Santanu Bisoi

Tragedy Thriller

3  

Santanu Bisoi

Tragedy Thriller

ସ୍ତ୍ରୈଣ୍ୟ

ସ୍ତ୍ରୈଣ୍ୟ

5 mins
187


ଐତିହାସିକ କଟକ ସହର। ବାଉନ ବଜାର ତେପନ ଗଳି। ଦୈନଦିନ କେତେ ଘଟଣ ଅଘଟଣ ଘଟି ଯାଉଛି ତାର ହିସାବ ରଖିବାକୁ କାହା ପାଖରେ ସମୟ ନାହିଁ। ବ୍ୟସ୍ତ ବହୁଳ ଜୀବନରେ କିଏ କାହା କଥା ପଚାରି ବୁଝୁଛି ?


ସକାଳ ସୂର୍ଯ୍ୟଙ୍କର ସୁନେଲି କିରଣ କଟକ ସହରକୁ ଭଲଭାବରେ ସ୍ପର୍ଶ କରିଛି କି ନାହିଁ, ଖାନ୍ ନଗର ଏକ ସୁନ୍ଦର ହର୍ମ୍ୟ ମଧ୍ୟରୁ ଭାସି ଆସିଲା ଏକ ପାଞ୍ଚ ବର୍ଷୀୟ କୋମଳମତି ବାଳକର କରୁଣ କ୍ରନ୍ଦନର ରୋଳ। ଶୁଭ୍ର ସୁନ୍ଦର ତନୁଯୁକ୍ତା ମହିଳାଙ୍କ କୋହଭରା ରୋଦନର ସ୍ୱର। ସବାନ୍ଧବ, ସକୁଟୁମ୍ବମାନଙ୍କୁ ଦୁରଭାଷ ଯନ୍ତ୍ର ଯୋଗେ ଜଣାଇ ଦିଆଗଲା ସୁରଜିତ ଅକାଳ ବିୟୋଗର ଦୁଃଖଦ ଖବର।


ଭଗ୍ନୀପତିଙ୍କ ମୃତ୍ୟୁ ଖବର ଶୁଣି ତତ୍ କ୍ଷଣାତ ନିଜ ଚତୁଃଚକ୍ରି ଯାନ ଯୋଗେ ଖାନ୍ ନଗର ପହଁଚିଲେ ଶ୍ରୀକାନ୍ତ କୁମାର। ଶବକୁ ଧରି ବ୍ୟାକୁଳ ହୋଇ କ୍ରନ୍ଦନ କରୁଥିବା ଭଣଜା ଦୁଃଖରେ ଅଧିର ହୋଇ ଉଠୁଥିଲେ ଶ୍ରୀକାନ୍ତ। ବାବା ସତରେ କଣ ଆଉ କେବେହେଲେ ତମେ ଆମ ପାଖକୁ ଫେରିବନି ? ତମେ କାହିଁକି କିଛି କହୁନ ବାବା ? କିଛି କୁହ କିଛି କୁହ ମୁଁ ତୁମ ଲୁବୁନ୍ ଡାକୁଛି।ଶୁଣ ବାବା ମୋ ଡାକ ଶେଷଥର ପାଇଁ ଶୁଣ ଭଣଜାର ମର୍ମସ୍ପର୍ଶୀ କରୁଣ କ୍ରନ୍ଦନ ଶ୍ରୀକାନ୍ତ ବାବୁଙ୍କର ହୃଦୟକୁ ବିଦାରି ଦେଉଥିଲା। ସମସ୍ତେ ଅଶ୍ରୁଷିକ୍ତ ନୟନ। ମୃତ୍ୟୁର କାରଣ ଥିଲା ସୁରଜିତ ଶୟନରତ ଥିବା ଖଟରୁ ପଡିଗଲେ।ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ମୃତ୍ୟୁ ବରଣ କରିଛନ୍ତି। କିଛି ହିତାକାଂକ୍ଷି ଅନୁକମ୍ପା ପ୍ରଦର୍ଶନ କରିଚାଲିଛନ୍ତି।ଆହା ଏଡେ ସୁନ୍ଦରୀ ଝିଅ ଭାଗ୍ୟରେ ଏଇୟା ଥିଲା ? ଭଗବାନ କେଡେ ନିଷ୍ଠୁର ! ବିଚାରିର ଦିନ ସାରିବନି ! 


