Rekharani Sahu

Romance Tragedy

4.7  

Rekharani Sahu

Romance Tragedy

ଝଲମଲ ଜୀବନ

ଝଲମଲ ଜୀବନ

6 mins
182



କଲେଜ ସରିଲା ପରେ ମୀରା ଭାବିଲା, ଆଜି ତ କଲେଜ ରେ ରାହୁଲ୍ କୁ ଦେଖା କରି ବିଦାୟ ନେବ।

ତାକୁ ନେବା ପାଇଁ କାଲି ତା ମମି ଆଉ ଭାଇ ଆସିବେ ନେବାକୁ। ରାହୁଲ୍ ରାହୁଲ୍ କହି ମୀରା ଖୁସିରେ ବିଭୋର ହୋଇଯାଉଛି।

ତାପରେ ଫୋନ୍ କରେ ରାହୁଲ୍ କୁ... ଫୋନ୍ ରେ କଲର ରିଂ ଟୋନ୍ ବାଜି ଉଠେ "ତୁମ ବିନ୍ ପିଆ... ନା ଲାଗେ ଜିଆ... ଥୋଡା ଓର କରିବ ଆୟୋନା"। ମୀରା ପୁରା ଲାଜରେ ଲାଲ ପଡିଯାଉଛି ସେ ଗୀତ ଶୁଣି। ମନେ ମନେ ଭାବି ଉଠେ ଓହଃ ରାହୁଲ ୟୁ ଆର ସୋ ନଟି.... ।ସେପଟୁ ଉତ୍ତର ଆସେ ହଁ ମୀରା କୁହ କ'ଣ ହେଲା, କିଛି କାମ ଥିଲା କି, ଯଦି କିଛି କାମ ନାହିଁ ତେବେ ମୁଁ ଫୋନ୍ ରଖୁଛି। ମୋ ପାଖେ ଅନେକ କାମ ଅଛି। ମୀରା ମୁହଁ ସଢେଇ ପରି ହେଇଗଲା... ଉତ୍ତର ରେ କହିଲା କାମ!! କି କାମ.. ଆଜି ତ କଲେଜ ସରିଲା ଆଉ ଆଜି କି କାମ। ଆରେ ତୁମେ ବୁଝି ପାରିବନି। କୁହ କିଛି କାମ ଥିଲା କି। ଅଭିମାନ ରେ ମୀରା ନା କିଛି କାମ ନାହିଁ... । ରାହୁଲ୍ କହେ ଠିକ୍ ଅଛି ମୁଁ ଫୋନ୍ ରଖୁଛି। ମୀରା କହେ ଦେଖା କରିବାକୁ ଚାହୁଁ ଥିଲି... । ରାହୁଲ୍ କହେ ଓଃ... ମୁଁ ଦୁଃଖିତ ମୀରା...!!

ମୁଁ ତ ଏବେ ଘରେ। ଆଉ ଦେଖା କେମିତି ହେବ। ପରେ କେବେ ଟାଇମ଼ ହେଲେ ଦେଖା କରିବା।

ମୀରା - ତୁମେ ଘରେ କିପରି ?

ରାହୁଲ୍ - ପାପା ମମି ଯାଇଥିଲେ ପଳାଇଆସିଲି। ସମୟ ହେଲାନି ତୁମକୁ କହିବାକୁ। ସରି !!

ମୀରା - ସରି କହିବାର ପ୍ରୟୋଜନ ନାହିଁ କିଛି କାମ ଥିବ କହୁଥିଲ ନା ଯାଅ କରିବ। ମୁଁ ରଖୁଚି ଫୋନ୍ କହି କରିଦେଲା ଫୋନ୍।

 ସେପଟେ ରାହୁଲ ଶ୍ରୁତି କୁ ଭେଟ କରିବ ବୋଲି ଖୁସିରେ ନାଚି ଯାଉଚି। ଶ୍ରୁତି ତା ପିଲା ବେଳର ସାଙ୍ଗ। କେତେ ଦିନ ପରେ ସେ ମେଡିକାଲ୍ ସାରି ଘରକୁ ଆସୁଚି। ସେ ତାକୁ ବିମାନ ବନ୍ଦର ପାଖକୁ ଯିବ ଆଣିବା ପାଇଁ। ମୀରା ଯେ ଶ୍ରୁତି ର ମାମୁଁ ଝିଅ ଭଉଣୀ ରାହୁଲ୍ କୁ ତାହା ଜଣା ନାହିଁ।

