Siddhartha Tripathy

Romance Tragedy Inspirational

3  

Siddhartha Tripathy

Romance Tragedy Inspirational

ଝିଅ ଲୋ.......

ଝିଅ ଲୋ.......

5 mins
219



ଜୀବନ ! କେବେ ଅନୁଶୀଳନ କରିଛନ୍ତି କେତେ ସୁଖପ୍ରଦ ? ଜୀବଦ୍ଦଶାର ପାରି ହୋଇଥିବା ସମୟ ଭିତରେ ହାରିଛନ୍ତି କ'ଣ ଜିତିଛନ୍ତି କ'ଣ ? ମିତ୍ର କେତେ ଶତ୍ରୁ କେତେ ?


ପ୍ରତିଭାବାନ ବ୍ୟକ୍ତିତ୍ଵ ସ୍ୱଳ୍ପାୟୁ ହେଲେ ପାରିବାର ପାଇଁ ଦୁଃଖଦାୟକ। ଭାଙ୍ଗିଯାଏ ସ୍ବପ୍ନ ସରିଯାଏ ସଂସାର ମରିଯାଏ ମନ। ଜୀବନସାରା ଲାଗେ ଯେମିତି ସଂସାର ଛାଡ଼ି ଚାଲି ଯାଇଥିବା ବ୍ୟକ୍ତିତ୍ଵ ଭୁଲ୍, ଠିକ୍ ର ପ୍ରେରଣା ଦେଉଛି। ଲଗେରହୋ ମୁନ୍ନା ଭାଇ ଚଳଚ୍ଚିତ୍ରରେ ମହାତ୍ମା ଗାନ୍ଧୀ ସଞ୍ଜୟଦତ୍ତକୁ ମାର୍ଗ ଦର୍ଶନ କଲା ପରି, ସଂସାର ଛାଡ଼ି ଯାଇଥିବା ବ୍ୟକ୍ତିତ୍ଵ ପ୍ରେରଣା ଦେଲା ପରି ଅନୁଭୂତ ହୁଏ ପରିବାରକୁ। କିନ୍ତୁ ତାହା ମନର ଦୁର୍ବଳତା।

ସେମିତି ଏକ ଦୁଃଖଦ କାହାଣୀ ,   

 

 " ଝିଅ ଲୋ.,....,"


ସବୁ କାହାଣୀର ସୁଖଦ ଅନ୍ତ ନଥାଏ। ଏସବୁ ଆଜିକାଲି ଘଟୁଥିବା ଘଟଣାର ବର୍ଣ୍ଣନା। ମନୁଷ୍ୟର ଆଶା ଅନେକ। କିଛି ପୂରଣ ହୁଏ। କିଚି ଅପୂରଣୀୟ ରହିଯାଏ। ସମସ୍ତେ ଭାବନ୍ତି ବହୁତ କିଛି କରିବକୁ ସୁନ୍ଦର ସଂସାର ଗଢ଼ିବାକୁ। କିନ୍ତୁ ସବୁ ସ୍ବପ୍ନ ସଫଳ ହୁଏନି ସବୁ ଦୋଷୀକୁ ଦଣ୍ଡ ମିଳେନି ନିର୍ଦ୍ଦୋଷକୁ ନ୍ୟାୟ ମିଳେନି । କିନ୍ତୁ ମନୁଷ୍ୟ ଯନ୍ତ୍ରବତ ଚେଷ୍ଟା ଜାରି ରଖେ। ସଙ୍ଘର୍ଷର ଅନ୍ୟନାମ ଜୀବନ।


ଭଞ୍ଜନଗର ପାଖର ଛୋଟିଆ ଗାଆଁ। ' ନୂଆଁ ଗାଆଁ' । ସୀମିତ ଆଶା, ସୀମିତ ସ୍ବପ୍ନ ଗ୍ରାମବାସୀଙ୍କର । ଗାଆଁକୁ ଲାଗି ଲୋହରାଖଣ୍ଡି ନଈ। ଗାଆଁ ସାରା ଲୋକଙ୍କ ଜୀବନ, ଜୀବିକା।କିଆ ବୁଦା ମୂଳରେ ଭୋରରୁ କି ପୁଅ କି ଝିଅ ଗାଆଁସାରା ସ୍ୱଚ୍ଛ ଭାରତ ପ୍ରଦର୍ଶନ କରି ନଈରେ ଶୌଚ ସାରି ଫେରନ୍ତି।


ଶରତବାବୁ ଭଞ୍ଜନଗର କଲେଜର ଚୁକ୍ତିଭିତ୍ତିକ କର୍ମଚାରୀ। ସଂସାର କହିଲେ ଏକମାତ୍ର ଝିଅ ସୁଚିତ୍ରା, ପତ୍ନୀ ଅହଲ୍ୟାକୁ ନେଇ । ଛୋଟ ସଂସାର ସ୍ଵଳ୍ପ ଦରମାରେ ଚଳିଯାଏ।


ଆଜିକାଲି ଘରଚଟିଆ ବିଲୁପ୍ତପ୍ରାୟ। ପାଲ୍ଲା, ଦାସକାଠିଆ ପ୍ରଶିକ୍ଷଣ ଗୃହରେ ତାସ୍ ଓ ମଦର ଆସର। ଗାଆଁ ପୋଖରୀ ପୋତାହୋଇ ସଦୃଶ୍ୟ ପାର୍କ୍। ପାର୍କ୍ ରେ ଚାଟଗୁପଚୁପ୍ ଖାଇ ଖଟାପାଣିରେ ପାଟି ଖଟାହୋଇଯିବା ବାହାନାରେ ପାର୍କର ସିମେଣ୍ଟ ବେଞ୍ଚ ପଛର ଘାସଗାଲିଚାରେ ପ୍ରେମୀଯୁଗଳଙ୍କ ଅଶ୍ଳିଳ ଚୁମ୍ବନ। ଗାଆଁରାସ୍ତା ବଦଳି କଂକ୍ରିଟ ଜଙ୍ଗଲ। 


ଛାତଉପରେ ସାରାପରିବାର ଗପସପ ସହ ଶୋଇଯିବା ପ୍ରଥା ବିରଳ କାରଣ ଯେ ଝା ମୋବାଇଲରେ ବ୍ୟସ୍ତ। 

କିନ୍ତୁ ହାତଗଣତି କେତୋଟି ଗାଆଁ ରହିଯାଇଛି ଯେମିତି ଏହି ନୂଆଗାଁ। ତିରିଶି ପରିବାରକୁ ନେଇ ଗାଆଁଟି। 

ଏକବିଂଶ ଶତାବ୍ଦୀରେ ବି ଗାଆଁ ରାସ୍ତା ମାଟି। ଗାଆଁପାଖରେ ସୁନ୍ଦର ପୁଷ୍କରିଣୀ। ଗାଆଁ ମୁଣ୍ଡରେ ଶିବମନ୍ଦିରଟିଏ। ମଣ୍ଡପରେ ବସି ଗପସପ କରନ୍ତି ଗାଆଁର ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ। 

ଗାଆଁର ଅପରପାର୍ଶ୍ୱରେ ବିରାଟ ବରଗଛ। 


କିନ୍ତୁ........


ଗାଆଁ ସାହୁକାର ବ୍ରଜର ନଜର ଗାଆଁ ମିଣିପିଙ୍କ ଉପରେ। ସ୍ତ୍ରୀ କେଉଁ କାଳରୁ ଆର ପାରିରେ । ସାପ ଫଣା ମାରି ବସିଲା ପରି ଅମାପ ସମ୍ପତ୍ତିକୁ ଜଗି ବସିଛନ୍ତି ଏକା।


ଘରକାମକୁ ବି କୌଣସି ଚାକରାଣୀ ଏକା ଯିବାକୁ ଭୟ କରନ୍ତି ବ୍ରଜ ଘରକୁ। ଥରେ ଅମାର ଘରେ ଚାକରାଣୀକୁ ଦୁଷ୍କର୍ମ କରିଥିଲେ ଓ ଅର୍ଥ ଦେଇ ତା ମୁହଁ ବନ୍ଦ କରିଥିଲେ।