ସୁରଜିତ ପିତାଙ୍କର ଲୋତକ ପୂର୍ଣ୍ଣ ନୟନ। ସ୍ତ୍ରୀ ଦୁଃଖରେ ମ୍ରିୟମାଣ। ଲୁବୁନ୍ ପିତାଙ୍କ ମର ଶରୀର ଉପରେ ଲୋଟି ଯାଉଛି।ଶବ ଉପରେ ଢଙ୍କା ଯାଇଥିବା ଶୁଭ୍ର ଅମ୍ବରଟି ଅଳ୍ପ ଏପାଖ ସେପାଖ ହୋଇଗଲା। ପାଖରେ ଶ୍ରୀକାନ୍ତ ବାବୁ। ଶୋକାକୁଳ ପରିବେଷ୍ଟନୀ ଉପରେ ଥରେ ଆଖି ବୁଲାଇ ଆଣିଲେ। ସନ୍ତର୍ପଣରେ ନିଜ ଦୁରଭାଷ ଯନ୍ତ୍ରଟିକୁ ମୁଣିରୁ କାଢି କାହା ସହିତ କିଛି ବାର୍ତ୍ତାଳାପ କଲେ।


ଅଳ୍ପ ସମୟ ପରେ ଖାନ୍ ନଗର ଆରକ୍ଷୀ ବାହିନୀ ସୁରଜିତର ଶବ ପାଖରେ ପହଁଚିଲେ।ଶବଟିକୁ ଜବତ କରି ଡାକ୍ତରଙ୍କ ଜିମା ଦେଲେ ଶବ ବ୍ୟବଚ୍ଛେଦ କରିବା ପାଇଁ।


ଅନୁକମ୍ପାରେ ଅଜାଡି ହୋଇ ପଡୁଥିବା ପରିବେଶଟି ହଠାତ ଅବିଶ୍ୱାସ ଆଡକୁ ଗତିକଲା


ମୃତ୍ୟୁର କାରଣ କଣ ?

ୟା ପଛରେ କେଉଁ କେଉଁ ମାନଙ୍କର ହାତ ଅଛି ?

ବାସ୍ତବରେ ଏହା ମୃତ୍ୟୁ ନା' ହତ୍ୟା ଭିଆଯାଇଛି ?

ସମସ୍ତେ ସନ୍ଦିହାନ ହୋଇପଡିଲେ।


ଘଟଣା ସ୍ଥଳରୁ ସୁରଜିତର ବାପା ଏବଂ ସ୍ତ୍ରୀଙ୍କୁ ପୋଲିସ ବାହିନୀ ଥାନା ଭିତରକୁ ନେଇଗଲା। ମୃତ୍ୟୁ ସମ୍ବନ୍ଧୀୟ କିଛି ପଚରା ଉଚୁରା କଲା। ଜଣେ ତିନି ତାରକା ପୋଷାକ ପରିହିତା ବଳିଷ୍ଠ ମହିଳା ଆରକ୍ଷୀ ମୃତ ସୁରଜିତର ସ୍ତ୍ରୀକୁ ଗୋଟିଏ ନିଭୃତ କୋଠରୀ ଆଡକୁ ନେଇ ଯାଉଥିଲେ। ଧୀର ମନ୍ଥର ଚାଲି, ଗୌର ବର୍ଣ୍ଣ, ଅଶ୍ରୁଷିକ୍ତ ନୟନ, ଅବୟବର ଗଠନ ଶୈଳୀ ତଥା ଅମ୍ବରାବୃତ୍ତ ଅଙ୍ଗ ଶୈଷ୍ଠବର ଆକର୍ଷଣୀୟ ଉପାଦାନ ଗୁଡିକୁ ଦେଖିଲେ ପଞ୍ଚେନ୍ଦ୍ରିୟକୁ କରାୟତ କରିଥିବା ମନୁଷ୍ୟ ମଧ୍ୟ ଦଣ୍ଡେ ନିମିଷେ ନ ଦେଖି କେହି ବି ଆଖି ଫେରେଇ ପାରିବେନି ସୁରଜିତର ସ୍ତ୍ରୀ ଉପରୁ। ଅନେକ ସମୟ ବ୍ୟୟ କରି ବିଧାତା ଏମିତି ସୁନ୍ଦର ସ୍ତ୍ରୀ ମାନଙ୍କୁ ନିର୍ମାଣ କରିଥାଏ। କଠୋର କର୍ତ୍ତବ୍ୟ ନିକଟରେ ଆରକ୍ଷୀ ଗଣ ଚେହେରା ଦେଖନ୍ତି ନାହିଁ, କଳେ ବଳେ କୌଶଳେ ସତ୍ୟର ଓ ନ୍ୟାୟ ବିଚାରର ଅନୁସନ୍ଧିତ୍ସୁ ହୋଇ ପଡନ୍ତି।


