STORYMIRROR

Debaki Behera

Romance

3  

Debaki Behera

Romance

କାଶ୍ ତୁମେ ବୁଝିପାରିଥାନ୍ତ କି...

କାଶ୍ ତୁମେ ବୁଝିପାରିଥାନ୍ତ କି...

4 mins
168


ଶ୍ଵେତା ଆଜି ନିଜକୁ ଏତେ ଅସହାୟ ମନେ କରୁଥିଲା ଯାହା ତା ସହ କେବେବି ଏମିତି ହୋଇନଥିଲା l ଆଲୋକ ତା ସାମ୍ନାରେ ଗୋଲାପ ଫୁଲଟିଏ ଧରି ଗୋଟିଏ ଆଣ୍ଠୁରେ ଆଣ୍ଠେଇ ତାକୁ ପ୍ରପୋଜ କରିଥିଲା l ସେ ତାକୁ କଣ ଉତ୍ତର ଦେବ ଭାବି ପାରୁନଥିଲା l ସେ ବର୍ତ୍ତମାନ ସେହି ପୋଲରେ ଛିଡା ହେଇଥିଲା ଯେଉଁଠାରେ ସୁନେଲି ରଙ୍ଗର ସ୍ୱପ୍ନର ଦୁନିଆ ଓ ଅନ୍ୟ ପଟେ ପିଲାରୁ ବଡ କରିଥିବା ମାଆ ବାପା ପ୍ରତି କର୍ତ୍ତଵ୍ୟ l ସେ ସେହିଦିନ କେବଳ ଚୁପ ରହି ସେଠାରୁ ଚାଲି ଆସିଥିଲା l 

