Anjana Naik,Deogarh

Abstract Action Inspirational

4.0  

Anjana Naik,Deogarh

Abstract Action Inspirational

ହୃଦୟହୀନା

ହୃଦୟହୀନା

4 mins
183



କିଏ କହେ ପାଷାଣୀ ପଥର , କିଏ କହେ ନାରୀ ସୁଲଭ ଗୁଣ ନାହିଁ, କିଏ କହେ ହୃଦୟହୀନା । ମୁଁ କିନ୍ତୁ ତାଙ୍କୁ ଠିକ ଜାଣିପାରିଥିଲି । ବୁଝିବାରେ ଅବଶ୍ୟ ବିଳମ୍ବ ଘଟିଥିଲା । ତାଙ୍କର ଟାଣ ଛାତି ଭିତରେ ଥିବା କଅଁଳିଆ ସୁନ୍ଦର ମନଟିକୁ , ନାଲି ଆଖି ତଳର ନମ୍ରତା କୁ ଉପର ଠାଉରିଆ ରାଗ ତଳେ କିଞ୍ଚିତ ଝଲକୁ ଥିବା ଓଠର ସ୍ମିତ ହାସ୍ୟକୁ । 

ଅଫିସରେ ଦିନେ ଯୋଗ ଦେଲେ, ସେଇ ବଦରାଗି , ଭାରି କଡା, ନିୟମ କାନୁନ ବାଲା, ଚାକିରି ଖାଇଲା ବାଲା ଏମିତି ଅନେକ ନାମ ଯୁକ୍ତ ଜଣେ ଅବିବାହିତା ଅଫିସର ମ୍ୟାଡ଼ାମ । 

ତାଙ୍କ ପୁରୁଣା ଷ୍ଟେସନରୁ ସୂଚନା ଆସି ଯାଇଥାଏ ଜଣେ କର୍ମଚାରୀଙ୍କ ପାଖକୁ ଭାଇ ସମ୍ଭାଳି ଥିବ “ଏଟମ ବମ” ଯାଉଛନ୍ତି । ସେ କାଳ ବିଳମ୍ବ ନ କରି ଆଗତୁରା ସମସ୍ତଙ୍କୁ ଏଇ ଖବର ଘୋରି ଦେଇଥାନ୍ତି । ସତରେ ବହୁତ ଲୋକଙ୍କୁ ଜା ଛା ତାହା ଗାଳି ଗୁଲଜ କରି କାମ ହାସଲ କରିବା ତାଙ୍କର ଗୋଟେ ପୁରୁଣା ବଦଭ୍ୟାସ ଥିଲା ବୋଧହୁଏ । 

କିଛି ଦିନ ପରେ ତାଙ୍କ ପାଖରେ ମୋର ଗୋଟେ ଫାଇଲ ର କାମ ପଡିଲା । ମୁଁ ଯିବା ପାଇଁ କୁଣ୍ଠିତ ହେବା ସତ୍ଵେ ଗଲି । ଫାଇଲ ବିଷୟରେ ବୁଝେଇ କହିଲି, କେମିତି କେଜାଣି ଚଟ୍ କିନା ଫାଇଲ ଟା ନେଇ approval କରି ଦେଲେ । ମୁଁ ତାଙ୍କ ମୁହଁ କୁ ଚାହିଁଲି, ସେ ଯେତେବେଳେ ମୋତେ ଦେଖିଛନ୍ତି ମୁଁ ଆଖି ଫେରେଇବାର ବାହାନା କଲି । ମୁଁ ଦେଖିଲି ସମସ୍ତେ ଯାହା ଟୁପୁର ଟାପୁର ହେଉଛନ୍ତି , ସେମିତି ତ କିଛି ଜଣା ପଡୁନାହିଁ । ଆଜି କଣ ବିପରିତ ଦିଗରୁ ସୂର୍ଯ୍ୟ ଉଦୟ ହୋଇଥିଲା କି ?