ଗୋଟିଏ କୋଠରୀରେ ସୁରଜିତ ସ୍ତ୍ରୀ ଓ ଅନ୍ୟ କୋଠରୀରେ ସୁରଜିତ ପିତାଙ୍କୁ ଆରକ୍ଷୀ ବାହିନୀ ଥାର୍ଡ ଡିଗ୍ରୀ ପ୍ରୟୋଗ କଲା। ତୃତୀୟ ତୁହା ଥାର୍ଡ ଡିଗ୍ରୀ ବେଳକୁ ଚାଂଚଲ୍ୟକର ତଥ୍ୟମାନ ହସ୍ତଗତ ହୋଇ ସାରିଥିଲା।ଡାକ୍ତରୀ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଚାଂଚଲ୍ୟକର ଥିଲା ।


ପୋଲିସ ଶ୍ରୀକାନ୍ତ ବାବୁଙ୍କୁ ପାଖକୁ ଡକାଇ "ସୁରଜିତର ଶବ ସଂସ୍କାର" ପାଇଁ ଅନୁମତି ପ୍ରଦାନ କଲେ। ପାଞ୍ଚ ବର୍ଷୀୟ ବାଳକ ଲୁବୁନ ପିତାଙ୍କୁ ମୁଖାଗ୍ନି ଦେଲା। ଶୋକାକୁଳ ପରିବେଶ ମଧ୍ୟରେ ଶବଦାହ କାର୍ଯ୍ୟ ସମ୍ପନ୍ନ ହୋଇଗଲା।


ପୁଣି ଖାନ୍ ନଗର ଆରକ୍ଷୀ ଅଧିକାରୀଙ୍କ ଡାକରା ପାଇ ଶ୍ରୀକାନ୍ତ ବାବୁ ଥାନାରେ ହାଜର ହେଲେ।


ଡାକ୍ତରୀ ରିପୋର୍ଟ ଏବଂ ସମସ୍ତ ଘଟଣା ଉପରୁ କପର୍ଦ୍ଦକ ହଟେଇ ସାମ୍ବାଦିକ ଓ ଶ୍ରୀକାନ୍ତ ବାବୁଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରୁଥିଲା ଖାନ୍ ନଗର ଆରକ୍ଷୀ ବାହିନୀ।


ଘଟଣାଟି ଥିଲା ଏମିତି କିଛି..


ନିଜ ଭଗ୍ନୀପତିଙ୍କ ମୃତ୍ୟୁ ଖବର ପାଇ ଶ୍ରୀକାନ୍ତ ବାବୁ ସଂଖୋଳିବା ପାଇଁ ନିଜ ଭଉଣୀ ଘରକୁ ଆସିଥିଲେ। ଭଣଜାକୁ କୋଳରେ ବସାଇ ସୁରଜିତର ଶବ ପାଖରେ ଥିବା ସମୟରେ ଭଣଜା ଲୁବୁନ୍ ବାରମ୍ବାର ପିତାଙ୍କ ଶବ ଉପରେ କାନ୍ଦି କାନ୍ଦି ଲୋଟିପଡୁଥିଲା।ଯାହା ଦ୍ୱାରା ସୁରଜିତ ଶବ ଉପରେ ଢଙ୍କା ଯାଇଥିବା ଶୁଭ୍ର ବସ୍ତ୍ରଟି ମୁହଁ ଉପରୁ ବାହାରି ଛାତି ଆଡକୁ ଖସି ଆସିଥିଲା।ମୃତ ସୁରଜିତ ଗଳାରେ କିଛି ଆପତ୍ତିଜନକ ଚିହ୍ନ ଦେଖି ଉକ୍ତ ସ୍ଥାନରୁ ଶ୍ରୀକାନ୍ତ ବାବୁ ଖାନ୍ ନଗର ଥାନାକୁ ଜଣାଇଥିଲେ। 

ଖାନ୍ ନଗର ଥାନା ଅଧିକାରୀ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେଖାଇ ପୁଣି ଆରମ୍ଭ କଲେ,:- କୌଣସି ଓଢଣୀ ବା ଗାମୁଛା ଦ୍ୱାରା ସୁରଜିତର ଗଳା ଚିପି ହତ୍ୟା କରାଯାଇଛି। ହତ୍ୟା ସମୟରେ ଜୀବନ ଭିକ୍ଷା କରିବା ସହ ସେ ବଞ୍ଚିବା ପାଇଁ ସଂଗ୍ରାମ ମଧ୍ୟ କରିଛି।ଏହା ସମ୍ପୂର୍ଣ୍ଣ ଏକ ପ୍ରାୟୋଜିତ ହତ୍ୟାକାଣ୍ଡ ଅଟେ।

ତଦନ୍ତରେ ଖାନ୍ ନଗର ପୋଲିସ ସୁରଜିତ ସ୍ତ୍ରୀ ଓ ପିତାଙ୍କର ସ୍ବୀକାରୋକ୍ତି ପାଠ କଲେ।

ଘଟଣା ଦିନ ନିଶାର୍ଦ୍ଧରେ ସୁରଜିତର ପିତା, ସୁରଜିତର ଶୟନ କକ୍ଷ ପର୍ଯ୍ୟନ୍ତ ଆସିଥିଲେ।ସେତେବେଳକୁ ସୁରଜିତ ଗଭୀର ନିଦ୍ରାରେ।ସଜାଗ ଥାଆନ୍ତି କେବଳ ସୁରଜିତର ସ୍ତ୍ରୀ।

କିଛି ଇଙ୍ଗିତ କରି ସେ ନିଜ ଶୟନ କକ୍ଷକୁ ପ୍ରସ୍ଥାନ କଲେ। ଅଳ୍ପ ସମୟ ପରେ ସୁରଜିତର ସ୍ତ୍ରୀ ବାହାରିଲା ଶଶୁରଙ୍କ ଶୟନକକ୍ଷ ନିକଟକୁ। ଚାପା ହାସ୍ୟରୋଳ ଶୟନରତ ସୁରଜିତର ନିଦ୍ରାଭଙ୍ଗ କଲା।ଦେଖିଲା ପାଖରେ ସ୍ତ୍ରୀ ନାହିଁ।ଗଭୀର ନିଦ୍ରାରେ ଲୁବୁନ୍। ଧୀର ପଦଚାଳନ କରି ଭାସି ଆସୁଥିବା ହାସ୍ୟରୋଳ ଆଡକୁ ଗମନ କଲା। ସ୍ୱଚକ୍ଷୁରେ ଦେଖିଲା ଦୁଇଟି ଉଲଗ୍ନ ଶରୀରର ଉନ୍ମାଦ ରତିକ୍ରିଡା। ଉଭୟେ ନିର୍ଭୟ, ନିସଙ୍କୋଚ। ନିଜ ଚକ୍ଷୁକୁ ବିଶ୍ଵାସ କରି ପାରିଲା ନାହିଁ।ନିଜ ସ୍ତ୍ରୀ ଓ ନିଜ ପିତାଙ୍କ ମଧ୍ୟରେ ଅବୈଧ ଶାରୀରିକ ସମ୍ପର୍କ ! ଘୋର ପ୍ରତିବାଦ ଜଣାଇଲା।ପିତାଙ୍କୁ ଧିକ୍କାର କଲା।ସ୍ତ୍ରୀକୁ ଧିକ୍କାର କଲା। ଶଶୁର ବୋହୁ ଉଭୟେ ପୋଷାକ ପରିଧାନ କରି ନଗ୍ନତାକୁ ଲୁଚାଇଲେ। ସୁରଜିତ ଆଗରେ ଧରାପଡିଯିବା କଥାଟା ଉଭୟଙ୍କୁ ହଜମ ହେଉ ନଥିଲା। ନିଜ ପୋଷକର ଓଢଣୀଟିକୁ ଶଶୁରଙ୍କ ହାତକୁ ବଢ଼ାଇ ଦେଲା ବୋହୁ।ତା' ପରେ ସୁରଜିତକୁ ଅସ୍ୱାଭାବିକ ଭାବରେ ଭିଡି ଧରିଲା।ସୁରଜିତର ବାପା, ସୁରଜିତ ଗଳାରେ ଓଢଣୀଟି ଘୁରାଇ ଉଭୟ ପାର୍ଶ୍ୱରୁ ଜୋରରେ ଟାଣି ଧରିଲେ।କିଛି ସମୟ ନିଃସହାୟ ସୁରଜିତ ଜୀବନ ଭିକ୍ଷା କଲା। ବାଷ୍ପରୁଦ୍ଧ ଅବସ୍ଥାରେ କେତେ ସମୟ ଅବା ରହି ପାରିଥାନ୍ତା.. ପରେ ପରେ ନିଶ୍ଚଳ ହୋଇଗଲା।


ଶବଟିକୁ ନେଇ ଶଶୁର ଓ ବୋହୁ ଲୁବୁନ୍ ଶୋଇଥିବା ଖଟ ତଳେ ରଖିଦେଲେ।ରୂପ ଦିଆଗଲା, ସୁରଜିତ ଖଟରୁ ପଡି ମୃତ୍ୟୁ।


ପରଦିନ ସକାଳେ ଓଡ଼ିଶା ଆଗଧାଡ଼ି ଖବରକାଗଜ ମାନଙ୍କର ଶୀର୍ଷକ ଖବର ସାଜିଥିଲା ଖାନ୍ ନଗରର ଏହି ଅଭାବନୀୟ ଘଟଣା।


ଶ୍ରୀକାନ୍ତ କୁମାରଙ୍କ ମାନସିକ ସନ୍ତୁଳନ ଅଣାୟତ୍ତ ହେବାକୁ ବସିଲାଣି। ରକ୍ତଚାପ ବଢିବାକୁ ବସିଲାଣି। ନିଜକୁ ଆୟତ୍ତ କରିବା ପାଇଁ ଢକ ଢକ କରି ପାଣି ଦୁଇ ଗିଲାସ ପିଇଗଲେ।ଅଳ୍ପ ଆଶ୍ବସ୍ତି ଲାଭ କରୁଛନ୍ତି। ମନେ ମନେ ଗାଳି ବର୍ଷଣ କରୁଛନ୍ତି ସୁରଜିତକୁ, ନିଜ ଭଉଣୀକୁ, ଆଉ ପିତୃତୁଲ୍ୟ ସୁରଜିତର ପିତାଙ୍କୁ।

ସୁରଜିତ ଗୋଟିଏ ଏଡେ ଅପଦାର୍ଥ, ନିଜ ସ୍ତ୍ରୀକୁ ନିଜ ଆୟତରେ ରଖି ପାରିଲାନି। ଛାଡପତ୍ର ଦେଇଦେଇଥାଆନ୍ତା, ନଚେତ୍ ଅନ୍ୟତ୍ର ଅଜ୍ଞାନ୍ତ ବାସରେ ରହି ନିଜେ ଭିନ୍ନ ପ୍ରଣାଳୀର ଜୀବନ ଜୀଇଁ ବଂଚି ରହିପାରିଥାନ୍ତା।