ଆଲୋକ ଓ ଶ୍ଵେତା ଗୋଟିଏ ଅଫିସରେ କାମ କରନ୍ତି l ଆଲୋକ ହରିଜନ ଜାତିର ପିଲା ଥିଲା ଓ ଶ୍ଵେତା ଉଚ୍ଚ ଜାତିର ଝିଅ l ଅଫିସରେ ସମସ୍ତେ ବହୁତ ଖୁସି ମଜାକ କରୁ l ଖରାବେଳ ଖାଇବା ଛୁଟିରେ କ୍ୟାଣ୍ଟିନରେ ଯେମିତି ମାଡଗୋଳ ହେଇଯାଉ l ଯିଏ ଯାହାର ଟିଫିନ ଆଣିଥିଲା ବେଳେ କିଛି ପାତର ଅନ୍ତର ନକରି ସମସ୍ତେ ସମସ୍ତେ ସମସ୍ତିଙ୍କ ଟିଫିନରୁ ମନ ପସନ୍ଦର ଖାଦ୍ୟ କାଢ଼ିକି ଖାଇଦେଉ l କିନ୍ତୁ ଆଲୋକ ଟିକେ ଅଧିକା ମଜାଳିଆ l ସେ କ୍ୟାଣ୍ଟିନରେ ବହୁତ ମଜା କଥା କହି ସମସ୍ତଙ୍କର ପେଟ ଅଧା ଦରଜ କରେଇ ଦିଏ ଓ ଶେଷରେ କୁହେ ଆଉ କାହାର ତ ଖାଇବାର ନାହିଁ ମୋତେ ଟିଫିନ ଦେଇଦେଇକି ଯାଅ ମୁଁ ଖାଇଦେବି l ସମସ୍ତେ ତାକୁ ବହୁତ ଭଲ ପାଆନ୍ତି l ସେ ଦେଖିବାକୁ କୌଣସି ରାଜା ଘର ପୁଅ ଠାରୁ କମ ନୁହେଁ l ସୁନ୍ଦର, ସୁଢଳ ଶରୀର l ଚେହେରାରେ ଯେମିତି ଏକ ଜ୍ୟୋତି ପ୍ରକାଶିତ ହେଉଥାଏ l ସବୁବେଳେ ହସ ହସ ମୁହଁ l ତାଙ୍କ ଘରର ଆର୍ଥିକ ସ୍ଥିତି ସେତେ ଭଲ ନୁହଁ ହେଲେବି ତା ମୁହଁରେ କେବେବି ଏକ ବିଷଣ୍ଣର ଭାବ ଦେଖିନଥିବେ l ସେ ଚାକିରୀ କରିବା ସହିତ ସିଭିଲ ସର୍ଭିସ ପାଇଁ ମଧ୍ୟ ପ୍ରସ୍ତୁତି କରୁଥିଲା l ମୁଁ ମଧ୍ୟ କେବେ କେବେ କିଛି ବହି ନେଇ ଦେଇଦିଏ କାରଣ ମୋର ଦାଦା ପୂର୍ବରୁ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ କିନ୍ତୁ ଅଧାରୁ ହି ତାଙ୍କର ବାହାଘର ଘରେ କରିଦେଲେ l ତେଣୁ ପରିବାର ସମ୍ଭାଳିବା ହେତୁ ସେ ପଢାପଢି ଛାଡିଦେଲେ l ତାଙ୍କର ବହୁତ ଗୁଡିଏ ବହିଥିଲା l ତେଣୁ ଶ୍ଵେତା ସେହି ବହିରୁ କିଛି ଆଣି ଆଲୋକକୁ ଦେଇଥିଲା ପଢିବା ପାଇଁ l ଆଲୋକ ଶ୍ଵେତାକୁ ମନେ ମନେ ବହୁତ ଭଲ ପାଉଥିଲା କିନ୍ତୁ ଶ୍ଵେତା ତାଙ୍କ ଜାତିର ଝିଅ ନଥିଲା ଓ ସେ ବହୁତ ଗରିବ ଥିଲା l ଏହିପରି କ୍ୟାଣ୍ଟିନରେ ଦିନେ ଖରାବେଳେ ଏଣୁତେଣୁ ଗପ, ଯୁକ୍ତି ତର୍କ ମଧ୍ୟରେ ବାହାଘରରେ ଜାତିଭେଦ ଉପରେ ଏକ ଆଲୋଚନା ଜୋର ଧରିଲା l ସମସ୍ତେ ନିଜ ନିଜର ମତ ରଖିଲେ l ଅନ୍ୟ ଜାତିରେ ବାହାହେବେ ନାଁ ନାହିଁ l ଯେତେବେଳେ ଶ୍ଵେତାକୁ ଏହିକଥା ପଚରା ଗଲା ସେ ମଧ୍ୟ ଏକ ଜୋଶରେ କହିଦେଲା କି ସେ ମଧ୍ୟ ନିଜ ପସନ୍ଦର ପୁଅକୁ ବାହାହେବ l ଜାତି, ଧର୍ମ, ଧନୀ, ଗରିବ ଏ ସବୁରେ ତାର କିଛି ଆପତ୍ତି ନାହିଁ l କେବଳ ପୁଅଟି ସୁନ୍ଦର ତଥା ଚରିତ୍ରବାନ ହୋଇଥିଲେ ହେଲା l ସେ ଜାଣିନଥିଲା ସେହିଦିନକାର