STORYMIRROR

Aminilu Ray

Romance

2  

Aminilu Ray

Romance

ହଜିଲା ଦିନର ସଂକଳ୍ପ

ହଜିଲା ଦିନର ସଂକଳ୍ପ

1 min
566


ରୋହନ୍ ବାବୁ ଲୁହ ଟଳମଳ ଆଖିରେ ଖାଲି କପ୍ଟାକୁ ଟି’ପଏ ଉପରେ ରଖି ରିମାଦେବୀଙ୍କ ମୁହଁକୁ ଶେଷ ଥର ପାଇଁ ଟିକେ ଚାହିଁ ଦରଦିଭରା କଣ୍ଠରେ ସ୍ମିତହସି କହିଲେ –

-ସବୁ ତ ଶୁଣିଲ । ମୋତେ ଏଥର ବିଦାୟ ଦିଅ ।

ରୋହନ୍ଙ୍କ ମୁହଁରୁ ସବୁ କଥା ଶୁଣିସାରିବା ପରେ ରିମାଦେବୀ ନିଜକୁ ଆଉ ସମ୍ଭାଳି ନପାରି କଇଁ କଇଁ ହୋଇ କାନ୍ଦିଉଠି କହିଲେ – “ନା । ଏତେ ଦିନେ ପାଖରେ ପାଇଛି ଯେତେବେଳେ ମୁଁ ତୁମକୁ ଆଉ କ୍ଷଣେ ମାତ୍ର ଛାଡିପାରିବିନି । ଏଇ ଦେଖ, ତୁମେ ଦେଇଥିବା ସେଇ ସିନ୍ଦୁର ଫରୁଆକୁ । ତାହାକୁ ମୁଁ କଲେଜ୍ ସମୟରୁ ଏ ପର୍ଯ୍ୟନ୍ତ ସେମ୍ତି ସାଇତି ରଖିଛି କେବଳ ତୁମରି ହାତରୁ ସିନ୍ଦୁର ଟୋପେ ପିନ୍ଧିବା ପାଇଁ । ପାରୁଛ ଯଦି ହଜିଲା ଦିନର ସଂକଳ୍ପ ପୁରା କରି ଏବେ ମୋ ମଥାରେ ପିନ୍ଧାଇ ଦିଅ ସିନ୍ଦୂର ।”

ଲୋତକପୂର୍ଣ୍ଣ ଆଖିରେ ରୋହନ୍ ବାବୁ ଖୁସିରେ ରିମାଦେବୀଙ୍କ ହାତରୁ ସିନ୍ଦୁର ଫରୁଆଟା ନେଇ ସଙ୍ଗେ ସଙ୍ଗେ ତାଙ୍କ ମଥାରେ ପିନ୍ଧାଇ ଆଲିଙ୍ଗନ କଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance