STORYMIRROR

Santanu Bisoi

Inspirational

3.5  

Santanu Bisoi

Inspirational

ବଣ୍ଟି।

ବଣ୍ଟି।

4 mins
135


ଏଇ ଆମ ବଣ୍ଟି, ଭାରି ସୁଧାରିଆ ପିଲା। ମୁଁ ନୁହେଁ ତା ବାପା ବୋଉ ଦାବି କରନ୍ତି, କହନ୍ତି ବଣ୍ଟି ଭଳି ପିଲା ଦୁନିଆରେ ମିଳିବେ ନାହିଁ। ଯୋଉ କାମ ବତେଇ ଦେବ ସେ ପ୍ରାଥମିକତା ଦେଇ, ଆଗେ ସେଇ କାମଟିକୁ ଶେଷ କରେ। ITI ପାସ କରି ପୁଣେ ସହରରେ କଣ ଗୋଟେ ଚାକିରୀ କରିଛି। ଭଲ ଟଙ୍କା ରୋଜଗାର କରୁଛି। ସାହି ପଡୋଶୀ କେବେ ତା ଚରିତ୍ର ବିଷୟରେ ମୁହଁ ଖୋଲି ନାହାନ୍ତି। ବଣ୍ଟି କେବେ କାହା ସହିତ ଭଲରେ କିମ୍ବା ମନ୍ଦରେ କଥା ହୁଏ ନି। ପାଞ୍ଚ ସଂଗତିରେ କଥା ବାର୍ତ୍ତା ମିଳା ମିଶା ହେଲେ ସିନା ଭଲ ମନ୍ଦ କିଛି ଜାଣିବ। ସେଭଳି ଅଭ୍ୟାସ ବଣ୍ଟିର ନଥିବାରୁ କେହି ତା ଉପରେ ଟିପ୍ପଣୀ ଦିଅନ୍ତି ନାହିଁ।


୨୮ରୁ ଉର୍ଦ୍ଧ୍ବ ଲୋକ ଦେହରୁ କରୋନା +VE ଭୁତାଣୁ ଚିହ୍ନିତ ହେଲା ପରେ ବଣ୍ଟି ଟ୍ରେନ ଧରି ସିଧା ଗାଁ ରେ ହଜାର। ସାଧାରଣ ଜନତା ସ୍ତରରେ ସାରା ରାଜ୍ୟରେ ବୋଧ ହୁଏ ପ୍ରଥମେ ଆମ ଅଂଚଳର ଆଶା ଦିଦି ରେଣୁ ମହାପାତ୍ର ଘଣ୍ଟ ପିଟି ସଚେତନତା ସୃଷ୍ଟି କରିଥିଲେ। ତା ପରେ ଅନ୍ୟାନ୍ୟ ବଡ ବଡ ନେତା ମନ୍ତ୍ରୀ ଓ ସ୍ୱେଚ୍ଛାସେବୀ ମାନେ। ଓଡ଼ିଶାର ସବୁ ଜାଗାରେ ସଚେତନତା ସୃଷ୍ଟି କରାଯାଇଥିଲେ ମଧ୍ୟ, ଏକ ରକମ କହିବାକୁ ଗଲେ ନୟାଗଡ ଜିଲ୍ଲାରେ କ୍ଷିପ୍ର ଭାବରେ ସୋସିଆଲ ମିଡିଆ, ଏଲକ୍ଟ୍ରୋନିକ ମିଡିଆରେ ସଚେତନତା ଅଭିଯାନ ଆରମ୍ଭ କରାଯାଇଥିଲା। କିନ୍ତୁ ଏହା ସତ୍ୟ ଯେ "ଓ ଟିଭି" ଏବଂ କଟକ ଏଡିସନର ପ୍ରିଣ୍ଟ ମିଡ଼ିଆ ୟା ପୂର୍ବରୁ ଲୋକଙ୍କୁ ସଚେତନ କରାଇଥିଲେ।