କଥାକୁ ଆଲୋକ ଏତେ ଗମ୍ଭୀରତାର ସହ ନେଇଯିବ ବୋଲି l ଆଉ ଆଜି ତାର ପରିଣତି ଯାହାଫଳରେ ସେ ତାକୁ ପ୍ରପୋଜ କରିଛି l ସେ ସେଦିନ ଜୋସରେ ଜାତିଅଜାତି ଭେଦ ଭାବ କିଛି ଫରକ ପଡ଼େନି ବୋଲି କହିଦେଇଥିଲା ସତ କିନ୍ତୁ ସତ୍ୟ ଟିକେ ଅଲଗା ଥିଲା l ତାଙ୍କ ପରିବାରରେ ଜାତିଅଜାତି ଭେଦ ଭାବ ଏକ ବଡ ସମସ୍ୟା ଥିଲା l ଦିନେ ସେ ଏକ ହରିଜନ ଜାତିର ସ୍କୁଲ ସାଙ୍ଗକୁ ଘରକୁ ନେଇ ଆସିଥିଲା ବୋଲି ସେ ଝିଅକୁ ନାନା କଥା ତା ବୁଢୀମା ଶୁଣେଇବା ସହ ତାକୁ ବି ବହୁତ ଶୁଣେଇଥିଲେ l ଆଉ ଏପରି ଭୁଲ କେବେ ନକରିବାକୁ ତାକୁ ସତର୍କ ମଧ୍ୟ କରେଇଥିଲେ l ସେହିଦିନ କଥା ମନେପଡିଗଲେ ଶ୍ଵେତା ବହୁତ ଡରିଯାଏ l ସେ ପୂର୍ବରୁ ଜାଣିଥିଲା ଯେ ଆଲୋକ ମନରେ ତା ପାଇଁ ଏକ ସ୍ୱତନ୍ତ୍ର ଜାଗାଟିଏ ଅଛି l ସେ ମଧ୍ୟ କେଉଁଠି ନା କେଉଁଠି ମନ ମଧ୍ୟରେ ତାକୁ ସ୍ଥାନ ଦେଇସାରିଛି l ହେଲେ କେବେ କହିପାରିନି l ଆଲୋକକୁ କିଛି ନକହି ସେ ସେଠାରୁ ଚାଲିଆସିଲାରୁ ଆଲୋକ ବହୁତ ମନ ଦୁଃଖ କରିଥିଲା l ସବୁବେଳେ ହସୁଥିବା ପିଲାଟି ମୁହଁରେ ମୁଁ ପ୍ରଥମ ଥର ଦୁଃଖର ଛାଇ ଦେଖୁଥିଲି l ହେଲେ ମୁଁ ନିରୁପାୟ ଥିଲି l ସେ ସେହିଦିନଠୁ କେବେକିଛି ମୋତେ କହିଲାନି l ବହୁତ ଶାନ୍ତ ହୋଇଯାଇଥିଲା ସେ l ମୁଁ ମଧ୍ୟ ତା ନୀରବତାକୁ ଅନୁଭବ କରିପାରୁଥିଲି l ମୋତେ ବହୁତ ଦୁଃଖ ଲାଗୁଥିଲା ତା ନିରବତାକୁ l ସେ ୟା ମଧ୍ୟରେ ଜୋର ସୋରରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲା l ଏକଥା ଶ୍ଵେତା ଜାଣିନଥିଲା l କିଛି ମାସ ଏହିପରି ଚାଲିଲା l ସେ ସିଭିଲ ସର୍ଭିସରେ ପୁରା ଓଡ଼ିଶାରେ ଟପ୍ପର ହୋଇଥିଲା l ଏକଥା ସମସ୍ତେ ଜାଣିଲା ପରେ ତାକୁ ବହୁତ ଅଭିନନ୍ଦନ ଜଣେଇଲେ l ଶ୍ଵେତା ମଧ୍ୟ କିଛି କହିବାକୁ ଚାହୁଁଥିଲା କିନ୍ତୁ କାଳେ ଆଲୋକ ତାକୁ ଲୋଭି ଭାବିବ ସେଥିପାଇଁ ସେ କିଛି ଜଣେଇଲାନି l ଶେଷରେ ସେହିଦିନ ଆସିଲା ଯେବେ ସେ ଅଫିସରୁ ବିଦାୟ ନେବାର ସମୟ l ସେ ଅଫିସରୁ ବିଦାୟ ନେଉଥିଲା ମୁଁ ମୋ ମନର କଷ୍ଟକୁ ଲୁଚେଇବା ପାଇଁ ବାହାରକୁ ଚାଲିଗଲି l ସେ ସମସ୍ତିଙ୍କ ଠାରୁ ବିଦାୟ ନେଇ ଶେଷରେ ମୋତେ ଖୋଜି ବାହାରକୁ ଆସିଲା ଓ ଏକ ଆଶାପୂର୍ଣ ଚାହାଣିରେ ମୋତେ ଚାହିଁଲା ଏବଂ କହିଲା, "ଶ୍ଵେତା ମୁଁ ଆଜି ବିଦାୟ ନେଉଛି ଶେଷ ଥର ପାଇଁ କିଛି ତ କୁହ l ମୁଁ ତୁମ ମୁହଁରୁ କିଛି ଶୁଣିବାକୁ ଅପେକ୍ଷା କରିଛି l"

