STORYMIRROR

Anjana Naik,Anju..Deogarh

Romance

4  

Anjana Naik,Anju..Deogarh

Romance

କହିବାର ଥିଲା ଯାହା

କହିବାର ଥିଲା ଯାହା

4 mins
474


   ଶୀତ ସକାଳୁ ମୁଁ ମର୍ଣିଙ୍ଗ ଓ୍ବାକରୁ ଫେରୁଥାଏ, ଗୋଟେ ଛକରେ ଲୋକଭିଡ଼ ଦେଖି ମୁଁ ବି ଘଟଣା ଟି କଣ ଜାଣିବା ପାଇଁ ଅଟକି ଗଲି ପାଖକୁ ଯାଇ ଦେଖିଲି ,୨୫ କି ୨୬ ବୟସର ଗୋଟେ ପାଗଳ ଟେ ନିଶ୍ଚିନ୍ତ ହୋଇ ଶୋଇଛି ରାସ୍ତା କଡ଼ରେ । ପାଖରେ ଗୋଟେ ଛିଣ୍ଡା କମ୍ବଳ, ଗୋଟେ ବ୍ୟାଗରେ ଜିନିଷ ଭର୍ତ୍ତି, ମୁଣ୍ଡ ପାଖରେ ପଡ଼ିଛି ଗୋଟେ ଡାଇରି। ସେ ଡାଇରି ଟା ଗୋଟେ ପିଲା ତନ୍ନ ତନ୍ନ କରି ଖୋଲି ପକେଇଲା। ସେଥିରୁ ଗୋଟେ ମୋଡ଼ା ହେଇଥିବା କାଗଜ ମୋ ଆଡ଼କୁ ଉଡ଼ି ଆସୁଥିଲା । ମୁଁ ଗୋଟେଇ ନେଇ ଖୋଲି ଦେଖିଲି ତାହା କାହାର ଗୋଟେ ହାତ ଲେଖା ଚି଼ଠି । ମୁଁ ସମୟ ନଷ୍ଟ ନକରି ମୋ ମୋବାଇଲ ଫୋନରେ ସେ ଚି଼ଠିଟା ଫିଟେଇ ଏପଟ ସେପଟ କରି ଫଟୋ ଉଠେଇ ନେଲି । ଡାଇରି ଦେଖୁଥିବା ପିଲାକୁ ଚି଼ଠିଟା ବଢ଼େଇ ଦେଇ ଘରକୁ ପଳେଇ ଆସିଲି। ଭାବିଲି ରାତିରେ ଫୁରସତରେ ପଢ଼ିବି। ସେ ଚିଠି କଥା ଚିନ୍ତା ନ କରି ଅଫିସ ଗଲି ନିଶ୍ଚିନ୍ତରେ, ସନ୍ଧ୍ୟାରେ ଘରକୁ ଫେରି ରାତିରେ ଖାଇ ସାରି ଶୋଇବା ପାଇଁ ଯାଉଛି ମନେ ପଡ଼ିଲା ସେ ଚିଠି କଥା। ମୋବାଇଲ ଅନ କରି ପଢି଼ବା ପାଇଁ ଚ଼ାହିଁଲି ।ସେଥିରେ ଲେଖାଥିଲା Dear ବିମଳ