କହିବାର ତାତ୍ପର୍ଯ୍ୟ, ସାମାଜିକ ଦୂରତା, ତାଲା ପକା ଅଭିଯାନ/ସର୍ନ୍ନିରୋଧନ(Lock Down) କ୍ଵାରେଣ୍ଟାଇନ/ଅଣସର, ଗୃହବନ୍ଦି ଓ ୧୪୪ଧାରାରେ ପୋଲିସ ବାଡ଼ିଆ ବ୍ୟବସ୍ଥା ଚାରିଆଡେ ହାହାକାର ସୃଷ୍ଟି କରି ଜନସାଧାରଣଙ୍କୁ ଅଧିକରୁ ଅଧିକ ସଚେତନ କରାଉଥିଲା।


ୟା ଅର୍ଥ ଏଇଆ ନୁହେଁ ଯେ ଲୋକ ସଚେତନ ନଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ଼ାକରାରେ "ଜନତା କର୍ଫ୍ୟୁ"ର ସଫଳତା ହିଁ କହୁଛି, ଭାରତୀୟ ଜନତା ବହୁ ମାତ୍ରାରେ ସଚେତନ ଥିଲେ ଓ ଅଛନ୍ତି। ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ "ସ୍ୱାସ୍ଥ୍ୟ ସଂଗଠନ" ଗୁଡିକ ବାହାରୁ ଆସୁଥିବା ସମସ୍ତ ନାଗରିକଙ୍କ ଉପରେ କଡା ନଜର ମଧ୍ୟ ରଖୁଥିଲେ। ପ୍ରତ୍ୟେକ ଗାଁ ର ଆଶା ଦିଦି ମାନେ ଲଗାତାର ଭାବେ ଉକ୍ତ ସରକାରୀ ସ୍ୱାସ୍ଥ୍ୟ ଟିମ କୁ (HelthTeam For #COVID19 CHC ଶରଣକୁଳ) ଖବର ଓ ପ୍ରବାସରୁ ଆସିଥିବା ନାଗରିକଙ୍କ ବିବରଣ ପ୍ରଦାନ କରୁଥିଲେ। ପ୍ରଥମ ପର୍ଯ୍ୟାୟରେ୮୫୦ ଶଯ୍ୟା ବିଶିଷ୍ଟ ସନ୍ଦିଗ୍ଧ କରୋନା ପ୍ରଭାବିତଙ୍କ ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଥିଲେ ହେଁ, ଜଙ୍ଗଲରେ ନିଆଁ ଲାଗିଲା ଭଳି ବଢୁଥିବା କରୋନା କୁ ଦେଖି ପରବର୍ତ୍ତୀ ସମୟରେ ଏହା ୧୦୬୭୦କୁ ବୃଦ୍ଧି କରାଯାଇଥିଲା।ପୋଲିସ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା, ସଚେତନତା ସୃଷ୍ଟି କରିବା ବ୍ୟବସ୍ଥା ତଥା ପ୍ରଶାସନିକ ସ୍ତରରେ ଜନସାଧାରଣଙ୍କ ପାଇଁ ସବୁ ପ୍ରକାର କଡାକଡି ବ୍ୟବସ୍ଥା କରାଯାଇ ଥିଲେ ମଧ୍ୟ ବଣ୍ଟି ଗ୍ରାମୀଣ ଅଞ୍ଚଳର ବାସିନ୍ଦା ହୋଇଥିବାରୁ ଆଇନି ବ୍ୟବସ୍ଥାକୁ ଆଖିଠାର ମାରି ନିଧକାରେ ବାହାରେ ବୁଲାବୁଲି କରେ। 


