ହାୟରେ ଭାଗ୍ୟ...
ହାୟରେ ଭାଗ୍ୟ...
ସମୟ ସମୟର ଖେଳ। ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ଦୋକାନ, ବଜାର, ଗଳି, କନ୍ଦିରେ... ବିବାହ, ବ୍ରତ, ମେଳା ମହୋତ୍ସବରେ ଗୋଟିଏ ଗୀତ କାନ ଫଟେଇ ବାଜୁଥିଲା "ଏଇ ରତନୀ, ଆଇଲୁ କି ଚାଲି ବାଲି ଯାତରା ଦେଖି"। ଗୀତଟିକୁ ସବୁଠୁ କଦର୍ଯ୍ୟ କଦାକାର କରି ପରିବେଷଣ କରିଥିଲେ, ଖୋଲା ମଞ୍ଚରେ ଡୁଏଟ ଦେଉଥିବା ନୃତ୍ୟଶିଳ୍ପୀ ମାନେ। ସମସ୍ତେ ଭରପୁର ଆନନ୍ଦ ନେଉଥିବା ବେଳେ ମୋ ଦେହ କରତି ହେଇ ଯାଉଥିଲା। ନିର୍ଲଜ ମୁହଁରେ, ନିର୍ମିମେଷ ନୟନରେ ଦେଖିବା ଛଡା ଆଉ କିଛି ଉପାୟ ନ ଥିଲା। ମଝିରେ ମଝିରେ ସମସ୍ତଙ୍କ ଆଡେ ଥରେ ଅଧେ ମୁହଁ ବୁଲେଇ ଆଣିବାକୁ ପଡୁଥିଲା, ମୋତେ ଚାହିଁ କିଏ ହସୁନି ତ?? ଉପହାସ ବା ତାତ୍ସଲ୍ୟ ଭଙ୍ଗିରେ କିଏ ଦେଖୁନି ତ?? ମୋ ଅବସ୍ଥା ରହୁଥିଲା ଠିକ୍ କଖାରୁ ଚୋର ପରି।
ଯଦି କେବେ କେଉଁଠି ମୋ' ଯିବା ଆସିବା ଗତିପଥରେ ଏହି ଗୀତଟି ବଜଉଥିଲେ ମୋ ଭିତରେ ଅନୁଭୂତ ହେଉଥିଲା ଶଳା ମୋ ବୋଉର ନାଁ ରତନୀ ବୋଲି ଏମାନେ ଜାଣିଲେ କେମିତି କୁତେଇ କଲା ଭଳି ମୋ ଆଗରେ ବଜାଉଛନ୍ତି।
ସମୟ ଅତିବାହିତ ହେଲାଣି, ମୁଁ ଛୋଟରୁ ବଡ଼ ହେଲିଣି, ବହାଚୁଡା ହୋଇ ଝିଅଟିଏ ହେଲାଣି। କାଳେ ମୁଁ ମନଦୁଃଖ କରିବି ବୋଲି, ବୋଉ ଓ ସ୍ତ୍ରୀ ମିଶି ଝିଅର ନାଁ ରଖିଛନ୍ତି "ଖୁସି"। ଗାଁ ଗହଳିର କିଛି ସ୍ତ୍ରୀ ଲୋକ ମୁହଁ ମୋଡ଼ିଲେଣି, ଝିଅ ଜନ୍ମ ହେଲେ କିଏ ଖୁସି ହେଉଛି କଣ ନା, ଝିଅର ନାଁ ରଖିଛନ୍ତି "ଖୁସି"। ସହର ବଜାର ସୋସିଆଲ ମିଡିଆ, ଫେସବୁକ ହ୍ଵାଟ୍ସଆପ ଇନଷ୍ଟାଗ୍ରାମ ସମସ୍ତେ ଅହନ୍ତା କରି କହିଲେଣି "ଗୋଟେ ଖୁସି ଆଉ"।
ମୁଁ ବି ପଛରେ ପଡିନି, ଆଜି ଭିଡ଼ିଓ କଲ କରି ଖୁସିକୁ କହିଲି, ମାମାରେ "ଗୋଟେ ଖୁସି ଆଉ"। ପାଖରେ ଠିଆ ହୋଇଥିବା ସାନ ଝିଅ କହିଲା ନାଇଁ ବାବା "ଗୋଟେ ଜେସି ଆଉ"। ସାନ ଝିଅର ନାଁ ଜେସି।
ସିଏ କାହିଁକି ପଛରେ ପଡିବ
"ଏଇ ରତନୀ, ଅଇଲୁ କି ଚାଲି ବାଲି ଯାତରା ଦେଖି" ପରେ ମୋ ଭାଗ୍ୟରେ ଲେଖା ଥିଲା, "ଗୋଟେ ଖୁସି ଆଉ" ଏବେ ଏବେ ନାଁ ନେଉଛି ତା ଛୋଟ ଭଉଣୀ "ଗୋଟେ ଜେସି ଆଉ"।
ହାୟ ରେ ଭାଗ୍ୟ