚରାଳି ପିଲା -ଏଇ ନେ ତଳକୁ ଫିଙ୍ଗିଲି ବୁଢ଼ୀ -ନାଇରେ ଧନ ମୋତେ ଦେଖା ଯାଉନି ,ତୁ ମୋତେ ଗଛରୁ ତଳକୁ ଆସି ଦେଇ ଦେ !ମୋତେ ଦେଖା ଯାଉନି ପରାଛେଳି ଚରାଳି ପିଲା ଟା ବୁଢ଼ୀ ଅସୁରୁଣୀ ର ଫିକର ବୁଝି ପାରିଲା ନାହିଁ ,ତେଣୁ ଗଛ ରୁ ଓଲ୍ହେଇ ଆସି ବୁଢ଼ୀକୁ ପୁଞ୍ଜେ ଆମ୍ବ ବଢାଈ ଦେଲା ।ଏହି ସମୟରେ ବୁଢ଼ୀ ଅସୁରୁଣୀ ତାର ଅସଲ ରୂପକୁ ଆସି ଛେଳି ଚରାଳି ପିଲାକୁ ମାଡି ବସିଲା ।ଗୋଟେ ଅଖାରେ ପୁରେଇ କାନ୍ଧରେ ଥୋଇ ନେଇ ଗଲା ।


ଛେଳି ଚରାଳି ପିଲା ଯେତେ କାକୁତି ମିନତି ହେଲା ମଧ୍ୟ ବୁଢ଼ୀ ଅସୁରୁଣୀ ଶୁଣିଲା ନାହିଁ ।ଏମିତି କିଛି ବଟା ଯାଉ ଯାଉ ବୁଢ଼ୀକି ପାଇଖାନା ଲାଗିଲା ,ସେ ସେ ଅଖାକୁ ଗୋଟେ ବୁଦା ମୂଳେ ଥୋଇ ଦେଇ ପୋଖରୀ ପଠା କୁ ଗଲା ।ଛେଳି ଚରାଳି ବହୁତ ଚେଷ୍ଟା କରି ସେ ଅଖକୁ ଫିଟେଇଲା ଓ ସେ ଅଖା ଭିତରେ ପଙ୍କ ,କାଦୁଅ ,ବାଲି ଓ ଗୋଡି ପୁରାଇ ସେମିତି ଅଖାର ମୁଁହ କୁ ବାନ୍ଧି ସେଠୁ ଜୀବନ ବଞ୍ଚାଇ ଧାଇଁ ପଳାଇଗଲା ।


ବୁଢ଼ୀ କାମ ସାରି ଆସି ଦେଖିଲା ଅଖା ସେ ଯେମିତି ଥୋଇ ଥିଲା ସେମିତି ଅଛି ,ସେଠୁ ସେ ଅଖାକୁ ଆଗ ଭଳି କାନ୍ଧରେ ପକାଇ ଚାଲିଲା ,ଏହି ସମୟର ଅଖାରେ ଥିବା କାଚ ଗୁଡାକ ବୁଢ଼ୀ ମୁଣ୍ଡରେ ଫୁଟି ଯାଉ ଥାଏ ।ବୁଢ଼ୀ -ରହରେ ଟୋକା ! ମୋତେ କେତେ ଚିମୁଡୁଛୁ ଚିମୁଡୁ ।


ପାଣି ଗୁଡା ବହି ଯାଉ ଥାଏ ବୁଢ଼ୀ ମୁଣ୍ଡରେ ..

ବୁଢ଼ୀ -ଟୋକା କେତେ ମୁତୁଚୁ ମୁତ୍ ।ତତେ ଆଜି ପନିକିରେ କାଟି ,ମସଲା ଦେଇ ,ତୋ ସୁଆଦିଆ ନରମ ମାଂସ କୁ ଖାଇବି ଏମିତି ବୁଢ଼ୀ କହି କହି ଘରେ ପହଁଚିଲା ।ବୁଢ଼ୀ ଅସୁରୁଣୀ ଯେଉଁ ଗାଁ ରେ ରହୁ ଥିଲା ସେ ଗାଁ ର ସବୁ ଲୋକଙ୍କୁ ଖାଇ ଦେଇଥିଲା କିନ୍ତୁ ଗୋଟେ ଝିଅକୁ ନିଜ ପାଖରେ ରଖି ଥିଲା ,ତାକୁ ସେ ନିଜ ଝିଅ ଭଳି ପାଳି ଥିଲା ।ଝିଅଟି ମଧ୍ୟ ବୁଢ଼ୀ ଅସୁରଣୀ କୁ ମା ପରି ଭାବେ ।ଝିଅଟି ବୁଢ଼ୀ ର ସବୁ କାମ ଦାମ କରେ ।ବୁଢ଼ୀ ଅସୁରୁଣୀ କୁ ଖାଇ ବାକୁ ଦିଏ ,ତାକୁ ଘସା ମୋଡା କରେ ।ତା' ଦେହ ଖରାପ ହେଲେ ଔଷଧ ପଥି ଦିଏ ।ତାର ମୁଣ୍ଡରୁ ଉଙ୍କୁଣୀ ବି କାଢ଼େ ।ଏମିତି ବୁଢ଼ୀ ଅସୁରୁଣୀ ଝିଅଟିକୁ ନିଜ ଜୀବନ ଠୁ ବି ବେଶି ଭଲ ପାଉଥିଲା ।ବୁଢ଼ୀ ଆସି ଘରେ ପହଁଚିଲା ଓ ଅଖାକୁ ଦେଖାଇ କହିଲା ।ଲୋ ଝିଅ ମୁ ଆଜି ଗୋଟେ ବଢିଆ ସୁଆଦିଆ ଚିଜ ଆଣିଛି ।ମୁ ନଦୀକି ଗାଧୋଇବା ପାଇଁ ଯାଉଛି ।ତୁ ୟାକୁ କାଟିକି ତରକାରୀ କର ।ମୁଁ ଆସିଲେ ଖାଇବି ।

ଝିଅ ଟି ଅଖା ଟିକୁ ଖୋଲିଲା ।ଦେଖିଲା ବେଳକୁ ତା ଭିତରେ ପଙ୍କ ,କାଦୁଅ ,ବାଲି ,ମାଟି

ବୁଢ଼ୀ କୁ କହିଲା ଝିଅ -ଆଲୋ ମା ,ତୁ ଏଇ ସୁନ୍ଦର ଚିଜଟା ଆଣିଛୁ ।ୟାକୁ ତତେ ତରକାରୀ କରି ଦେବୀ ତୁ ଖାଇବୁ !ବୁଢ଼ୀ -(ଅଖାକୁ ଦେଖି)...ଆରେ ଆରେ ...ସେ ଧୃତ ଟା ଖସି ପଳାଇଗଲା ତାହେଲେ ।ହଉ ରହ କାଲି ସଖାଳ ହୋଉ ।ତାର ଦିନେ କୁ ମୋର ଦିନେ ।