ଭଦ୍ର ଭାଷାରେ କିଛି ଉଚ୍ଚ ଶିକ୍ଷିତ ଯୁବକ ବଣ୍ଟି ଠାରୁ ସାମାଜିକ ଦୂରତା ରଖି ଅନୁରୋଧ କଲେଣି ବାହାରେ ନ ବୁଲି ନିଜକୁ ନିଜେ ଗୃହବନ୍ଦି ରଖିବା ପାଇଁ, ବଣ୍ଟି କାହାକୁ ମନା କରେନି ସାମାଜିକ ଦୂରତା ରକ୍ଷା ଓ ଗୃହବନ୍ଦି ରହିବା ପାଇଁ ସମସ୍ତଙ୍କୁ ହଁ ମାରେ କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଅଲଗା କିଛି କରେ। ବେଳୁବେଳ ଚର୍ଚ୍ଚା ଜୋର ଧରିଲେ ବି, ବଣ୍ଟି ଆଗରେ ଆଉ କେହି କହିବାକୁ ସାହସ କରନ୍ତି ନାହିଁ। କାଳେ ଖରାପ ଭାବିବ! ସେ ତ ଆଉ କିଛି ଛୋଟ ପିଲା ନୁହେଁ। ବାରମ୍ବାର ତାକୁ କିଏ ବୁଝେଇବ??


କଥାଟା ଯାଇ ଛାଟିଆ ଭାଇନା କାନରେ ପଡିଲା। ଛାଟିଆ ଭାଇନା ଖାଲ ଢ଼ିପ ଜାଣନ୍ତି ନାହିଁ। ବଡ ସାନ ଜାଣନ୍ତିନି। ବାପାର ଭାଇକୁ ଡରନ୍ତି ନାହିଁ।ଆମ ଗାଁ ର ସରଳ, ରୋକଠୋକ୍, ସ୍ପଷ୍ଟବାଦୀ ଓ ମୁହାଁଣ୍ଟିଆ କହିଲେ ଛାଟିଆ ଭାଇନାଙ୍କୁ ହିଁ ବୁଝାଏ।ତାଙ୍କର ଏଭଳି ଗୁଣଗ୍ରାମ ଓ ସ୍ପଷ୍ଟବାଦୀତା କୁ ବଖାଣି ବସିଲେ ପୋଥି କି ପୁରାଣ ଟିଏ ହେବ। ଓଡ଼ିଆ ଭାଷାର ପା

ଠକ ସଂଖ୍ୟା ଏମିତିରେ ବି କମ୍। ଏଣୁ ବିସ୍ତୃତ ଭାବରେ ଲେଖି ମୁଁ ପାଠକଙ୍କୁ ପଢ଼ାରୁ ବିମୁଖ କରାଇବାକୁ ଚାହୁଁନି।


ଛାଟିଆ ଭାଇନାଙ୍କୁ ଦୂରରୁ ଦେଖି ବଣ୍ଟି ନମସ୍କାର ଜଣାଇଲା। ଦଶ ବାର ମିନିଟ ପର୍ଯ୍ୟନ୍ତ ଶ୍ଳୋକ ପଢି ଛାଟିଆ ଭାଇନା ବାଣ୍ଟିକୁ ଢେର ସାରା ଆଶୀର୍ବାଦ ଦେଲେ। ମାଗଣାରେ ଏତେ ଗୁଡିଏ ଆଶୀର୍ବାଦ ପାଇ ବଣ୍ଟି ଘର ମୁହାଁ ହେଲା। ପଛରୁ ଡାକି ଛାଟିଆ ଭାଇନା ପଚାରିଲେ ହଇରେ ବଣ୍ଟି "ତୁ ଯୋଉ ରୋଜଗାର କରି ଟଙ୍କା ଆଣୁଥିଲୁ ଟଙ୍କା ମୋ ପାଖରେ ରଖୁଥିଲୁ ନା ତୋ ବୋଉ ଙ୍କ ପାଖରେ ଦେଉ ଥିଲୁ।" ବଣ୍ଟି ପଛକୁ ଫେରି ଚାହିଁଲା। ଅବାସ୍ତବ କିମ୍ଭୁତ କିମାକାର ପ୍ରଶ୍ନର ଉତ୍ତର ଦେବାକୁ ଯଦିଓ ସେ ଅପ୍ରସ୍ତୁତ ଥିଲା ତଥାପି ଶାଳୀନତା ରକ୍ଷାକରି ଭାଇନାଙ୍କୁ କହିଲା, ସବୁ ଟଙ୍କା ମୁଁ ଘରେ ଦିଏ, ମୋ ବୋଉକୁ ଦେଇଦିଏ। ସବୁ ଜିନିଷ ପତ୍ର ସେ ହିଁ ରଖେ।