ଦୁଃଖର ପାହାଡ ମାଡ଼ି ଆସିଲା ଶରତଵାବୁଙ୍କ ସଂସାରରେ । ହଠାତ ହୃଦଘାତରେ ଇହଧାମ ତ୍ୟାଗ କଲେ ସେ।ଆଜିକାଲି ପୁତ୍ର ଖୋଜନ୍ତି ସମସ୍ତେ, ବାପାକୁ ମୁଖଗ୍ନି ଦେବ। କିନ୍ତୁ ମାତା ସୀତା ପରା ଦଶରଥଙ୍କୁ ପିଣ୍ଡ ଦାନ କରିଥିଲେ ଓ ଦଶରଥଙ୍କ ଆତ୍ମା ତାକୁ ଗ୍ରହଣ କରିଥିଲା କିମ୍ବଦନ୍ତୀ କୁହେ। ସେମିତି ସଦ୍ୟ ଦଶମଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ଝିଅ ମୁଖାଗ୍ନି ଦେଇ ନଥକରି ଶ୍ମଶାନରେ ବସି ଦେଖୁଥିଲା।


ପାଖରେ ଅଶ୍ରୁଳ ନୟନରେ ମୂର୍ତ୍ତିପରି ଠିଆ ହୋଇଥିଲେ ମାଆ ଅହଲ୍ୟା।

ଟିକେ ଆଗରୁ ମାଟିହାଣ୍ଡି ଧରି ଶବ ଚାରିପଟେ ଘୁରୁଥିବା ହାଣ୍ଡିର ଭଗ୍ନାବଶେଷ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଅହଲ୍ୟା କହିଲେ ଝିଅ ଲୋ ! ଆମ ଅବସ୍ଥା ଆଜି ଏହି ଭଗ୍ନ ହାଣ୍ଡିପରି। ସୁଚିତ୍ରା ଆଶ୍ଚର୍ଯ୍ୟରସହ ଆନେଇଥିଲା।


ଅହଲ୍ୟା କହିଲେ :-

ସଂସ୍କାର ସମୟରେ ମାଟି ହାଣ୍ଡିରେ ପାଣି ରଖି ସେଥିରେ.... ଟିକେ କଣା କରି ଶବ ଚାରିପାଖେ ଘୁରିଥାଏ ଅଗ୍ରଜ,ଶେଷରେ ମାଟି ହାଣ୍ଡିଟିକୁ ତଳେ ପକାଇ ଭାଙ୍ଗି ଦିଆଯାଏ। ଓଃ, ଖିନଭିନ ହୋଇ ମାଟି ହାଣ୍ଡି ଛୋଟ କଣିକାରେ ପରିଣତ ହେଲା ବେଳେ କହିଉଠେ;


ଏ ସ୍ୱାର୍ଥପର ମନୁଷ୍ୟ !! କାର୍ଯ୍ୟରେ ଲାଗିଲା ପର୍ଯ୍ୟନ୍ତ,ଜଳ ପୂର୍ଣ୍ଣ ଥିବା ପର୍ଯ୍ୟନ୍ତ,ସ୍ବାର୍ଥ ସିଦ୍ଧି ହେବା ପର୍ଯ୍ୟନ୍ତ ମୁଁ ତୁମ ସ୍କନ୍ଧର ଡ଼ାହାଣ ପାର୍ଶ୍ୱରେ,ଉଚ୍ଚାସନରେ।ସ୍ବାର୍ଥ ହାସଲ ହେବା ସାଙ୍ଗେ ସାଙ୍ଗେ ଜଳ ଶେଷ ହେବା ସାଙ୍ଗେ ସାଙ୍ଗେ ମୋ ସ୍ଥାନ ତୁମ ପାଦତଳେ!!