କ’ଣ ସରିଲା ନା ଆଉ କିଛି ? ଏଇ ପ୍ରାଶ୍ନବାଚୀ ଶୁଣିବା ପରେ ମୁଁ ସେଇଠି ରହିବାଟା ଉଚିତ ମନେ କଲିନାହିଁ । ଫେରିଲା ବେଳକୁ ପଛରୁ ଡାକି ଅଫିସ ର ସବୁ staff ଙ୍କ ବିଷୟରେ ପଚାରିଲେ ଇତ୍ୟାଦି ଇତ୍ୟାଦି । ମୁଁ ସବୁ positive ଉତ୍ତର ଦେଉଥାଏ । ସେ ହଠାତ ମୋ ମୁହଁକୁ ଦେଖି ଫିକ୍ କିନା ହସି ଦେଇ କହିଲେ, ତମକୁ ମୁଁ ବସିବାକୁ ମନା କରିଛି କି ? ମୋ ମୁହଁରୁ ହଠାତ ବାହାରି ପଡିଲା ମ୍ୟାଡ଼ାମ ଠିଆ ହେବା ପାଇଁ ବି ତ କହି ନାହାନ୍ତି । ଦି ଜଣ ହସିଲୁ । 


ମୋର ଆଉ କିଛି କାମ ଅଛି ବୋଲି କହିଲି । ଆଊ କିଛି ସମୟ ବସିଲେ ମୋ ସହିତ କିଛି କ୍ଷତି ଅଛି କି ?ସେ କହିଲେ । ମୁଁ କିଛି ନ କହି ବସିଲି । କିଛି ସମୟ ସେଦିନ ମୋ ପିଲା ଛୁଆ, ଚାକିରି ଆମ ସହରର ହାଲ ଚାଲ ବିଷୟରେ ଚାଲିଲା । ଏମିତି ମଝିରେ ମଝିରେ ମୁଁ କଥା ହୁଏ । 

ବେଳେ ବେଳେ କିଛି staff ଙ୍କୁ ତାଙ୍କର କଟୁ ବାକ୍ୟର ସରବ୍ୟ ହେବାକୁ ପଡୁଥାଏ , କଡା ନିୟମର ବାଣ ବାଜୁ ଥାଏ । କିନ୍ତୁ ମୋ ସହିତ ସେ ନିବିଡ ହେବାକୁ ଚାହୁଁଥିବାର ମୁଁ ଅନୁମାନ କରିପାରିଲି। ମୁଁ ତାଙ୍କ ରୁମ ବାଟ ଦେଇ ଯିବା ଆସିବା ବନ୍ଦ କରି ଦେଇ ଅନ୍ୟ ବାଟରେ ଯାଏ । ତାଙ୍କ ସହିତ ମିଶିଲେ ସହ କର୍ମୀ ମୋତେ ତେଲୁଇ /ଚାମଚି କହିବେ ବୋଲି । 

ପୁଣି କିଛି ଦିନ ପରେ ଭେଟ ହୋଇଗଲା, ତାଙ୍କ ରୁମ କୁ ଯିବା ପାଇଁ କହିଲେ। ବିଭିନ୍ନ ପ୍ରକାରର ବିଷୟରେ ଆଲୋଚନା ମଝିରେ ମୋର ଲିଖିତ ବହି ଟିଏ ସେ ପଢିଥିବାର କହିଲେ । ଚାକିରି, ଛୁଆ ପିଲା ସମ୍ଭାଳିବା ସହିତ କେମିତି ସମୟ ପାଅ, ଏହି ପ୍ରକାର ଲେଖି ପାର କବିତା ଆଉ ଗଳ୍ପ ବୋଲି ପ୍ରଶ୍ନ କରି ବହୁତ ତାରିଫ ମଧ୍ୟ କଲେ । ତାହାରି ଭିତରେ ସେ ଜାଣି ଗଲେ ଯେ , ମୁଁ ଅନ୍ୟର ମନକୁ ବେଶ୍ ଭଲ ଭାବରେ ବୁଝି ପାରେ ଆଉ ତାକୁ ହିଁ ମୋ ଗଳ୍ପ/କବିତା ର ଚରିତ୍ର ଟିଏ କରି ସଜେଇ ଦିଏ ଲେଖନୀ ମାଧ୍ୟମରେ । ମୋ ସାଙ୍ଗରେ ମିଶୁଥିବା ଲୋକର ଚରିତ୍ର ଚିତ୍ରଣ କରିବାରେ ମୁଁ ଧୁରନ୍ଧର ବୋଲି କହି ମୋ ସହିତ ହାତ ମିଳେଇବା ପାଇଁ ହାତ ବଢ଼େଇଲେ । ସେ ଜାଣି ଗଲେ କିଛି ସମୟର ବାର୍ତ୍ତାଳାପ ହେବାରେ ହିଁ ମୁଁ କହି ଦେଇ ପାରେ ଅନ୍ୟ ମନର ଭାବନାର କଥା,ଉଦ୍ଧେଶ୍ୟ ଇତ୍ୟାଦି । 