 ମୀରା ମାମା ତୁମେ ଆଉ ଆସ ନାହିଁ ମୁଁ ଏକା ପଳାଇ ଯିବି। ଗାଡି ପଠାଇ ଦିଅ। ଆଉ ହଁ ଶ୍ରୁତି ଆସୁଛି ଆଜି ଫୋନ୍ କରିଥିଲା ମୁଁ ତା ସହ ଦେଖା କରି ସେପଟେ ଘରକୁ ପଳେଇବି। ରାହୁଲ୍ ର ଘର କଟକ ଆଉ ଶ୍ରୁତି ବି ସେଇ କଟକ ର କିନ୍ତୁ ମୀରା ସୁଦୂର କୋରାପୁଟ ର କିନ୍ତୁ ମୀରା ଭୁବନେଶ୍ବର ରେ KIIT କଲେଜ ରେ ପଢୁଥିଲା। ସେଠିକାର ଝଲମଲ ଜୀବନ ମୀରା କୁ ଭାରି ପସନ୍ଦ ଥିଲା। ସେ ବି ପୁରା ପୁରି ମଡ଼ନ ଝିଅ ପରି । କିନ୍ତୁ ଦେଖିବାକୁ ବହୁତ୍ ସୁନ୍ଦର । ରାହୁଲ୍ ତା ସୁନ୍ଦରତା ଦେଖି ପଟେଇ ଥିଲା । ଆଉ ସେ ବି ଜାଣେ ମୀରା ତାଙ୍କ ଘରର ଗୋଟେ ଝିଅ ଆଉ ତା ବଡ଼ ଭାଇ ଜଣେ ଉଚ୍ଚ ପଦବୀ ଅଫିସର । ସେ ବହୁତ୍ କଥା ମୀରା ବିଷୟରେ ଜାଣିଛି ।

 ଯେତେବେଳେ ମୀରା ର ଜନ୍ମଦିନ ଥିଲା ସେମାନେ ସାଙ୍ଗ ହେଇ ପବ ଯାଇଥିଲେ ପାଲହାଇଟ । ସେଠି ପୁରା ପୁରା ଝଲମଲ ଦୁନିଆରେ ହଜି, ଭିଜି ପୁରା ମଜା ମଜଲିସ କରି ଜୀବନ ବଞ୍ଚିଥିଲେ । ଆଉ ତା ପରେ ଫେରିଲା ବେଳକୁ ମୀରା କୁ ଟିକେ ନିଶା ହେଇଯାଇଥିଲା । ସେ ମୀରା କୁ ହଷ୍ଟେଲ ରେ ଛାଡିବାକୁ କହିଲା । ମୀରା ରାଜି ନହେବାରୁ ରାହୁଲ୍ ତାକୁ ତା ନିଜ ରୁମ କୁ ନେଇଯାଇଥିଲା । ଆଉ ସେଠି ମୀରା କୁ ତା ବେଡ଼ ରେ ସୁଆଇ ଦେଇ ସେ ବେଡ଼ସିଡ ତକିଆ ନେଇ ତଳେ ଶୋଇଲା । ହେଲେ ସେ ମୀରା କୁ ସେମିତି ଚାହିଁଛି । ତା ସୁନ୍ଦରତା ସହ ତା ଗୁଣ ସବୁ ଭାବିଲା । ମୀରା ପ୍ରତି ତା ଭଲପାଇବା ଟିକେ ବେସି ଆକର୍ଷିତ ଲାଗିଲା । ଆଉ ମୀରା ନିଦରେ ରାହୁଲ୍ ରାହୁଲ୍ ହେଉଥାଏ । ସେ ହଁ କହି ତା ପାଖକୁ ଗଲା । କହିଲା କଣ ହେଲା ମୁଁ ଏଇଠି ଅଛି ତୁମେ ଶୋଇପଡ । ମୀରା ତା ହାତକୁ ଭିଡ଼ିକି ଧରିଲା । କହିଲା ରାହୁଲ୍ ମତେ ତୁମେ କୁଆଡେ ଛାଡିକି ଯିବନି ତ । ନା କଦାପି ନୁହଁ । ମୀରା ରାହୁଲ୍ କୁ ଆଉ ଟିକେ ଜୋର ରେ ଧରିଲା ।ସେତେବେଳକୁ ରାତି ଦୁଇ ଟା । ଯୁବକ ଯୁବତୀ ଏକା ସଙ୍ଗେ ରହିଲେ କି ଅଲଗା ରହିପାରନ୍ତି। ତାଙ୍କ ଭିତରେ ଅନ୍ତରଙ୍ଗ ସମ୍ପର୍କ ଗଢି ଉଠିଲା । ମୀରା ସକାଳୁ ଉଠି ଦେଖେ ସେ ରାହୁଲ୍ ଛାତିରେ ମୁଣ୍ଡ ଦେଇ ଶୋଇଛି ତାକୁ ଯେପରି ଲାଗେ ସେ ସ୍ୱର୍ଗ ରେ ଅଛି । ହଟାତ ଗାଡି ଡ୍ରାଇଭର କହେ ସାନ ମାଡମ ଆମେ କୁଆଡେ ଯିବା । ହଁ ହଁ କହି ମୀରା ଭାବନା ରାଇଜରୁ ଫେରେ ସେତେବେଳକୁ ସେ ତାର ସବୁ ସାମାନ ଗାଡ଼ିରେ ଭରି ସାରିଲାଣି । ହଁ ଡ୍ରାଇଭର କାକା ଆମେ ଟିକେ ଏୟାରପୋର୍ଟ ଯାଇ ଶ୍ରୁତି କୁ ଦେଖା କରି ଘରକୁ ପଳେଇବା ।

 ଶ୍ରୁତି ସେପଟେ ଏୟାରପୋର୍ଟ ରେ ପହଂଚି ,ଜିନିଷ ପତ୍ର ଚେକିଂ କରି ବାହାରେ ଅପେକ୍ଷା କରିଛି । ରାହୁଲ୍ ଯାଇ କହେ ,ହେ ଶ୍ରୁତି ପ୍ଲିଜର୍ ଟୁ ମିଟ ୟୁ । ଇଟ୍ସ ଅଲସୋ ମାଇଁ ପ୍ଲିଜର୍ । କହି ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରନ୍ତି । ସେଇ ସମୟରେ ମୀରା ଯାଇ କହେ ଶ୍ରୁତି" ମିସ ୟୁ ଡାର୍ଲିଂଗ" ।

ଓଃ ନୋ ମୀରା ମାଇଁ ଏଞ୍ଜେଲ ଲଭ ୟୁ ସୋ ମଚ । ମୀରା ଆଉ ରାହୁଲ୍ ର ମୁହାଁମୁହିଁ ହେଇନି । ମୀରା କହେ କିଏ କି ସିଏ ତୋ ବୟ ଫେଣ୍ଡ । ନା ନା ସେ ମୋ ପିଲା ଦିନର ସାଙ୍ଗ ।ଆମ ଘର ପାଖରେ । ତାକୁ ଫୋନ କରିଥିଲି ଆସିକି ମତେ ନେବାକୁ। ତାର ଆଜି କଲେଜ ସରିଲା ସେ ତା ଗାଲ ଫେଣ୍ଡ ଠୁ ଲୁଚିକି ଆସିଛି । କହିଲା ସେ ଜାଣିଲେ ମତେ କଞ୍ଚା ଚୋବେଇ ଯିବ । ମୁଁ ବି ଭାବିପାରେନି ସେ ଝିଅ କିଏ ଯେ ଆକୁ ଏତେ ପାଗଳ କରି ରଖିଚି । ତାର ଫୋନ ଆସିଲା ତ ସେ ସେଠି କଥା ହଉଚି । ରହ ଡାକେ ତାକୁ । ହେ ରାହୁଲ୍ ମିଟ ମାଇଁ ଏଞ୍ଜେଲ ମୀରା । ରାହୁଲ୍ ମୁହଁ ବୁଲେଇ ଦେଖେ । ତା ସାମନାରେ ମୀରା ,କଣ କରିବ ହେବ । ବାଘକୁ ଯୋଉଠି ଡରିବ,ସେଇଠି ବାଘକୁ ଭେଟିବ । ମୀରା ରାଗି କି ଅନେଇଛି ରାହୁଲ୍ କୁ । ମନେ ମନେ ଭାବୁଛି ରହରେ ପୁଅ ତତେ ଆଜି ଦଉଚି ଭଲସେ । ରାହୁଲ୍ ସେପଟେ ମନେ ମନେ ଆଜି ଦିନଟା ମୋର ଗଲା । ତାପରେ ସେମାନେ ସେଠାରୁ ଆସି new marion ରେ ଲଞ୍ଚ କଲେ । ତାପରେ ଭୁବନେଶ୍ୱରର ଝଲମଲ ରଙ୍ଗରେ ନିଜକୁ ହଜେଇ ଦେଇ କିଛି କ୍ଷଣ ସପିଙ୍ଗ ମଲ , inox ମୁଭି ଥିଏଟର ଯାଇ ବୁଲି ବୁଲି ମଜା କରି ଫେରିଲେ । ସେଇ ଭିତରେ ଶ୍ରୁତି ମୀରା ଆଉ ରାହୁଲ୍ କୁ ମାର୍କ କରୁଥାଏ । ମନେ ମନେ ଭାବେ "ଡାଲ ମେ କୁଛ କାଲା ହେ,ଆଖିର ବାତ କ୍ୟା ହେ "। ତାପରେ ଶ୍ରୁତି କହେ କଥା କଣ ତୁମେ ଦୁଇଜଣ ତ ଏବେ ଦେଖା ହେଲ । ଏତେ ଘୋଲମେଲ କଣ ? ମୀରା ରାହୁଲ୍ ଦୁଇ ଜଣ କୁହନ୍ତି ଆରେ ଆମେ ଦୁହେଁ କ୍ଲାସ ମେଟ ଭି । ଶ୍ରୁତି କହେ ...କଣ! ମତେ ତାହେଲେ ତୁମେ ଦୁହେଁ ବୋକା ବନେଇଲ । ମୀରା କହେ ନାଇଲୋ ମୁଁ ଜାଣି ନଥିଲି ତୁ ରାହୁଲ୍ ଙ୍କ ସାଙ୍ଗ ବୋଲି । ଓଃ କହି ଶ୍ରୁତି କହେ ରାହୁଲ୍ ଆରେ ଶ୍ରୁତି ମୁଁ ବି ଜାଣି ନଥିଲି । ତୁ ମୀରା ଙ୍କ ଡାର୍ଲିଂଗ ବୋଲି । ଦୁହେଁ ଦୁହିଁଙ୍କୁ ଅପରପକ୍ଷରେ କମେଣ୍ଟ ମାରୁଥିଲେ । ତାପରେ ମୀରା ମାମା ର ଫୋନ ଆସେ କୋଉଠି ପହଂଚିଲୁ । ମୀରା ମାମା ମୁଁ ଶ୍ରୁତି ସହ ଅଛି । ଟିକେ ପରେ ବହାରିବି। ହଉ ଦେଖିକରି ଆସିବୁ। ହଉ କହି ମୀରା ଫୋନ ରଖେ । ତାପରେ ସେଠୁ ବିଦାୟ ନେଇ ଯିବା ଅଭିମୁଖେ ବାହାରେ । ଶ୍ରୁତି କହେ ଏତେ ଦିନ ପରେ ଆସିଛି ଆଜି ଆମ ଘରେ ରହିଯିବୁ ମୁଁ ପିଇସି କି କହିଦେବି । ମୀରା କହେ ଠିକ୍ ଅଛି । ସବୁ ସାଙ୍ଗ ହେଇ ଘରଙ୍କୁ ଫେରନ୍ତି । ଶ୍ରୁତି ଘରେ ଶ୍ରୁତି ଆସିବ ବୋଲି ସବୁ ଆୟୋଜନ ହୋଇସାରିଥାଏ । ଦୀର୍ଘ ଚାରିବର୍ଷ ପରେ ସେ ତାଙ୍କ ଝିଅଙ୍କୁ ଦେଖିବେ ଯାହା ଭିଡିଓ କଲ ରେ ଝିଅକୁ ଦେଖନ୍ତି।

  ଆଜି ତାଙ୍କ ଝିଅ ଆସିବ ଡାକ୍ତର ହୋଇ । ସଂଗେ ସଂଗେ ଗାଡି ଯାଇ ଲାଗେ ଘର ଆଗରେ । ଶ୍ରୁତି ର ମାମା ପାପା ,ରାହୁଲ୍ ର ମାମା ପାପା ସବୁ ଠିଆ ହୋଇଥାନ୍ତି । ରାହୁଲ୍ ଗାଡିରୁ ଓଲ୍ହାଇ କହେ ମହାରାଣୀ ବିଜେ କଲେ ଅଙ୍କଲ । ଏବେ ଖୁସିତ । ହଁ ରେ ଧନ । ମୋ ନୟନ ପିତୁଳା କୁ କେତେ ଦିନ ପରେ ଦେଖୁଚି । ତାପରେ ସେଠି ଯାବତୀୟ ପୂଜା ହୋଇ ଶ୍ରୁତି କୁ ଭିତରକୁ ନେଲେ ମୀରା କୁ କେହି ଲକ୍ଷ୍ୟ କରିନାହାନ୍ତି । ମୀରା କୁ ଭଲ ଲାଗିଲାନି । ତାପରେ ଶ୍ରୁତି ମନେ ପକେଇ କହେ ମାମା ମୀରା ଆସିଛି। ଓଃ କାଇଁ ମୋ ଭାଣିଜୀ ତାକୁ ଟିକେ ଦେଖେ । ଆସି ମୀରା କୁ ଆଲିଙ୍ଗନ କରି । ମାରେ ମୁଁ ଝିଅ ପ୍ରେମରେ ଅନ୍ଧ ହେଇ ତତେ ଆଉ ଦେଖିପାରିନାହିଁ ,ମନ ଦୁଃଖ କରିବୁନି ।।।ଘରକୁ ଆସେ । ମୀରା ଘରକୁ ଯାଏ । ସେ ଆଗରୁ କେବେ ଆସିନଥିଲା ମାମୁଁ ଘରକୁ । ପ୍ରଥମ ଥର କରି ଆସିଛି । ଦେଖିଲା ରାଜା ମହଲ ପରି ଉଆସ । ଚାକର ବାକର କେତେ ଶ୍ରୁତି କୁ କେତେ ଆରାଧନା କରୁଛନ୍ତି । ଯେମିତି ସେ ଝଲମଲ ଆକାଶ ର ମୁକ୍ତ ବିହଙ୍ଗ କିନ୍ତୁ ସେ ଜାଣିନଥିଲା ଶ୍ରୁତି ର ଗୋଟେ ବଡ଼ଭାଇ ଥିଲା ସେ ଆଉ ଏ ଦୁନିଆରେ ନାହିଁ ,ଏକା ଶ୍ରୁତି ହିଁ ମାମୁଁ ମାଇଁ ଙ୍କ ଖୁସି ,ସବୁ କଥା ଶ୍ରୁତି ଠୁ ଶୁଣିଲା ପରେ ଭାବିଲା ଯିଏ ଉପରେ ହସେ ତା ହୃଦୟରେ ବି କୋହର ଭଣ୍ଡାର ଥାଏ । ଯେମିତି ମାମୁଁ ମାଇଁ ଶ୍ରୁତି କୁ ନେଇ ଖୁସି ଅଛନ୍ତି ହେଲେ ମନେ ମନେ ତାଙ୍କ ପୁଅ ରାଜୁ କୁ ଖୋଜନ୍ତି ,କିନ୍ତୁ ଶ୍ରୁତି କେବେ ସେମାନଙ୍କୁ ଭାଇର କମି ଅନୁଭବ କରିବାକୁ ଦିଏନି । ଏଇ ତ "ଝଲମଲ ଜୀବନ ର ମୁକ୍ତ ଆକାଶ,ନା ସେ ମେଣ୍ଟାଏ ଶୋଷ ନା ଦିଏ ବେସି ଆୟୁଷ" ।



Rate this content
Log in

Similar oriya story from Romance