ବୁଢ଼ୀ ଅସୁରଣୀ ର ମନ ଲାଗିଛି ,ସେ ଛେଳି ଚରାଳି ପିଲାକୁ ଯେମିତି ହେଲେ ଖାଇବ ବୋଲି ମନେ ମନେ ଜିଦି ଧରିଲା ।ତହିଁ ଆରଦିନ ସକାଳୁ ଜଙ୍ଗଲ ରେ ଲୁଚି କି ରହଲା ,ସେ ଛେଳି ଚରାଳି ପିଲା କୁ ଅପେକ୍ଷା କରି ।ସେଦିନ ସେମିତି ଛେଳି ଚରାଳି ପିଲା ଜଙ୍ଗଲକୁ ଆସିଲା ।ଛେଳି ଗୁଡା ଚରିବାକୁ ଛାଡ଼ି ଦେଇ ପୁଣି ମିଠା ଆମ୍ବ ଖାଇବାକୁ ଗଛରେ ଚଢ଼ିଲା ।କାଲି ର ଘଟଣା ତା ମନରୁ ଲିଭି ନଥିଲା ।କିନ୍ତୁ ସେ ବହୁତ ସାହସୀ ଥିଲା ।ମନେ ମନେ ଭାବିଲା ଆଜି ଯିଏ ମାଗିଲେ ବି ଆମ୍ବ ଦେବିନି କି ତଳକୁ ଓଲ୍ହେଇବି ନାହିଁ।ବୁଢ଼ୀ ଅସୁରୁଣୀ ତ ମହା ଚାଲାକ ।ସେ ଭାବିଲା ବୁଢ଼ୀ ବେଶ ଧରିଲେ ଏ ଟୋକା ଜମା ଆସିବନି ।ତେଣୁ ସେ ଗୋଟେ ଛୋଟିଆ ଝିଅ ବେଶ ଧରିଲା ।ଆଉ ଗଛ ମୂଳେ ପହଂଚି କହିଲା ।ଭାଇ ଗୋଟେ ପାଚିଲା ଆମ୍ବ ଦିଅନା ।ମୋତେ ଭାରି ଭୋକ ।

ଛେଳି ଚରାଳି :ତୁ ଗଛରେ ଚଢି ଆମ୍ବ ଖାଉନୁ ମୋତେ କିଆଁ ମାଗୁଛୁ !ଝିଅ ବେଶ ରେ ଥିବା ଅସୁରୁଣୀ -ମୁଁ ତ କୁନି ଝିଅ ଟା ଗଛ ଚଢା ଶିଖିନି ।ମୋତେ ଆମ୍ବ ଗୋଟେ ଦିଅ ଭାଇ।

ଏହା କହି କାନ୍ଦି ବାକୁ ଲାଗିଲା ଛେଳି ଚରାଳି -ହଉ କାନ୍ଦ ବନ୍ଦ କର ,ମୁଁ ଆମ୍ବ ତଳକୁ ପକାଉଛି ।

କୁନି ଝିଅ ବେଶରେ ଥିବା ବୁଢ଼ୀ ଅସୁରୁଣୀ -ନା ତୁମେ ତଳକୁ ଆସି ଦିଅ ।ତଳେ ପଡିଲେ ଆମ୍ବ ଫାଟିଯିବା ।ବାଲି ଧୂଳି ହୋଇ ଯିବା ।ମୁଁ ଖାଇ ପାରିବିନି ।ଛେଳି ଚରାଳି ପିଲା ଭାବିଲା ..ଆରେ ହଁ ସତେ ତ !ଛୋଟ ପିଲା ଟି ଏମିତି ତଳେ ପଡି ଥିବା ଆମ୍ବ ଖାଇ ପାରିବନି ।ତା ମନରେ ଦୟା ଆସିଲା ,ସେ ତଳକୁ ଆସି ଛୋଟ ଝିଅ ଟିକୁ ଆମ୍ବ ଦେବା ପାଇଁ ଚିନ୍ତା କଲା ।ଆଉ ଗଛରୁ ଓଲ୍ହାଇ ଆସି ଝିଅ ଟି କୁ ପୂଂଜ୍ଞେ ଆମ୍ବ ବଢାଈ ଦେଲା ।ସଂଗେ ସଂଗେ ବୁଢ଼ୀ ଅସୁରୁଣୀ ତାର ପ୍ରକୃତ ରୂପକୁ ଫେରି ଆସିଲା ।ଠୋ ଠୋ ହୋଇ ହସିବାକୁ ଲାଗିଲା ।ଛେଳି ଚରାଳି ପିଲା ଟା ମନେ ମନେ ଭାରି ଡରି ଗଲା ,ଭାବିଲା ମୁ ଏ କଣ କଲି ବୁଢ଼ୀ ଅସୁରୁଣୀ ର ମାୟା କୁ ଜାଣି ପାରିଲି ନାହିଁ ,ଆଜି ୟା ହାତରେ ମୋର ପ୍ରାଣ ଗଲା ,ହେ ପ୍ରଭୁ ମୋତେ ରକ୍ଷା କର ।ବୁଢ଼ୀ ଆଉ କାଳ ବିଳମ୍ବ ନକରି ତାକୁ ଅଖାରେ ପୁରେଇଲା ଆଉ ବାଟରେ କୋଉଠି ବି ଅଟକିଲା ନାହିଁ।ଗୋଟେ ନିଶ୍ୱାସ ରେ ଯାଇ ଘରେ ପହଁଚିଲା ।ଝିଅ କୁ କହିଲା ୟାକୁ କାଟିକରି ରାନ୍ଧେ ।ମୁଁ ଯାଉଛି ଗାଧୋଇ ଆଉ ଦାନ୍ତ ପଯାଇ ଆସିବି ।ଆଜି ୟାକୁ କଡ ମଡ କରି ଚୋବାଇ ଖାଇବି ।ୟା କହି ବୁଢ଼ୀ ଗାଧୋଇବାକୁ ଗଲା ।