ଏ...ତ...ନିୟତିର ନିୟମ ନୁହଁ,ଏ ସ୍ବାର୍ଥ ପର ମନୁଷ୍ୟର ନିଜ କ୍ରୁତ ନିୟମ।

ଆଜି ଆମେ ସେମିତି ହେଇଯାଇଛେ ଝିଅ। ପାଖରେ କିଛି ନାହିଁ। ବଞ୍ଚିବା କେମିତି। ତୋ ପାଠ ପଢ଼ା ହେବ କେମିତି ?


ମୁଁ ଆସନ୍ତାକାଲି ଠାରୁ ବ୍ରଜ ସାହୁକାର ଘରେ କାମ କରି ତତେ ଭଞ୍ଜନଗର କଲେଜରେ ପଢେଇବି। ତୋ ବାପାଙ୍କର କର୍ମ ଆଉ ହେବ ନାହିଁ। ଆମର ସାମର୍ଥ୍ୟ ନାହିଁ।


ଅହଲ୍ୟାଙ୍କ ଲୁହ ପୋଛିଦେଇଥିଲା ସୁଚିତ୍ରା। ପରଦିନ କାମ ମାଗିବାକୁ ବ୍ରଜ ଘରକୁ ଗଲେ ଅହଲ୍ୟା। ଧଳା ଶାଢ଼ୀ। ଲିଭି ଯାଇଛି ସିମନ୍ତିନିର ସିନ୍ଦୂର। ବ୍ରଜ ପାନଖିଲ ପାଟିରେ ପକେଇ ଭିତରକୁ ଡାକିଲା। କହିଲା, ଯାହା ହେବାର ହୋଇଗଲା, କାଲିଠାରୁ କାମକୁ ଆସେ, ହେଲେ ସେ ଧଳା ଶାଢ଼ୀ ପିନ୍ଧି ଆସିବୁନି। ଆମ କୂଳଦେବତାକୁ ଅପମାନ।


ପରଦିନ ସାହୁକାର ଘରେ କାମ କରି ଆସିଲେ ଅହଲ୍ୟା।


 କିଛିଦିନ ପରେ.....


ବ୍ରଜଘରେ ପୂଜା ପାଇଁ ଘରସାରା ଭିଡ଼। ବ୍ୟସ୍ତ ଥିଲେ ବ୍ରଜ। ଏପଟେ ସୁଚିତ୍ରାର କଲେଜ ଜଏନର ଶେଷ ତାରିଖ। ସାହସ କରି ବ୍ରଜଙ୍କୁ ପଇସା କଥା କହିଲେ ଅହଲ୍ୟା।


ବ୍ରଜ କହିଲା ଓଃ ଏହି କଥା। ଡାକିନେଲା ଅହଲ୍ୟାକୁ ଅମାରଘରକୁ। ଧାନଭର୍ତ୍ତି ଘର, ପାଦ ପକେଇବାକୁ ଜାଗା ନାହିଁ। ଠିଆ ଠିଆ ବଳାତ୍କାର କଲା ଓ ହାତରେ ପଇସା ଗୁଞ୍ଜିଦେଲା ବ୍ରଜ। ନିରୁପାୟ, ଅସହାୟ ଅହଲ୍ୟାର ମୁଣ୍ଡ ଘୁରେଇ ଦେଉଥିଲା। ପାଣି ଢୋକେ ପିଇ ମୁହଁ ଧୋଇ ଘରକୁ ବାହାରିଲେ ସେ, ବ୍ରଜ ପୂଜାରେ ବସିଥିଲା।


ଝିଅ କଲେଜରେ ଜଏନ ହେଲା। ଘରର ଅତ୍ୟାବଶ୍ୟକ ଆବଶ୍ୟକତା ପୂରଣ କରିବାକୁ ଯାଇ ପ୍ରତ୍ୟହ ଧର୍ଷିତା ହେଉଥିଲେ ଅହଲ୍ୟା। ସତେ ଯେମିତି ପାଷାଣ ପାଲଟି ଯାଇଥିଲେ। ଅପେକ୍ଷା ଥିଲା ସୁଚିତ୍ରା ରାମଚନ୍ଦ୍ର ରୂପରେ ବଡଲୋକ ହୋଇ ଆସିଲେ ଉଦ୍ଧାର କରିବ ଅହଲ୍ୟାକୁ ।


ଅହଲ୍ୟା ଏକା ଘରେ ବସି ଭାବୁଥିଲେ , ଭଗବାନଙ୍କ ଏ କି ପରୀକ୍ଷା। ସ୍ୱାମୀସହ ଯେତିକି ସହବାସ କରିନାହାନ୍ତି ତାଠାରୁ ଅଧିକ ଧର୍ଷିତା ସେ। ସେ କ'ଣ ଚାହଁଥିଲା ଏମିତି ତା ସତୀତ୍ୱ ଲୁଣ୍ଠନ ହେବ ? 


ଗାଆଁସାରା ଟୁପୂରଟାପର , ବ୍ରଜର ରକ୍ଷିତା ଅହଲ୍ୟା। କଲେଜରେ ବି ସେ ଖବର ପ୍ରଚାରିତ। ସୁଚିତ୍ରାସହ କେହି କଥାବାର୍ତ୍ତା କରନ୍ତି ନାହିଁ। ସୁଚିତ୍ରା ମାଆକୁ ପଚାରେ, ମାଆ ! ମୁଁ ପାଠ ପଢ଼ିବିନି। ଏତେ ଅପବାଦର ମୁକୁଟ ପିନ୍ଧି ମୁଁ ଆଗକୁ ବଢ଼ିପାରିବିନି । ଆକଟ କରନ୍ତି ସୁଚିତ୍ରା। ଝିଅ ଲୋ ! ତୁ ବଡଲୋକ ହେଲେ ସବୁ ସୁଧୁରିଯିବ। ବ୍ୟସ୍ତ ହୁଅନି।



ସବୁ ଭାଗ୍ୟର ଖେଳ। ଅନିଚ୍ଛାସତ୍ତ୍ବେ ପରିସ୍ଥିତିରେ ପଡ଼ି ମଣିଷକୁ ବହୁତ କିଛି କରିବାକୁ ହୁଏ। ତୋର କ'ଣ ତୋ ମାଆ ଉପରେ ଭରଷା ନାହିଁ ? ତୋ ମାଆ କେବେ ଖରାପ ହେଇପାରେ ?



ସୀମିତ ଖର୍ଚ୍ଚରେ ପଢ଼ୁଥିଲା ସୁମିତ୍ରା। କଲେଜରେ ପ୍ରଥମ। ଘରେ ରୋଷେଇବାସ ବି କରୁଥିଲା। କଲେଜର ମେଧାବୀ ଛାତ୍ର ଅରୁଣ ପ୍ରେମନିବେଦନ କଲା ସୁଚିତ୍ରାକୁ ।

ସିଧାସଳଖ ପ୍ରତ୍ୟାଖ୍ୟାନ କଲା ସୁଚିତ୍ରା। କହିଲା ପ୍ରେମ ଗରୀବର ଶତ୍ରୁ। ଆଜିକାଲି ପ୍ରେମ କାହିଁ ? ଏସବୁ ଭ୍ରମ।


ବିଫଳ ହେଲା ଅରୁଣ। ଦିନେ କଲେଜରୁ ଫେରିବା ସମୟରେଏସିଡ ଢାଳିଦେଲା ଅରୁଣ।

ଜଳିଗଲା ସୁଚିତ୍ରା। କେଶ ଚାଲିଲା। ସୁଚିତ୍ରା ଡାକ୍ତରଖାନାରେ।


ଅହଲ୍ୟା ବ୍ରଜକୁ ଅର୍ଥ ପାଇଁ ଅନୁରୋଧ କଲେ। ବ୍ରଜ କହିଲା ତୋ ପାଇଁ ବହୁତ ଅର୍ଥ ଶ୍ରାଦ୍ଧ କରିସାରିଲିଣି । ତାଛଡ଼ା ତୋ ଯୌବନ ଢ଼ଳିଗଲାଣି ।

