Anjana Naik,Deogarh

Abstract

4.5  

Anjana Naik,Deogarh

Abstract

ପିଲାଦିନର ଗାଁ

ପିଲାଦିନର ଗାଁ

2 mins
453


ଟେଲିଭିଜନ ଆଗରେ ବସି ନାତି ନାତୁଣୀ ମାନଙ୍କ ସହିତ ଗୋଟେ ଫିଲ୍ମ ଦେଖିଲା ବେଳେ, ଜଣେ ପଚାରିଲା ଆଇ ଗାଁ ରେ ବହୁତ ମଜ୍ଜା କରନ୍ତି ନା ଲୋକମାନେ । ଗାଁ ପରିବେଶ କ,ଣ ଏତେ ସୁନ୍ଦର, କୁହ ନା ତମ ଗାଁ କଥା । ତମ ପିଲା ବେଳର କଥା କିଛି । ଏହା ଶୁଣି ଆଖି ଛଳ ଛଳ କରି କହିବା ଆରମ୍ଭ କଲା । ମନେ ନାହିଁ କେତୋଟି ଫଗୁଣ ବିତି ଗଲାଣି । ଆଙ୍ଗୁଳି ର ଗାର ବି କମ ପଡ଼ିଯାଉଛି ଗଣତି କଲାବେଳେ । ହଁ ସେହି ଗାଁରେ ମୋ ଘର, ସେଇଠି ମୋର ଷଠି ନିଆଁ ଅନ୍ତୁଡ଼ାରେ ମୋ ମା ମୋତେ ସେକି ବୁଜି ମୋ ମନ, ହୃଦୟ, ଆଉ ଦେହକୁ ଟାଣ କରି ଦେଇଥିଲା ।

ସମୟର ଅବହାୱାରେ ପ୍ରକୃତିର ବିପର୍ଯ୍ୟୟ ସତ୍ବେ ଆମ ଘର ବନ୍ୟାରେ ଧୋଇ ହୋଇ ଗଲା, ଗାଈ ଗୋରୁ, ଛେଳି କୁକୁଡ଼ା ସବୁ ଭାସିଗଲେ । ଯେମିତି ହେଉ ଗାଁ ର ଲୋକ ମାନଙ୍କ ସହିତ ପରିବାରର ସମସ୍ତ ସଦସ୍ୟ ବଞ୍ଚି ଗଲୁ ।ଏହା କହିବା ବେଳେ ଫୁଲ ର ଆଖି ଓଦା ହେଇଗଲା । ଚ଼ଟ୍ କିନା ଲୁଗା କାନିରେ ଲୁହ ପୋଛି ନେଲା । ମେଦିନୀପୁର ଗାଁରେ ଖୁବ୍ ଜଣାଶୁଣା ପରିବାର, ପଧାନ ଘରର ସାନ ଝିଅ, ଫୁଲ ସମସ୍ତ ଙ୍କର ଗେହ୍ଲି । ଋତୁରେ ପ୍ରକୃତିର ପରିବର୍ତ୍ତନ ସହିତ ତା ଦେହରେ ଯେବେ ଯୌବନର ଦୀପ୍ତି ଦେଖାଦେଲା ତା ମନ ଉଡ଼ି ବୁଲିଲା । କେବେ ଅଙ୍କା ବଙ୍କା ଖାଲ ଖମା ଜମି ହିଡ଼ରେ  ଗେଣ୍ଡାଳିଆ ସାଙ୍ଗରେ, ଚୈତାଳୀ ରେ ପହିଲି ଆମ୍ବ ବଉଳର ଗହଳରେ କୋଇଲିର କୁହୁ କୁହୁ ସୁରରେ, ତ କେବେ ଶୋରିଷ କ୍ଷେତର ହଳଦୀ ଗୁରୁଗୁରୁ ଫୁଲ ଉପରେ ଉଡ଼ୁଥିବା ରଙ୍ଗିନ ପ୍ରଜାପତି ମାନଙ୍କ ସହିତ ।