ହଠାତ ମୋତେ ପ୍ରଶ୍ନ କଲେ, ମୋ ସହିତ ସମସ୍ତେ ମିଶିବାକୁ ପସନ୍ଦ କରନ୍ତିନି କାହିଁକି କହି ପାରିବ କି ?? ମୁଁ ଥତ-ମତ ହୋଇଗଲି । ୟା ଡୁ ସିୟାଡୁ କହି ଭଣ୍ଡେଇ ଦେଲି । ସେ ଠିକ ଜାଣିଲେ ମୁଁ ମିଛ ଗୁଡାକ ବେଶ ଭଲ ଭାବରେ ପରିବେଷଣ କରିବାରେ ତଥା ମନକୁ ପାଇଲା ପରି ହିଁ କହିଲି । 

ଧୀରେ ଧୀରେ ଆମ friendship ବଢିଲା । ସମ୍ପର୍କ ପାରିବାରିକ ହେଲା । ସାଙ୍ଗରେ ଚା ପିଇବା ସହିତ ଅତୀତ ସ୍ମୃତି ସବୁ ବଣ୍ଟନ ହେବାକୁ ଲାଗିଲା । 

ଆତ୍ମୀୟତା ହେବାପରେ ମୁଁ ଦିନେ ପଚାରିଦେଲି “ ମ୍ୟାଡାମ କେବେ ବାହାଘର କଥା ଭାବି ନାହାନ୍ତି” ?? ସେ ଅଳ୍ପ ହସି ଦେଇ କହିଲେ ସମୟ ର ଅଭାବ ! ସତରେ କଣ କେବେ କାହା କଥା ଭାବି ନାହାନ୍ତି ନିରୋଳାରେ, କିମ୍ବା କାହାର ସ୍ପର୍ଶ ପାଇବା ପାଇଁ କେବେ ଆତୁର ହୋଇ ନାହାନ୍ତି ଏମିତି କିଛି ପ୍ରଶ୍ନ । ମୋ ପ୍ରଶ୍ନର ବାଣରେ ତାଙ୍କର ଆଖିର ଭାବ ଦେଖିଲି ପୁରା ବଦଳି ଗଲା ।  

ତାଙ୍କ ଆଖିରେ ଜକେଇ ଥିବା ଲୁହ ବହୁତ କଥା କହି ଥିଲା ମୋତେ ସେଦିନ । ବୁକୁରେ ଫୁଲି ଯାଉଥିବା କୋହ, ଥରୁଥିବା ଓଠ, ଦେହର ଶିହରଣ, ମନର କ୍ରନ୍ଦନ, ହୃଦୟ ର ସ୍ଫନ୍ଦନ , ଛତି ଭିତରର କୁହରଣକୁ ସେ ମୋ ପାଖରୁ ଲୁଚେଇବା ପାଇଁ ଶତ ଚେଷ୍ଠା କରୁ ଥାନ୍ତି ୟାଡେ ସିୟାଡେ ଅନେଇ । 