ମୋ ରାଣ, ଏ ଚି଼ଠିଟା ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ିବ । ସମୟ ଅଭାବରୁ ତରତର ହୋଇ ଲେଖୁଚି଼, କ୍ଷମା ମାଗିବିନି, କାରଣ ମୁଁ କ୍ଷମା ପାଇବାର ହକ ବୋଧହୁଏ ହରେଇ ସାରିଛି । କେବଳ ସତ କହିବାକୁ ସାହାସ କରି ଲେଖିଚି଼ ।ପ୍ରେମ ଋତୁରେ ଯୋଉ ସ୍ବପ୍ନ ସାକାର କରିବା ପାଇଁ ସତ୍ ସାହସ କରିଥିଲେ ତାହା ବିଦ୍ରୋହୀଙ୍କ ନଜରରୁ ଲୁଚି ପରିଲାନି, ତାଙ୍କ କବଳରେ ମୁଁ ଆଜି ବନ୍ଦୀ। ତମେ ମଧ୍ୟ ସେ ଚ଼କ୍ରବ୍ୟୁହର କରାଳ କବଳରୁ ମୁକୁଳି ଯାଇନ । ମୋତେ ଭୁଲ ବୁଝିବା ପାଇଁ ପରିସ୍ଥିତିରେ ପଡ଼ି ବାଧ୍ୟ ହୋଇଚ ।  ସେଇଥି ପାଇଁ ତ ସେଦିନ ମୋ ଫୋନ କଲ କୁ ବହୁତ ଲେଟ ରେ ରିସିଭ କଲ ଆଉ ସଫା ସଫା କହିଗଲ ଅନର୍ଗଳ "ତମକୁ କେତେଥର କହିଲିଣି ଯେ ମୋତେ ଆଉ ଫୋନ କରିବନି  ।ସବୁ କଥା ସରିଗଲା ପରେ ଏବେ ଆଉ ଫୋନ କରିବାର ଅର୍ଥ କ'ଣ ? ଅନ୍ଧାର ପକ୍ଷକୁ ଭୁଲିଯାଇ ମୁଁ ଆଲୁଅ ସନ୍ଧାନରେ ବାହାରିପଡ଼ିଛି " । ବାସ୍ ସେତିକି କେଇ ପଦ ଶୁଣି ଗୋଡ଼ ତଳୁ ମାଟି ଭିତରକୁ ପଶି ଗଲା ପରି ଲାଗିଲା । ଚ଼ାରିଦିଗ ଅନ୍ଧାର ମଣିଲି ମୁଁ । କହିବାର ଥିଲା ଯାହା ମୋ ମନରୁ ଅନ୍ତର୍ଧ୍ୟାନ ହୋଇଗଲା । ଓଠ ଥରୁଥିଲା, ଅଜଣା ସ୍ପନ୍ଦନର ଅନୁଭବ କରୁଥିଲି । ସେଇଥି ପାଇଁ ତ ତମେ Marriage Registration Office କୁ ଆସିଲନି । ମୁଁ ତମକୁ ବହୁତ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲି ସେଠାରେ। ମୁଁ ବୁଝି ପାରିଲିନି କାହିଁକି ତମେ ଏମିତି କଲ । ମୁଁ ତ ସେଇଠି ତମ ଅପେକ୍ଷା ରେ ଆମ ଭବିଷ୍ୟତ ପାଇଁ ସ୍ବପ୍ନ ଦେଖୁଥିଲି। ତମେ ଆମ ପରିଧିରେ ବାଦଶାହା ହୋଇଥିଲ ମୁଁ ନିଜକୁ ଅନାମଧେୟ ବେଗମ ଭାବୁଥିଲି। ମିଛିମିଛିକା ଘରଘର ଖେଳରେ ମୁଁ ନିଶ୍ଚିତ ପକ୍କା ଘରଣୀ ର ଅଭିନୟ କରୁଥିଲି।