ପୋଖରୀର ଚ଼ଟାଣ ପଥର ଉପରେ ଗୋଇଠି ଘଷି ଘଷି ସବୁ ଝିଅ ଗୁଡ଼ାକ ଯେବେ ହଳଦୀ ବଟୁଆରୁ ହଳଦୀ ନେଇ ଗୋରି ସାବେନି ଦେହରେ ପୁରା ବୋଳିହେଇ, ପାଣିରେ ଯେବେ ବୁଡ଼ ମାରନ୍ତି ପୋଖରୀଟା ମହ ମହ ବାସିଯାଏ । ସେ ମହକରେ ମାଛରଙ୍କା ଚଢ଼େଇ ଗୁଡ଼ାକ ମାଛ ନ ଧରି ,ପୋଖରୀ ହୁଡ଼ାର ବରଗଛରେ ଲୁଚି ବସନ୍ତି, ପରେ ଝିଅ ମାନଙ୍କର କାଞ୍ଚଲା ବନ୍ଧା ଦେଖନ୍ତି । ଶୀତ ସକାଳରେ ଚକ୍କର କାଟି କାଟି ଚ଼ାରା ଖୁଣ୍ଟି ଖାଉଥିବା କଜଳପାତି ମାନଙ୍କର ଚ୍ୟାକ୍ ଚ୍ୟାକ୍ ଆୱାଜ ରେ ସ୍ବପ୍ନଭରା ନିଦ ଭାଙ୍ଗିଦିଏ ଫୁଲର । ଯୌବନର ଭାରରେ ନିଠେଇ ଦେହଟା ସେଜରୁ ବହୁତ କଷ୍ଟରେ ଉଠେ ଆଉ ଦିନସାରା ଗାଁ ଟାରେ ଗୋଟେ ଚ଼କ୍କର ନ ମାରିଲେ ଦେହର ଅଳସ ଭାଙ୍ଗେ ନି ।

ଶ୍ରାବଣ ମାସର ପ୍ରଥମ ପକ୍ଷରେ ଯାର ବର୍ଷା ହେଇଥାଏ, ଲଗାତାର ୬-୭ ଦିନ ଯାଏଁ । ସେଇ ସକାଳ ଗାଁ ରେ ମାଇକ୍ ଲଗେଇ ଡାକରାରେ କହିଲେ ୨(ଦୁଇ) ଦିନ ଭିତରେ ଗାଆଁମୁଣ୍ଡରେ ପାଣି ଲାଗିବ । କାହା ଘର ରହିବ କାହା ଘର ଧୋଇଯିବ ଠିକଣା ନାହିଁ । ରେଙ୍ଗାଲି ଡ୍ୟାମ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଥାଏ । ଡ୍ୟାମ୍ କାର୍ଯ୍ୟକ୍ଷମ ହେଲା ବେଳେ ପାଣିରେ ପ୍ରାୟ ୭୨ ଟି ଗାଁ ବୁଡ଼ି ଗଲା । ଆଉ ଆମେ ଚ଼ାଲିଆସିଲୁ ସହରକୁ । ଗାଁ ଯାକର ସବୁ ଲୋକ ଯିଏ ଯୁଆଡ଼େ ଚ଼ାଲିଗଲେ । ସବୁ ସ୍ମୃତି ସେଇ ପାଣିରେ ବୁଡ଼ିଗଲା ,ଗାଁ ମୁଣ୍ଡରେ ଥିବା ବୁଢ଼ା ବରଗଛ ପାଣିଖାଇ ଧସି ଗଲା ମନ୍ଦିର  କେତେ ଦିନ ଯାଏଁ ଦିଶୁଥିଲା। ପରେ ପଙ୍କରେ ଭରି ଆଉ ଦିଶୁନି । ସରକାରୀ କାଗଜରୁ ଆମ ଗାଁ ର ନାମ କଟିଗଲା । ସମସ୍ତଙ୍କ ମନରୁ ଆମ ଗାଁ ର ନା ଟା ଲିଭିଗଲା । ନୁଆଁ ସହର ରେ ଗାଡ଼ି ମୋଟର ଗଣି ଗଣି କେବେ ଯେ ମୁଣ୍ଡର ସବୁ ବାଳ ପାଚ଼ି ଧୋବ ଫରଫର ହେଇଗଲାଣି । ହେଲେ ସେଇ ସର୍ତ୍ତହୀନ ସମ୍ପର୍କର ସ୍ମୃତି ଗୁଡ଼ିକ ମୋ ମନରୁ ଲିଭି ପାରୁନି ।ମୋ ପିଲା ଦିନର ଗାଁ କୁ ଭୁଲି ପାରୁନି । କହି ସକ ସକ ହେଇ କାନ୍ଦି ପକେଇଲା ।



Rate this content
Log in

Similar oriya story from Abstract