ଝିଅ ଅଖା ର ମୁଁହ ଖୋଲିଲା ।ଦେଖିଲ ଗୋଟେ ସୁନ୍ଦର ପୁଅ ।କଣ କରିବା କିଛି ଚିନ୍ତା କରି ପାରିଲା ନାହିଁ ।ଛେଳି ଚରାଳି ପିଲା -ଆଉ ଡେରି କାହିଁକି ତୋ ମା ତ କହି କରି ଗଲା ।ଏବେ ମୋତେ ମାରିକି ତୋ ମା ପାଇଁ ରୋଷେଇ କର ।

ଝିଅ -ନାଇଁ ନାଇଁ ..ମୁ ମାରିବିନି ।ଛେଳିଆ ଛୁଆ -କାହିଁକି ?ଝିଅ -ନା ,ଚାଲ ଆମେ ସାଙ୍ଗ ହୋଇ ରହିବା ,ଏ ବୁଢ଼ୀ ପାଖରେ ରହି ମୁ ବି ତା ପରି ରାକ୍ଷସ ସ୍ୱଭାବର ହୋଇ ଗଲିଣି ।ଝିଅ ଟି ଛେଳି ଚରାଳି ପିଲା ଟିକୁ ଲୁଚାଇ ଘର ର ସଂଗା ରେ ରଖିଲା ।ଗୋଟେ ବଡ ଛେଳି ମାରି ତାକୁ ତରକାରୀ କଲା ।ବୁଢ଼ୀ ଆସିବା ପରେ ତାକୁ ଖାଇବାକୁ ଦେଲା ।ବୁଢ଼ୀ ଜାଣି ପାରିଲା ନାହିଁ ଖାଇ ଦେଲା ।ଖାଇ ସାରିବା ପରେ ତାକୁ କଣ ବାସିଲା ।କହିଲା ଝିଅଲୋ କଣ ମଣିଷ ମଣିଷ ଗନ୍ଧଉଛି ??

