Anjana Naik

Classics

4.7  

Anjana Naik

Classics

କାଠବେଙ୍ଗର ପ୍ରେମରେ ପ୍ରେମରେ

କାଠବେଙ୍ଗର ପ୍ରେମରେ ପ୍ରେମରେ

3 mins
1.7K


ଗଛରେ ପାଣି ସ୍ପ୍ରେ କରୁକରୁ ମାଳୀ ବୁଢ଼ା ମନରେ ଗୋଟେ ଭାବନା ଆସିଗଲା। ସେ ଟିକେ ଅନ୍ୟମନସ୍କ ହେଇଗଲା।କିଛି ବର୍ଷ ପୂର୍ବେ ଶିବାନୀ ବୋଲି ଗୋଟେ ଝିଅ ଏଇ ବାଟରେ କଲେଜ ଗଲାବେଳେ ଏଇ ପାର୍କକୁ କଣେଇଁ କଣେଇଁ ଚାହେଁ । ଏଇଠି ସବୁବେଳେ ଭିଡ଼ ଲାଗିଥାଏ। ସେ ଭିତରକୁ ନଆସି ବାହାର ପଟ ବାଡ଼ ପାଖରେ ଠିଆହୋଇ ସବୁଦିନେ, ଠିକ୍ ସେହି ସମୟରେ ସେ ବଗିଚା ଭିତରକୁ କିଛି ସମୟ ଦେଖେ । 

   ଏଇ କଥା ଭିତର ବଗିଚାରେ ପାଣି ଦେଲା ବେଳେ ସବୁଦିନେ ମାଳୀ ବୁଢ଼ା ମାର୍କ କରିଛି। ପ୍ରାୟ ଦିନ ଶିବାନୀକୁ ପାର୍କ ଭିତରକୁ ଆସି ବୁଲି ଯିବାକୁ ମଧ୍ୟ ଅନୁରୋଧ କହିଛି। ସବୁଦିନେ ଶିବାନୀ ମନା କରି ଚାଲିଯାଏ । ଏମିତି ବାଡ଼ ବାହାରୁ ପାର୍କ ଭିତରକୁ ଦେଖି ଦେଖି ବର୍ଷ ଗୋଟେ ବୋଧହୁଏ ୟା ମଧ୍ୟରେ ବିତିଗଲା। ସେ ଭିତରେ ବୁଢ଼ା ମାଳୀ ଆଉ ଶିବାନୀ ର ପ୍ରତ୍ୟେକ ଦିନ ପଦେ ଅଧେ କଥାରେ ଭଲ ଫ୍ରେଣ୍ଡସିଫ ହୋଇ ଯାଇଥାଏ। 

    ଦିନେ ବୁଢ଼ା ମାଳୀ ଭାବିଲା ଝିଅ ଟା ଫୁଲ ଚାରା ନେବାପାଇଁ ଚାହୁଁଛି କି? ମନରେ ଚିନ୍ତା କରି କିଛି ଫୁଲ ଚାରା ଉପାଡି କାଗଜରେ ଗୁଡ଼ାଇ ଶିବାନୀକୁ ବଢ଼େଇ ଦେଲା। ଶିବାନୀ ମନାକଲା, ତାହେଲେ ତୁ ପାର୍କ ଭିତରକୁ ସବୁଦିନେ କଣ ପାଇଁ ଦେଖୁଚୁ ଏମିତି ବୁଢ଼ା ମାଳୀ ପଚାରିଲା। 

   ଟିକିଏ ହସିଦେଇ ଶିବାନୀ କହିଲା, ମଉସା ତମେ ପାଣି ସ୍ପ୍ରେ କରିଲା ବେଳେ ସେଇ ବୁଦାବୁଦା ଗଛ ମାନଙ୍କରେ ଯୋଉ" କାଠବେଙ୍ଗ "ଗୁଡ଼ିକ ଅଛନ୍ତି, ସବୁ ପାଣି ପାଇକିନା ହଠାତ୍ ଇୟାଡ଼େ ସିୟାଡ଼େ ହେଇ ଯାଆନ୍ତି ପୁଣି ତା ପର ଦିନ ମୁଁ ସେଇ ମାନଙ୍କୁ ସେଇଠି ବସିଥିବାର ଦେଖେ। ଇଏ କେମିତି ବିଚିତ୍ର ଲାଗେ ମୋତେ । ସବୁଦିନେ ଠିକ୍ ସମୟରେ ସେହିପରି ଦୃଶ୍ୟ ଦେଖି ମୁଁ ଆଶ୍ଚର୍ଯ୍ୟ ହେଇଯାଉଛି।   