"ଆଉ ରୋଗ ମହାମାରୀ ସବୁ ଘରେ ରଖେ ନା' ବାହାରେ କାହିଁକି ବାଣ୍ଟୁଛୁ, ବାହାରୁ ରୋଜଗାର କରି ଟଙ୍କା ଘରେ ରଖିବୁ: ରୋଗ ବେମାର ସବୁ ଦାଣ୍ଡରେ ଛାଡ଼ିବୁ, ଆମ ଘରେ ଛାଡ଼ିବୁ??" ହଇରେ, କରୋନା ମହାମାରୀ ସାରା ପୃଥିବୀରେ ବଢି ଚାଲିଛି। ତା'ର ପ୍ରତିରୋଧ ପାଇଁ ଡାକ୍ତର, ବୈଜ୍ଞାନିକ, ସରକାର ସମସ୍ତେ ଚିନ୍ତିତ। ଏ ପର୍ଯ୍ୟନ୍ତ ଔଷଧ ବାହାରି ନାହିଁ। ତୁ ନିଜ ଘରେ ନିଜେ ଗୃହବନ୍ଦି ହୋଇ ରହ। ବାହାରେ ବୁଲି କରୋନା ଭୁତାଣୁ ବାଣ୍ଟିବାରେ ସାହାଯ୍ୟ କରୁଛୁ କାହିଁକି?? ମୁଁ କହୁନି ତୁ କରୋନା ରେ ପ୍ରଭାବିତ। ଯେହେତୁ ବାହାର ରାଜ୍ୟରୁ ଆସିଛୁ ଜଣେ ଶିକ୍ଷିତ ଯୁବକ ହିସାବରେ ତୁ ୧୪ ଦିନ ପର୍ଯ୍ୟନ୍ତ ନିଜକୁ ନିଜେ ଗୃହବନ୍ଦି ରଖିବା କଥା କି ନାହିଁ?? ଯା' ଯାଆ ଘରେ ରହିବୁ ଆଉ ବାହାରକୁ ବହାରିବୁ ନାହିଁ। ରୁକ୍ଷ କଣ୍ଠରେ ଛାଟିଆ ଭାଇନା ବଣ୍ଟି ଉଦ୍ଦେଶ୍ୟରେ ଏସବୁ କହି ଚାଲିଲେ। ମୁହଁ ପୋତି ପୋତି ବଣ୍ଟି ଘରକୁ ଫେରିଲା।


ପରଦିନ ଠିକ୍ ସେଇ ଅବସ୍ଥା। ବଣ୍ଟି ବାହାରେ ବୁଲୁଛି। ତା ଜାଣିବାରେ ହୁଏତ କମି ରହିଯାଇଛି ଯେ ଏହି ନଭେଲ କରୋନା ଭାଇରସ19 ସମୟରେ ଯିଏ ଘରେ ଗୃହବନ୍ଦି ରହିଲା ସିଏ ହିଁ ଚାଲାକ ଚତୁରରେ ଗଣା। Health Team #COVID19, CHC ଶରଣକୁଳ କୁ ଫୋନ ଯୋଗେ କେହି ଜଣେ ଲୁଚା ଛପାରେ ଫୋନ କରି ଜଣେଇଛି।ଗାଳି ପ୍ରବାହ ଭଲ ମନ୍ଦକୁ କିଏ ଡରୁ ନାହିଁ?? ବଣ୍ଟି ବୋଉ ଗାଳି ଗୁଲଜ ଆଗରେ ସମସ୍ତେ ମୁଣ୍ଡ ନୂଆନ୍ତି। 

ଖାଲି ଜୀବନ ମରଣ ଓ ମହାମାରୀ କଥା ବୋଲି କେହିଜଣେ ଲୁଚାଛପାରେ ଏଭଳି ପଦକ୍ଷେପ ନେଇଛି। 

ନଚେତ୍ କାହାର ବାଡେଇ ପଡିଛି??