ଆଉ ମୁଁ ଦେଇପାରିବିନି କହି ଅହଲ୍ୟାକୁ ଭିଡ଼ିଆଣି ଉଲଗ୍ନ କରିବାରେ ଲାଗିଲା। ଅହଲ୍ୟାର ସ୍ବପ୍ନ ସରି ଯାଇଥିଲା, ମନ ମରିଯାଇଥିଲା, ଆଦର୍ଶ ହଜି ଯାଇଥିଲା, ଜୀବନ ବୀତସ୍ପୃହ ଲାଗୁଥିଲା। ହାତରେ ପନିକି ପଡ଼ିଲା। ବ୍ରଜର ବେକଟାକୁ ପରିବା ପରି କାଟିଦେଲା। ଟଳିପଡ଼ିଲା ବ୍ରଜର ନିସ୍ପନ୍ଦ ଶରୀର।


ଡାକ୍ତରଖାନା ଦୌଡିଲା ଅହଲ୍ୟା। ସୁଚିତ୍ରା ଛଟପଟ ହେଉଥିଲା ଅଶିଭାଗ ପୋଡ଼ି ଯାଇଥିଲା। ଅହଲ୍ୟା କହୁଥିଲା, ଝିଅ ଲୋ ! କିଏ କୁହେ ଏହି ଜନ୍ମର କୁକର୍ମର ଫଳ ଏହି ଜନ୍ମରେ ହିଁ ମିଳିଥାଏ । କିନ୍ତୁ ଆମ କ୍ଷେତ୍ରରେ କ'ଣ ଘଟିଲା ? ଆମେ ତ ଶାନ୍ତ, ସରଳ ଜୀବନ ଚାହିଁଥିଲେ ।


କିନ୍ତୁ.......


ଏ ମାଟି ହାଣ୍ଡି.....

ଏ ଦଶ ଦିଗପାଳ....

ତମର ଏ କି ଅବିଚାର !

ନିସ୍ପାପ କଳି ମୃତ୍ୟୁ ସହ ସଂଗ୍ରାମ କରୁଛି ସଚ୍ଚୋଟ ବାପା ଆର ପାରିରେ,ମାଆ ସତୀତ୍ୱ ସମର୍ପଣ କରି ବି ବଞ୍ଚେଇ ପାରିଲାନି ସଂସାର।


ଭଞ୍ଜନଗର ଏନ ଏ ସି ଗାଡ଼ି ଦୁଇଟି ଶବ ଉଠାଇଥିଲା। କୁମ୍ଭାର ଟୋକରିରେ ମୁଣ୍ଡଟେକି ମାଟିହାଣ୍ଡି କହୁଥିଲା, ହେ ଭଗବାନ ! ଏ ତମର କି ବିଚାର !!!!

ବାପା ଚାଲିଗଲେ ଅବୟସରେ।

ମାଆ ବନିଗଲେ ଦୋଚରୁଣୀ ।

ଝିଅ ପ୍ରେମକୁ ବିରୋଧ କରି ଜୀବନ ଦେଲା।


ହଠାତ୍.....


ଦୌଡୁଥିଲା ଅରୁଣ। ପୋଲିସ୍ ମାଟିହାଣ୍ଡି ଉଠେଇ ମାରିଲେ ଅରୁଣ ଉପରକୁ। ଖଣ୍ଡ ଖଣ୍ଡ ମାଟିହାଣ୍ଡି ସହ ତଳେ ପଡ଼ିଗଲା ଅରୁଣ। ହସୁଥିଲା ମାଟିହାଣ୍ଡି ।


କହୁଥିଲା , ଝିଅ ଲୋ ! ଆଜି ମୁଁ ଦୋଷୀକୁ ଧରି ନେଲି। ନିଜକୁ ଖଣ୍ଡ ବିଖଣ୍ଡିତ କରି।

କହିବାର ତାତ୍ପର୍ଯ୍ୟ ଯିଏ ଲୋକଙ୍କ ହିତକରେ ତା ସ୍ଥାନ ତଳେ ହିଁ।



Rate this content
Log in

Similar oriya story from Romance