ମୁଁ ଶେଷରେ ତାଙ୍କ ହାତରେ ଧରା ପଡ଼ି ଯାଇଥିଲି। ଏଇ ହୃଦୟକୁ ଶତୃମାନେ ଭାଙ୍ଗି ଛିନ ଛତର କରଦେଇଛନ୍ତି । ତାହା ମୋ ପାଇଁ ଯୋଡ଼ିବା ଅସମ୍ଭବ ହୋଇପଡି଼ଛି । କେବଳ ବଞ୍ଚିଛି ଗୋଟେ ଅଭିଶପ୍ତ ଜୀବନ ନେଇ କର୍ତ୍ତବ୍ୟର ଦାୟରେ ସାଲିସ କରି  । ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ଅତୀତ କଥା ରୋମନ୍ଥନ କରୁଛି। ମୋ ହାତରେ କେବଳ ଦୁହିଙ୍କର ଅହଂକାର ହିଁ ଧରା ପଡ଼ିଛି ।ଯାହାକି ସମନ୍ୱୟର ଅଭାବ ଜନିତ ଦୁର୍ଘଟଣାରେ ଦୁଇଟି ଚିହ୍ନା ମଣିଷ ଏବେ ନିକଟରେ ଥାଇ ମଧ୍ୟ ଅପରିତିତ ମଣୁଛନ୍ତି। ଓଠରେ ହସ ଟିକକ କୃତ୍ରିମ ଦିଶୁଛି। ସୁଖ ମଧ୍ୟ ଦୁଃଖ ଭଳି ବିଷମ ଲାଗୁଛି। ପ୍ରତ୍ୟେକ ପାଦରେ କଣ୍ଟାର ଦଂଶନ ଆଉ ଜୀବନଟା ଲାଗୁଛି ସତେ ଯେମିତି ଗୋଟେ ପ୍ରହସନ ।ତଥାପି ତୁମ ସ୍ମୃତିକୁ ସାଉଁଟି ସାଇତି ରଖି ଲେଖୁଚି଼। ତମ ଛୁଆଁରେ ଦିନେ ଯୋଉ ମରୁଭୂମିରେ ସମୁଦ୍ର ଢେଉର ତରଙ୍ଗ ଖେଳୁଥିଲା, ସେଇଠି ବର୍ତ୍ତମାନ କେବଳ ଧୁଳିର ଝଡ଼ ଉଠୁଚ଼ି। ମୋ ଚ଼ରିପାର୍ଶ୍ବ କେବଳ ବାଲି ହିଁ ବାଲି ଦେଖା ଯାଉଛି। ବାଲି ଝଡ଼ରେ ସେଇ ମରୁ ମରୀଚିକା ବାଲି ପଠାରୁ ଲିଭିଯାଇଛି କେଉଁ କାଳରୁ ତମର ମୋର ଯୋଡ଼ି ପାଦଚିହ୍ନ। କିନ୍ତୁ ତାର ଗଭୀରତା ଏତେ ଯେ ମୋ ହୃଦୟ ପର୍ଯ୍ୟନ୍ତ ସ୍ପର୍ଶ କରି ପାରିଛି। ଏଇଠି ଏକାନ୍ତରେ ଦେଖୁଚି କୁଆଁରୀ ଜହ୍ନରାତିର ସେ ଆଲୋକକୁ କେମିତି ଉଆଁସ ରାତିର ପ୍ରାରମ୍ଭରୁ କଳାକିଟିମିଟି ରାତିରେ ପରିବର୍ତ୍ତନ ହେଉଛି । ଅନୁଭବ କରି ପାରୁଛି ଅତୀତରେ ତୁମ ଆଗମନର ମୃଦୁ ପଦ ଚ଼ାଳଣାକୁ। ନିରୁପାୟ ମୁଁ ମନଭରି କୁହାଟ ପକେଇ କାନ୍ଦି ପାରୁନି, ଏନ୍ୟ ମାନଙ୍କ ଖୁସି ପାଇଁ ଲୁହ ଲୁଚେଇ ହସିବା ପାଇଁ ବାଧ୍ୟ ହୋଇଛି।ଅନ୍ତର ମୋ ଅନ୍ତସତ୍ତ୍ବା ଅନେକ ଅକୁହା କଥାରେ ,ପ୍ରତିଧ୍ବନି ଶୁଣେ ମୁଁ ଆଜ ଶୟନେ, ସପନେ ଅବା ଜାଗରଣେ ଛାତି ଭିତରର ଅବ୍ୟକ୍ତ ଭାଷାକୁ ,କହିବାର ଥିଲା ଯାହା  ମନରେ ନିଜେ ଆଜି କବର ଦେଇଛି ।କାଲି ମୋର ବାହାଘର ।

