କଦମ୍ବଫୁଲ
କଦମ୍ବଫୁଲ


ବର୍ତ୍ତମାନ ଜାଣିବା ପାଣିପାଗ ଖବର । ଦୁଇଦିନ ପରେ ମୌସୁମୀ ଛୁଇଁବ ଓଡିଶାକୁ ... । ରୋଷେଇଘରୁ ଦୌଡି ଆସିଲା ବର୍ଷା । ଟିଭି ପାଖକୁ । ବୋଧହୁଏ ପରିଚିତ ଅତିଥି ଟିଏ ଆସିବ ବୋଲି ଖବର ପଠେଇଛି । ଖୁସିରେ ଟିକିଏ ଡେଇଁବାକୁ ଭାରି ଇଚ୍ଚ୍ଥା ତା'ର । ନୂଆଁ ନୂଆଁ ସାଧବବୋହୂ ଟିଏ କେମିତି ଡେଇଁବ ?? ପଛରୁ ଶୁଣାଗଲା ତାକୁ କିଚ୍ଥି ବିରକ୍ତି ଭରା ମନ୍ତବ୍ଯ । କେବଳ ତା' ନାମ ଟା ବର୍ଷା ତାହା ନୁହଁ । ମୌସୁମୀ ସହିତ ଏକ ପ୍ରିତିଭରା ଆତ୍ମୀୟ ତାର ।
କୁଆଁରୀ ବସୟର କିଚ୍ଥି ଅଭୁଲା ସ୍ମୃତି ମାନସପଟରରେ ନାଚି ଉଠିଲା । ମା'ର ଆକଟକୁ ନ ମାନି ବର୍ଷାରେ ଭିଜୁଥିଲି ମୁଁ । ତା ସହିତ ଆକାଶରୁ ଝରି ପଡୁଥିବା ମୁକ୍ତାକୁ ପାପୁଲିରେ ଧରିବା ପାଇଁ ସଂଘର୍ଷ । ମୌସୁମୀ ଅଗଣାରେ ପାଦ ଥାପିଲା ମାତ୍ର ମୋ ପାଦ ମଧ୍ଯ ନାଚି ଉଠିଯାଏ । ହଁ, ଏ ମୌସୁମୀ ଦିନେ ପ୍ରେମର ସ୍ପନ୍ଦନରେ ଓଦା କରିଦେଇଥିଲା । ମନ ଆଉ ଶରୀରକୁ ।
ସେଦିନ ଶ୍ରେଣୀରେ ଅର୍ଥନୀତି ପଢାହଉଥାଏ । କିନ୍ତୁ ଶ୍ରେଣୀଗୃହରେ ଶରୀରଟି ବସିଥିଲା ମାତ୍ର ମନ ବାହାରେ ହେଉଥିବା ବର୍ଷାରେ ଭିଜିବାକୁ ଚାହୁଁଥିଲା । ହାତଟା ଆପେ ଆପେ ଖାତାରେ ଲେଖିଦେଲା କେତୋଟି ଧାଡି । ନା ସେ ପ୍ରେମର ଭାବନାଥିଲା ନା ବିରହର ବେଦନା । ବାସ୍ ! ଏକ ଅଭିମାନ ଥିଲା ମନର ମାନସ ନିମନ୍ତ । ଖାତକୁ ବନ୍ଦ କରିବାକୁ ଗଲାବେଳେ ଶୁଣୁଲି ; ଆରେ... ରୁହ ଶେଷ ଦୁଇଧାଡି ପଢିନି ....। ବହୁତ ସୁନ୍ଦର ଲେଖିଚ୍ଥନ୍ତି । କାହା ପାଇଁ ଏତେ ଅଭିମାନ?? କଦମ୍ବ ଫୁଲକୁ ଚ୍ଥାଡିଦେଲେ କାହିଁକି?? ବର୍ଷାଋତୁରେ ସେପରା ସବୁଠାରୁ ଆକର୍ଷଣୀୟ । ମୁଁ କିଚ୍ଥି କହିଲି ନାହିଁ । ମୋ ଆଖିର ଭାଷାକୁ କିପରି ପଢିଦେଲ ତୁମେ । ପୁଣି କହିଲ ;"ସହରି ପିଲା କଦମ୍ବ ଫୁଲ ଦେଖିନଥିବ ବୋଧହୁଏ ।" । ଦୁଇ ଦିନପରେ ତୁମେ କଦମ୍ବ ଫୁଲକୁ ଉପହାର ଦେଇଥିଲ ମୋତେ । ପ୍ରଥମଥର ପାଇଁ ଦେଖିଥିଲି କଦମ୍ବ ଫୁଲକୁ ଆଉ ବାରିଥିଲି ତା ବାସନା । ସତରେ ତୁମକୁ ମୌସୁମୀ ଅତିଥି କରି ଆଣିଥିଲା ମୋ ମନ ଅଗଣାକୁ ।
ଆରେ... କଣ ହେଲା ?? ଏମିତି କାହିଁକି ଠିଆ ହେଇଛ ??
.
.
କିଚ୍ଥି ନାହିଁ??
.
ନିଅ ତୁମ ଉପହାର । ହାତ ଦେଖାଅ ...
.
ପାପୁଲିରେ କେତୋଟି କଦମ୍ବର ଫୁଲ ।