କିଏ କାହିଁକି କହିବ??

ଡାକ୍ତରୀ ଦଳ ଆସିଲେ। ପୁରା ତଥ୍ୟ ନେଲେ। ଘରଭିତରେ ୧୪ଦିନ ଘରେ ରହିବ। ନିଜ ଖାଇବା ଥାଳି ନିଜେ ଧୋଇବ। କାହା ସହ ମିଳାମିଶା କରିବା ନାହିଁ। ବାହାରକୁ ବାହାରିବ ନାହିଁ। ଆବଶ୍ୟକ ସ୍ଥଳେ ବାହାରକୁ ଗଲେ ସାମାଜିକ ଦୂରତା ରାକ୍ଷକରିବ। ହାତ ସଫା ରଖିବ।ଆଖି, ନାକରେ ବାରମ୍ବାର ହସ୍ତଚାଳନା କରିବ ନାହିଁ। ଇତ୍ୟାଦି ଇତ୍ୟାଦି...

ଏ କଥାରେ ଅମାନ୍ୟ ହେଲେ କ୍ଵାରେଣ୍ଟାଇନ/ଅଣସର ଘରେ ନେଇ ରଖି ଦିଆଯିବ।


ବଣ୍ଟି ସବୁ ଶୁଣିଲା। ସବୁଥିରେ ମୁଣ୍ଡ ହଲେଇ ସମ୍ମତି ପ୍ରଦାନ କଲା। 


ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଥିବା ଦଳ ବୁଝା ସୁଝା କରି ଚାଲି ଗଲେଣି। ଗାଁ ଲୋକେ କରୋନା ଭୁତାଣୁ ଦ୍ୱାରା ଆତଙ୍କିତ।


କୌଣସି ପ୍ରଭାବ ପଡି ନାହିଁ। ବଣ୍ଟି ଗାଁ ରେ ପୂର୍ବବତ୍ ବୁଲୁଛି। 

"ମୋତେ ଯେତେ ମାଠିବୁ ମାଠ୍, 

ମୁଁ ସେଇ ଦରପୋଡା କାଠ।"


କିଛି ଯୁବକ ପଛରେ ଆକ୍ଷେପ କରି କହୁଛନ୍ତି, ବିଜ୍ଞାପନରେ ଲାଇବାୟ ସାବୁନ/ଡେଟଲ ସବୁନରେ ହାତ ଧୋଇ ସରିଲା ପରେ ଯେଉଁ ଗୋଟିଏ କିଟାଣୁ ବଞ୍ଚି ଯାଏ, ସେଇଟା ହେଉଛି "ବଣ୍ଟି"।


"ବଣ୍ଟି" ଖାଲି ଆମ ଗାଁ ନୁହେଁ, ପ୍ରତି ପାଠକଙ୍କ ଗାଁ ରେ ନୋଭେଲ କରୋନା19ର ବହାକ ହୋଇ ଘୁରି ବୁଲୁଛନ୍ତି। ଯୋଉଁ ପର୍ଯ୍ୟନ୍ତ ନିଧି ବୁଢ଼ାର ବିଚାର ଚିନ୍ତାଧାରା ସମସ୍ତ ମାନବ ସମାଜକୁ ସଚେତନ କରିନାହିଁ, ସେ ପର୍ଯ୍ୟନ୍ତ ମହାମାରୀର ବହାକ ବଣ୍ଟି ମାନେ, ଗାଁ ଗାଁ ସହର ସହର ଗଳି କନ୍ଦିରେ ବ୍ୟୁତ୍ପାତ କରୁଥିବେ।


Rate this content
Log in

Similar oriya story from Inspirational