ପୁଣି ନିଜ ଭଗିନୀ ଆଡକୁ କଟାକ୍ଷପାତ କରି ମନେ ମନେ ବିରକ୍ତ ହେବାକୁ ଲାଗିଲେ

ଘରନିଆଁ ବୋଲି ଅଣ୍ଟିରେ ଧରିଲେ ଅଣ୍ଟି ଜଳିଯାଏ। କଳଙ୍କିନି, ଦୁଶ୍ଚରିତ୍ରା ଗୋଟିଏ ପୁରୁଷରେ ମନ ଭରିଲାନି?ସୁନ୍ଦର, ସୁଠାମ ସଭ୍ୟ ଶିକ୍ଷିତ ସ୍ୱାମୀ ଥାଉ ଥାଉ ନିଜ ଶଶୁର ସହିତ ପାପ ପ୍ରଣୟ କରିବାକୁ ପଛଘୁଞ୍ଚା ଦେଲା ନାହିଁ? ଏମାନେ ତ ସମାଜ ପାଇଁ, ନାରୀ ଜାତି ପାଇଁ କଳଙ୍କ।ଏମାନଙ୍କ ଠାରୁ ସମାଜ କଣ ଶିଖିବ ? ଧିକ ଶତ ଧିକ ଏଭଳି କୂଳଟା ରମଣୀମାନଙ୍କୁ।


ଆଉ ସୁରଜିତର ପିତା ? ନାରୀ ବସା ମାନବାଃ। କାମାନ୍ଧ ହୋଇ ଜନ୍ମିତ ପୁତ୍ରର ହତ୍ୟା କରିବାକୁ ପଛଘୁଞ୍ଚା ଦେଲେ ନାହିଁ ! ନିଜ କନ୍ୟାସମ ପୁତ୍ରବଧୂ ଉପରେ ପାପ ପଙ୍କିଳ ନଜର ପକାଇ ଅଦୁରଦର୍ଶୀ ଅପରିଣାମଦର୍ଶୀ ଭଳି ନିଜ ହାତରେ ନିଜ କୂଳର ଅଂକୁରକୁ ନିଃଶେଷ କରିଦେଲେ!ପିତା ନୁହଁ ତ, ପିତାଙ୍କ ନାମରେ ସମାଜ ପାଇଁ ଗୋଟିଏ କଳଙ୍କିତ ଅଧ୍ୟାୟ। ସାମାନ୍ୟ ଦୈହିକ ସୁଖ ପାଇଁ, କାମ ଜ୍ବାଳାରେ ଅନ୍ଧ ହୋଇ ମଣିଷ କଣ କରି ନପାରେ ? ସମାଜରେ ଶ୍ରେଷ୍ଠ ସ୍ଥାନ ଦିଆଯାଉଥିବା ନାରୀ ସମାଜରୁ ଚାରିତ୍ରିକ ବିଚ୍ୟୁତି ଘଟାଇ ଏଭଳି ହୀନ କର୍ମରେ ଲିପ୍ତ ରହିଲେ ପୁରୁଷ ସମାଜର ଚିନ୍ତା ଚେତନା ଉକ୍ତ ନାରୀପ୍ରତି କିଭଳି ରହିବ ? ଏମିତି ଅନେକ ଚିନ୍ତା କରି ଶ୍ରୀକାନ୍ତ ଫେରିଆସିଲା ବାସ୍ତବ ରାଜ୍ୟକୁ। ନିଜ ତନ, ମନ ଯୌବନକୁ ବାଜି ଲଗାଇଦେଲା ଭଣଜା ଲୁବୁନ୍ ର ଭବିଷ୍ୟତ ନିର୍ମାଣ ପାଇଁ। ଚିକିତ୍ସକ, ଜିଲ୍ଲାପାଳ କିମ୍ବା ବଡ଼ ସାହେବ କରିବା ପାଇଁ ନୁହେଁ, ସଭ୍ୟ ଶିକ୍ଷିତ ଏବଂ ଜଣେ ଆଦର୍ଶ ମଣିଷ କରିବା ପାଇଁ।


Rate this content
Log in

Similar oriya story from Tragedy