ଝିଅ -ମୁଁ ତ ମଣିଷ ।ଆଉ କିଏ ।ମୁ ବାସୁ ଥିବି 

ବୁଢ଼ୀ -ନାଇଁ ତୋ ବାସନା ନୁହେଁ 

ଝିଅ -ନାଇଁ ତୁ ମଣିଷ ମାଂସ ତରକାରୀ ଖାଇଛୁ ତ ସେଥିପାଇଁ ତୋତେ ଏମିତି ବାସୁଛି ।

ଏମିତି କିଛି ଦିନ ଗଲା ।ଛେଳି ଚରାଳି ଆଉ ବୁଢ଼ୀ ଅସୁରଣୀ ର ପାଳିତ ଝିଅ ସାଙ୍ଗ ହୋଇ ରହିଲେ ।

ବୁଢ଼ୀ ଘରକୁ ଆସିବା ସମୟ ହେଲେ ସେ ଛେଳି ଚରାଳି ପିଲା ଟି ଲୁଚି ଯାଏ ।ଆଉ ବୁଢ଼ୀ ମଝିରେ ମଝିରେ କହେ ..ଝୁଅ ଲୋ ମଣିଷ ମଣିଷ ଗନ୍ଧଉଛି ।ଝିଅ ବୁଢ଼ୀ କୁ ବାଉଁରାଇ ଦିଏ ।


ଦିନେ ଛେଳିଆ ଛୁଆ ସେ ଝିଅକୁ କହିଲା କେତେ ଦିନ ଆଉ ଏମିତି ଲୁଚି ଲୁଚି ରହିବି।ଚାଲ ବୁଢ଼ୀ କୁ ମାରି ଦେବା ।ଝିଅ କହିଲା ନାଇଁ।।ବୁଢ଼ୀ କୁ ମାରିବା ଏତେ ସହଜ ନୁହେଁ ।ସେ ବହୁତ ଶକ୍ତି ଶାଳୀ ଓ ମାୟାବିନୀ ମଧ୍ୟ।ଛେଳିଆ ଛୁଆ -ତାହେଲେ ଗୋଟେ କାମ କର ,ଦିନେ ତୁ ତାକୁ ପଚାର ସେ କେମିତି ମରିବ ।ଝିଅ ରାଜି ହେଲା । 

ଦିନେ ଖାଇ ପି ସାରି ମା ଝିଅ ଅଗଣାରେ ବସିଥାନ୍ତି ।ବୁଢ଼ୀ କହିଲା ...ଝିଅ ଲୋ..ମୋ ମୁଣ୍ଡ ଟା କଣ ପାଇଁ କୁଣ୍ଡେଇ ରାମ୍ପି ହେଉଛି ,ଟିକେ ପାନୀଆ ଆଣି କୁଣ୍ଡେଇ ଦେ ।ଝିଅଟି ବୁଢ଼ୀ ମୁଣ୍ଡ କୁଣ୍ଡେଇ ଦେଉ ଦେଉ ଝିଅ -ଆଲୋ ମା ।ତୁ ତ ମୋତେ ଏକୁଟିଆ ଛାଡ଼ି ଚାଲି ଯାଉଛୁ ସବୁଦିନ ,ମୁଁ ଏଠି ଏକା ।ତୁ ଏକ ମୋର ସାହା ଭରସା ,ଯଦି ତୁ ମରି ଯାଉ

ମୁଁ କଣ କରିବି ? ବୁଢ଼ୀ ଅସୁରଣୀ -(ଠୋ ଠୋ ହସି)ମୁଁ କଣ ଏତେ ସହଜରେ ମରିଯିବି ବୋଲି ତୁ ଭାବୁଛୁ ! ମୋତେ କେହି ମାରି ପାରିବେନି ।