   ମଣିଷଙ୍କ ଠାରୁ ଏମାନଙ୍କ ଭାବନା କେତେ ଉଚ୍ଚ , ଛନ୍ଦ କପଟ ହୀନ, ରାଗ ଅଭିମାନ ନାହିଁ, ନିଜର ବୋଲି ସେଇ ବୁଦାର ପତ୍ରଗୁଡ଼ାକୁ ଜାବୁଡ଼ି ଧରିଛନ୍ତି ସବୁଦିନେ । ମଣିଷ ମାନଙ୍କର ସ୍ବାର୍ଥ ରେ ଟିକେ ବାଧା ପଡ଼ିଲେ ଆର ଦିନକୁ ବାଟ ଅଲଗା କରୁଛନ୍ତି। 

   ମୋର ସବୁଜ ଚିର ସୁନ୍ଦର ଏଇ ଜୀବନ ରୂପକ ଗଛଟିର ଶାଖା ପ୍ରଶାଖା ଡାଳରେ ଅନେକ ପ୍ରକାର ପକ୍ଷୀ ବସା ବାନ୍ଧୁଛନ୍ତି। କୋଳାହଳ ଭରି ଯାଉଛିି ଆଖପାଖ ଇଲାକାରେ। ଅନ୍ୟ ମାନେ ଭିଡକୁ ଆଦରି ନେଉଛନ୍ତି କିନ୍ତୁ ମୁଁ କେଜାଣି କାହିଁକି ଠେଲି ହୋଇ ଯାଉଛି ଏକାକୀତ୍ବ ଆଡ଼କୁ। ଗହଳିରେ ମୋତେ ଅଣନିଶ୍ବାସି ଲାଗୁଛି। 

   ଶିବାନୀର ଏଇ ଉତ୍ତର ବୁଢ଼ା ମାଳୀର ଭାବନାର ଅକ୍ଷାଂଶ ଦ୍ରାଘିମା କୁ ଏକାକାର କରିଦେଲା ।ଉତୁଙ୍ଗ ପାହାଡ଼ରୁ ବରଫ ଧସିଲା ପରି ବୁଢ଼ାର ପାଦତଳରୁ ସତେ କି ସବୁ ମାଟି ଭିତରକୁ ପଶି ଯାଇଛି ଆଉ ସେ ମଝିରେ ଝୁଲନ୍ତା ଅବସ୍ତା ରେ ଅଛି ଏମିତି ପ୍ରତିତ ହେଉଥାଏ । 

   ଇୟାର ମନରେ ଇଏ କି ଭାବନାରେ ବାବା । ଋତୁ ଆସୁଥିଲା ଯାଉଥିଲା । ସବୁଜିମା ବଗିଚାର ଗଛରେ ଝଟକୁଥିଲା, ମହୁଆ ବାସ୍ନା ପ୍ରତ୍ୟେକ ଫୁଲରେ ଥିଲା। ମନଟି ତାର କୋମଳମତି କୁଆଁରୀ ଥିଲା ।ଏଇ ବୟସରେ ରଙ୍ଗିନ ପ୍ରଜାପତି ପରି ଉଡ଼ି ବୁଲିବା କଥା ,କିନ୍ତୁ ଲାଗୁଥିଲା ସତେ ଯେମିତି ଜୀବନକୁ ସିଏ ବହୁତ୍ ଦିନରୁ ଭଲ ପାଉ ନଥିଲା।  

     ହେଲେ ଏଡେ ଗୋରା ତକତକ ମୁହଁ, ପତ୍ରଟେ ବାଜିଲେ ଗାଲରେ ନାଲି ନୋଳା ପଡ଼ି ଯିବ। ପଦ୍ମ ଫୁଲକୁ ବାହୁନି ହେବ,କୁଆଁର ପୁନେଇଁର ଜହ୍ନକୁ ବାହୁନି ହେବ ହେଲେ ୟାକୁ ବାହୁନିବା କାଠିକର ପାଠ। କିନ୍ତୁ ତାର ଇୟେ କି ପ୍ରକାର ଭାବନା । ଏମିତି ବୁଢ଼ା ମାଳୀ ମନେମନେ ଗୋଳାଇ ଘାଣ୍ଟି ହେଉଥିଲା।  