ଏତକ ଶୁଣିବା ମାତ୍ରେ ମୋ ଆଖିରୁ ଦୁଇଠୋପା ଲୁହ ଗଡ଼ି ଆସିବା ସହିତ ଆଖିଦୁଇଟି ଅନ୍ୟ ଲୁହର ଆଗମନରେ ରହିଥିଲା l ଆଲୋକ ମୋ ଆଖିରେ ଲୁହ ଦେଖି କହିଲେ, 

"ନାହିଁ ଶ୍ଵେତା ମୁଁ କିଛି ଶୁଣିବାକୁ ଚାହୁଁନି l ମୁଁ ମୋ ପ୍ରଶ୍ନର ଉତ୍ତର ପାଇଗଲି l ମୁହଁ ଖୋଲି ନକହିଲେ ବି ମୁଁ ସବୁ କିଛି ବୁଝିଗଲି l ତୁମେ ତ ମୋ ପ୍ରେରଣା, ତୁମେ ତ ଏଇ ଅନ୍ଧାର ରୂପୀ ଆଲୋକର ରଶ୍ମି l ତୁମେ କାନ୍ଦିଲେ ମୁଁ ଦୁର୍ବଳ ହୋଇଯିବି l ଖୁସିରେ ରୁହ l ମୁଁ କିନ୍ତୁ ତୁମ ଅପେକ୍ଷାରେ ରହିବି l"

ଏତିକି କହି ସେ ଆଗକୁ ପାଦ ବଢ଼େଇ ଚାଲିଗଲେ l ମୁଁ କେବଳ ସେଇଠି ମୋ ଅଧୁରା ପ୍ରେମ ବିଷୟରେ ଭାବୁଥିଲି l କାଶ୍ ମୁଁ କହିପାରିଥାନ୍ତି କି ତୁମେ ବୁଝିପାରିଥାନ୍ତ ମୋ ମନର ବେଦନାକୁ l ମୁଁ ଝିଅଟିଏ l ମୋ ବାପା, ମା ମୋତେ ଛୁଆରୁ ବଡ କରିଛନ୍ତି ତାଙ୍କ ଖୁସିକୁ ଅଣଦେଖା କରିପାରିବିନି l 

ମୋର ସେମାନଙ୍କ ପ୍ରତି କିଛି କର୍ତ୍ତବ୍ୟ ଅଛି l ତୁମେ ଆଗକୁ ବଢ ଆଉ ଜୀବନର ଶୀର୍ଷକୁ ଛୁଅଁ l ମୋତେ କ୍ଷମା କରିଦେବ l ମୋର ଏତିକି ବିଶ୍ୱାସ ହୁଏତ କେବେ ତୁମେ ମୋତେ ବୁଝିପାରିବ l ଇଏ ତ ମୋ ଅଧୁରା ପ୍ରେମର କାହାଣୀ ମାତ୍ର l ମୋ ଜୀବନର କାହାଣୀ ମୋ ବାପା, ମା ଠାରୁ ଆରମ୍ଭ ଓ ତାଙ୍କଠାରେ ହିଁ ଶେଷ l ମୁଁ ମୋ ଖୁସି ପାଇଁ ତାଙ୍କ ମନରେ କଷ୍ଟ ଦେଇପାରିବିନି l ସେମାନେ ହାରିଯିବେ l 





Rate this content
Log in

Similar oriya story from Romance