ମୁଁ sorry Sorry କହି ଚାଲିଥାଏ । ସେ ସିଟ ରୁ ଉଠିବା ପାଇଁ ଚାହିଁଲା ବେଳକୁ ମୁଁ ପାଖରେ ଥିବା ପାଣି ବୋତଲ ଟା ବଢେଇ ଦେଲି । ସେ ଲୁହ ଭିଜା ଆଖିରେ ମୋତେ ଠାରି କହିଲେ ତୁ ତୁ ଭାରି ଚାଲାକି , ମୋତେ କନ୍ଦେଇ ବାର ବ୍ୟବସ୍ଥା କରି ପୁଣି ଏଇ ପାଣି ବଢଉଛୁ । ମନକୁ ହଲକା କରିବାର ଏହା ହିଁ ସରଳ/ ଉତ୍ତମ ଉପାୟ ମ୍ୟାଡାମ ! ମୁଁ କହିଲି । ସେ ପାଣି ଟିକେ ପିଇ କହି ଚାଲିଲେ । ମୁଁ ଏମିତି କେବେ ହେବି ବୋଲି ଭାବି ନଥିଲି । ପରିସ୍ଥିତି ମୋତେ କେବେଠୁ ଏମିତି ଛାଡିଦେଇଛି । ଏହି ଚାକିରିରେ ମୋର ବହୁତ ଗୁଡାଏ ଶତୃ ସୃଷ୍ଠୀ ହୋଇ ଯାଇଛନ୍ତି । ତାଙ୍କ ପାଖରୁ ଦୂରେଇ ରହିବା ପାଇଁ ଏଇ ହିଁ ଏକମାତ୍ର “ଅମୋଘ କବଚକୁ” ମୁଁ ମୋର ଜୀବନର Character ରେ ପରିବର୍ତ୍ତନ କରି ଦେଇଛି । ବିଭିନ୍ନ family problems କୁ ନେଇ, ଭାଇ ଭଉଣୀ ପଛରେ ଗୋଡେଇ ଗୋଡେଇ ଠିକ ସମୟରେ ନିଜ କଥା ଭୁଲି ଗଲି । Power, position ମୋ ପାଇଁ ଶ୍ରେଷ୍ଠ ଥିଲା ସେତେବେଳେ । ବାହା ହେବା କଥା କେବେ ଭାବି ପାରିଲିନି । ମୋ family ମୋତେ force ବି କରି ନାହାନ୍ତି କେବେ । ବେଳେ ବେଳେ ଭାବେ ମୋତେ ବାଧ୍ୟ କରିଥିଲେ ବୋଧହୁଏ ମୁଁ ପରିବାର ଗଢିବାର ମନସ୍କ ହୋଇଥାନ୍ତି । ଯାହା ବି ହେଉ ଆଉ ସେ କଥା ଭାବି ଲାଭ କଣ, କହିଲା ବେଳେ ସେଇ ଦୀର୍ଘଶ୍ଵାସର ମୁଁ ଅନୁଭବ କଲି । ସେ ଦୀର୍ଘଶ୍ଵାସ ବଖାଣି ଦେଉଥାଏ ତାଙ୍କ ହୃଦୟରେ ଥିବା କିଛି କ୍ଷତ ଗୁଡିକୁ । ଯାହା ଜଳ ଜଳ ତାଙ୍କ ଆଖି ବ୍ୟକ୍ତ କରୁଥାଏ ଅକୁହା ଭାଷାରେ । ଆଉ ମୁଁ ଠଉରେଇ ନେଇ ସେଇ ପାଷାଣୀ ପଥର ର ହୃଦୟରେ କେବେ ଗୋଟେ ନିର୍ଝରିଣୀ ବହୁ ଥିଲା ତାହା ବାଧା ପାଇ ବାଟ ଭାଙ୍ଗି/ ବଣା ହୋଇ ଅନ୍ୟ ଦିଗକୁ ବହି ଚାଲି ଯାଇଛି କିମ୍ବା ଶୁଖି ଯାଇଛି ଅନେକ ଦିନରୁ । ଆଉ ସେ ହୋଇ ଯାଇଛନ୍ତି ସମସ୍ତ ଚରିତ୍ରଙ୍କର ବିପରୀତ । 



Rate this content
Log in

Similar oriya story from Abstract