   କିନ୍ତୁ ତାର ,ସେଇ ଶିବାନୀର ମନ ତ ହଜିଯାଇଥିଲା ସେଇ କାଠବେଙ୍ଗ ମାନଙ୍କ ପାଖରେ। ଋତୁ ଦିନକୁଦିନ ବଦଳୁଛି , କିନ୍ତୁ ନିଷ୍ପାପ ତାର ମନର ଗୋଟିଏ ହି ଥିଲା ଋତୁ, ପୁଣି ତାହା ଭିନ୍ନ ଧରଣର ଥିଲା । ସଙ୍ଗହୀନ ପଥିକ ପରି ନୁହେଁ ,ନୁଆଁ ଖଣ୍ଡି ଉଡା଼ ଦେଲା ଭଳିଆ ନୁହେଁ, ମୁକ୍ତ ଆକାଶରେ ବନ୍ଦାସ୍ ଉଡ଼ି ବୁଲୁଥିଲା ଏକାନ୍ତ ଗୀତିକା ଗାଇ । ବିଲକୁଲ ସର୍ତ୍ତହୀନ । ଶିବାନୀ ଜୀବନକୁ ହିଁ ଭଲ ପାଉଥିଲା। ତା ଭଲ ପାଇବାର ନିର୍ଜୀବତା ନଥିଲା, ଥିଲା ସଜୀବତା ଅନ୍ତର ମନରେ । ତାର ଭଲପାଇବା ଥିଲା ବିଚିତ୍ର ଧରଣର ।ସେଇ ନିଆରା ଢଙ୍ଗ କୁ ବୁଢ଼ା ମାଳୀ ବୁଝିବ ବା କିପରି ।

     କୁଆଁର ପୁନେଇଁ ଜହ୍ନ କୁ ବାହୁନିବା , ପଦ୍ମ ଫୁଲ କୁ ଦେଖି ଖୁସିହେବା,, ଗୋଲାପ ର ସୌନ୍ଦର୍ଯ୍ୟ ରେ ସେ ହଜିଯିବା, ତାଠାରୁ ସେ ବହୁତ ଆଗକୁ ଚାଲିଯାଇଥିଲା । ସେ ସେଇ କାଠବେଙ୍ଗ ଭିତରେ ଦେଖୁଥିଲା, ଜୀବନ୍ତ ପ୍ରେମ, ଯୋଉଠି କେବଳ ପ୍ରେମ ଥିଲା ଆଉ ପ୍ରେମ ହିଁ ଥିଲା, ବିଲକୁଲ ସର୍ତ୍ତହୀନ ।ତାର କଜଳ ଲଗା ସଜଳ ଆଖି ଦୁଇଟି ପ୍ରେମ ର ପରିଭାଷା ବୁଝଉଥିଲା ।ସାଶ୍ବତ ପ୍ରେମ ମନ୍ଦିରରେ ତା ପ୍ରେମ ଜଳୁଥିଲା ହୁତହୁତ ଅଲିଭା ଦୀପଶିଖା ପରି। 

    କାଠବେଙ୍ଗ ତା ପାଇଁ କେବଳ କାଠବେଙ୍ଗ ନଥିଲା,ସେ ଥିଲା ତାର ପ୍ରଥମ ପ୍ରେମ, ତାର ସେଇ ଡିଆଁ ରେ ସେ ସିହରିତ ବି ହେଉଥିଲା, ତାର ଭୟ ମିଶ୍ରିତ ଚାହାଣୀରେ ଶିବାନୀର ହୃଦୟ କୁ ହାଣି ପକେଇଥିଲା ନିଶ୍ଚିତ ଭାବରେ। 

     କଲେଜରୁ ଫେରିବା ବାଟରେ ସେଇ ବଗିଚାର ବାଡ଼ ପାଖରେ ବିନା ଲଗାମରେ ସବୁଦିନେ ନିଶ୍ଚିତ ଭାବରେ କିଛି କ୍ଷଣ ଅଟକି ଯାଉଥିଲା ତାର ପାଦ ଯୋଡି଼କ କାହିଁକି ? ସେମାନଙ୍କୁ ଦେଖିବା ପାଇଁ ମନଟା ଡହଳ ବିକଳ ହେଉ ଥାଏ ପ୍ରତିଦିନ କାହିଁକି ? ୟାକୁ କେବେ ବିଶ୍ଳେଷଣ କରି ନି, ସମୟର ଅବହାୱାରେ କେବଳ ବିତି ଯାଇଥିଲା କେତୋଟି ଫଗୁଣ, ତାର ହିସାବ ମଧ୍ୟ କରି ପାରିନି । ଶିବାନୀ ତା ଭିତରେ ତ ୬ଟି ଋତୁ ସବୁ ଋତୁକୁ ଉପଭୋଗ କରୁଥିଲା। ଖୋଜୁ ଥିଲା ପ୍ରେମ ରୂପକ ସେ ସପ୍ତମ ଋତୁକୁ ।  ପ୍ରେମ ନା ବିରହ ପୁଣି ନଥିଲା ଈର୍ଷା କି ସନ୍ଦେହ । କାଠବେଙ୍ଗ ଭଳିଆ ସୁନ୍ଦର ମନଟେ କେବଳ ଥିଲା। 


Rate this content
Log in

Similar oriya story from Classics