ଝିଅ -ଆଛା ତାହେଲେ କଣ ତୁ ଜମା ମରିବୁନି ।

ବୁଢ଼ୀ -ହଁ ।।କିନ୍ତୁ ମୋର ଜୀବନ କେମିତି ଯିବ କେହି ଜାଣି ନାହାନ୍ତି ।ସେଇଟା ଗୋଟିଏ ରହସ୍ୟ ।

ଝିଅ -କଣ ସେ ରହସ୍ୟ ମା ।ବୁଢ଼ୀ ଅସୁରୁଣୀ ଆଗ ପଛ ନବିଚାରି କହି ଦେଲା ବୁଢ଼ୀ ଅସୁରୁଣୀ -ମୋ ମୁଣ୍ଡରେ ଗୋଟେ ମାତ୍ର ପିଙ୍ଗଳ ରଙ୍ଗର କେଶ ଅଛି,ସେ କେଶ କୁ ଯିଏ ଏକ ଥରକେ ଛିଣ୍ଡାଇ ଦେବ ,ତାହେଲେ ମୁଁ ମରିବି।ନହେଲେ ଦୁନିଆରେ କୌଣସି ଶକ୍ତି ମୋତେ ମାରି ପାରିବ ନାହିଁ।

ଝିଅ -ଆଛା  ୟା ଭିତରେ ଝିଅ ଟି ବୁଢ଼ୀ ର ମୁଣ୍ଡ କୁଣ୍ଡଉ କୁଣ୍ଡଉ ସେ ପିଙ୍ଗଳ ରଙ୍ଗ ର କେଶ ଟି ପାଇ ଗଲା ।ପାନୀଆ ଦାନ୍ତ ରେ ଗୁଡ଼ାଇ ଗୁଡ଼ାଇ ଏକ ଥରେ ଟାଣି ଉପାଡି଼ ଦେଲା ।ବୁଢ଼ୀ ଅସୁରୁଣୀ ତଳେ ପଡି ସଂଗେ ସଂଗେ ମରିଗଲା।ଆଉ ଛଟ ପଟ ହେଇ କହି ଚାଲିଥାଏ. ବିଶ୍ୱାସ ଘାତିନୀ !

ତୁ ଏ କଣ କଲୁ ଲୋ ଏଇ ପୁରଷ୍କାର ଦେଲୁ ମୋ ଭଲ ପାଇବାର।କୁନି ଛୁଆଟେ ହେଉଥିଲୁ ଜଙ୍ଗଲରେ ପଡ଼ିଥିଲୁ !ବଣୁଆ ଜନ୍ତୁ ହାବୁଡ଼ରେ ପଡିଥିଲେ ତୋତେ ମାରି ଖାଇ ଦେଇଥାନ୍ତେ।

ତୋତେ ଦୟାକରି  ମୁଁ ମୋ ଘରକୁ ନେଇ ଆସିଥିଲି।ଏଇ ପ୍ରତିଦାନ ଦେଲୁ ଲୋ ମୋତେ

ଛେଳି ଚରାଳି ଆଉ ସେ ଝିଅ ଏବେ ବେସ୍ ମଜାରେ ଅଛନ୍ତି ।କିନ୍ତୁ ବୁଢ଼ୀ ଅସୁରଣୀ ର ପାଳିତା ଝିଅ ଯାହା କଲା ତାହା କଣ ଠିକ ଥିଲା କି ?ବୁଢ଼ୀ ତାକୁ ନିଜ ଝିଅ ପରି ପାଳି ରଖି ଥିଲା ।

କିନ୍ତୁ ଝିଅଟିର କାମ...ଅଣ୍ଟି ଛୁରୀ ତଣ୍ଟି କାଟେ ପରିଥିଲା ।ତେଣୁ କାହାକୁ କେବେ ନିଜର ଦୁର୍ବଳତା କୁହନ୍ତୁ ନାହିଁ ।ସେ ଆପଣକଂର ଯେତେ ନିଜର ହୋଇ ଥାନ୍ତୁ ନା କାହିଁକି।ନିଜର ଦୁର୍ବଳତା ଅନ୍ୟକୁ କହିଲେ ସେ ସମୟ ଆସିଲେ ଏମିତି ପ୍ରତିଦାନ ଦେଇଥାଏ।ସତର୍କ ରୁହନ୍ତୁ ! ସୁରକ୍ଷିତ ରୁହନ୍ତୁ।



Rate this content
Log in

Similar oriya story from Abstract