    କୋଉ ଯାଗାରେ ହେବ, କାହା ସାଙ୍ଗରେ ହେବ ମୁଁ କିଛି ଯାଣିନି ।ତଥାପି ଶେଷ ଥର ପାଇଁ ଅନୁରୋଧ କରୁଛି ମୋତେ କ୍ଷମା କରିଦେବ। ଏ ଚି଼ଠିଟା ପଢ଼ିଲା ବେଳକୁ ମୁଁ ତୁମ ଠାରୁ ତ ଦୁରରେ ଅଛି କିନ୍ତୁ ଶତୃ ମାନଙ୍କ ପାଖରେ ମଧ୍ୟ ରହିବିନି। ଚ଼ାଲି ଯାଇଥିବି, ଅନେକ ଦୂର ସେ ଅଫେରା ରାଇଜକୁ।  ଇତି

              ତମ.. ଋତୁ 

           ଋୁତମ୍ଭରା ପରିଡ଼ା

    ମୁଣ୍ଡ କ'ଣ ହେଇଗଲା ମୋର, ପାଖ ଟେବୁଲ୍ ଉପରେ ଥିବା ଗତ ମାସର ପେପର ଗୁଡ଼ାକୁ ଛିନ ଭିନ୍ନ କରି ଖୋଜି ପକେଇଲି। ତା ଭିତରୁ ଗୋଟେ ତାରିଖର ପେପର ଉପରେ ନଜର ପଡ଼ିଗଲା । ଦୁଇ ନମ୍ବର ପୃଷ୍ଠାରେ ଗୋଟେ ଫଟୋ ସହିତ ଲେଖାଅଛି ବର କନ୍ୟା ଫେରିବା ଗାଡ଼ିରୁ ଋୁତମ୍ଭରା ପରିଡ଼ା ନାମକ ଜନୈକା ବଧୁ ବେଶରେ ଚଳନ୍ତା ଗାଡ଼ିରୁ ଡ଼େଇଁପଡି ସଡକ ଦୁର୍ଘଟଣାରୁ ମୃତ ଦେହ ଉଦ୍ଧାର କରାଯାଇଥିବା ଘଟଣା । ମୁଁ କିଛି ଚିନ୍ତା କରିବା ଆଗରୁ ମୋ ଆଖିରେ ଝଲସି ଉଠିଥିଲା ସକାଳେ ଦେଖିଥିବା ପାଗଳାର ମୁହଁ

    ସତେ ଏଇ ସମାଜରେ ବାୟଚାନ୍ସ କେତେବେଳେ ଦୁଇଟି ପ୍ରାଣୀଙ୍କ ମଧ୍ୟରେ, ମତଭେଦ କିମ୍ବା ସମନ୍ୱୟର ଅଭାବ ହୁଏ, ଠିକ୍ ସେତିକି ବେଳେ ତୃତୀୟ ପକ୍ଷ ସୁଯୋଗ ପାଇ ତାର ଆସ୍ଥାନ ଜମାଇ ବସେ, ତାର କରାଳ ବଳରେ ନିମିଷକେ ସେମାନେ ଗ୍ରସ୍ତ ହୋଇ ଯାଆନ୍ତି। ଠିକ୍ ଅକ୍ଟୋପସ ର ଫାସରେ ପଡ଼ିଲା ପରି ତାଙ୍କର ସମସ୍ତ ଅଶୁମାରି ଆଶା ଛିନଭିନ୍ ହୋଇ ତାଙ୍କ ଅସ୍ତିତ୍ବ ଅକାଳରେ ବିଲୀନ ହୋଇଯାଏ।



Rate this content
Log in

Similar oriya story from Romance